Excuse Me Odisha

ଯାହା କହିବୁ ସତ କହିବୁ

ଅଗଷ୍ଟ ୮ ,୨୦୨୨ : ଶ୍ରାବଣ ସୋମବାର + ପୁତ୍ରଦା ଏକାଦଶୀ ; ଦୁଇଟି ବ୍ରତ ଏକା ସହିତ କେମିତି କରିବେ ପାଳନ,ଭୁଲରେ ବି ଏମିତି ଭୁଲ କରିବେ ନାହିଁ,ନଚେତ ଜୀବନସାରା ପସ୍ତେଇବେ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୮ ଅଗଷ୍ଟ ୨୦୨୨ ଶ୍ରାବଣ ସୋମବାର ପୁତ୍ରଦା ଏକାଦଶୀ। ଦୁଇଟି ବ୍ରତ ଏକା ସହିତ କେମିତି କରିବେ। ଏହି ଭୁଲ କରିବେ ନାହିଁ ନଚେତ ଜୀବନସାରା ପସ୍ତେଇବେ।

ବନ୍ଧୁଗଣ ଶ୍ରାବଣ ମାସରେ ଆସୁଥିବା ଏକାଦଶୀ ତିଥି ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ। କାରଣ ଏହି ଦିନ ପୁତ୍ରଦା ଏକାଦଶୀ ବ୍ରତ କରାଯାଏ। ଆଜି ଆମେ ଏହି ଏକାଦଶୀ ବିଷୟରେ ଆଲୋଚନା କରିବା। ଏହି ଏକାଦଶୀରେ କେଉଁ ଉପାୟ କରିବା ଉଚିତ ଆସନ୍ତୁ ଜାଣିବା।

ଶ୍ରାବଣ ମାସ ଭଗବାନ ଶିବଙ୍କୁ ସମର୍ପଣ ଅଟେ। ମାନାଯାଏ ଏହି ମାସରେ ସଞ୍ଚାଳନ ସ୍ୱୟଂ ଭଗବାନ ଶିବ କରନ୍ତି ଏବଂ ଭଗବାନ ବିଷ୍ଣୁ ନିଦ୍ରା ପାଇଁ ପାତାଳଲୋକରେ ନିବାସ କରନ୍ତି। ଏହି ମାସରେ ବହୁତ ପର୍ବ ପାଳନ କରାଯାଏ। ଯେଉଁମାନଙ୍କୁ ସନ୍ତାନ ପ୍ରାପ୍ତି ହେଉନାହିଁ ସେମାନଙ୍କ ପାଇଁ ଏହି ଏକାଦଶୀ ଲାଭକାରୀ ମାନାଯାଏ। ଏହି ଏକାଦଶୀର ବ୍ରତ ପୁତ୍ର ପ୍ରାପ୍ତିର କାମନା ପାଇଁ କରାଯାଏ। ଏହି ବ୍ରତ ରଖିଲେ ଭଗବାନ ବିଷ୍ଣୁଙ୍କ ଖାସ କୃପା ପ୍ରାପ୍ତି ହୋଇଥାଏ। ବ୍ୟକ୍ତିଙ୍କ ସମସ୍ତ ପାପ ନାଶ ହୋଇଥାଏ। ମୋକ୍ଷର ପ୍ରାପ୍ତି ହୋଇଥାଏ। ଯେଉଁ ଦମ୍ପତି ଏକା ସାଙ୍ଗରେ ଏହି ବ୍ରତ ରଖନ୍ତି ତାଙ୍କୁ ସନ୍ତାନ ସୁଖର ପ୍ରାପ୍ତି ମଧ୍ୟ ହୋଇଥାଏ।

ଏହି ବର୍ଷ ପୁତ୍ରଦା ଏକାଦଶୀର ବ୍ରତ ୮ ଅଗଷ୍ଟରେ ରଖାଯିବ। ଜ୍ୟୋତିଷଙ୍କ ଅନୁସାରେ ଏହି ଦିନ ବହୁତ ଦୁର୍ଲଭ ଯୋଗର ପ୍ରସ୍ତୁତ ହେଉଛି ଯାହା ଦ୍ୱାରା ବ୍ୟକ୍ତିଙ୍କ ଜୀବନରେ ସୁଖ ଭରି ରହିବ ଏବଂ ଯେଉଁ ଦମ୍ପତି ସନ୍ତାନ ପ୍ରାପ୍ତିର କାମନା ପାଇଁ ଏହି ବ୍ରତ ରଖନ୍ତି ତେବେ ବହୁତ ଶୀଘ୍ର ସନ୍ତାନ ପ୍ରାପ୍ତି ହେବ। ଏହି ଦିନ ଶୁଭ ଯୋଗରେ ଭଗବାନ ବିଷ୍ଣୁଙ୍କର ଆରୋଧନା କରିଲେ ଭଲ ଫଳଦାୟୀ ସାବ୍ୟସ୍ତ ହୋଇଥାଏ।

ଯେଉଁ ବ୍ୟକ୍ତି ଏହି ଶୁଭ ସମୟରେ ପୁରା ବିଧିବଦ୍ଧ ଭାବେ ପବିତ୍ର ମନରେ ପୂଜା କରିଥାନ୍ତି ତାଙ୍କର ମନସ୍କାମନା ନିଶ୍ଚୟ ପୂରଣ ହୋଇଥାଏ। ଏହି ଏକାଦଶୀ ଦିନ ଶ୍ରାବଣ ମାସର ଶେଷ ସୋମବାର ମଧ୍ୟ ଅଟେ। ଏଥିପାଇଁ ଭଗବାନ ବିଷ୍ଣୁ ଏବଂ ଭଗବାନ ଶିବଙ୍କର ଏକା ସହିତ କରିବା ବି ଅତ୍ୟନ୍ତ ଫଳଦାୟୀ ହୋଇଥାଏ।

ଏକାଦଶୀ ବ୍ରତର ପାଳନ ଦଶମୀ ତିଥିରୁ ହିଁ କରିବା ଉଚିତ। ଏହାର ପାଳନ ଦ୍ଵାଦଶୀ ତିଥି ସକାଳେ କରିବା ଉଚିତ। ଏହି ଏକାଦଶୀ ଆରମ୍ଭ ହେବ ୭ ଅଗଷ୍ଟ ରାତି ୧୧:୫୦ ମିନିଟରେ ଏବଂ ଏହି ତିଥିର ଶେଷ ହେବ ୮ ଅଗଷ୍ଟ ସକାଳ ୯ଟାରେ। ଉଦୟ ତିଥି ଅନୁସାରେ ଶ୍ରାବଣ ପୁତ୍ରଦା ଏକାଦଶୀର ବ୍ରତ ୮ ଅଗଷ୍ଟରେ ପାଳନ କରାଯିବ। ବ୍ରତର ପାଳନ ୯ ଅଗଷ୍ଟ ମଙ୍ଗଳବାର ଦିନ ସକାଳ ୫:୪୭ ମିନିଟ ରୁ ୧୦:୧୩ ମିନିଟ ମଧ୍ୟରେ କରାଯିବ।

ଏହି ଏକାଦଶୀ ବ୍ରତ କରିଲେ ଏହି ସବୁ ନିୟମର ପାଳନ କରିବା ଉଚିତ।

ଦଶମୀ ତିଥି ଦିନରୁ ସ୍ୱାତିକ ଭଜନ ସେବନ କରିବା ଉଚିତ। ତାମସିକ ଭଜନର ସେବନ ଆପଣ ଦଶମୀ ତିଥିରୁ ଦ୍ଵାଦଶୀ ତିଥି ପର୍ଯ୍ୟନ୍ତ କରିବେ ନାହିଁ।

ରସୁଣ ପିଆଜ ମାଛ ମାଂସର ମଦର ସେବନ କରିବେ ନାହିଁ।

ଦଶମୀ ତିଥିରୁ ହିଁ ଚାଉଳ ସେବନ କରିବେ ନାହିଁ। ଦଶମୀର ସୂର୍ଯ୍ୟାସ୍ତ ପରେ ଚାଉଳର ସେବନ କରିବେ ନାହିଁ ଏବଂ ଲୁଣର ବି ସେବନ କରିବେ ନାହିଁ। ରାତିରେ ଫଳର ସେବନ କରିପାରିବେ କ୍ଷୀର ସେବନ କରିପାରିବେ କିନ୍ତୁ ଅନ୍ନର ସେବନ କରିବେ ନାହିଁ।

ବ୍ରହ୍ମଚର୍ଯ୍ୟର ପାଳନ କରନ୍ତୁ।

ଏକାଦଶୀ ଦିନ ଦିନରେ ଶୋଇବେ ନାହିଁ। ଏହି ଦିନ ଅଧିକରୁ ଅଧିକ ଭଗବାନଙ୍କର ଧ୍ୟାନ କରନ୍ତୁ।

ଏହି ଦିନ ଦାନ ଧର୍ମକୁ ଶୁଭ ମାନାଯାଏ। ଏହି ଦିନ ଅଭାବୀ ଲୋକଙ୍କୁ ସାମର୍ଥ୍ୟ ଅନୁସାରେ ଦାନ କରନ୍ତୁ।

ଏହି ଦିନ କୌଣସି ଲୋକଙ୍କର ଅପମାନ କିମ୍ବା ନିରାଦର କରିବେ ନାହିଁ। ଏହା ସହିତ ପରିବାରରେ ବଡ଼ ଲୋକମାନଙ୍କର ବିଶେଷ ଧ୍ୟାନ ରଖନ୍ତୁ।

ଏହି ଦିନ ସକାଳେ ଜଲଦି ଉଠିଯାଆନ୍ତୁ। ଏହି ଦିନ ଗଙ୍ଗା ସ୍ନାନ କରିବାକୁ ବହୁତ ଶୁଭ ମାନାଯାଏ। ଯଦି ସମ୍ଭବ ନୁହେଁ ତେବେ ସ୍ନାନ ପାଣିରେ ଗଙ୍ଗା ଜଳ ମିଶାଇ ସ୍ନାନ କରନ୍ତୁ।

ସ୍ନାନ ପରେ ସର୍ବପ୍ରଥମେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ। ଏହାପରେ ଘରର ମନ୍ଦିରରେ ଭଗବାନ ବିଷ୍ଣୁଙ୍କ ସାମ୍ନାରେ ଦେଶୀ ଘିଅର ଦୀପ ଜଳାନ୍ତୁ। ନିଜର ଡାହାଣ ହାତରେ ଫୁଲ ଫଳ ଧଳା ତିଳ ଏବଂ କିଛି ପଇସା ନେଇ ବ୍ରତର ସଂକଳ୍ପ କରନ୍ତୁ ଏବଂ ଭଗବାନଙ୍କୁ ନିଜର ମନସ୍କାମନା କୁହନ୍ତୁ ଏବଂ ତାହା ପୂରଣ ହେବାର ପ୍ରାର୍ଥନା କରନ୍ତୁ। ଏହା ଦ୍ବାରା ନିଶ୍ଚୟ ଆପଣଙ୍କ ବ୍ରତ ସଫଳ ହେବ ଏବଂ ମନସ୍କାମନା ବି ପୂରଣ ହୋଇଯିବ। ଏହି ଦିନ ଭଗବାନ ବିଷ୍ଣୁଙ୍କୁ ଗଙ୍ଗା ଜଳରେ ଅଭିଷେକ କରନ୍ତୁ।

ତାଙ୍କୁ ହଳଦିଆ ବସ୍ତ୍ର ଅର୍ପଣ କରନ୍ତୁ ହଳଦିଆ ଫୁଲ ଅର୍ପଣ କରନ୍ତୁ ହଳଦିଆ ଫଳ ଭୋଗରେ ଅର୍ପଣ କରନ୍ତୁ। କଦଳୀ କ୍ଷୀରି ମିଠା ଅର୍ପଣ କରନ୍ତୁ। ଏହି ନୈବେଦ୍ୟରେ ତୁଳସୀ ପତ୍ର ନିଶ୍ଚୟ ଅର୍ପଣ କରିବେ। ଏହା ଦ୍ୱାରା ସମସ୍ତ ପାପରୁ ମୁକ୍ତି ମିଳିଯିବ। ଯେଉଁ ମନସ୍କାମନା ପାଇଁ ଏହି ବ୍ରତ ରଖୁଛନ୍ତି ତାହାର ପୂରଣ ପାଇଁ ୧୧ ଟି ତୁଳସୀ ପତ୍ର ନେଇ ମାଳା ବନେଇ ଭଗବାନ ବିଷ୍ଣୁଙ୍କୁ ଅର୍ପଣ କରନ୍ତୁ। ଏହି ସମୟରେ ନିଜର ମନର କଥା କୁହନ୍ତୁ ଏହା ଦ୍ବାରା ନିଶ୍ଚୟ ହିଁ ମନସ୍କାମନା ପୂରଣ ହୋଇଥାଏ।

ପୁତ୍ରଦି ଏକାଦଶୀ କଥାର ଶ୍ରବଣ କରନ୍ତୁ। ଏହା ଦ୍ବାରା ସମସ୍ତ ପାପରୁ ମୁକ୍ତି ମିଳିଥାଏ। ଦୁଃଖର ନାଶ ହୋଇ ସମସ୍ତ ସୁଖର ପ୍ରାପ୍ତ ହୋଇଥାଏ। ଏହି ଏକାଦଶୀ କଥା ସକାଳେ ବି ପୂଜା ପରେ ଶୁଣିପାରିବେ।

ଏହି ଦିନ ଅଖଣ୍ଡ ଦୀପ ଜାଳି ଭଗବାନ ବିଷ୍ଣୁଙ୍କର ସାମ୍ନାରେ ଭଗବତ ଗୀତା ପାଠ କରିଲେ ସମସ୍ତ ପ୍ରକାରର ପାପରୁ ମୁକ୍ତି ମିଳିଥାଏ।

ନିର୍ଧନଙ୍କୁ ଧନ ଦାନ କରନ୍ତୁ।

ଏହି ବ୍ରତ ରଖିଲେ ପିତୃପୁରୁଷଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥାଏ।

ଏହି ଦିନ ଅନ୍ନ ଗ୍ରହଣ କରିବା ପୂର୍ବରୁ କୌଣସି ବ୍ରାହ୍ମଣଙ୍କୁ ଡାକି ଭଜନ ଗ୍ରହଣ କରାନ୍ତୁ। ଯଦି ସମ୍ଭବ ନହୁଏ ତେବେ ବ୍ରାହ୍ମଣଙ୍କ ପାଇଁ ଜିନିଷ କାଢି ଦକ୍ଷିଣା ସହିତ ଦାନ କରନ୍ତୁ ଏହା ପରେ ଶୁଭ ମୁହୂର୍ତ୍ତରେ ପାଳନ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *