Excuse Me Odisha

ଯାହା କହିବୁ ସତ କହିବୁ

ରାକ୍ଷୀ ପୂର୍ଣ୍ଣିମା ରାଜକେଶରୀ ଯୋଗ ବନୁଅଛି। ୫ ଟି ରାଶିରେ ଧନର ବର୍ଷା।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ରାକ୍ଷୀ ପୂର୍ଣ୍ଣିମା ରାଜକେଶରୀ ଯୋଗ ବନୁଅଛି। ୫ ଟି ରାଶିରେ ଧନର ବର୍ଷା।

ବନ୍ଧୁଗଣ ଅଗଷ୍ଟ ୧୧ ରାରିଖରେ ପଡୁଅଛି ରାକ୍ଷୀ ପୂର୍ଣ୍ଣିମା ପର୍ବ। ଏହି ରକ୍ଷା ବନ୍ଧନରେ କିଛି ରାଶିର ବ୍ୟକ୍ତିଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପାଦୃଷ୍ଟି ପଡିବାକୁ ଯାଉଛି। ଯାହା ଦ୍ୱାରା ସେମାନଙ୍କର ଭାଗ୍ୟ ଅତି ଶୀଘ୍ର ବଦଳିବାକୁ ଯାଉଅଛି। ତେବେ ଆସନ୍ତୁ ସେହି ୫ ଟି ରାଶି ମାନଙ୍କ ବିଷୟରେ ଜାଣିବା। ଯାହାଙ୍କର ଏହି ରାକ୍ଷୀ ପୁର୍ଣିମାରେ ଭାଗ୍ୟ ବଦଳିବାକୁ ଯାଉଛି।

ଗ୍ରହ ମାନଙ୍କର ଚଳନର ଗତିବିଧି କାରଣରୁ ସମସ୍ତ ବ୍ୟକ୍ତି ମାନଙ୍କ ଜୀବନ ପ୍ରଭାବିତ ହୋଇଥାଏ। ଯଦି କୌଣସି ରାଶିରେ ଗ୍ରହ ମାନଙ୍କର ସ୍ଥିତି ଠିକ ରହିଥାଏ ତେବେ ତାହାର ଜୀବନ ଉପରେ ସକରାତ୍ମକ ପ୍ରଭାବ ପଡିଥାଏ କିନ୍ତୁ ଯଦି ଗ୍ରହ ମାନଙ୍କର ସ୍ଥିତି ଠିକ ରହିନଥାଏ ତେବେ ସେହି ବ୍ୟକ୍ତି ମାନଙ୍କୁ ବହୁତ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ସେଥିପାଇଁ ବ୍ୟକ୍ତି ମାନଙ୍କ ଉପରେ ରାଶି ଏବଂ ନକ୍ଷତ୍ରର ବହୁତ ଅଧିକ ମହତ୍ୱ ରହିଥାଏ। ଜୀବନରେ ସଫଳ ହେବା ପାଇଁ ପ୍ରତ୍ୟକ ବ୍ୟକ୍ତି ଚାହିଁଥାନ୍ତି ଏବଂ ଏଥିପାଇଁ ସେମାନେ ବହୁତ କଷ୍ଟ ଏବଂ ପରିଶ୍ରମ କରିଥାନ୍ତି କିନ୍ତୁ ଏହା ଜରୁରୀ ନୁହେଁ ଯେ ଯେଉଁ ବ୍ୟକ୍ତି କଷ୍ଟ କରିଥାଏ ତାକୁ ସଫଳତା ମିଳିବ।

ବହୁତ ଲୋକ କଠିନ ପରିଶ୍ରମ କରିଥାନ୍ତି କିନ୍ତୁ ମନ ପସନ୍ଦର ସ୍ଥାନରେ ପହଁଚି ପାରିନଥାନ୍ତି କିନ୍ତୁ କିଛି ଲୋକ କମ ପରିଶ୍ରମରେ ଉଚ୍ଚ ସ୍ଥାନରେ ପହଁଚି ପାରନ୍ତି। ଏହା ସବୁ ସମୟରେ ହୋଇନଥାଏ ଏହା କେବଳ ଗ୍ରହ ନକ୍ଷତ୍ର ମାନଙ୍କର ପ୍ରଭାବରେ ହିଁ ସମ୍ଭବ ହୋଇଥାଏ। ତେଣୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଠାରୁ ଏହି ୫ ଗୋଟି ରାଶି ମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର ବିଶେଷ କୃପା ବର୍ଷିବାର ଅଛି।

ଯାହା ଦ୍ୱାରା ଏହି ୫ ଗୋଟି ରାଶି ମାନଙ୍କ ଭାଗ୍ୟ ଖୋଲିବାକୁ ଯାଉଛି ଏବଂ ଏମାନଙ୍କୁ ପ୍ରଚୁର ଧନ ଉପାର୍ଜନର ଉତ୍ତମ ସୁଯୋଗ ପ୍ରାପ୍ତ ହେବ। ଏହି ରାଶିର ଲୋକମାନଙ୍କୁ ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ମିଳିବ। କମ୍ପାନୀ ତରଫରୁ ବିଦେଶ ଯାତ୍ରା କରିବାର ଯୋଗ ବନୁଅଛି ଏବଂ ଏହା ଦ୍ବାରା ବହୁତ ଲାଭ ମିଳିବ।

ନିଜର ବୁଦ୍ଧିମତା କାରଣରୁ ପ୍ରଚୁର ଧନ ଉପାର୍ଜନ କରିବେ। ଶିଳ୍ପ ବାଣିଜ୍ୟ ବ୍ୟବସାୟ ପରିବହନ ଏବଂ ନିର୍ମାଣ କ୍ଷେତ୍ରରେ ଉନ୍ନତ ମାନର ଫଳ ପାଇବେ। ଏହି ରାଶିର ଲୋକମାନଙ୍କୁ ଉନ୍ନତିର ନୂଆ ମାର୍ଗ ଖୋଲା ହେବ। ବ୍ୟବସାୟ କ୍ଷେତ୍ରରେ ସନ୍ତୁଷ୍ଟି ଲାଭ କରିବେ। ଅଫିସର ଏବଂ ସହକର୍ମୀ ମାନେ ଆପଣଙ୍କ କାମରେ ପ୍ରଶଂସା କରିବେ। ପ୍ରିୟ ଲୋକମାନଙ୍କ ସହିତ ସମ୍ବଦ୍ଧ ସମ୍ପର୍କ ସ୍ଥାପନ ଭଲ ରହିବ। ଅଧିକ ପରିଶ୍ରମ କରିବା ଦ୍ୱାରା ଅର୍ଥ ଲାଭ କରିବେ। ବହୁତ ଦିନରୁ ଲାଗି ରହିଥିବା ଚିନ୍ତା ଏବଂ ବିପଦରୁ ଆପଣଙ୍କୁ ମୁକ୍ତି ମିଳିବ।

ଏହି ରାଶିର ଲୋକମାନଙ୍କୁ ସଫଳତା ମିଳିବ। ସାମାଜିକ ପ୍ରତିଷ୍ଠା ଏବଂ ମାନ ସମ୍ମାନ ମିଳିବ। ପ୍ରେମୀ ଏବଂ ପ୍ରେମିକ ମାନେ ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ। ଦାମ୍ଫତ୍ୟ ଜୀବନରେ ସୁଖର ଲହରୀ ଖେଳିବ। ଶିକ୍ଷା କ୍ଷେତ୍ରରେ ଆପଣ ଉନ୍ନତି କରିବେ। ପରିବାରରେ ମାଙ୍ଗଳିକ କାର୍ଯ୍ୟ ହେବ ଏବଂ ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ। ବ୍ୟବସାୟରେ ଉଚିତ ଲାଭ ପ୍ରାପ୍ତ କରିବେ। କୌଣସି ନୂତନ ପ୍ରଜେକ୍ଟର ଯୋଜନା କରିପାରନ୍ତି। ଯାତ୍ରା ସମୟରେ କୌଣସି ଶୁଭ ସମାଚାର ମିଳିବ। ଗୃହରେ ନୂତନ ବସ୍ତୁ କ୍ରୟ କରିପାରନ୍ତି। ପ୍ରେମ ସମ୍ବଦ୍ଧରେ ଅଧିକ ଘନିଷ୍ଠତା ଆସିବ।

ବୃଷ ରାଶି। ଏହି ରାଶିର ଜାତକଙ୍କୁ ରାକ୍ଷୀ ପୂର୍ଣ୍ଣିମାରେ ମା ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତି ହେବ ତା ସହିତ ଉନ୍ନତିରେ ବହୁତ ଶୁଭ ଫଳ ମିଳିବ। ବ୍ୟବସାୟରେ ଲାଭବାନ ହେବେ। ପାରିବାରିକ ସୁଖ ଶାନ୍ତି ପ୍ରାପ୍ତି ହେବ। ଅଚାନକ ଗୁପ୍ତ ଧନ ପ୍ରାପ୍ତିର ମଧ୍ୟ ଯୋଗ ବନୁଅଛି।

କନ୍ୟା ରାଶି। ଏହି ରାଶିର ଜାତକଙ୍କୁ ମା ଲକ୍ଷ୍ମୀଙ୍କର ଅଦ୍ଭୁତ କୃପା ପ୍ରାପ୍ତ ହେବ ଏବଂ ସେମାନଙ୍କର ଜୀବନ ସୁଖମୟ ହେବାକୁ ଯାଉଛି। ମା ଲକ୍ଷ୍ମୀଙ୍କ କୃପାରୁ ଭାଗ୍ୟ ମଧ୍ୟ ଖୋଲିଯିବ। ସେଥିପାଇଁ ପରିଶ୍ରମ ଜାରି ରଖନ୍ତୁ। ଉତ୍ତମ ଫଳ ନିଶ୍ଚୟ ପ୍ରାପ୍ତ ହେବ। ସମାଜରେ ପ୍ରତିଷ୍ଠିତ ହେବେ। ସ୍ୱାସ୍ଥ୍ୟ ଭଲ ରହିବ।

ତୁଳା ରାଶି। ଏହି ରାଶିର ଲୋକଙ୍କର ଆଗାମୀ ସମୟରେ ନୂତନ ଯୋଜନା କରିବାର ସୁଯୋଗ ରହିଛି। ତା ସହିତ ମା ଲକ୍ଷ୍ମୀଙ୍କର ବିଶେଷ କୃପା ଯୋଗୁ ଏମାନଙ୍କର ଭାଗ୍ୟ ରାକ୍ଷୀ ପୂର୍ଣ୍ଣିମା ଠାରୁ ସମ୍ପୂର୍ଣ୍ଣ ଭାବେ ବଦଳିବାକୁ ଯାଉଛି। ଗୁପ୍ତ ଧନର ଅଚାନକ ପ୍ରାପ୍ତିର ଯୋଗ ବନୁଅଛି। ବ୍ୟବସାୟରେ ବିଶେଷ ରୂପେ ଉନ୍ନତି ହେବ।

ସିଂହ ରାଶି। ଏହି ରାଶିର କୁଣ୍ଡଳୀରେ ମହାସଂଯୋଗ ଯୋଗୁ ଗ୍ରହ ମାନଙ୍କର ଅବସ୍ଥାନ ଫଳରେ ଶୁଭ ଫଳ ମିଳିବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ମା ଲକ୍ଷ୍ମୀଙ୍କ କୃପାରୁ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ହୋଇଯିବ। ଅଚାନକ ବଡ଼ ଧରଣର ଖୁସି ଖବର ମିଳିବାକୁ ଯାଉଛି ଯାହା ଫଳରେ ଆପଣଙ୍କ ଭାଗ୍ୟକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେବ।

କୁମ୍ଭ ରାଶି। ଏହି ରାଶିର ଜାତକଙ୍କ ପାଇଁ ଏହି ରାକ୍ଷୀ ପୂର୍ଣ୍ଣିମାର ମହାସଂଯୋଗ ଯୋଗୁ ସମସ୍ତ ପ୍ରକାରର ସମୟ ମା ଲକ୍ଷ୍ମୀଙ୍କ କୃପାରୁ ଭଲ ସାବ୍ୟସ୍ତ ହେବ। ଏହା ସହିତ ମା ଲକ୍ଷ୍ମୀଙ୍କର ବିଶେଷ କୃପା ପାଇଁ ଏହି ରାଶିର ବ୍ୟକ୍ତିଙ୍କର ଭାଗ୍ୟ ବଦଳିବାକୁ ଯାଉଛି। ତା ସହିତ ଇଛା ମୁତାବକ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ ଯାହା ଦ୍ୱାରା ବିଶେଷ ଭାବରେ ସଫଳତା ପ୍ରାପ୍ତ ହେବ। ଏମାନଙ୍କର ଭାଗ୍ୟ ଖୋଲିବାର ସମ୍ଭାବନା ରହିଛି ସେଥିପାଇଁ ଧର୍ଯ୍ୟ ସହକାରେ କାର୍ଯ୍ୟ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *