Excuse Me Odisha

ଯାହା କହିବୁ ସତ କହିବୁ

ଅଗଷ୍ଟ ମାସରେ ଏହି ରାଶିର ଲୋକଙ୍କ ଉପରେ କୃପା ଦୃଷ୍ଟି ରଖିବାକୁ ଯାଉଛନ୍ତି ଶୁକ୍ର ଗ୍ରହ। କୋଟିପତି ହେବାର ମିଳିବ ସୁଯୋଗ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର ସ୍ଥିତି ପରିବର୍ତ୍ତନ ଯୋଗୁଁ ଏହାର ଶୁଭ ପ୍ରଭାବ ରାଶିଚକ୍ରରେ ଥିବା ୧୨ ଗୋଟି ରାଶିର ଲୋକଙ୍କ ଉପରେ ପଡ଼ିଥାଏ। ଅଗଷ୍ଟ ୭ ତାରିଖ ସକାଳ ୫ ଘଟିକା ସମୟରେ ଶୁକ୍ର ଗ୍ରହ କର୍କଟ ରାଶିରେ ଗୋଚର କରିବାକୁ ଯାଉଛନ୍ତି। ଶୁକ୍ର ଗ୍ରହ ପ୍ରେମ, ସୁଖ ସୁବିଧା , ବୈଭବ, ଦାମ୍ପତ୍ୟ ଜୀବନର କାରକ ଗ୍ରହ ବୋଲି ମାନା ଯାଇଛି। କର୍କଟ ରାଶିରେ ଶୁକ୍ର ଗ୍ରହ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ରହିବେ। ଅଗଷ୍ଟ ୭ ତାରିଖରୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଖାସ ୫ ଗୋଟି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ। ଏମାନଙ୍କୁ ଜୀବନରେ ସବୁ କ୍ଷେତ୍ରରେ ସଫଳତା ମିଳିବ।

ମେଷ ରାଶି :-

ଶୁକ୍ର ଗ୍ରହର ଗୋଚର ମେଷ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ। ଭାଗ୍ୟ ବଳରେ ଆପଣ ସବୁ କାର୍ଯ୍ୟରେ ସଫଳତା ହାସଲ କରିବେ। ଆପଣ ଅନ୍ୟକୁ ଉଧାର ଦେଇଥିବା ଟଙ୍କା ଫେରସ୍ତ ପାଇବେ। ଘରର ଆର୍ଥିକ ପରିସ୍ଥିତି ସୁଧୁରି ଯିବ। ଅଧିକ ଅର୍ଥ ଉପାର୍ଜନ କରିବା ପାଇଁ ଆପଣ ସବୁ ପ୍ରକାର ପ୍ରୟାସ କରିବେ। ବ୍ୟବସାୟରେ କୌଣସି ବଡ଼ ଡିଲ ସମ୍ପନ୍ନ ହୋଇପାରେ। ଆପଣଙ୍କ କାର୍ଯ୍ୟ ଶୈଳୀ ଦେଖି ଲୋକେ ଆପଣଙ୍କୁ ପ୍ରଶଂସା କରିବେ।

ବୃଷ ରାଶି :-

ଶୁକ୍ର ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ।ଆପଣଙ୍କୁ କୌଣସି ଶୁଭ ସମାଚାର ମିଳିବାର ସମ୍ଭାବନା ରହିଛି। ଯଦି ଆପଣ କୌଣସି ନୂଆ ବ୍ୟାପାର ଆରମ୍ଭ କରିବାକୁ ଚାହୁଁଛନ୍ତି, ତାହେଲେ ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ରହିଛି।ବିବାହିତ ଲୋକଙ୍କର ବୈବାହିକ ଜୀବନ ଅତ୍ୟନ୍ତ ସୁଖମୟ ରହିବ। କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଗୁରୁଜନଙ୍କ ଆଶୀର୍ବାଦ ଗ୍ରହଣ କରନ୍ତୁ। ଆପଣଙ୍କର ଭୌତିକ ସୁଖ ସୁବିଧାରେ ବୃଦ୍ଧି ହେବ। ଯଦି ଆପଣ ଚାକିରି ପାଇଁ ଆବେଦନ କରିଛନ୍ତି, ତାହେଲେ ଆପଣଙ୍କ ଆଶା ପୂରଣ ହେବ।

ମିଥୁନ ରାଶି :-

ଶୁକ୍ର ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କର ଭାଗ୍ୟ ବଦଳାଇ ଦେବ।ଆପଣଙ୍କ ଜୀବନ ହସଖୁସିରେ ଭରି ଯିବ। ପରିବାର ଲୋକଙ୍କ ସହିତ ଆପଣ ଉତ୍ତମ ସମୟ ଅତିବାହିତ କରିବେ।ଘରେ କୌଣସି ମାଙ୍ଗଳିକ କାର୍ଯ୍ୟର ଆୟୋଜନ ହୋଇପାରେ। ଅବିବାହିତ ଲୋକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ। ଘରୋଇ ଖର୍ଚ୍ଚ ବଢିପାରେ।ସନ୍ତାନ ସୁଖ ଭୋଗ କରି ପାରନ୍ତି। ପରିବାର ଲୋକେ ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ।କୌଣସି ଦୂର ସ୍ଥାନକୁ ଆପଣ ପରିବାର ସହିତ ଭ୍ରମଣରେ ଯାଇ ପାରନ୍ତି।

କନ୍ୟା ରାଶି :-

ଏହି ରାଶିର ଲୋକଙ୍କ ଉପରେ ଶୁକ୍ର ଗ୍ରହର ଗୋଚର ଯୋଗୁଁ ଶୁଭ ପ୍ରଭାବ ପଡ଼ିବାକୁ ଯାଉଛି। ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ। ନୂତନ ସଂପତ୍ତି ବା ବହନ କ୍ରୟ କରି ପାରନ୍ତି।ଯଦି ଆପଣ କୌଣସି ସ୍ଥାନରେ ଟଙ୍କା ନିବେଶ କରିବାକୁ ଚାହୁଁଛନ୍ତି, ତାହେଲେ ଏହି ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ ରହିଛି। ଶାରୀରିକ ଓ ମାନସିକ ରୂପରେ ଆପଣ ସୁସ୍ଥ ରହିବେ। ସମାଜରେ ଆପଣଙ୍କର ମାନସମ୍ମାନ ଓ ପ୍ରତିଷ୍ଠା ବଜାୟ ରହିବ।

ତୁଳା ରାଶି:-

ଶୁକ୍ର ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। କ୍ୟାରିୟରରେ ଆପଣ ଅଗ୍ରଗତି କରିବେ। ରୋଜଗାର ନଥିବା ଲୋକଙ୍କୁ ଆଶାନୁରୂପ ଚାକିରି ମିଳିବ। ଚାକିରି କ୍ଷେତ୍ରରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। କୌଣସି ପୁରୁଣା ବନ୍ଧୁଙ୍କ ସହିତ ଦେଖା ସାକ୍ଷାତ ହୋଇପାରେ। ବିବାହିତ ଲୋକଙ୍କର ବୈବାହିକ ଜୀବନ ସୁଖମୟ ରହିବ । କୋର୍ଟ କଚେରୀ ମାମଲା ଆପଣଙ୍କ ସପକ୍ଷରେ ରହିବ। ପରିବାର ଲୋକେ ଶାରୀରିକ ରୂପରେ ସୁସ୍ଥ ରହିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *