Excuse Me Odisha

ଯାହା କହିବୁ ସତ କହିବୁ

ମହିଳାମାନେ ଶୁକ୍ରବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି ୬ ଟି କାମ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶୁକ୍ରବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି ୬ ଟି କାମ।

ବନ୍ଧୁଗଣ ସୁଖ ଏବଂ ଦୁଃଖ ମନୁଷ୍ୟଙ୍କ ପରିପକ୍ୱ ଅଙ୍ଗ ଅଟେ। ମନୁଷ୍ୟ ସୁଖ ସମୃଦ୍ଧି ଏବଂ ଐଶ୍ୱର୍ଯ୍ୟ ପାଇବା ପାଇଁ କଠିନ ପରିଶ୍ରମ କରିଥାଏ କିନ୍ତୁ ଅନେକ ଥର ନିଷ୍ଠା ଏବଂ ପରିଶ୍ରମର ସହିତ କାର୍ଯ୍ୟ କରିଲେ ବି ବ୍ୟକ୍ତିକୁ ଉଚିତ ଲାଭ ମିଳିପାରିନଥାଏ। ଅସଫଳତାର ପ୍ରଭାବ ଘରର ପରିବେଶ ଉପରେ ବି ପଡିଥାଏ। ବାଦ ବିବାଦ କ୍ଳେଶ କଳହ ବଢିଯାଇଥାଏ। ପର୍ଯ୍ୟାପ୍ତ ଟଙ୍କା ନେହେବା କାରଣରୁ ଘରେ ଆର୍ଥିକ ସଙ୍କଟ ଉତ୍ପନ୍ନ ହୋଇଥାଏ।

ଟଙ୍କାର ଅଭାବ ମାନସିକ ସ୍ୱାସ୍ଥ୍ୟ ଉପରେ ପଡିଥାଏ। ସମ୍ପର୍କରେ ଦୂରତା ଆସିଥାଏ। ସମାଜରେ ବ୍ୟକ୍ତିର ମାନ ସମ୍ମାନର ଅଭାବ ଆସିଥାଏ। ଏଭଳି ଚିନ୍ତାର କାରଣ ଘରେ ଥିବା ନକରାତ୍ମକ ଉର୍ଜା ହୋଇପାରେ। ଘରେ ନକରାତ୍ମକ ଉର୍ଜା ବୃଦ୍ଧି ହେଲେ ଅନେକ ପ୍ରକାରର ସମସ୍ୟା ଉତ୍ପନ୍ନ ହୋଇଥାଏ। ଏହି ନକରାତ୍ମକ ଉର୍ଜାକୁ କମ କରିବା ପାଇଁ କିଛି ଖାସ ଉପାୟ କରିପାରିବେ। ଆଜି ଆମେ ଶୁକ୍ରବାର ଦିନ କରାଯାଉଥିବା ଉପାୟ ବିଷୟରେ ଆଲୋଚନା କରିବୁ।

ଶୁକ୍ରବାର ଦିନକୁ ଧନର ଦେବୀ ମା ଲକ୍ଷ୍ମୀଙ୍କ ଦିନ ମାନାଯାଇଛି। ଏହି ଦିନ ମାଙ୍କୁ ସମର୍ପିତ ଅଟେ। ଏଥିପାଇଁ ଏହି ଦିନ ଘରର ସୁଖ ସମୃଦ୍ଧି ପାଇଁ ମା ଲକ୍ଷ୍ମୀଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଏ। ମା ଲକ୍ଷ୍ମୀ ପ୍ରସନ୍ନ ହୋଇ ମଙ୍ଗଳ କରିଥାନ୍ତି କିନ୍ତୁ ଯଦି ଆପଣ ଏହି ଦିନ କିଛି ବିଶେଷ କାର୍ଯ୍ୟ କରନ୍ତି ତ ଏହା ଦ୍ବାରା ଧନର ନାଶ ହେବାର ସମ୍ଭାବନା ସବୁବେଳେ ରହିଥାଏ।

ଆସନ୍ତୁ ମାନ୍ୟତା ଅନୁସାରେ କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ। ନଚେତ ଦୋଷ ଲାଗିଥାଏ। ଦେବତା ଆମ ଉପରେ କ୍ରୋଧିତ ହୋଇଯାନ୍ତି। ଆମକୁ ପୂଜାପାଠରେ ଯେଉଁ ଫଳ ମିଳିଥାଏ କିନ୍ତୁ ଏମିତି କିଛି ବିଶେଷ ଦିନରେ କିଛି ଭୁଲ କରି ବସିଥାଉ ଯାହା କରିବା ଦ୍ୱାରା ଆମେ ଯାହାବି କରିଥାଉ ବିଫଳ ହୋଇଯାଇଥାଏ ଏବଂ ତାର ଫଳ ଆମକୁ ମିଳିନଥାଏ।

ବିବାହିତ ମହିଳା ଯେଉଁ ବି ମନ୍ଦିରକୁ ଯିବେ ବିଶେଷ କରି ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କ ପୂଜା ଆଦି କରନ୍ତି ଯଦି ଆପଣ ବିବାହିତ ସୁହାଗିନୀ ମହିଳା ତେବେ ଏହି କଥାର ଧ୍ୟାନ ଦେବେ କି ନିଜ ମଥାକୁ ଖୋଲା କରି ମା ଲକ୍ଷ୍ମୀଙ୍କ ପୂଜା କରିବା ଉଚିତ ନୁହେଁ। ଯେବେବି ଦେବୀ ଦେବତାଙ୍କ ଆଶୀର୍ବାଦ ନେବେ ନିଜର ପିତୃଙ୍କର ଆଶୀର୍ବାଦ ନେବେ ଗୁରୁଜନଙ୍କ ଆଶୀର୍ବାଦ ନେବେ ମଥାରେ ଓଢଣୀ ରଖିବା ଉଚିତ ନଚେତ ସେହି ପୂଜାର ଦୋଷ ଲାଗିଥାଏ।

ପୂଜାରେ ଯେଉଁବି ଜିନିଷ ବ୍ୟବହାର କରିବେ ଖାସ କରି ଶୁକ୍ରବାର ଦିନ ତାହା ଶୁଦ୍ଧ ଏବଂ ସ୍ୱାତିକ ହେବା ଉଚିତ। ଏହାକୁ ଅପରିଷ୍କାର ହାତରେ ଉପଯୋଗ କରିବେ ନାହିଁ।

ସମସ୍ତ ଦେବୀ ଦେବତାଙ୍କୁ ପଶୁପକ୍ଷୀ ବହୁତ ପ୍ରିୟ ଅଟେ। ପକ୍ଷୀ ମାନଙ୍କୁ ଚାଉଳ ଦାନା ଖାଇବାକୁ ଦେଲେ ବ୍ୟକ୍ତିର କରଜ କମ ହେବାକୁ ଲାଗିଥାଏ। ଆଉ ଅନେକ ସୁଖର ପ୍ରାପ୍ତ ହୋଇଥାଏ। ସବୁକିଛି ଶୁଭ ହୋଇଥାଏ। କିନ୍ତୁ ଯଦି ଶୁକ୍ରବାର ଦିନ କୌଣସି ବି ପଶୁପକ୍ଷୀଙ୍କୁ ହତ୍ୟା କରନ୍ତି ତେବେ ମା ଲକ୍ଷ୍ମୀ କ୍ରୋଧିତ ହୋଇଯାନ୍ତି।

ଶୁକ୍ରବାର ଦିନ ଯଦି ଘରର ମୁଖ୍ୟ ଦ୍ୱାର କିମ୍ବା ପୂଜା ଘରେ ଝିଟିପିଟିର ଦର୍ଶନ ହୋଇଯାଏ ତେବେ ଏହାକୁ ବହୁତ ଶୁଭ ବୋଲି ମାନାଯାଏ। ସେଥିପାଇଁ ଏହାକୁ କେବେବି ଘରୁ ବାହାର କରନ୍ତୁ ନାହିଁ ନଚେତ ଦାମ୍ପତ୍ୟ ଜୀବନରେ ମଧୁରତା ଆସିନଥାଏ। ଜୀବନରେ କେବେବି ସୁଖ ଦେଖିବାକୁ ମିଳିନଥାଏ।

ମା ଲକ୍ଷ୍ମୀଙ୍କୁ ଘରକୁ ଆମନ୍ତ୍ରଣ କରିବା ପାଇଁ ଘରେ ଶୁକ୍ରବାର ଦିନ ମିଠା ନିଶ୍ଚୟ ପ୍ରସ୍ତୁତ କରନ୍ତୁ। ଅଟା ହଳଦୀର ହାଲୁଆ କରନ୍ତୁ କିମ୍ବା ଗୁଡ଼ ସହିତ କିମ୍ବା ଚାଉଳ କ୍ଷୀରି ମଧ୍ୟ ପ୍ରସ୍ତୁତ କରିପାରିବେ। ସନ୍ଧ୍ୟ ପରେ ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କୁ ଏହାର ଭୋଗ ଅର୍ପଣ କରିବା ଉଚିତ। ଯଦି ଏହିସବୁ ନଥାଏ ତେବେ ଚିନିର ମଧ୍ୟ ଭୋଗ ଲଗାଇ ପାରିବେ। ସପ୍ତାହରେ ଥରେ ଭଗବାନଙ୍କୁ ମିଠା ଜିନିଷ ଭୋଗ ଅର୍ପଣ କରିବେ।

ଶୁକ୍ରବାର ଦିନ କିଛି କାର୍ଯ୍ୟ କରିବାକୁ ବର୍ଜିତ ମାନାଯାଇଛି।

ଶୁକ୍ରବାର ଦିନ ପୋଛା ଲଗାଇବା ଉଚିତ ନୁହେଁ। ଯଦି ପୋଛା ଲଗାଇବେ ତେବେ ପାଣିରେ ଲୁଣ ମିଶାଇ ପୋଛା କରନ୍ତୁ।

ଶୁକ୍ରବାର ଦିନ ସୂର୍ଯ୍ୟାସ୍ତ ପରେ ଝାଡୁ ଲଗାଇବା ଉଚିତ ନୁହେଁ।

ଶୁକ୍ରବାର ଦିନ କେବେବି ସ୍ୱାମୀ ସ୍ତ୍ରୀ ଝଗଡା କରିବା ଉଚିତ ନୁହେଁ। ପରସ୍ପରକୁ ସମ୍ମାନ ଦେବା ଉଚିତ।

ଶାସ୍ତ୍ରରେ ମା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କୁ କହିଥିଲେ ଯେଉଁ ଘରେ ମହିଳାଙ୍କ ସମ୍ମାନ ହୋଇଥାଏ ସେହି ଘରେ ସର୍ବଦା ମୋର ବାସ ହୋଇଥାଏ।

ଘରେ ଯଦି କଳା ପିମ୍ପୁଡି ଗୋଲାକାର କିମ୍ବା ଲମ୍ବା ଲାଇନ ଧରି ଚାଲୁ ଥିବାର ଦେଖନ୍ତି ତ ବହୁତ ଶୁଭ ମାନାଯାଏ। ଏହା ମା ଲକ୍ଷ୍ମୀଙ୍କ ଆସିବାର ସଂକେତ ଦେଇଥାଏ। ଏଥିପାଇଁ ପିମ୍ପୁଡି ମାନଙ୍କୁ କିଛି ମିଠା ପଦାର୍ଥ ଖାଇବାକୁ ଦିଅନ୍ତୁ।

ଶୁକ୍ରବାର ଦିନ ମହିଳା କନ୍ୟା କିନ୍ନର ମାନଙ୍କର ଅପମାନ କେବେବି କରିବା ଉଚିତ ନୁହେଁ। ସେମିତିରେ ତ କେବେବି କାହାରି ଅପମାନ କରିବା ଉଚିତ ନୁହେଁ।

ଶୁକ୍ରବାର ଦିନ କେବେବି କାହାରିକୁ ଚିନି ଦେବେ ନାହିଁ। ଏମିତି କଲେ ଶୁକ୍ର ଗ୍ରହ କମଜୋର ହୋଇଯାଏ। ଆଉ ଜୀବନରେ ସୁଖ ସମୃଦ୍ଧି ଧନ ବୈଭବ ସବୁ ନଷ୍ଟ ହୋଇଯାଏ।

ଶୁକ୍ରବାର ଦିନ ଟଙ୍କା କରଜ ନେଲେ କିମ୍ବା କାହାରିକୁ କରଜ ଦେଲେ ଘରର ଲକ୍ଷ୍ମୀ ଚାଲିଯାଏ। ଖାସ କରି ଶୁକ୍ରବାର ଦିନ ଟଙ୍କାର କାରବାର କରିବା ଉଚିତ ନୁହେଁ।

ଶୁକ୍ରବାର ଦିନ ଘରକୁ ଭଲ ଭାବରେ ସଫା ସୁତରା କରିବା ଉଚିତ। ମା ଲକ୍ଷ୍ମୀ ବହୁତ ପ୍ରସନ୍ନ ହୋଇଥାନ୍ତି।

ଶୁକ୍ରବାର ଦିନ ପ୍ଲାଷ୍ଟିକ ଜିନିଷ କିଣନ୍ତୁ ନାହିଁ। ଏହା ଦ୍ବାରା ରାହୁ ଦୋଷ ଉତ୍ପନ୍ନ ହୋଇଥାଏ।

ଏହି ଦିନ ତାମସିକ ଭଜନ କରିବା ଉଚିତ ନୁହେଁ ଯେମିତିକି ମଦ ମାଂସ ମାଛ କିମ୍ବା ଖରାପ ଖାଦ୍ୟର ସେବନ କରିବେ ନାହିଁ।

ଶୁକ୍ରବାର ଦିନ କିଛି ଜିନିଷ ଦାନ କରିଲେ ଶୁଭ ହୋଇଥାଏ।

ଶୁକ୍ରବାର ଦିନ ଅନ୍ନଦାନ କରନ୍ତୁ। ଏମିତି କରିଲେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।

ଶୁକ୍ରବାର ଦିନ ଏହି ଜିନିଷ କେବେବି କାହାରିକୁ ଦେବେ ନାହିଁ।

ଶୁକ୍ରବାର ଦିନ ଚାନ୍ଦିର ନିର୍ମିତ ଜିନିଷ କାହାରିକୁ ବି ଦାନ କରିବେ ନାହିଁ।

ଶୁକ୍ରବାର ଦିନ କ୍ଷୀର ଦହି ଚିନି କେବେବି କାହାରିକୁ ଦାନ କରନ୍ତୁ ନାହିଁ।

ଶୁକ୍ରବାର ଦିନ ବ ରଖୁଥିଲେ ଶାରୀରିକ ସମ୍ବଦ୍ଧ ବନେଇବେ ନାହିଁ। ନଚେତ ମା ଲକ୍ଷ୍ମୀଙ୍କର କ୍ରୋଧର ସାମ୍ନା କରିବାକୁ ପଡିପାରେ।

ଶୁକ୍ରବାର ଦିନ ତୁଳସୀ ପତ୍ର ତୋଳିବେ ନାହିଁ। ନଚେତ ମା ଲକ୍ଷ୍ମୀ କ୍ରୋଧିତ ହୋଇପାରନ୍ତି। ଯଦି ମା ଲକ୍ଷ୍ମୀଙ୍କୁ ତୁଳସୀ ପତ୍ର ଅର୍ପଣ କରିବାକୁ ଚାହୁଁଛନ୍ତି ତେବେ ତୁଳସୀ ଗଛ ମୂଳରେ ପଡିଥିବା ତୁଳସୀ ପତ୍ରକୁ ଧୋଇ କରି ଅର୍ପଣ କରିବେ। ଏହା ଦ୍ବାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।

ଶୁକ୍ରବାର ଦିନ ଗାଈ କ୍ଷୀରରେ ମିଠା ପ୍ରସ୍ତୁତ କରିବେ ନାହିଁ କି ଖାଇବେ ନାହିଁ। ନଚେତ ଏହା ଦ୍ବାରା ମା ଲକ୍ଷ୍ମୀ ବହୁତ ଅଧିକ କ୍ରୋଧିତ ହୋଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *