Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ ଶ୍ରୀକୃଷ୍ଣ ନିଜେ କହିଛନ୍ତି – ମୃତ୍ୟୁ ପୂର୍ବରୁ ମିଳିଥାଏ ମନୁଷ୍ୟଙ୍କୁ ଏହି ୭ ଟି ସଂକେତ ! ଜାଣନ୍ତୁ କଣ କଣ ?

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଭଗବାନ ଶ୍ରୀକୃଷ୍ଣ କୁହନ୍ତି ମୃତ୍ୟୁ ପୂର୍ବରୁ ମିଳିଥାଏ ମନୁଷ୍ୟଙ୍କୁ ଏହି ୭ ଟି ସଂକେତ।

ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଆତ୍ମା ଅମର ଅଟେ। ଆତ୍ମାକୁ କେହି ଜଳେଇ ପାରିବ ନାହିଁ ପାଣିରେ ଧୋଇ ପାରିବ ନାହିଁ ଏବଂ ପବନ ସୁଖେଇ ପାରିବ ନାହିଁ। ଏହାର ଅର୍ଥ ଆତ୍ମା ଅମର ଅଟେ ଏହାକୁ କେହି ବି ମାରି ପାରିବ ନାହିଁ। କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ମନୁଷ୍ୟଙ୍କ ଶରୀର ଅମର ଅଟେ। ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି ଯାହାର ଜନ୍ମ ହୋଇଛି ତାର ମୃତ୍ୟୁବି ନିଶ୍ଚିତ ଅଟେ। ତାର ମୃତ୍ୟର ସମୟ ତାର ଜନ୍ମ ସମୟରେ ହିଁ ନିର୍ଧାରିତ ହୋଇଯାଇଥାଏ

ସମସ୍ତ ମନୁଷ୍ୟ ମୃତ୍ୟୁ ସହିତ ଜଡ଼ିତ ଗୁପ୍ତ କଥା ଜାଣିବା ପାଇଁ ଚାହିଁଥାଏ ଯେ ମୃତ୍ୟୁ ଆସିବା ପୂର୍ବରୁ କେଉଁ ସଂକେତ ମିଳିଥାଏ। ମୃତ୍ୟୁ ସମୟରେ କଣ ଅନୁଭୁବ ହୋଇଥାଏ ଏବଂ ମୃତ୍ୟୁ ପରେ କଣ ହୋଇଥାଏ। ଏହା ବିଷୟରେ ଗରୁଡ଼ ପୁରାଣରେ ଭଗବାନ ଶ୍ରୀକୃଷ୍ଣ ଗରୁଡ଼ଙ୍କୁ ମୃତ୍ୟୁ ସହିତ ଜଡ଼ିତ ବହୁତ ମହତ୍ତ୍ୱପୂର୍ଣ୍ଣ ରହସ୍ୟ କହିଛନ୍ତି।

ମୃତ୍ୟୁ ପୂର୍ବରୁ କେଉଁ ସବୁ ସଂକେତ ମୃତ୍ୟୁ ପରେ କେମିତି ଆତ୍ମା ଶରୀରରୁ ଯାଇଥାଏ ଏବଂ ମୃତ୍ୟୁ ପରେ ଆତ୍ମା କେଉଁଠିକି ଯାଇଥାଏ କେମିତି ପୁନର୍ଜନ୍ମ ପ୍ରାପ୍ତ ହୋଇଥାଏ ଏହି ବିଷୟରେ ଭଗବାନ ଶ୍ରୀକୃଷ୍ଣ ଗରୁଡ଼ଙ୍କୁ ବହୁତ ଭଲ ଭାବରେ ମହତ୍ତ୍ୱପୂର୍ଣ୍ଣ ଜ୍ଞାନ ଦେଇଛନ୍ତି।

ମୃତ୍ୟୁ ଆସିବା ପୂର୍ବରୁ କିଛି ଏମିତି ସଂକେତ ଦେଇଥାଏ କି ଏହା ଦ୍ବାରା ମନୁଷ୍ୟକୁ ଜଣା ପଡିଯିବ କି ତାର ମୃତ୍ୟୁ ହେବାକୁ ଯାଉଛି। ଭଗବାନ ଶ୍ରୀକୃଷ୍ଣ ଏମିତି ୫ ଟି ସଂକେତ ଦେଇଛନ୍ତି। ଯେଉଁଥିରେ ମନୁଷ୍ୟ ଜିନର ମୃତ୍ୟୁ ବିଷୟରେ ଜାଣିପାରିବ। ଭଗବାନ ଶ୍ରୀକୃଷ୍ଣଙ୍କ ଅନୁସାରେ ଏହି ସଂକେତ ମାଧ୍ୟମରେ ମନୁଷ୍ୟକୁ ନିଜର ମୃତ୍ୟର ସମୟ ଜାଣି ନିଜର ପରିବାର ଲୋକ ଏବଂ ପ୍ରିୟ ଲୋକଙ୍କ ସହିତ ଶେଷ କଥା ହୋଇପାରିବ। ଯାହା କେବଳ ମୃତ୍ୟର କିଛି ସମୟ ପୂର୍ବରୁ କରାଯାଇପାରିବ। ତେବେ ଆସନ୍ତୁ ଜାଣିନେବା ସେହି ୫ ଟି ସଂକେତ ବିଷୟରେ।

ଜୀବନସାରାର କର୍ମ ଦେଖାଦେବା। ଭଗବାନ ଶ୍ରୀକୃଷ୍ଣଙ୍କ ଅନୁସାରେ ଯେଉଁ ମନୁଷ୍ୟର ମୃତ୍ୟୁ ହେବାକୁ ଥାଏ ସେହି ମନୁଷ୍ୟକୁ ୧ ଘଣ୍ଟା ପୂର୍ବରୁ ନିଜ ଜୀବନରେ କରିଥିବା ସବୁ ଛୋଟ ବଡ଼ କର୍ମ ଦେଖାଦେବାକୁ ଲାଗିଥାଏ। ତାକୁ ତାର ନିଜ ଜୀବନରେ କରିଥିବା ପାପ ଏବଂ ପୁଣ୍ୟର ପରିବାର ଏବଂ ବନ୍ଧୁଙ୍କ ସହିତ ବିତାଇଥିବା ସମୟ ଦେଖାଦେବାକୁ ଲାଗିଥାଏ ଏବଂ ମନୁଷ୍ୟ ଧ୍ୟାନ ଯଜ୍ଞ ଆଡ଼କୁ ପହଁଚି ଯାଇଥାଏ। ଯେଉଁଠି ତାକୁ ମାତ୍ର କର୍ମ ହିଁ ଦେଖା ଦେଇଥାଏ। ତାକୁ ଅନୁଭବ ହୋଇନଥାଏ କି ସେ କେଉଁଠି ବସିଛି ଆଉ ତାର ଆଖପାଖରେ କିଏ ବସିଛି। ଏହି ସଂକେତ କିଛି ସମୟ ପାଇଁ ହୋଇଥାଏ ଯାହା ପରେ ସେ ମନୁଷ୍ୟ ପୁଣି ଚେତନାରେ ଆସିଯାଏ।।

ସ୍ୱପ୍ନରେ ସ୍ୱର୍ଗ ଏବଂ ନର୍କର ଦ୍ୱାର ଦେଖାଦେବା। ମନୁଷ୍ୟର ଦ୍ୱିତୀୟ ସଂକେତ ଅଟେ କି ତାକୁ ତାର ସ୍ୱପ୍ନରେ ସ୍ୱର୍ଗ କିମ୍ବା ନର୍କର ଦ୍ୱାର ଦେଖାଦେଇଥାଏ। ଏହି ପ୍ରକାରର ସ୍ୱପ୍ନ ମନୁଷ୍ୟକୁ ତାର ମୃତ୍ୟୁର ଗୋଟେ ଦିନ ପୂର୍ବରୁ ଆସିଥାଏ। ତାକୁ ତାର ସ୍ବପ୍ନରେ ସ୍ୱର୍ଗର ଦ୍ୱାର ଏବଂ ନର୍କର ଦ୍ୱାର ବାରମ୍ବାର ଦେଖାଦେବାକୁ ଲାଗିଥାଏ। ଆଉ ସେ ମନୁଷ୍ୟ ଦ୍ୱାର ବାହାରେ ଅପେକ୍ଷା କରି ଛିଡା ହୋଇଥାଏ। ସ୍ୱପ୍ନରେ ମନୁଷ୍ୟକୁ ନାଁ କେବଳ ନର୍କରେ ସଜା ଦେବା ଦେଖାଯାଏ ନାଁ ସ୍ଵର୍ଗରେ ମିଳିବାକୁ ଥିବା ସୁଖ। ତାକୁ ମାତ୍ର ସ୍ଵର୍ଗରେ ଏବଂ ନର୍କରେ ପ୍ରବେଶ କରୁଥିବା ବିଶାଳକାୟ ଦ୍ୱାର ଦେଖାଯାଏ।

ଯମରାଜଙ୍କ ଦୂତ ରହିବାର ଅନୁଭବ। ଭଗବାନ ଶ୍ରୀକୃଷ୍ଣଙ୍କ ଅନୁସାରେ ଯେଉଁ ମନୁଷ୍ୟର ମୃତ୍ୟୁ ହେବାର ଥିବ ତାକୁ ୧ ଘଂଟା ପୂର୍ବରୁ ତାର ଆଖପାଖରେ ଯମରାଜଙ୍କ ଦୂତ ରହୁଥିବାର ଅନୁଭବ ହୋଇଥାଏ। ସେ ବ୍ୟକ୍ତି ଚିନ୍ତିତ ଅନୁଭବ କରିବାକୁ ଲାଗିଥାଏ।

ତାକୁ ଲାଗେ କି ତାର ପରିଜନଙ୍କ ବ୍ୟତୀତ ଆଉ କିଏ ବି ଅଛି କିନ୍ତୁ ସେ ବ୍ୟକ୍ତିକୁ ମାତ୍ର ୨୧ ସେକେଣ୍ଡ ରହିଥାଏ ତ ସେତେବେଳେ ତାକୁ ଯମରାଜଙ୍କ ଦୂତ ଦେଖାଯିବାକୁ ଲାଗିଥାନ୍ତି। ସେଥିପାଇଁ ଅନେକ ଲୋକ ଏହି ଦୂତ ମାନଙ୍କୁ ଦେଖି କାନ୍ଦିବାକୁ ଲାଗିଥାନ୍ତି। କିନ୍ତୁ ତାଙ୍କର ପରିଜନ ବୁଝିପାରନ୍ତି ନାହିଁ କି ବ୍ୟକ୍ତି କାହିଁକି କାନ୍ଦୁଛି ଆଉ ସେ ବ୍ୟକ୍ତିର କିଛି ସମୟ ଭିତରେ ମୃତ୍ୟୁ ହୋଇଯାଏ।

ନିଜର ପୁର୍ବଜଙ୍କୁ ସ୍ୱପ୍ନରେ ଦେଖିବା। ଗରୁଡ଼ ପୁରାଣ ଅନୁସାରେ ମୃତ୍ୟ ହେବାର ଏ ସବୁଠାରୁ ବଡ଼ ସଂକେତ ଅଟେ। ତାକୁ ତାର ମୃତ୍ୟୁର କିଛି ଦିନ ପୂର୍ବରୁ ହିଁ ତାକୁ ତାର ପୁର୍ବଜ ସ୍ୱପ୍ନରେ ଦେଖାଦେବାକୁ ଲାଗିଥାନ୍ତି। ଯେଉଁ ବ୍ୟକ୍ତିର ମୃତ୍ୟୁ ହେବାକୁ ଥାଏ ସେହି ବ୍ୟକ୍ତିର ପରିବାର ସଦସ୍ୟ ଯେଉଁ ମାନଙ୍କର ମୃତ୍ୟୁ ହୋଇସାରିଛି ସେମାନେ ସେହି ବ୍ୟକ୍ତିକୁ ବାରମ୍ବାର ଦେଖା ଦେଇଥାନ୍ତି କିଛି ଲୋକ ଏହାକୁ ପିତୃଦୋଷ ଲାଗିବାର ଅନୁମାନ କରିଥାନ୍ତି କିନ୍ତୁ ପୁର୍ବଜଙ୍କ ବାରମ୍ବାର ସ୍ୱପ୍ନରେ ଆସିବା ମୃତ୍ୟର ସଂକେତ ହୋଇଥାଏ।

ସ୍ୱପ୍ନରେ ପେଚା ଏବଂ ଜଳୁଥିବା କାଠ ଦେଖାଯିବା। ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଯେଉଁ ବ୍ୟକ୍ତିଙ୍କ ସ୍ୱପ୍ନରେ ପେଚା ଏବଂ ଜଳୁଥିବା କାଠ ଦେଖାଯାଏ ସେହି ବ୍ୟକ୍ତିର ମୃତ୍ୟୁ ବହୁତ ନିକଟତର ହୋଇଥାଏ। ଏମିତି ବ୍ୟକ୍ତିର ମୃତ୍ୟୁ ୨୧ ରୁ ୯୧ ଦିନ ମଧ୍ୟରେ ହୋଇଯାଇଥାଏ। ଏମିତି ବ୍ୟକ୍ତିଙ୍କୁ ତାଙ୍କର ବାକି ସମୟ ପରିବାର ପରିଜନଙ୍କ ସହିତ ବସି ପ୍ରେମରେ ବ୍ୟତୀତ କରିବା ଦରକାର ଏବଂ ତାର ଜୀବନରେ କରିଥିବା ଭୁଲକୁ ସୁଧାରି ନେବା ଉଚିତ। ସ୍ୱପ୍ନରେ ଜଳୁଥିବା କାଠ ନିଜର ଅର୍ଥିର ସଂକେତ ହୋଇଥାଏ। ସ୍ୱପ୍ନରେ ପେଚା ତାକୁ ତାର କାଳ କୁ ଦେଖା ଦେଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *