Excuse Me Odisha

ଯାହା କହିବୁ ସତ କହିବୁ

ଅଗଷ୍ଟ ମାସରୁ ଏହି ଭାଗ୍ୟଶାଳୀ ରାଶିର ଲୋକଙ୍କର ବଦଳିବାକୁ ଯାଉଛି ଭାଗ୍ୟ। ଦେବୀ ଲକ୍ଷ୍ମୀଙ୍କ କୃପାରୁ କୋଟିପତି ହେବାର ସୁଯୋଗ ମିଳିବ।

ସେୟାର୍ କରନ୍ତୁ

ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଧିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଏ। ଏହାର ଶୁଭ ବା ଅଶୁଭ ପ୍ରଭାବ ସିଧାସଳଖ ରାଶିଚକ୍ରରେ ଥିବା ୧୨ ଗୋଟି ରାଶିର ଲୋକଙ୍କ ଉପରେ ପଡ଼ିଥାଏ। ଅଗଷ୍ଟ ମାସରେ ଚାରୋଟି ବଡ଼ ଗ୍ରହ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହି ମାସରେ ଅନେକ ପ୍ରମୁଖ ପର୍ବପର୍ବାଣୀ ମଧ୍ୟ ପଡୁଛି। ଅଗଷ୍ଟ ୧ ତାରିଖରେ ବୁଧ ଗ୍ରହ କର୍କଟ ରାଶିରୁ ବାହାରି ସିଂହ ରାଶିରେ ପ୍ରବେଶ କରି ସାରିଛନ୍ତି।

ସେହିପରି ଅଗଷ୍ଟ ୭ ତାରିଖରେ ଶୁକ୍ର ଗ୍ରହ ମିଥୁନ ରାଶିରୁ ବାହାରି କର୍କଟ ରାଶିରେ ଗୋଚର କରିବାକୁ ଯାଉଛନ୍ତି।ତାପରେ ଅଗଷ୍ଟ ୧୦ ତାରିଖ ଦିନ ମଙ୍ଗଳ ଗ୍ରହ ମେଷ ରାଶିରୁ ବାହାରି ବୃଷ ରାଶିରେ ଗୋଚର କରିବେ। ଶେଷରେ ଅଗଷ୍ଟ ୧୭ ତାରିଖ ଦିନ ସୂର୍ଯ୍ୟ ଗ୍ରହ କର୍କଟ ରାଶିରୁ ବାହାରି ସିଂହ ରାଶିରେ ଗୋଚର କରିବେ। ଏହି ରାଶିର ଲୋକଙ୍କୁ ଅନେକ ଲାଭ ମିଳିବାକୁ ଯାଉଛି।ତେବେ ଆସନ୍ତୁ ସେହି ଭାଗ୍ୟଶାଳୀ ରାଶିର ଲୋକଙ୍କ ବିଷୟରେ ଜାଣିବା।

ବୃଷ ରାଶି :-

ଏହି ରାଶିର ଲୋକଙ୍କ ପାଇଁ ଗ୍ରହ ମାନଙ୍କର ଗୋଚରର ଶୁଭ ସାବ୍ୟସ୍ତ ହେବ। ଏହି ମାସରେ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ସବୁଥିରେ ସଫଳତା ହାସଲ କରିବେ। ବ୍ୟବସାୟରେ ଅଧିକ ଲାଭବାନ ହେବାର ସମ୍ଭାବନା ରହିଛି। ଚାକିରି କ୍ଷେତ୍ରରେ ପଦୋନ୍ନତୀ ମିଳିବାର ଯୋଗ ରହିଛି।କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ।ଘରେ ସୁଖଶାନ୍ତି ବିଦ୍ୟମାନ ହେବ।

ପରିବାର ସହିତ ଆପଣ ଭ୍ରମଣରେ ଯାଇ ପାରନ୍ତି। ଭାଗ୍ୟ ଉପରେ ଭରସା ନକରି କଠିନ ପରିଶ୍ରମ କରି ଆପଣ ସଫଳତା ହାସଲ କରିବେ। ଯଦି ଆପଣ ଏହି ସମୟରେ କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ବିଚାର କରୁଛନ୍ତି, ତାହେଲେ ଏହି ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ ସାବ୍ୟସ୍ତ ହେବ।

କର୍କଟ ରାଶି :-

ଗ୍ରହ ମାନଙ୍କର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ନୂତନ ଜମିବାଡ଼ି ବା ବହନ କ୍ରୟ କରି ପାରନ୍ତି। ଦୂର ସ୍ଥାନରୁ କୌଣସି ଶୁଭ ସମାଚାର ମିଳିପାରେ। ସଂପତ୍ତି ମାମଲାରେ ଲାଭବାନ ହେବେ।ସମାଜରେ ଆପଣଙ୍କର ମାନସମ୍ମାନ ଓ ପ୍ରତିଷ୍ଠା ବଜାୟ ରହିବ। ଘରେ କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମର ଆୟୋଜନ ହୋଇପାରେ।

ବିବାହିତ ଲୋକଙ୍କର ବୈବାହିକ ଜୀବନ ସୁଖମୟ ରହିବ। ପତିପତ୍ନୀଙ୍କ ସମ୍ପର୍କରେ ମଧୁରତା ଆସିବ ଏବଂ ଉତ୍ତମ ବୁଝାମଣା ରହିବ।ଅବିବାହିତ ଲୋକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ।ସନ୍ତାନ ସୁଖ ପ୍ରାପ୍ତ ହେବ।ଘରର ଆର୍ଥିକ ପରିସ୍ଥିତି ସୁଦୃଢ କରିବା ପାଇଁ ଆପଣ ସବୁ ପ୍ରକାରର ପ୍ରୟାସ କରିବେ।

ସିଂହ ଏହି :-

ଗ୍ରହ ମାନଙ୍କର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କର ଭାଗ୍ୟ ବଦଳାଇ ଦେବ।ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ। ଆପଣଙ୍କର ପୁରୁଣା ଅଟକି ରହିଥିବା କାର୍ଯ୍ୟ ସଠିକ ସମୟରେ ସମ୍ପନ୍ନ ହେବ।ଉଧାର ଦେଇଥିବା ଟଙ୍କା ଆପଣଙ୍କୁ ଫେରସ୍ତ ମିଳିବ।

ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନରେ ସାମାନ୍ୟ ମତଭେଦ ହୋଇପାରେ, କିନ୍ତୁ ତାପରେ ସବୁକିଛି ଠିକ ହୋଇଯିବ। ସନ୍ତାନ ସୁଖ ପ୍ରାପ୍ତି ହୋଇପାରେ।କୌଣସି ନୂଆ ସମ୍ପତ୍ତିର ମାଲିକ ବନି ପାରନ୍ତି।ପରିବାର ଲୋକେ ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ। ସମାଜରେ ଆପଣଙ୍କର କାର୍ଯ୍ୟଶୈଳୀର ପ୍ରଶଂସା ହେବ।ପୁରୁଣା ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହୋଇପାରେ।ଶତ୍ରୁ ଆପଣଙ୍କୁ ଭୟ କରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *