Excuse Me Odisha

ଯାହା କହିବୁ ସତ କହିବୁ

ଘରକୁ ଏହି ୯ଟି କୀଟପତଙ୍ଗ ଆସିଲେ ମିଳିଥାଏ ଶୁଭ ଅଶୁଭ ସଂକେତ ! ହଠାତ ହୋଇଥାଏ ଧନର ପ୍ରାପ୍ତି !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଘରକୁ ଏହି ୯ ଟି କୀଟ ପତଙ୍ଗ ଆସିଲେ ମିଳିଥାଏ ଶୁଭ ଅଶୁଭ ସଂକେତ। ହଠାତ ହୋଇଥାଏ ଧନର ପ୍ରାପ୍ତି।

ହିନ୍ଦୁ ଧର୍ମରେ ପୁରାଣରେ ଅନେକ ପଶୁପକ୍ଷୀ ମାନଙ୍କୁ ଶୁଭ ମାନାଯାଏ। ଏହିସବୁ ପଶୁପକ୍ଷୀ ଦେବୀ ଦେବତାଙ୍କ ବାହନ ରୂପେ ପୂଜା କରାଯାଏ। ଏହିସବୁ ପକ୍ଷୀ ଘରକୁ ଆସିବା ବିଶିଷ୍ଟ ଖାସ ସଂକେତ ଦେଇଥାଏ। ଏଥିରେ ଶାସ୍ତ୍ର ଏବଂ ବୈଜ୍ଞାନିକଙ୍କର ଅନେକ ମତ ଅଛି। ଶାସ୍ତ୍ର ଅନୁସାରେ କିଛି ବିଶିଷ୍ଟ ପ୍ରକାରର ପଶୁପକ୍ଷୀ ବାତାବରଣରେ ଥିବା ସକାରାତ୍ମକ କିରଣକୁ ଅନୁଭବ କରିପାରିଥାନ୍ତି।

ସେହି ସକାରତ୍ମକ ଉର୍ଜାକୁ ଅନୁଭବ କରି କରି ସେହି ସ୍ଥାନକୁ ଚାଲିଯାନ୍ତି ଯେମିତି ଆମର ମନ ମନ୍ଦିରକୁ ଗଲେ ପ୍ରସନ୍ନ ହୋଇଥାଏ। ଏହିସବୁ ପକ୍ଷୀ ଏମିତି ଘରକୁ ଯାଇଥାନ୍ତି ଯେଉଁ ଘରର ବାତାବରଣ ଶୁଦ୍ଧ ଏବଂ ପବିତ୍ର ହୋଇଥିବ। ଏଥିପାଇଁ ବାସ୍ତୁଶାସ୍ତ୍ରରେ କୁହାଯାଏ ଘରକୁ ସର୍ବଦା ସ୍ୱଚ୍ଛ ଏବଂ ପବିତ୍ର ରଖିବା ଉଚିତ। ଆଜି ଆମେ ଜାଣିବା ଘରକୁ ଆସୁଥିବା ପଶୁପକ୍ଷୀ କିଟପତଙ୍ଗ ଆମକୁ କେଉଁ ସଂକେତ ଦେଇଥାନ୍ତି।

ଚୁଚୁନ୍ଦ୍ରା। ଏହା ଘରକୁ ଆସିବା ଶୁଭ ହୋଇଥାଏ। ଯେଉଁ ଘରେ ଚୁଚୁନ୍ଦ୍ରା ରୁହନ୍ତି ସେଠାରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଯଦି ଚୁଚୁନ୍ଦ୍ରା କୌଣସି ମନୁଷ୍ୟର ଚାରିପଟେ ବୁଲିଯାଏ ତେବେ ସେହି ବ୍ୟକ୍ତିକୁ ବହୁତ ଲାଭ ପ୍ରାପ୍ତି ହୋଇଥାଏ।

ମୂଷା। ଏହା ଭଗବାନ ଗଣେଶଙ୍କର ବାହନ ଅଟେ କିନ୍ତୁ ଏହାକୁ ନକରାତ୍ମକ ଶକ୍ତିର ପ୍ରତୀକ ମାନାଯାଏ। ଘରେ ଅଧିକ ମୂଷା ରହିଲେ ଘରର ସଦସ୍ୟଙ୍କ ବୁଦ୍ଧି ଏବଂ ଜ୍ଞାନର ବିନାଶ ହୋଇଥାଏ। ଏଥିପାଇଁ ଘରେ ଅତ୍ୟଧିକ ମୂଷା ରହିବାକୁ ଅଶୁଭ ମାନାଯାଏ। ଏହା ଘରେ ରହୁଥିବା ଲୋକଙ୍କ ବୁଦ୍ଧି ଭ୍ରଷ୍ଟ ହୋଇଯାଇଥାଏ। ଘରେ ଅଧିକ କଳା ମୂଷା ରହିଲେ ବିମାରି ବଢିଥାଏ।

ମହୁମାଛିର ବସା। ଏମିତି କୁହାଯାଏ ଏହା ଗରିବୀ ଏବଂ କ୍ଷତିର ସଂକେତ ଦେଇଥାଏ। ଏଥିପାଇଁ ଏହାକୁ ଘରୁ ବାହାର କରିଦିଅନ୍ତୁ। ଏମାନେ ଘରେ ରହିବା ଦ୍ୱାରା ଜୀବନକୁ କ୍ଷତ ବିକ୍ଷତ କରିଥାନ୍ତି।

ବୁଢିଆଣି ଜାଲ। ବାସ୍ତୁ ଦୃଷ୍ଟିକୋଣରୁ ଘରେ ବୁଢିଆଣି ଜାଲ ରହିବା ଅଶୁଭ ମାନାଯାଏ। ଏହା ଦୁର୍ଭାଗ୍ୟ ଆସିବାର ପୂର୍ଣ୍ଣ ସଂକେତ ଦେଇଥାଏ। ଏହାକୁ ନକରାତ୍ମକ ଶକ୍ତିର ପ୍ରତୀକ ମାନାଯାଏ। ଏହା ଯେଉଁ ଘରେ ଥାଏ ସେଠାରେ ମା ଲକ୍ଷ୍ମୀ ବାସ କରନ୍ତି ନାହିଁ। ଏଥିପାଇଁ ଏହାକୁ ତୁରନ୍ତ ବାହାର କରିଦେବା ଉଚିତ। ଏହା ସଙ୍କଟ ଉତ୍ପନ୍ନ କରିଥାଏ।

ପ୍ରଜାପତି। ଏହା ଘରକୁ ଆସିବା ଶୁଭ ମାନାଯାଏ। ଏହା ଘରକୁ ଆସିବା ଆପଣଙ୍କୁ କୌଣସି ଶୁଭ ସମାଚାର ମିଳିବାକୁ ଯାଉଛି। ଏହା ବାରମ୍ବାର ଦେଖାଦେବା ଉନ୍ନତି ମିଳିବାର ସଂକେତ ଦେଇଥାଏ। ଘରକୁ ଖୁସି ଆସିଥାଏ।

କଳା ଭାଁର। ଏହା ଘରକୁ ଆସିବା ଶୁଭ ସଂକେତ ଦେଇଥାଏ। ଏହାକୁ ପ୍ରେମର ପ୍ରତୀକ ମାନାଯାଏ। ଏହା ଘରକୁ ବାରମ୍ବାର ଆସିବା ଘରେ ବିବାହରେ ଆସୁଥିବା ବାଧା ଦୂର ହୋଇଥାଏ। ଶୁଭ ସମାଚାର ମିଳିଥାଏ।

ବିଛା। ଶାସ୍ତ୍ର ଅନୁସାରେ କୁହାଯାଏ ବିଛା ସ୍ୱପ୍ନରେ ଆସିବା ଆପଣଙ୍କ ଉପରେ କୌଣସି ସଙ୍କଟ ଆସିବାକୁ ଯାଉଛି। ବିଛା ଧାଡି କରି ଘରୁ ବାହାରି ଯାଉଥିବାର ଦେଖନ୍ତି ତ ମା ଲକ୍ଷ୍ମୀ ଘରୁ ଚାଲିଯିବାର ସଂକେତ ଦେଇଥାଏ। ହଳଦିଆ ବିଛା ଘରେ ଦେଖାଦେଲେ ମା ଲକ୍ଷ୍ମୀଙ୍କର ଆଗମନର ସଂକେତ ମିଳିଥାଏ।

ଘରକୁ ଯଦି କଳା ପିମ୍ପୁଡି ଆସନ୍ତି ତେବେ ଏହା ଶୁଭ ସଂକେତ ଅଟେ। ଏହା ଘରକୁ ଆସିବା ଆପଣଙ୍କ ଜୀବନରେ ସୁଖ ଶାନ୍ତି ଆସିବାକୁ ଯାଉଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *