Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରୀମନ୍ଦିରରୁ ଖସିଲା ମନ୍ଦିର ପଥର,ଆସୁଛି କି ମହାପ୍ରଳୟ ଜାଣନ୍ତୁ !

ସେୟାର୍ କରନ୍ତୁ

ବନ୍ଧୁଗଣ ,ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ମାଡ଼ି ଆସୁଛି କି ଘୋର ବିପତ୍ତି? ବଡ଼ ଦେଉଳରୁ ପଥର ଖସିବା ବିଷୟରେ ମାଳିକାରେ ଭବିଷ୍ୟବାଣୀ ଉଲ୍ଲେଖ ରହିଛି। ଏଥର ଶ୍ରୀମନ୍ଦିରରେ ପଥର ଖସିଛି ରତ୍ନ ସିଂହାସନ ଉପରେ। ପଥର ଖସି ପଡିଛି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉପରେ। ପୁରୀ ଶ୍ରୀମନ୍ଦିରରେ ଘଟିଯାଇଛି ଏହି ବଡ଼ ଅଘଟଣ। ଗର୍ଭଗୃହ ରତ୍ନ ସିଂହାସନ ପାଖରେ ଗୋଟେ ପଥର ଖଣ୍ଡ ଖସିପଡ଼ିଥିବା ଯୋଗୁଁ ଭବିଷ୍ୟତ ପାଇଁ ବିପଦର ସଂକେତ ମିଳୁଛି।

କହିବାକୁ ଗଲେ ଭାରତରେ ଚାରୋଟି ଧାମ ରହିଛି। ସେଥିରୁ ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର ଅନ୍ୟତମ। ତେବେ ଏବେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ସୂଚନା ଅନୁସାରେ ଶ୍ରୀଜୀଉଙ୍କ ମୂର୍ତ୍ତି ଉପରେ ଯେଉଁ ପଥର ଖଣ୍ଡ ପଡ଼ିଥିଲା, ସେଥିରେ କୌଣସି କ୍ଷତି ହୋଇନାହିଁ। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉପରେ ପଡିଛି ଚୂନ ଗୁଣ୍ଡ ପଥର। ଏହା ପଥର କି ଚୂନ ରହ ଏବେ ପର୍ଯ୍ୟନ୍ତ ଜଣା ପଡିନାହିଁ। ଏହି ପଥର ଖଣ୍ଡକୁ ଶ୍ରୀମନ୍ଦିର ଗାରଦରେ ଜବତ କରି ରଖାଯାଇଛି। ତେବେ ବଡ଼ ଠାକୁରଙ୍କ ପଛ ପରିକ୍ରମାରେ ଏହି ଖଣ୍ଡ ପଡ଼ିଥିଲା ବୋଲି ସୂଚନା ମିଳିଛି ।

ସୌଭାଗ୍ୟବଶତଃ ପଥର ପଡ଼ିବା ପରେ ମଧ୍ୟ ବଡ଼ ଠାକୁରଙ୍କ ଶ୍ରୀଅଙ୍ଗରେ କିଛି କ୍ଷତି ହୋଇ ନାହିଁ, ତାହା ସୁରକ୍ଷିତ ରହିଛି । ମିଳିଥିବା ସୂଚନା ଅନୁସାରେ, ଗର୍ଭଗୃହ ରତ୍ନବେଦିରେ ବଡ଼ଠାକୁର ବସିଥିବା ପଛପଟ ପରିକ୍ରମା ମାର୍ଗରୁ ମଙ୍ଗଳବାର ପ୍ରାୟ ୧୧ ଘଟିକା ସମୟରେ ଏହି ପଥର ଠାବ କରାଯାଇଥିଲା। ଏହାର ଓଜନ ଦେଢ଼ କିଲୋ ହେବ ବୋଲି ଆକଳନ କରାଯାଉଛି।

ଅନ୍ୟପଟେ ଗଳିପଡ଼ିଥିବା ପଥର ଖଣ୍ଡ ପଥର ନୁହେଁ ବୋଲି ପ୍ରଶାସନ ଦାବି କରିଛି। ଏହା ଏକ ଚୂନ ଖଣ୍ଡ ହୋଇପାରେ ବୋଲି ଆକଳନ କରାଯାଇଛି। ଶ୍ରୀମନ୍ଦିର ଗର୍ଭଗୃହ କାନ୍ଥ ପଥରରେ ନିର୍ମିତ ହୋଇଛି ଏବଂ ଏହି କାନ୍ଥରେ ଚୁନା ପଥର ଖଣ୍ଡ ମଧ୍ୟ ଯୋଡ଼ା ଯାଇଛି। ଗର୍ଭଗୃହ ଉପରେ ଶ୍ରୀମନ୍ଦିର ପ୍ରଥମ ମହଲା ନିବୁଜ ରହିଛି। ଗର୍ଭଗୃହର ପ୍ରଥମ ମହଲା ସମ୍ପୂର୍ଣ୍ଣ ପଥର ଖଣ୍ଡରେ ନିର୍ମିତ ହୋଇଛି।

ଏହାସହିତ ଗର୍ଭଗୃହରେ କୌଣସି ସ୍ଥାନରେ ଚୂନ କିମ୍ବା ପଥର ଲାଗିନାହିଁ। ଏହି ସ୍ଥାନରେ ଚୂନ ଲାଗି ନଥିବାରୁ ଚୂନ ଖଣ୍ଡ କେଉଁଠାରୁ ଆସିଲା ବୋଲି ଲୋକଙ୍କ ମନରେ ପ୍ରଶ୍ନ ଉଙ୍କିମାରୁଛି।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀଟି କିପରି ଲାଗିଲା ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ତେବେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କ ସହିତ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ପେଜକୁ ଲାଇକ ଏବଂ ଫଲୋ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *