Excuse Me Odisha

ଯାହା କହିବୁ ସତ କହିବୁ

୨ କିମ୍ବା ୩ ଅଗଷ୍ଟରେ ନାଗପଞ୍ଚମୀ ୨୦୨୨। କାଳସ୍ୱର୍ପ ଦୋଷ ଚାକିରୀ ବ୍ୟବସାୟ ବିବାହ ସନ୍ତାନ ସୁଖ ମାତ୍ର ୧ ଉପାୟ ସମସ୍ତ ମନସ୍କାମନା ହେବ ପୂରଣ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୨ କିମ୍ବା ୩ ଅଗଷ୍ଟରେ ନାଗପଞ୍ଚମୀ ୨୦୨୨। କାଳସ୍ୱର୍ପ ଦୋଷ ଚାକିରୀ ବ୍ୟବସାୟ ବିବାହ ସନ୍ତାନ ସୁଖ ମାତ୍ର ୧ ଉପାୟ ସମସ୍ତ ମନସ୍କାମନା ହେବ ପୂରଣ।

ଶ୍ରାବଣ ମାସର ଶୁକ୍ଳପକ୍ଷର ପଞ୍ଚମୀ ତିଥିକୁ ନାଗପଞ୍ଚମୀ ପର୍ବ କୁହାଯାଏ। ସନାନ୍ତନ ଧର୍ମରେ ନାଗମାନଙ୍କର ପୂଜାର ବିଶେଷ ମହତ୍ୱ ରହିଛି। ନାଗପଞ୍ଚମୀ ଦିନ ଭଗବାନ ଶିବଙ୍କର ଆଭୂଷଣ ରୂପେ ନାଗଦେଵତାଙ୍କୁ ପୂଜା କରାଯାଏ। ଧାର୍ମିକ ମାନ୍ୟତା ଅନୁସାରେ ନାଗ ଦେବତାଙ୍କର ପୂଜା କଲେ ଆଧ୍ୟାତ୍ମିକ ଫଳ ପ୍ରାପ୍ତି ହୋଇଥାଏ।

ଅପାର ଧନ ସମ୍ପତ୍ତିର ପ୍ରାପ୍ତି ହୋଇଥାଏ ଏବଂ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ଯଦି ନାଗପଞ୍ଚମୀ ଦିନ ନାଗଦେଵତାଙ୍କୁ ବିଧି ବିଧାନର ସହିତ ପୂଜା କରିବା ତ। ଆଜି ଆମେ ଆପଣଙ୍କୁ ଜଣେଇବୁ ନାଗପଞ୍ଚମୀ ବର୍ଷ ୨୦୨୨ରେ କେବେ ଅଟେ। ତିଥି କେବେ ଆରମ୍ଭ ହେବ ଏବଂ କେବେ ଶେଷ ହେବ। ଏହି ଦିନ ବିଭିନ୍ନ ପ୍ରକାରର କାମନା ପାଇଁ ବିଭିନ୍ନ ପ୍ରକାରର ଉପାୟ କରାଯାଏ। ତେବେ ଆସନ୍ତୁ ଜାଣିବା।

ନାଗପଞ୍ଚମୀ ତିଥି ଆରମ୍ଭ ହେବ ୨ ଅଗଷ୍ଟ ସକାଳ ୫:୧୩ ରୁ ତଥା ଏହାର ଶେଷ ୩ ଅଗଷ୍ଟ ସକାଳ ୫:୪୧ ମିନିଟରେ। ନାଗପଞ୍ଚମୀ ୨ ଅଗଷ୍ଟ ମଙ୍ଗଳବାର ଦିନ ପାଳନ କରାଯିବ। ନାଗପଞ୍ଚମୀ ପୂଜାର ଶୁଭ ମୁହୂର୍ତ୍ତ ୫:୪୩ ରୁ ଆରମ୍ଭ ହୋଇ ୮:୨୫ ମିନିଟ ପର୍ଯ୍ୟନ୍ତ ରହିବ। ଏହି ଶୁଭ ମୁହୂର୍ତ୍ତରେ ପୂଜା କରିବା ଉଚିତ।

ଏହି ଦିନ ନାଗଦେଵତାଙ୍କୁ ପୂଜା କରିଲେ ସମସ୍ତ ମନସ୍କାମନା ପୂରଣ ହୋଇଯିବ। ପୂର୍ବ କାଳରୁ ନାଗଦେବତାଙ୍କର ପୂଜା ହୋଇ ଆସୁଛି ଏଥିପାଇଁ ନାଗପଞ୍ଚମୀ ଦିନ ଯେବେ ନାଗଦେଵତାଙ୍କର ପୂଜା କରାଯାଏ ତ ଏହାର ମହତ୍ୱ ଅଧିକ ହୋଇଯାଏ। ଏହି ଦିନ ନାଗଦେଵତାଙ୍କୁ କ୍ଷୀର ଅର୍ପଣ କରିବା ଉଚିତ। କ୍ଷୀରରେ ତାଙ୍କୁ ସ୍ନାନ କରିବା ଉଚିତ।

ଏହା ଦ୍ବାରା ଆପଣଙ୍କୁ ଅପାର ପୁଣ୍ୟ ଫଳର ପ୍ରାପ୍ତ ହୋଇଥାଏ। ଧାର୍ମିକ ମାନ୍ୟତା ଅନୁସାରେ ନାଗଦେଵତାଙ୍କର ପୂଜା କରିଲେ ସମସ୍ତ ସଙ୍କଟର ନାଶ ହୋଇଥାଏ। ଏହି ଦିନ ନାଗଦେଵତାଙ୍କୁ ପୂଜା କରିଲେ ମନସ୍କାମନା ପୂରଣ ହୋଇଥାଏ।

ଏହି ଦିନ ଯଦି ନାଗଙ୍କର ଦର୍ଶନ ହୋଇଯାଏ ତ ଏହାକୁ ବହୁତ ଶୁଭ ମାନାଯାଏ। ନାଗଦେଵତାଙ୍କର ପୂଜା କରିଲେ ଧନ ସମ୍ପତ୍ତିର ବୃଦ୍ଧି ହୋଇଥାଏ ଏବଂ ସାପ କାମୁଡ଼ିବାର ଡ଼ର ବି ଦୂର ହୋଇଥାଏ।

ଆସନ୍ତୁ ଜାଣିବା କେମିତି ପୂଜା କରାଯାଏ।

ନାଗପଞ୍ଚମୀ ଦିନ ଅନନ୍ତ ବାସୁ ପଦ୍ମା କଶ୍ୟକ କୁଲିର ଶଙ୍ଖ କାଳିଆ ଏବଂ ପିଙ୍ଗଳ ନାମକ ଯେଉଁ ଦେବତା ଅଛନ୍ତି ତାଙ୍କର ପୂଜା କରାଯାଏ। ପୂଜାରେ ରୋଲି ହଳଦୀ ଚାଉଳ ଏବଂ ଫୁଲ ଅର୍ପଣ କରି ନାଗଦେଵତାଙ୍କୁ ପୂଜା କରାଯାଏ। କଞ୍ଚା କ୍ଷୀରରେ ନାଗଦେଵତାଙ୍କୁ ପୂଜା କରାଯାଏ। କଞ୍ଚା କ୍ଷୀରରେ ନାଗଦେଵତାଙ୍କର ଅଭିଷେକ କରାଯାଏ। ପୂଜାରେ ଖିଲର ବ୍ୟବହାର କରାଯାଏ। ଗାଈର କଞ୍ଚା କ୍ଷୀରରେ ସେହି ଖିଲକୁ ମିଶାଇ ନାଗଦେଵତା ଉପରେ ଅର୍ପଣ କରାଯାଏ। ଏମିତି କରିଲେ ଘରେ ଧନ ସମ୍ପତ୍ତିର ବୃଦ୍ଧି ହୋଇଥାଏ।

ଘରର ସାମ୍ନାରେ ଗେରୁ ଦ୍ୱାରା କିମ୍ବା ଗୋବର ଦ୍ୱାରା ନାଗଦେଵତାଙ୍କର ଚିତ୍ର କରି ବିଧି ବଧ ଭାବେ ତାଙ୍କର ପୂଜା କରାଯାଏ। ତାଙ୍କ ଉପରେ କ୍ଷୀର ଅର୍ପଣ କରାଯାଏ ଏବଂ ଖିଲ ଏବଂ ଫୁଲ ଯାହାବି ଆମେ ନାଗଦେଵତାଙ୍କ ଉପରେ ଅର୍ପଣ କରିବା ତାହା ସେହି ଚିତ୍ର ଉପରେ ଅର୍ପଣ କରାଯାଏ। ଆପଣଙ୍କ ଘରେ ଯେଉଁ ପ୍ରକାରର ବିଧିରେ ପୂଜା କରାଯାଏ ସେହି ପ୍ରକାରର ବିଧିରେ ପୂଜା କରନ୍ତୁ।

ଯଦି ଘରେ ନାଗଦେଵତାଙ୍କର ଚିତ୍ର ନଥାଏ ତେବେ ଭଗବାନ ଶିବଙ୍କର ମନ୍ଦିରକୁ ଯାଇ ଭଗବାନ ଶିବଙ୍କ ସହିତ ନାଗଦେଵତାଙ୍କ ପୂଜା କରାଯାଏ ଏହାକୁ ବହୁତ ଶୁଭ ମାନାଯାଏ। ତାଙ୍କୁ ବିଧି ବିଧାନର ସହିତ ପୂଜା କରନ୍ତୁ କ୍ଷୀର ଖିଲ ଫେଣେଇ ଅର୍ପଣ କରନ୍ତୁ। ଏହା ସହିତ ଏହି ମନ୍ତ୍ରର ଜପ କରିବା ଉଚିତ। ଓଁମ ନାଗକୁଳାୟ ବିଦ୍ମହେ ବିଷଦନ୍ତାୟ ଧିମହି ତନୌ ସର୍ପ ପ୍ରାଚୋଦୟତ ଏହି ମନ୍ତ୍ରକୁ ଜପ କରି ତାଙ୍କୁ ସମସ୍ତ ଜିନିଷ ଅର୍ପଣ କରନ୍ତୁ।

ନାଗଦେଵତାଙ୍କ ପାଖରେ ଦୀପ ରଖିବା ଉଚିତ ନୁହେଁ କିମ୍ବା ବହୁତ ପାଖରୁ ଧୂପ ମଧ୍ୟ ଦେଖାଇବା ଉଚିତ ନୁହେଁ। ଯେଉଁ ଧୂପ ଦୀପ ଦେବେ ତାହାକୁ ବହୁତ ଦୂରରୁ ରହି ଆଳତି କରନ୍ତୁ। ଏହି ଦିନ ନାଗପଞ୍ଚମୀ କଥା ଅବଶ୍ୟ ଶୁଣିବା ଉଚିତ।

ଏହି ବ୍ରତ ରଖିଲେ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ।

ଏହି ବ୍ରତ କରିଲେ କାଳସ୍ୱର୍ପ ଦୋଷ ଆପଣଙ୍କ ଜନ୍ମ କୁଣ୍ଡଳୀରେ ଥିଲେ ସେଥିରୁ ମୁକ୍ତି ମିଳିଥାଏ।

ମା ଲକ୍ଷ୍ମୀ ମାଗଦେଵତାଙ୍କର କୃପା ପାଇବା ପାଇଁ ନାଗପଞ୍ଚମୀ ବ୍ରତ କରିଲେ କାଳସ୍ୱର୍ପ ଦୋଷରୁ ମୁକ୍ତି ମିଳିଥାଏ ଏବଂ ଏହା ଦ୍ବାରା ସାପ କାମୁଡ଼ିବାର ଭୟ ଦୂର ହୋଇଥାଏ।

ଆସନ୍ତୁ ଜାଣିବା ଏହି ଦିନ କେଉଁ ବିଶେଷ ଉପାୟ କରିଲେ ଆପଣଙ୍କ ଜନ୍ମ କୁଣ୍ଡଳୀରେ କାଳସ୍ୱର୍ପ ଦୋଷ ଥିଲେ ତାହା ଦୂର ହେବ। କାଳସ୍ୱର୍ପ ଦୋଷରୁ ଯଦି ଆପଣଙ୍କ ଜୀବନରେ ସଫଳତା ମିଳୁନାହିଁ ସମସ୍ତ କାମରେ ବାଧା ଆସୁଛି ସନ୍ତାନ ସମସ୍ୟା ଶିକ୍ଷାରେ ବାଧା ଆସୁଛି ଘରେ ନକରାତ୍ମକ ଉର୍ଜାର ବାସ ଅଛି ଘରେ କ୍ଳେଶ ସର୍ବଦା ରହୁଛି ତେବେ ଏଥିପାଇଁ ଆପଣ ଚାନ୍ଦିର ନାଗନାଗୁଣିଙ୍କର ପୂଜା କରନ୍ତୁ।

ଏହାକୁ ବଜାରରୁ କିଣି ଆଣନ୍ତୁ। ତାଙ୍କ ଉପରେ କ୍ଷୀର ଅର୍ପଣ କରନ୍ତୁ ଫୁଲ ଖିଲ ଫେଣେଇ ଅର୍ପଣ କରନ୍ତୁ ଏବଂ ବିଧିବଧ ଭାବେ ପୂଜା କରିବା ପରେ ପ୍ରବାହିତ ଜଳରେ ଭସେଇ ଦିଅନ୍ତୁ। ଏହା ଦ୍ବାରା କାଳସ୍ୱର୍ପ ଦୋଷରୁ ମୁକ୍ତି ମିଳିଥାଏ। ଯଦି ଚାନ୍ଦିର ସମ୍ଭବ ନୁହେଁ ତେବେ ପଞ୍ଚ ଧାତୁର ନାଗନାଗୁଣି ଆଣି ଏହି ଉପାୟ କରିପାରିବେ।

ଏକ ଘଟିରେ କଞ୍ଚା କ୍ଷୀର ନିଅନ୍ତୁ ଦୁବ ନେଇ ପୂରା ଘରେ ଛିଞ୍ଚନ କରନ୍ତୁ। ଏହା ଦ୍ୱାରା ନାଗଦେଵତାଙ୍କ କୃପା ବନି ରହିଥାଏ। ଘରେ ସୁଖ ସମୃଦ୍ଧି ବନି ରହିଥାଏ। ମା ଲକ୍ଷ୍ମୀଙ୍କର ଅପାର କୃପା ଆପଣଙ୍କୁ ପ୍ରାପ୍ତି ହୋଇଥାଏ। କାର୍ଯ୍ୟରେ ସଫଳତା ପ୍ରାପ୍ତି ହୋଇଥାଏ। ସମସ୍ତ ପ୍ରକାରର ସମସ୍ୟା ଦୂର ହୋଇଥାଏ

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *