Excuse Me Odisha

ଯାହା କହିବୁ ସତ କହିବୁ

୧୧ ଅଗଷ୍ଟ ୨୦୨୨। ଏହିବର୍ଷ ରାକ୍ଷୀ ବନ୍ଧନ ଦିନ ଭୁଲରେ ବି ଏହି ସମୟରେ ରାକ୍ଷୀ ବାନ୍ଧନ୍ତୁ ନାହିଁ। ନଚେତ ଜୀବନ ସାରା ଗରିବୀ ରହିବେ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୧୧ ଅଗଷ୍ଟ ୨୦୨୨। ଏହିବର୍ଷ ରାକ୍ଷୀ ବନ୍ଧନ ଦିନ ଭୁଲରେ ବି ଏହି ସମୟରେ ରାକ୍ଷୀ ବାନ୍ଧନ୍ତୁ ନାହିଁ। ନଚେତ ଜୀବନ ସାରା ଗରିବୀ ରହିବେ।

ଶାସ୍ତ୍ର ଅନୁସାରେ ଏହି ବର୍ଷ ରାକ୍ଷୀ ବନ୍ଧନ କେବେ ପଡିବ। କେଉଁ ସମୟରେ ରାକ୍ଷୀ ବାନ୍ଧିଲେ ଶୁଭଫଳ ଦାୟୀ ହେବ। ଏହି ଦିନ ବିଶେଷ ସମୟରେ ରାକ୍ଷୀ ବାନ୍ଧିବା ବହୁତ ଅନର୍ଥକାରୀ ହୋଇଥାଏ। ଏହା ଦ୍ବାରା ଆପଣଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ ଏହି ସମୟରେ ରାକ୍ଷୀ ବାନ୍ଧିଲେ ଅଶୁଭ ହୋଇଥାଏ ଏବଂ ଭାଇ ଭଉଣୀଙ୍କ ପ୍ରତି ବଡ଼ ବିପଦ ଆସିପାରେ ପରିବାରରେ କୌଣସି ପ୍ରକାରର ଘଟଣା କିମ୍ବା ଦୁର୍ଘଟଣା ଘଟି ପାରେ। ଭାଇ ବଡ଼ ବିପଦରେ ଫସି ଯାଇପାରେ। ଭାଇ ଭଉଣୀଙ୍କୁ କେଉଁ ଉପହାର ଦେବେ ନାହିଁ। ରାକ୍ଷୀ ବନ୍ଧନରେ କଣ କରିବା ଉଚିତ ନୁହେଁ। ବିସ୍ତାର ଭାବରେ ଆସନ୍ତୁ ଜାଣିବା।

ଆମ ହିନ୍ଦୁସ୍ଥାନ ପର୍ବପର୍ବାଣୀର ଦେଶ ଅଟେ ଏବଂ ଶ୍ରାବଣ ମାସ ତ ସବୁ ଦିନ କୌଣସି ନାଁ କୌଣସି ଖୁସି ନେଇ ଆସିଥାଏ। ରାକ୍ଷୀ ବନ୍ଧନର ପର୍ବ ଆସୁଛି ଏବଂ ଏହି ପର୍ବ ଭାଇ ଭଉଣିଙ୍କର ଭଲପାଇବାର ଦିନ ଅଟେ। ଏହିଦିନ ଭଉଣୀ ଭାଇକୁ ରାକ୍ଷୀ ବାନ୍ଧିଥାଏ ଏବଂ ପରସ୍ପରକୁ ମିଠା ଖୁଆଇ ଥାନ୍ତି। ସୁଖ ଦୁଃଖରେ ପରସ୍ପର ସହିତ ରହିବାର ପ୍ରତିସୃତି ଦେଇଥାନ୍ତି। ଭଉଣୀ ନିଜ ଭାଇର ଲମ୍ବା ଆୟୁଷର କାମନା କରିଥାଏ।

ଏହି ବର୍ଷ ଶ୍ରାବଣ ପୂର୍ଣ୍ଣିମା ଦୁଇ ଦିନ ରହିବ। ୧୧ ଅଗଷ୍ଟ ଏବଂ ୧୨ ଅଗଷ୍ଟକୁ। ପୂର୍ଣ୍ଣିମା ତିଥିର ଆରମ୍ଭ ୧୧ ଅଗଷ୍ଟ ଗୁରୁବାର ଦିନ ସକାଳ ୧୦:୩୮ ମିନିଟରେ ହେବ ଏବଂ ୧୨ ଅଗଷ୍ଟ ଶୁକ୍ରବାର ୭:୫ ମିନିଟରେ ତିଥିର ସମାପ୍ତ ହେବ। ଏହି ବର୍ଷ ରାକ୍ଷୀ ବନ୍ଧନ ଗୁରୁବାର ଦିନ ପାଳନ କରାଯିବ। ରାକ୍ଷୀ ବନ୍ଧନ ଶ୍ରାବଣ ମାସରେ ପାଳନ କରାଯାଏ। ଏହି ରାକ୍ଷୀ ବିଜୟ ଦେବାରେ ସମ୍ପୂର୍ଣ୍ଣ ସମର୍ଥ ମାନାଯାଏ। ଅନେକ ଜାଗାରେ ଏହି ଦିନ ସମୁଦ୍ର ଦେବତାଙ୍କର ପୂଜା ମଧ୍ୟ କରାଯାଏ। ଏହି ଦିନ ସପ୍ତ ଋଷିଙ୍କ ପୂଜା କରାଯାଏ। କିନ୍ତୁ ଏହି ଦିନ କିଛି କାର୍ଯ୍ୟ ଅଛି ଶୁଭ ହୋଇନଥାଏ।

ଶାସ୍ତ୍ର ଅନୁସାରେ କିଛି କାର୍ଯ୍ୟକୁ ଭଦ୍ରାରେ ବର୍ଜିତ ମାନାଯାଇଛି। ଗୃହଆରମ୍ଭ ବିବାହ ସଂସ୍କାର ଗୃହ ପ୍ରବେଶ ରାକ୍ଷୀ ବନ୍ଧନ ଶୁଭ ଯାତ୍ରା ନୂତନ ବ୍ୟବସାୟ ଆରମ୍ଭ କରିବା ଏବଂ ସବୁ ପ୍ରକାରର ଶୁଭ କାର୍ଯ୍ୟ ଭଦ୍ରାରେ ବର୍ଜିତ ମାନାଯାଇଛି। ଏଥିପାଇଁ ଭଦ୍ରା ସମୟରେ ଭଉଣୀକୁ ଭାଇ ହାତରେ ରାକ୍ଷୀ ବାନ୍ଧିବା ଉଚିତ ନୁହେଁ। ଏହି ସମୟରେ ରାକ୍ଷୀ ବାନ୍ଧିବାକୁ ଅଶୁଭ ମାନାଯାଏ। ଏହା ଦ୍ବାରା ଭାଇ କିମ୍ବା ଭଉଣୀ ଉପରେ କିଛି ସଙ୍କଟ ଆସିପାରେ।

ଭଦ୍ରା ସମୟ ହେଉଛି ୧୧ ଅଗଷ୍ଟ ଯେମିତି ପୂର୍ଣ୍ଣିମା ତିଥି ଆରମ୍ଭ ହେବ ସେମିତି ଭଦ୍ରା ସମୟ ଆରମ୍ଭ ହେବ ରାତି ୮:୫୨ ମିନିଟ ପର୍ଯ୍ୟନ୍ତ ରହିବ। ଗୁରୁବାର ଦିନ ରାକ୍ଷୀ ବାନ୍ଧିବାର ଶୁଭ ମୁହୂର୍ତ୍ତ ଆରମ୍ଭ ହୋଇଯିବ। ପୁରା ଦିନରେ ରାକ୍ଷୀ ବାନ୍ଧିବେ ନାହିଁ। କେବଳ ରାତି ୮:୫୨ ମିନିଟ ପରେ ରାକ୍ଷୀ ବାନ୍ଧିବେ ନଚେତ ଘର ପରିବାରରେ କୌଣସି ଅନିଷ୍ଟ ହୋଇପାରେ। ଭାଇ ଭଉଣୀଙ୍କ ମଧ୍ୟରେ ସଙ୍କଟ ଆସିପାରେ। ପରିବାରରେ କୌଣସି ପ୍ରକାରର ଘଟଣା କିମ୍ବା ଦୁର୍ଘଟଣା ଘଟିପାରେ। ଏଥିପାଇଁ ଏହା ପ୍ରତି ସତର୍କ ରହିବେ।

ରାକ୍ଷୀ ବନ୍ଧନ ପୂର୍ଣ୍ଣିମା ତିଥି ଠାରୁ ନେଇ ଜନ୍ମାଷ୍ଟମୀ ପର୍ଯ୍ୟନ୍ତ ପାଳନ କରିପାରିବେ। ଏହି ସମୟରେ କେବଳ ଭଦ୍ରା ସମୟ ବ୍ୟତୀତ କୌଣସି ସମୟରେ ରାକ୍ଷୀ ବାନ୍ଧି ପାରିବେ।

ଯଦି ଆପଣ ସ୍ନାନ ଦାନର ପୂର୍ଣ୍ଣିମା ତିଥି ପାଳନ କରିବାକୁ ଚାହୁଁଛନ୍ତି ତେବେ ୧୧ ଅଗଷ୍ଟ ଗୁରୁବାର ଦିନ କରିବେ ନଚେତ ୧୨ ଅଗଷ୍ଟରେ ବି କରିପାରିବେ। ପୂର୍ଣ୍ଣିମା ବ୍ରତ ୧୧ ଅଗଷ୍ଟରେ ହିଁ କରିବେ। ଭାଇ ପାଇଁ ଭଜନ ମିଠା ପ୍ରସ୍ତୁତ କରନ୍ତୁ ଏବଂ ଡେରି ସନ୍ଧ୍ୟାରେ ୮:୫୨ ମିନିଟରେ ଭଦ୍ରା ସମୟର ଶେଷ ପରେ ଘରେ ଏକ ଚୌକି ସ୍ଥାପିତ କରନ୍ତୁ। ଏମିତି ପଟା ରଖନ୍ତୁ ଯେମିତି ଭାଇର ମୁଖ ପୂର୍ବ କିମ୍ବା ପଶ୍ଚିମ ଦିଗକୁ ରହିବ।

ରାକ୍ଷୀ ବାନ୍ଧିବା ସମୟରେ ଭଉଣୀ ନିଜ ମୁଣ୍ଡରେ ଓଢଣୀ ରଖିଥିବେ ଏବଂ ଭାଇର ମଥା ବି ଢ଼ଙ୍କା ହୋଇଥିବା ଦରକାର। ଅର୍ଥାତ ଟୋପି ପିନ୍ଧିନେବେ ଯଦି ଟୋପି ନଥିବ ତେବେ ପୋଗଡ଼ି କରି ଦେବେ। କିନ୍ତି ଖୋଲା ମୁଣ୍ଡରେ ରାକ୍ଷୀ ବାନ୍ଧିବେ ନାହିଁ।

ରାକ୍ଷୀ ବାନ୍ଧିବା ପାଇଁ ଭଉଣୀ ଏକ ଥାଳିରେ ରୋଲି କୁମକୁମ ହଳଦୀ କେଶର ହଳଦିଆ ଚନ୍ଦନ ଚାଉଳ ରଖନ୍ତୁ। ଏଥିରେ ପାଣି ଥିବା ନଡ଼ିଆ ରଖନ୍ତୁ ଥାଳିରେ ଦେଶୀ ଘିଅର ଦୀପ ରଖନ୍ତୁ ଏହା ସହିତ ପାଣି ଘଟି ଏବଂ ମିଠା ରଖନ୍ତୁ। ସର୍ବପ୍ରଥମେ ଭଉଣୀ ଭାଇର ମଥାରେ ଆଙ୍ଗୁଳିରେ ତିଳକ ଲଗାନ୍ତୁ। ଯଦି ଭଉଣୀ ଛୋଟ ଏବଂ ଭାଇ ବଡ଼ ତେବେ ଅନାମିକା ଆଙ୍ଗୁଳିରେ ଭାଇର ମଥାରେ ତିଳକ ଲଗାନ୍ତୁ।

ରୋଲିରେ ହଳଦୀ ଚନ୍ଦନ ଏବଂ କେଶର ମିଶାଇ ଭାଇକୁ ତିଳକ ଲଗାଇବେ ଏବଂ ଏହାପରେ ତିଳକ ଉପରେ ଅକ୍ଷତ ଲଗାଇବେ ଏହାପରେ ଭାଇ ମଥାରେ ନଡ଼ିଆ ରଖିବେ ଏହା ସହିତ କିଛି କଏନ ବା ଦକ୍ଷିଣା ରଖିବେ। ଏହାପରେ ଭାଇର ହାତରେ ରାକ୍ଷୀ ବାନ୍ଧନ୍ତୁ। ଯେଉଁ ରାକ୍ଷୀ ବାନ୍ଧିବେ ସେହି ରାକ୍ଷୀରେ ୫ ଟି ଗଣ୍ଠି ପକେଇ ଦେବେ। ଏହାପରେ ଭାଇକୁ ମିଠା ଖୁଆଇ ଦେବେ।

ମିଠା ଖୁଆଇବା ପରେ ଦୀପରେ ନିଜ ଭାଇଙ୍କର ଆଳତୀ କରନ୍ତୁ। ଏହାପରେ ଜଳ ଘଟିରେ ଦୀପକୁ ଶୀତଳକରଣ କରନ୍ତୁ। ଏହାପରେ ଭାଇର ଦୁଇ ପାର୍ଶ୍ଵରେ ଜଳ ଛିଞ୍ଚନ କରନ୍ତୁ। ଏହାପରେ ଭାଇ ଭଉଣୀକୁ ନିଜର ଶ୍ରଦ୍ଧା ଏବଂ ସମାର୍ଥ୍ୟ ଅନୁସାରେ କିଛି ଉପହାର ଦିଅନ୍ତୁ। ଉପହାରରେ ଟଙ୍କା ବସ୍ତ୍ର କିମ୍ବା ପଢ଼ା ଲେଖା ଜିନିଷ ଦେଇପାରିବେ କିନ୍ତୁ ମନେରଖନ୍ତୁ କେବେବି ଲୁହାର କାଚର କିମ୍ବା ଜର୍ମାନ ଧାତୁର କୌଣସି ଜିନିଷ ଭାଇ ଭଉଣୀକୁ ଉପହାରରେ ଦେବେନାହିଁ।

ଏହି ଦିନ କେଶ କାଟିବେ ନାହିଁ ନଖ କାଟିବେ ନାହିଁ ସେଭିଂ ହେବେ ନାହିଁ।

ମିଛ କ୍ରୋଧ ବାଦ ବିବାଦ ଆଦିରୁ ଦୂରେଇ ରହିବେ।

କାହାରି ମନରେ କଷ୍ଟ ଦେବେ ନାହିଁ।

ଦୁଆରକୁ ଆସିଥିବା ଅଭାବୀ ଲୋକଙ୍କୁ ଖାଲି ହାତରେ ଫେରାଇବେ ନାହିଁ। ନିଜର ସାମର୍ଥ୍ୟ ଅନୁସାରେ କିଛି ଦାନ ନିଶ୍ଚୟ କରନ୍ତୁ।

ମାସିକ ଧର୍ମ ସମୟରେ ମହିଳାଙ୍କୁ ପୂଜା କରିବା କିମ୍ବା ପୂଜା ଜିନିଷ ସ୍ପର୍ଶ କରିବା ବର୍ଜିତ ଅଟେ। ଏହି ସମୟରେ ନିଜ ଭାଇକୁ ରାକ୍ଷୀ ବାନ୍ଧିବେ ନାହିଁ। କୌଣସି ମହିଳାଙ୍କ ମାଧ୍ୟମରେ ନିଜ ଭାଇଙ୍କୁ ରାକ୍ଷୀ ବନ୍ଧେଇ ପାରିବେ।

ଯଦି ଘର ପରିବାରରେ ଜନ୍ମ କିମ୍ବା ମୃତ୍ୟୁର ସୁତକ ଲାଗିଯାଏ ତ ଏମିତି ସ୍ଥିତିରେ ରାକ୍ଷୀ ବନ୍ଧନର ପର୍ବ ସୁତକ କାଳରେ ପାଳନ କରିବା ଉଚିତ ନୁହେଁ। ଯଦି ଘର ପରିବାରରେ ଏହି ଦିନ କାହାର ମୃତ୍ୟୁ ହୋଇଯାଏ ତେବେ ସେହି ଦିନ ଏହି ପର୍ବ ପାଳନ କରିବେ ନାହିଁ ଅର୍ଥାତ ଯେଉଁ ପର୍ଯ୍ୟନ୍ତ ଏହି ରାକ୍ଷୀ ବନ୍ଧନ ଦିନ ଘରେ କାହାର ଜନ୍ମ ନହୋଇଯିବ ସେବେ ପର୍ଯ୍ୟନ୍ତ ଘରେ ରାକ୍ଷୀ ବନ୍ଧନର ପର୍ବ ପାଳନ କରିବେ ନାହିଁ। ଯଦି ଘରେ ଗାଈ ଥିବ ଏବଂ ଏହି ଦିନ ଯଦି ସେ ଛୁଆ ଜନ୍ମ କରେ ତେବେ ମଧ୍ୟ ଏହି ପର୍ବ ସେହି ଦିନ ଠାରୁ ପାଳନ କରିପାରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *