Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସର ସୋମବାର ଦିନ ଏହି ୧ ଟି ଜିନିଷ ନିଶ୍ଚୟ ଖାଇନିଅନ୍ତୁ। ପୁରା ବର୍ଷ ଜମେଇ କରି ଟଙ୍କା ଆସିବ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶ୍ରାବଣ ମାସର ସୋମବାର ଦିନ ଏହି ୧ ଟି ଜିନିଷ ନିଶ୍ଚୟ ଖାଇନିଅନ୍ତୁ। ପୁରା ବର୍ଷ ଜମେଇ କରି ଟଙ୍କା ଆସିବ।

ବନ୍ଧୁଗଣ ଶ୍ରାବଣ ମାସରେ ଏହି ଗୋଟିଏ ଜିନିଷ ନିଶ୍ଚୟ ଖାଇ ନିଅନ୍ତୁ ପୁରା ବର୍ଷ ଧନର ଅଭାବ ହେବନାହିଁ। ଭଗବାନ ଶିବଙ୍କ କୃପା ସର୍ବଦା ଆପଣଙ୍କ ଉପରେ ବର୍ଷା ହେବ। ଏହା ସହିତ ଶ୍ରାବଣ ମାସର ସୋମବାର ଦିନ ଏହି ୫ ଟି ଭୁଲ କେବେବି କରନ୍ତୁ ନାହିଁ। ଏହି ମାସ ବହୁତ ଶୁଭ ଏବଂ ମଙ୍ଗଳକାରୀ ମାନାଯାଏ। ଶ୍ରାବଣ ମାସ ଭଗବାନ ଶିବଙ୍କୁ ବହୁତ ପ୍ରିୟ ଅଟେ। ଏହି ମାସରେ କରାଯାଉଥିବା ପୂଜାପାଠ ବ୍ରତରେ ଭଗବାନ ଶିବ ବହୁତ ଅଧିକ ପ୍ରସନ୍ନ ହୋଇଥାନ୍ତି। ଭଗବାନ ଶିବଙ୍କର କୃପା ପ୍ରାପ୍ତି ପାଇଁ ଏହି ମାସରେ ଭଗବାନ ଶିବଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଏ।

ଶ୍ରାବଣ ମାସର ପ୍ରଥମ ସୋମବାର ବ୍ରତ ୧୮ ଜୁଲାଇ ଦିନ ପଡିବ। ୨୫ ଜୁଲାଇକୁ ଶ୍ରାବଣ ମାସର ଦ୍ୱିତୀୟ ସୋମବାର ବ୍ରତ ୧ ଅଗଷ୍ଟକୁ ତୃତୀୟ ଶ୍ରାବଣ ମାସର ସୋମବାର ବ୍ରତ ୮ ଅଗଷ୍ଟରେ ଶ୍ରାବଣ ମାସର ଚତୁର୍ଥ ସୋମବାର ବ୍ରତ ରହିବ। ମୋଟ ୪ ଟି ସୋମବାର ବ୍ରତ ପଡିବ।

ଶାସ୍ତ୍ର ଅନୁସାରେ ଶ୍ରାବଣ ମାସର ବହୁତ ମହତ୍ୱ ଅଛି। ଯଦି ଭଗବାନ ଶିବଙ୍କର ପୂଜା କରାଯାଏ ଭଗବାନ ଶିବଙ୍କୁ ଭକ୍ତି କରାଯାଏ ତେବେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଏହି ମାସରେ ପୂଜାର ଫଳ ବହୁତ ଶୀଘ୍ର ପ୍ରାପ୍ତ ହୋଇଥାଏ କାରଣ ଏହି ମାସ ଭଗବାନ ଶିବଙ୍କର ପ୍ରିୟ ମାସ ଅଟେ।

ଶ୍ରାବଣ ମାସରେ ପଡୁଥିବା ସୋମବାର ବ୍ରତରେ କିଛି ଖାସ ବିଶେଷ କଥା ଜାଣିବା ଉଚିତ। ସପ୍ତାହର ପ୍ରଥମ ଦିନ ସୋମବାର ଭଗବାନ ଶିବଙ୍କର ଆରାଧନାର ଦିନ ହୋଇଥାଏ। ସେମିତିରେ ଏହି ଦିନର ଅଧିପତି ସୋମ ଏବଂ ଚନ୍ଦ୍ର ମଧ୍ୟ ଅଟନ୍ତି। ସେଥିପାଇଁ ଏହି ଦିନକୁ ସୋମବାର କୁହାଯାଇଛି। ସୋମବାର ଦିନ ଭଗବାନ ଶିବ ଏବଂ ଚନ୍ଦ୍ରମାଙ୍କର ଆରାଧନା କରାଯାଇଥାଏ ଏବଂ ବ୍ରତ ରଖାଯାଇଥାଏ।

ସୋମବାରକୁ ରଖାଯାଇଥିବା ବ୍ରତ ଶୀଘ୍ର ଫଳଦାୟୀ ହୋଇଥାଏ। ସେଥିପାଇଁ ଭଗବାନ ଶିବଙ୍କ ଭକ୍ତ ଏହି ଦିନ କୌଣସି ଇଛାର ପୂର୍ତ୍ତି ପାଇଁ ତଥା ସୁଖ ଶାନ୍ତି ସମୃଦ୍ଧି ପାଇଁ ସୋମବାର ବ୍ରତ ରଖିଥାନ୍ତି। ବୈବାହିକ ଜୀବନ ସୁଖମୟ ହେବା ପାଇଁ ତଥା ଭଲ ଜୀବନସାଥୀ ପାଇବାର କାମନା ରଖି କୁଆଁରୀ ଝିଅମାନେ ବିଶେଷ ଭାବରେ ସୋମବାରର ବ୍ରତ ରଖିଥାନ୍ତି।

ଜ୍ୟୋତିଷ ଶାସ୍ତ୍ରରେ ସୋମବାର ଦିନକୁ ବିଶେଷ ରୂପରେ ଭଗବାନ ଶିବ ଏବଂ ଚନ୍ଦ୍ରମାଙ୍କ ସହ ଯୋଡି ଦେଖାଯାଇଥାଏ। ଏଥିପାଇଁ ଏହି ଦିନ ସବୁ କାମ କରିବା ଉଚିତ। ଯାହା ସବୁ ଭଗବାନ ଶିବଙ୍କୁ ପ୍ରିୟ ହୋଇଥାଏ। ଭଗବାନ ଶିବଙ୍କ ମନ୍ଦିରକୁ ଯାଇ ଗଙ୍ଗାଜଳ ଅର୍ପଣ କରିବା ଶୁଭ ହୋଇଥାଏ ଏବଂ ଭଗବାନ ଶିବଙ୍କ ପ୍ରିୟ ବେଲପତ୍ର ଚଢ଼େଇବା ଉଚିତ ତା ସହିତ ଭଗବାନ ଶିବଙ୍କୁ ଚନ୍ଦନର ଲେପ ମଧ୍ୟ ଲଗେଇଲେ ଭଲ ହୋଇଥାଏ ଏବଂ ଭଗବାନ ଶିବଙ୍କୁ କ୍ଷୀର ଅର୍ପଣ କରିବା ବହୁତ ଭଲ ମାନାଯାଇଥାଏ। ଏମିତି କରିବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧି ଏବଂ ଧନର ପ୍ରାପ୍ତି ହୋଇଥାଏ।

ଭଗବାନ ଶିବଙ୍କୁ ଧଳା ବସ୍ତୁ ଅତ୍ୟନ୍ତ ପ୍ରିୟ ହୋଇଥାଏ। ସେଥିପାଇଁ ସୋମବାର ଦିନ ଧଳା ଜିନିଷ ଯେମିତି କ୍ଷୀର ଦହି ଧଳା ଫୁଲକୁ ବିଶେଷ ରୂପରେ ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ ଏବଂ ଧଳା ଜିନିଷର ଭୋଗ ଲଗେଇ ଏହି ଦିନ ଆପଣ ବି ଧଳା ରଙ୍ଗର ଜିନିଷ ସେବନ କରନ୍ତୁ। ଭଗବାନ ଶିବଙ୍କ କୃପା ଆପଣଙ୍କ ଉପରେ ନିଶ୍ଚୟ ବର୍ଷା ହେବ।

ସୋମବାର ଦିନ ଧଳା ବସ୍ତ୍ର ପିନ୍ଧିବା ଅତ୍ୟନ୍ତ ଶୁଭ ମାନାଯାଇଥାଏ।

ବାସ୍ତୁଶାସ୍ତ୍ର ଅନୁସାରେ ସୋମବାର ଦିନ କୌଣସି କାମରେ ଘରୁ ବାହାରକୁ ଯିବା ପୂର୍ବରୁ ଆଇନା ନିଶ୍ଚୟ ଦେଖନ୍ତୁ। ଆପଣଙ୍କର କାମ ବିନା କୌଣସି ବାଧାରେ ସମ୍ପର୍ଣ୍ଣ ହୋଇଯିବ।

ଏହିସବୁ କାମ ଆପଣଙ୍କୁ ସୋମବାର ଦିନ କରିବା ଉଚିତ। କିନ୍ତୁ କିଛି କାମ ଏମିତି ବି ଅଛି ଯାହା ସୋମବାର ଦିନ ଭୁଲରେ ବି କରିବା ଉଚିତ ନୁହେଁ।

କଳା ରଙ୍ଗର ବସ୍ତ୍ର ସୋମବାର ଦିନ ବିଲକୁଲ ପିନ୍ଧନ୍ତୁ ନାହିଁ। ଏବଂ ଧ୍ୟାନ ରଖିଥିବେ ଏହି ଦିନ କଳା ବସ୍ତ୍ର ପିନ୍ଧି ସୋମବାର ଦିନ ଭଗବାନ ଶିବ ମନ୍ଦିରକୁ ବିଲକୁଲ ବି ଯାଆନ୍ତୁ ନାହିଁ। ଏହା ସହିତ ମହିଳା ମାନଙ୍କୁ ସୋମବାର ଦିନ ମୁଣ୍ଡ ଚୁଟି ଧୋଇବା ଉଚିତ ନୁହେଁ। ଏହା ପରିବାର ଉପରେ ଅଧିକ ପ୍ରଭାବ ପଡିଥାଏ।

ସୋମବାର ବ୍ରତରେ ବ୍ରତଧାରୀଙ୍କୁ ଫଳ ମଧ୍ୟରୁ ନାସପାତିର ଫଳ ସେବନ କରିବା ଉଚିତ ନୁହେଁ।

ସୋମବାର ଦିନ ମାଂସ ଖାଇବା ଅନୁଚିତ ଅଟେ। ଏହିଦିନ ଭଗବାନ ଶିବଙ୍କ ବ୍ରତ କରି ସାତିକ ଆହାର ଯେପରି କ୍ଷୀର ଦହି ଫଳ ଖାଇବା ଉଚିତ।

ସୋମବାର ଦିନ ଅନ୍ୟର ଅପମାନ କରନ୍ତୁ ନାହିଁ। ଗାଳି ଅପଶବ୍ଦ ପାଟିରେ କୁହନ୍ତୁ ନାହିଁ। ଦୁବ୍ୟବହାର ଅତ୍ୟାଚାର ବିଶ୍ୱାସଘାତକ ଝଗଡା ଏହିସବୁ କରିବା ଅନୁଚିତ ଅଟେ। ଭଗବାନ ଶିବଙ୍କ କ୍ରୋଧରୁ ବଞ୍ଚିବା ପାଇଁ ବିଶେଷ ରୂପରେ ଅନୈତିକ କାମ କରନ୍ତୁ ନାହିଁ।

ଭଗବାନ ଶିବଙ୍କ ପୂଜା ସହିତ ନନ୍ଦି ମହାରାଜଙ୍କ ପୂଜା ଜରୁରୀ ଅଟେ। ଭଗବାନ ଶିବ ପଶୁ ପ୍ରିୟ ଅଟନ୍ତି। ଏଥିପାଇଁ ସୋମବାର ଦିନ ୪ ଗୋଡ଼ ଥିବା କୌଣସି ବି ପଶୁଙ୍କୁ ଦୁବ୍ୟବହାର କିମ୍ବା ବାଡ଼ାନ୍ତୁ ନାହିଁ। ସେଥିପାଇଁ ପଶୁ ମାନଙ୍କୁ ଆଦର କରନ୍ତୁ। ଖାଇବାକୁ ଦିଅନ୍ତୁ। ଏବଂ ସେମାନଙ୍କୁ ନମସ୍କାର କରନ୍ତୁ। ସେଥିପାଇଁ ଏହି ଦିନ ଗାଈ ମାତାଙ୍କ ପୂଜା କରନ୍ତୁ। ଏହି ଦିନ ଗାଈକୁ କିଛି ନାଁ କିଛି ଖାଇବାକୁ ଦେବା ଉଚିତ। ଏହା ଦ୍ବାରା ବ୍ରତ ସମ୍ପୂର୍ଣ୍ଣ ହୋଇଥାଏ ବୋଲି ମାନାଯାଏ। ଏହା ସହିତ ଷଣ୍ଢ ବଳଦଙ୍କର ଅପମାନ କରନ୍ତୁ ନାହିଁ।

ଧ୍ୟାନ ରଖିବେ ଭଗବାନ ଶିବଙ୍କୁ କେତକୀ ଫୁଲ କୁମକୁମ ତୁଳସୀ ପତ୍ର ଖଣ୍ଡିତ ବେଲ ପତ୍ର ଓ ଖଣ୍ଡିତ ଚାଉଳ ଭୁଲରେ ବି ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ ନାହିଁ ଏବଂ ଶଙ୍ଖରେ ଜଳ ଅର୍ପଣ କରନ୍ତୁ ନାହିଁ।

ସୋମବାର ବ୍ରତରେ ଏହି ଫଳ ଖାଇବା ଉଚିତ ନୁହେଁ।

ଶାସ୍ତ୍ର ଅନୁସାରେ ବ୍ରତ ଧାରୀଙ୍କୁ ଫଳ ମାଗି ଖାଇବା ଉଚିତ ନୁହେଁ। ଏହାକୁ ପାପ ମାନାଯାଏ। ବ୍ରତ ଅଧୁରା ରହିଯାଏ। କୌଣସି ବି ବ୍ରତରେ ଫଳ ଆଦି ମାଗି ସେବନ କରିବା ଉଚିତ ନୁହେଁ।

ଏହି ଦିନ ମିଛ କହିବା ଉଚିତ ନୁହେଁ। କରଜ ନେବା ଉଚିତ ନୁହେଁ। କାହାରି ଚୁଗଲି କରିବା ଉଚିତ ନୁହେଁ।

ଫଳ ଯଦି କେହି ଦିଏ ଖାଇ ପାରିବେ କିନ୍ତୁ ମାଗିକି ଫଳ ଖାଇବେ ନାହିଁ। ଏହା ଦ୍ବାରା ବ୍ୟକ୍ତିର ପବିତ୍ରତା ଭଙ୍ଗ ହୋଇଯାଏ। ପାପ ଲାଗିଥାଏ।

ସୋମବାର ବ୍ରତ ହେଉ କିମ୍ବା ଶ୍ରାବଣ ମାସର ବ୍ରତ ନାଶପାତି ଫଳ ଖାଇବେ ନାହିଁ କି ଭଗବାନଙ୍କ ପୂଜାରେ ଅର୍ପଣ କରିବେ ନାହିଁ। ଅନ୍ୟ ଦିନରେ ଖାଇ ପାରିବେ।

ଲମ୍ବା ସମୟରୁ ରଖାଯାଇଥିବା ଅଟାର ପ୍ରସ୍ତୁତ ଜିନିଷ ଖାଇଲେ ବ୍ରତ ଭାଙ୍ଗି ଯାଇପାରେ। ବ୍ରତରେ ତାଜା ଅଟା ଖାଇବା ଉଚିତ।

ଏହି ଶ୍ରାବଣ ମାସ ସୋମବାର ଦିନ ଯଦି ଏହି ୫ ଟି ସଂକେତ କାହାକୁ ମିଳୁଛି ତେବେ ଜଣା ପଡିଥାଏ କି ମହାଦେବ ଆପଣଙ୍କ ଭକ୍ତିରେ ବହୁତ ପ୍ରସନ୍ନ ଅଛନ୍ତି।

ନନ୍ଦି ମହାରାଜ ଭଗବାନ ଶିବଙ୍କର ବାହନ ଅଟେ। ଶ୍ରାବଣ ମାସରେ ଯଦି ନନ୍ଦି ମହାରାଜ ହଠାତ ଆପଣଙ୍କ ଘରର ଦ୍ଵାରକୁ ଆସନ୍ତି ଏବଂ ଘରର ଦ୍ଵାରକୁ ସିଙ୍ଗ ମାରେ ତେବେ ବୁଝିନିଅନ୍ତୁ ଯେ ଭଗବାନ ଶିବ ଘରକୁ ଆସିବେ। ଭଗବାନ ଶିବ ଘରକୁ ଆସିବାର ସଂକେତ ଅଟେ। ଭଗବାନ ଶିବ ଆପଣଙ୍କ ଭକ୍ତିରେ ବହୁତ ପ୍ରସନ୍ନ ଅଛନ୍ତି। ଘରକୁ ଖୁସି ଆସିବ। ଧ୍ୟାନ ରଖିବେ ନନ୍ଦିଙ୍କୁ ତିଳକ ଲଗାଇ ମିଠା ଭୋଗ ନିଶ୍ଚୟ ଖୁଆନ୍ତୁ।

ଶ୍ରାବଣ ମାସରେ ଯଦି ସ୍ୱପ୍ନରେ ଭଗବାନ ଶିବ ଲିଙ୍ଗ ଦେଖାଯାଏ ତ ବୁଝିନିଅନ୍ତୁ ଜୀବନରେ ଥିବା ସମସ୍ୟାର ଅନ୍ତ ହେବାକୁ ଯାଉଛି।

ଯଦି ଏହି ମାସରେ ନୀଳକଣ୍ଠ ଘରର ଛାତ ଉପରେ ଆସି ବସିଯାଏ ତେବେ ତାକୁ ଭୁଲରେ ବି ଘଉଡ଼ାଇ ଦେବେ ନାହିଁ। କାରଣ ଏହାକୁ ଭଗବାନ ଶିବଙ୍କର ପ୍ରତୀକ ମାନାଯାଏ।

ଏହି ମାସରେ ହଠାତ ଘରେ କଳା ସାପର ଦର୍ଶନ ହୋଇଯାଏ ତ ଏହାକୁ ବହୁତ ଶୁଭ ମାନାଯାଏ।

ସ୍ୱପ୍ନରେ ନାଗନାଗୁଣିଙ୍କର ଯୋଡ଼ା ଦେଖିବା ବହୁତ ଶୁଭ ମାନାଯାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *