Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସରେ ସ୍ତ୍ରୀ ଏବଂ ପୁରୁଷ ଭୁଲରେ ବି କରନ୍ତୁ ନାହିଁ ଏହି ୫ଟି କାମ ! ନହେଲେ କାଙ୍ଗାଳ ହୋଇଯିବେ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶ୍ରାବଣ ମାସରେ ସ୍ତ୍ରୀ ଏବଂ ପୁରୁଷ ଭୁଲରେ ବି କରନ୍ତୁ ନାହିଁ ଏହି ୫ଟି କାମ। ଦରିଦ୍ରତା ହୋଇଯିବେ

ଶ୍ରାବଣ ମାସ ଅତ୍ୟନ୍ତ ପବିତ୍ର ଏବଂ ଶୁଭମୟ ହୋଇଯାଏ। ଏହି ମାସଟିକୁ ଶିବ ଭକ୍ତ ଅପେକ୍ଷା କରି ବସି ଥାନ୍ତି। ଭଗବାନ ଶିବ ଭକ୍ତ ପୁରା ବର୍ଷ ତାଙ୍କର ପୂଜା କରିଥାନ୍ତି କିନ୍ତୁ ଶ୍ରାବଣ ମାସ ଭଗବାନ ଶିବଙ୍କୁ ସମର୍ପଣ ଅଟେ। ଏମିତି ମାନ୍ୟତା ଅଛି ଯେ ଏହି ମାସରେ ଭଗବାନ ଶିବ ନିଜର ଶଶୁର ଘର ଗୋଲକକୁ ଆସିଥାନ୍ତି ଏବଂ ସେ ଯେତେବେଳେ ପ୍ରଥମ ଥର ପାଇଁ ନିଜ ଶଶୁର ଘରକୁ ଆସିଥିଲେ ତାଙ୍କର ସ୍ୱାଗତ ବହୁତ ଭଲ ଭାବରେ ହୋଇଥିଲା।

ଶ୍ରାବଣ ମାସରେ ଭଗବାନ ଶିବ ସୃଷ୍ଟିର ରକ୍ଷା ପାଇଁ ସମୁଦ୍ର ମନ୍ଥନରେ ବାହାରିଥିବା ବିଷକୁ ପାନ କରିଥିଲେ ଏବଂ ସେଥିପାଇଁ ତାଙ୍କ ନାମ ନୀଳକଣ୍ଠ ହୋଇଥିଲା। ଏହି ଶ୍ରାବଣ ମାସରେ ଭଗବାନ ଶିବଙ୍କର ପୂଜା ଆରୋଧନା ପୁରା ଭକ୍ତିରେ ସହିତ କରନ୍ତୁ। ଆଜି ଆମେ ଆପଣଙ୍କୁ ଜଣେଇବୁ କେଉଁ କାମ କରିବା ଉଚିତ ଏବଂ କେଉଁ କାମ କରିବା ଉଚିତ ନୁହେଁ। ଶାସ୍ତ୍ର ଅନୁସାରେ ଏହି ମାସରେ କିଛି କାର୍ଯ୍ୟ କରିବାକୁ ବର୍ଜିତ କରାଯାଇଛି। ଏହି କାର୍ଯ୍ୟ କରିଲେ ମନୁଷ୍ୟ ଭଗବାନ ଶିବଙ୍କ କୃପାରୁ ବଞ୍ଚିତ ରହିଯାଏ। ସେଥିପାଇଁ ଶ୍ରାବଣ ମାସରେ ଏହି ୫ ଟି କାମ ଭୁଲରେ ବି କରନ୍ତୁ ନାହିଁ।

ଶିବପୁରାଣ ଅନୁସାରେ ଶ୍ରାବଣ ମାସରେ ଗଙ୍ଗା ସ୍ନାନର ଅଧିକ ମହତ୍ୱ ଅଛି। ଯଦି ଆପଣ ପ୍ରାତଃ ସମୟରେ ଜାଗ୍ରତ ହେବା ପରେ ଗଙ୍ଗା ସ୍ନାନ କରି ଭଗବାନ ଶିବ ମନ୍ଦିରକୁ ଯାଇ ଭଗବାନ ଶିବଙ୍କର ଜଳାଭିଷେକ କରନ୍ତି ତେବେ ଆପଣଙ୍କୁ ମନ ପସନ୍ଦର ବର ପ୍ରାପ୍ତ ହୋଇଥାଏ। ଯଦି ଗଙ୍ଗା ସ୍ନାନ କରି ପାରୁନାହାନ୍ତି ତେବେ ନିଜ ଘରେ ମା ଗଙ୍ଗାଙ୍କୁ ସ୍ମରଣ କରି ସ୍ନାନ ଅବଶ୍ୟ କରନ୍ତୁ। ଏହା ଦ୍ବାରା ଗଙ୍ଗା ସ୍ନାନର ପୁଣ୍ୟ ପ୍ରାପ୍ତ ହେବ। ଏହି ମାସରେ ଗୋଟେ ବି ଦିନ ବିନା ସ୍ନାନରେ ରହିବା ଉଚିତ ନୁହେଁ। ଏହି ମାସଟି ପବିତ୍ର ମାସ ଅଟେ ସେଥିପାଇଁ ଯେଉଁ ବ୍ୟକ୍ତି ଏହି ମାସରେ ସ୍ନାନ କରନ୍ତି ନାହିଁ ତାଙ୍କର ପୁଣ୍ୟ ଫଳ ନଷ୍ଟ ହୋଇଯାଏ।

ଏହି ମାସରେ ଭଗବାନ ଶିବଙ୍କୁ ଜଳାଭିଷେକ କରିବାର ବଡ଼ ମହତ୍ୱ ରହିଛି। କାରଣ ଏହା ମାନ୍ୟତା ଅଛି ଭଗବାନ ଶିବଙ୍କ ମସ୍ତକରେ ଅଗ୍ନି ବିରାଜଭମାନ ଅଟନ୍ତି ଏବଂ ସେହି ଅଗ୍ନିକୁ ଶାନ୍ତ ରଖିବା ପାଇଁ ଭଗବାନ ଶିବଙ୍କୁ ଜଳରେ ଅଭିଷେକ କରାଯାଏ। ଯେଉଁ ବି ଭକ୍ତ ଭଗବାନ ଶିବଙ୍କୁ ଭକ୍ତି ଭାବରେ ଜଳାଭିଷେକ କରିଥାଏ ଭଗବାନ ଶିବ ତା ଉପରେ ଅବଶ୍ୟ ହିଁ ପ୍ରସନ୍ନ ହୋଇଯାନ୍ତି।

ଏହା ସହିତ କ୍ଷୀର ଦହି ଭସ୍ମ ଏହି ସମସ୍ତ ଜିନିଷରେ ଭଗବାନ ଶିବଙ୍କର ଅଭିଷେକ କରନ୍ତୁ। ମାନ୍ୟତା ଅନୁସାରେ ଯେଉଁ ବି ମନୁଷ୍ୟ ଏହି ମାସରେ ଭଗବାନ ଶିବଙ୍କର ମହୁରେ ଅଭିଷେକ କରିଥାଏ ତାଙ୍କର ଧନ ସମ୍ପତ୍ତିର ବୃଦ୍ଧି ହୋଇଥାଏ ଏବଂ ଯେଉଁ ବ୍ୟକ୍ତି ଶ୍ରାବଣ ମାସରେ ଭଗବାନ ଶିବଙ୍କର ଅଭିଷେକ କରନ୍ତି ନାହିଁ ତାଙ୍କର ଧନ ସମ୍ପତ୍ତିର ନାଶ ହୋଇଯାଏ।

ଶ୍ରାବଣ ମାସରେ ସୋମବାର ବ୍ରତ ରଖିଲେ ଆପଣଙ୍କର ସମସ୍ତ କଷ୍ଟ ଦୂର ହୋଇଥାଏ। ଏମିତି ମାନ୍ୟତା ଅଛି ଏହି ମାସରେ ଯେଉଁ ବି କୁଆଁରୀ କନ୍ୟା ସୋମବାର ବ୍ରତ ପାଳନ କରିଥାଏ ମା ପାର୍ବତୀ ତାଙ୍କୁ ମନ ପସନ୍ଦର ବର ପ୍ରଦାନ କରିଥାନ୍ତି। ମା ପାର୍ବତୀ ଘୋର ତପସ୍ୟା କରି ଭଗବାନ ଶିବଙ୍କୁ ନିଜର ପତି ରୂପରେ ପାଇଥିଲେ। ଭଗବାନ ଶିବଙ୍କ ଭଳି ସ୍ୱାମୀ ପାଇବା ପାଇଁ ଏହି ବ୍ରତ କୁଆଁରୀ କନ୍ୟା ଅବଶ୍ୟ କରନ୍ତୁ।

ଏହି ମାସରେ ସ୍ୱାତିକ ଭଜନ ସେବନ କରିବା ଉଚିତ। ଏହି ମାସରେ କେବେବି ମାଂସ ମଦର ସେବନ କରିବେ ନାହିଁ। ଯେଉଁ ମନୁଷ୍ୟ ଏହି ମାସରେ ମାଂସର ସେବନ କରିଥାଏ ତାଙ୍କୁ ଭଗବାନ ଶିବଙ୍କ କ୍ରୋଧର ସାମ୍ନା କରିବାକୁ ପଡିଥାଏ କାରଣ ଭଗବାନ ଶିବ ପଶୁ ପ୍ରିୟ ଅଟନ୍ତି ସେଥିପାଇଁ ଏହି ମାସରେ କୌଣସି ବି ପଶୁର ହତ୍ୟା କରିବା ଘୋର ପାପ ହୋଇଥାଏ।

ଏହି ମାସରେ ସ୍ତ୍ରୀ କିମ୍ବା ପୁରୁଷଙ୍କୁ କାହାରିକୁ ବି ଡେରି ପର୍ଯ୍ୟନ୍ତ ଶୋଇବା ଉଚିତ ନୁହେଁ। ସକାଳୁ ଜଲଦି ଉଠି ସ୍ନାନ ଆଦି ସାରି ଭଗବାନ ଶିବଙ୍କର ପୂଜା ଆରୋଧନା କରିବା ଉଚିତ। ଯେଉଁବି ମନୁଷ୍ୟ ଶ୍ରାବଣ ମାସରେ ଡେରି ପର୍ଯ୍ୟନ୍ତ ଶୋଇଥାଏ ଡେରିରେ ସ୍ନାନ କରିଥାଏ ଏବଂ ବିନା ସ୍ନାନରେ ଭଜନ ସେବନ କରିଥାଏ ସେ ଭଗବାନ ଶିବଙ୍କ କୃପାରୁ ବଞ୍ଚିତ ରହିଯାଏ।

ଏହି ମାସରେ ଯେଉଁ ବ୍ୟକ୍ତି ସକାଳୁ ବ୍ରହ୍ମ ମୁହୂର୍ତ୍ତରେ ଉଠି ଓଁ ନମଃ ଶିବାୟର ୧୦୮ ଥର ଜପ କରିଥାଏ ଭଗବାନ ଶିବ ତାଙ୍କର ସମସ୍ତ ଦୁଃଖର ନାଶ କରିଥାନ୍ତି ଏବଂ ତାଙ୍କୁ ସୁଖ ଶାନ୍ତି ପ୍ରଦାନ କରିଥାନ୍ତି।

ଯଦି ଶ୍ରାବଣ ମାସରେ ବ୍ରତ ରଖୁଛନ୍ତି ତେବେ କେଶ କାଟିବେ ନାହିଁ ଏବଂ ସେଭିଂ ମଧ୍ୟ ହେବେନାହିଁ।

ଚମଡା ଜିନିଷର ବ୍ୟବହାର ବି ଏହି ମାସରେ କରିବେ ନାହିଁ।

ଏହି ମାସରେ ଯେଉଁ ବି ସ୍ତ୍ରୀ ଏବଂ ପୁରୁଷ ବ୍ରତର ପାଳନ କରନ୍ତି ତାଙ୍କୁ ଶ୍ରାବଣ ସୋମବାର ଦିନ ଭୁଲରେ ବି ଶାରୀରିକ ସମ୍ବଦ୍ଧ ବନେଇବା ଉଚିତ ନୁହେଁ। ଏହା ଦ୍ବାରା ଶରୀର ଅପବିତ୍ର ହୋଇଯାଏ ଏବଂ ଏମିତି ଅପବିତ୍ର ଶରୀରରେ ଭଗବାନ ଶିବଙ୍କର ପୂଜା କରିବା ବର୍ଜିତ ମାନାଯାଏ।

ଏହି ମାସରେ କୌଣସି ସ୍ତ୍ରୀର ଅପମାନ କରିବା ଉଚିତ ନୁହେଁ। କୌଣସି ବି ଛୋଟ କନ୍ୟା ମା ଭଉଣୀ ପିଉସି ମାଉସୀ କୌଣସି ବି ସ୍ତ୍ରୀକୁ ଅପଶବ୍ଦ କୁହନ୍ତୁ ନାହିଁ। ନଚେତ ଭଗବାନ ଶିବ ଆପଣଙ୍କ ଉପରେ ଅତ୍ୟନ୍ତ କ୍ରୋଧିତ ହୋଇଯିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *