Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ ଶ୍ରୀକୃଷ୍ଣ ନିଜେ କହିଛନ୍ତି ; ଓସ୍ତ ଗଛର ପତ୍ର ଉପରେ ଏହି ମନ୍ତ୍ର ଲେଖିକି ଘରେ ରଖିଲେ,ହୋଇଥାଏ ଧନ ବୃଦ୍ଧି,ଆଜି ହିଁ ଚେଷ୍ଟା କରନ୍ତୁ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଅସ୍ତଗଛର ପତ୍ର ଉପରେ ଏହି ମନ୍ତ୍ର ଲେଖିକରି ଘରେ ରଖିଲେ ଧନର ବୃଦ୍ଧି ହୋଇଥାଏ।

ଭାରତୀୟ ସଂସ୍କୃତିରେ ଅସ୍ତ ଗଛକୁ ଦେବ ବୃକ୍ଷ କୁହାଯାଏ। ଏହାର ସ୍ୱାତିକ ପ୍ରଭାବରୁ ଅନ୍ତର ମନର ଚେତନା ପ୍ରଫୁଲିତ ହୋଇଯାଏ। ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ଅସ୍ତ ଗଛକୁ ଅଶ୍ୱସ୍ତ କୁହାଯାଏ। ସ୍କନ୍ଧ ପୁରାଣରେ ବର୍ଣ୍ଣିତ ଅଛି କି ଅଶ୍ୱସ୍ତ ଗଛ ମୂଳରେ ଭଗବାନ ବିଷ୍ଣୁ ତନରେ କେଶବ ଡାଳରେ ନାରାୟଣ ପତ୍ରରେ ଶ୍ରୀହରି ଏବଂ ଫଳରେ ସମସ୍ତ ଦେବତା ନିବାସ କରନ୍ତି। ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଅସ୍ତ ଗଛରେ ସେ ଥାନ୍ତି।

ଶାସ୍ତ୍ର ଅନୁସାରେ ଅସ୍ତ ଗଛର ପୂଜା ନୀତିନିୟମର ସହିତ କରିଲେ ସମସ୍ତ ଦେବତା ସ୍ୱୟଂ ହିଁ ପୂଜିତ ହୋଇଯାନ୍ତି। ଯେଉଁ ବ୍ୟକ୍ତି ଏହି ଗଛ ଲଗାଇଥାନ୍ତି ତାଙ୍କର ଵଂଶ କେବେବି ନଷ୍ଟ ହୋଇନଥାଏ। ଏହି ଗଛର ସେବା କରୁଥିବା ଲୋକେ ସଦଗତି ପ୍ରାପ୍ତ କରିଥାନ୍ତି। ଅଶ୍ୱସ୍ତ ପୁରାଣରେ ବର୍ଣ୍ଣିତ ଅଛି ଅଶ୍ୱସ୍ତ ମନ୍ତ୍ର। ଏହି ଗଛ ମୂଳରେ ମନ୍ତ୍ର ଜପ ଏବଂ ଧ୍ୟାନ କରିଲେ ଶୁଭ ଫଳଦାୟକ ମାନାଯାଏ। ଏହି ଗଛ ବ୍ୟକ୍ତିଙ୍କର ବନ୍ଧୁ ଅଟେ।

କୁହାଯାଏ ଯେତେବେଳେ ସମସ୍ତ ସମସ୍ୟା ଘେରି ନେଇଥାଏ। ସମସ୍ୟାରୁ ବାହାରିବା ପାଇଁ କୌଣସି ରାସ୍ତା ମିଳେନାହିଁ। ନିଜର ଛାଇ ବି ସାଥ ଦେଇନଥାଏ ସବୁ କାର୍ଯ୍ୟ ଖରାପ ହୋଇଯାଏ ତ ଆପଣଙ୍କୁ ଅସ୍ତ ଗଛର ଶରଣକୁ ଯିବା ଉଚିତ। ଏହି ଗଛର ଶରଣକୁ ଯିଏ ବି ଯାଇଥାଏ ସେ ଖାଲି ହାତରେ କେବେବି ଫେରିନଥାଏ।

ଅସ୍ତ ଗଛର ପୂଜାର୍ଚ୍ଚନା କରି ପ୍ରାର୍ଥନା କରନ୍ତୁ। ସମସ୍ତ କଷ୍ଟ ଦୂର ହୋଇଯିବ। ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଯେଉଁ ମନୁଷ୍ୟ ଜୀବନ କାଳ ସମୟରେ ମାତ୍ର ୧ ଟି ଅସ୍ତ ଗଛ ଲଗାଇଥାଏ ତାର ସବୁ ଜନ୍ମର ପାପ ନାଶ ହୋଇଥାଏ। ଏହି ଗଛ ସେହି ମନୁଷ୍ୟର ମୃତ୍ୟୁ ପରେ ବି ତାର ପୁଣ୍ୟ ଅର୍ଜନ କରିଥାଏ। ଏଥିପାଇଁ ମନୁଷ୍ୟଙ୍କୁ ନିଜ ଜୀବନ କାଳ ସମୟରେ ଗୋଟେ ଅସ୍ତ ଗଛ ନିଶ୍ଚୟ ଲଗାଇବା ଉଚିତ।

ପ୍ରାଚୀନ କାଳରେ ଋଷି ମୁନି ଅସ୍ତ ଗଛକୁ ବହୁତ ପବିତ୍ର ମାନିଥାଆନ୍ତି ଏବଂ ଏହାର ପୂଜା କରିଥାନ୍ତି। ମାନ୍ୟତା ଅଛି ଅସ୍ତ ଗଛର ପତ୍ରରେ ମନ୍ତ୍ର ଲେଖିଲେ ଅଧୁରା ଇଛା ପୂରଣ ହୋଇଥାଏ ଏବଂ ମନୁଷ୍ୟ ଦୀର୍ଘାୟୁ ଜୀବନ ବ୍ୟତୀତ କରିଥାଏ।

ଯଦି ଧନ ସମ୍ବଦ୍ଧିତ ସମସ୍ୟା ଅଛି ଯେତେ ଚେଷ୍ଟା କରିଲେ ମଧ୍ୟ ଧନ ପ୍ରାପ୍ତି ହୋଇନଥାଏ ଜୀବନ କଷ୍ଟରେ ଭରା ରହିଛି ବିବାହରେ ସମସ୍ୟା ଅଛି କିମ୍ବା ଶତ୍ରୁଙ୍କ ଠାରୁ କଷ୍ଟ ପ୍ରାପ୍ତ ହୋଇଥାଏ ତେବେ ଏହି ଗଛର ପତ୍ରରେ ବିଭିନ୍ନ ପ୍ରକାରର ମନ୍ତ୍ର ଲେଖି ନିଜର ପୂଜା ଘରେ ନିଶ୍ଚୟ ରଖନ୍ତୁ ଆପଣଙ୍କର ସମସ୍ୟାର ସମାଧାନ ନିଶ୍ଚୟ ହେବ। ଆସନ୍ତୁ ଜାଣିବା ଏହି ଗଛର ସାହାର୍ଯ୍ୟରେ ଆମେ ଆମର ଜୀବନରେ ସୁଖ ସମୃଦ୍ଧି କେମିତି ଆଣିପାରିବା ଏବଂ ଏହି ଗଛର ପତ୍ରରେ କେଉଁ ମନ୍ତ୍ର ଲେଖିବା ଉଚିତ।

ଶନିବାର ଦିନ ଏହି ଗଛର ପୂଜା କରିବାର ବଡ଼ ମହତ୍ୱ ରହିଛି। ଏହାର ସମ୍ବଦ୍ଧ ଶନିଦେବଙ୍କ ସହିତ ଅଟେ। ଶନି ଗ୍ରହଙ୍କୁ ସମସ୍ତେ ଡରି ଥାନ୍ତି କିନ୍ତୁ ସେ ସବୁଠାରୁ ଭଲ ଗ୍ରହ ଅଟନ୍ତି। ଶନି ଏକ ଏମିତି ଗ୍ରହ ଅଟନ୍ତି ଯେଉଁ ବ୍ୟକ୍ତିଙ୍କ ଉପରେ ତାଙ୍କର କୃପା ହୋଇଯାଏ ସେହି ବ୍ୟକ୍ତିର ଭାଗ୍ୟର ଦ୍ୱାର ଖୋଲିଯାଏ। ସେ ଜୀବନରେ ସମସ୍ତ ପ୍ରକାରର ସୁଖ ପାଇଥାଏ ଏବଂ ଜୀବନରେ ସମସ୍ତ କ୍ଷେତ୍ରରେ ସଫଳତା ମିଳିଥାଏ।

ଯଦି ଶନିବାର ଦିନ ଅସ୍ତ ଗଛର ପତ୍ରରେ ଶନି ଦେବଙ୍କ ମନ୍ତ୍ର ଲେଖନ୍ତି ଓଁ ଶନିଶ୍ଚରାୟ ନମଃ ଏବଂ ସେହି ପତ୍ରକୁ ଶନିଦେବଙ୍କ ମନ୍ଦିରକୁ ଯାଇ ତାଙ୍କର ଚରଣରେ ରଖିଦେବେ ତ ଜୀବନରେ ଚାଲୁଥିବା ଅନେକ ସମସ୍ୟାର ସମାଧାନ ହୋଇଯିବ। ଏହି ଉପାୟ ସମସ୍ତ ପ୍ରକାରର ସଙ୍କଟରୁ ମୁକ୍ତି ଦେଇଥାଏ।

ଶନିବାର ଦିନ ଯଦି ଏକ ଘଟି ଜଳରେ କିଛି ଚିନି ଗୁଡ଼ କଅଳ୍ପ ଟିକେ ସୋରିଷ ତେଲ ଏବଂ କିଛି ରାଶି ଅସ୍ତ ଗଛ ମୂଳରେ ଅର୍ପଣ କରନ୍ତି ଏବଂ ଅର୍ପଣ କରିବା ପରେ ସେହି ଗଛର ଏକ ପତ୍ରଟିଏ ଆଣି ପାଖରେ ରଖନ୍ତି ଯେପରିକି ଆଲମାରୀ କିମ୍ବା ପଇସା ରଖୁଥିବା ସ୍ଥାନରେ ରଖନ୍ତି ତେବେ ଘରେ ଧନର ବର୍ଷା ହୋଇଥାଏ ଏବଂ ଧନର ଅଭାବ କେବେବି ଦେଖା ଦେଇନଥାଏ।

ଯେଉଁମାନେ ଚାକିରୀ ପାଇଁ ପ୍ରସ୍ତୁତ ହେଉଥାନ୍ତି ସେମାନେ ଅସ୍ତ ଗଛ ମୂଳରେ ଦୀପଟିଏ ଲଗାଇ ଧଳା ରଙ୍ଗର ପତାକା ଟିଏ ଲଗାଇଲେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ତାଙ୍କୁ ସଫଳତା ନିଶ୍ଚୟ ମିଳିଥାଏ।

ଯଦି ଆପଣଙ୍କର ଶତ୍ରୁ ବଢିଯାନ୍ତି ଏବଂ କଳହ ଝଗଡା ଲାଗି ରହିଥାଏ ତ ଶତ୍ରୁ ମାନଙ୍କର ନାମ ଉଚାରଣ କରି ଯେତିକି ଶତ୍ରୁ ସେତିକିଟି ଲେମ୍ବୁ ଅସ୍ତ ଗଛ ମୂଳରେ ରଖି ଦେଇ ପରିକ୍ରମା କରି ଆସନ୍ତୁ ଏବଂ କୁହନ୍ତୁ କି ମୁଁ ଏଠି ମୋର ଶତ୍ରୁ ମାନଙ୍କୁ ଛାଡିକି ଚାଲି ଯାଉଛି ଏମାନଙ୍କ ଠାରୁ ମତେ ମୁକ୍ତି ଦିଅନ୍ତୁ।

ଅସ୍ତ ଗଛ ମୂଳ ଚାରି ପାଖରେ ଇଟା କିମ୍ବା ପଥରର ଚାନ୍ଦିନୀ କଲେ ବା ଚାନ୍ଦିନୀ ଥିଲେ ତାକୁ ପ୍ଲାଷ୍ଟର କିମ୍ବା ଟାଇଲ ମାର୍ବଲ ଲଗାଇଲେ ନିଜ ଘରର ନିର୍ମାଣ ବହୁତ ଶୀଘ୍ର ହୋଇଥାଏ କିନ୍ତୁ ଭୁଲରେ ବି ସେ ଚାନ୍ଦିନୀରେ ନିଜ ନାମ କି ଆଉ କାହାର ନାମ ଲେଖନ୍ତୁ ନାହିଁ। ଆଉ ନିଜର ଦାନକୁ ଗୁପ୍ତ ରଖନ୍ତୁ। ନିଜର ଦାନ ବିଷୟରେ କାହା ଆଗରେ ପ୍ରକାଶ କଲେ ବିଫଳ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *