Excuse Me Odisha

ଯାହା କହିବୁ ସତ କହିବୁ

ଘର ଉପରେ ଏହି ୨ ଟି ଗଛର ଛାଇ କେବେବି ପଡିବା ଉଚିତ ନୁହେଁ ! ଏହା ବହୁତ ଅଶୁଭ ହୋଇଥାଏ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଘର ଉପରେ ଏହି ୨ ଟି ଗଛର ଛାୟା କେବେବି ପଡିବା ଉଚିତ ନୁହେଁ।

ବାସ୍ତୁଶାସ୍ତ୍ରରେ ଘର ନିର୍ମାଣ ଠାରୁ ନେଇ ଘରେ ବିଭିନ୍ନ ପ୍ରକାରର ଜିନିଷ ରଖିବାର ସମ୍ପୂର୍ଣ୍ଣ ସୂଚନା ଦିଆଯାଇଛି। ଏଥିରେ ଘରର ଦିଗ ଏବଂ ଘରର ମୁଖ୍ୟ ଦ୍ୱାରର ଆକାର ବିଷୟରେ କୁହାଯାଇଛି। ଘରର ପ୍ରତ୍ୟକ ରୁମର ସ୍ଥାନ ତଥା ରୋଷେଇ ଘର ପୂଜା ଘର ଆଦିର ନିର୍ମାଣ ସମ୍ବଦ୍ଧିତ ମହତ୍ତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି। ବାସ୍ତୁଶାସ୍ତ୍ର ଅନୁସାରେ ନିର୍ମାଣ କରାଯାଇଥିବା ପ୍ରତ୍ୟକ ଘର ସୁଖ ଶାନ୍ତି ଏବଂ ଐଶ୍ୱର୍ଯ୍ୟ ପ୍ରଦାନ କରିଥାଏ।

ଯଦି ଘରର ନିର୍ମାଣ ବାସ୍ତୁଶାସ୍ତ୍ର ନିୟମ ଅନୁସାରେ କରାଯାଏ ନାହିଁ ତେବେ ଜୀବନରେ ବିଭିନ୍ନ ପ୍ରକାରର ସମସ୍ୟା ଉତ୍ପନ ହୋଇଥାଏ ଏବଂ ଘରେ ବାସ୍ତୁଦୋଷ ବି ଉତ୍ପନ୍ନ ହୋଇଥାଏ। ବାସ୍ତୁଦୋଷ କାରଣରୁ ସକରାତ୍ମକ ଏବଂ ନକରାତ୍ମକ ସନ୍ତୁଳନ ଖରାପ ହୋଇଯାଏ। ଯାହା ଦ୍ୱାରା ଘରେ ନକରାତ୍ମକତା ଘରେ ବାସ କରି ଘରର ସଦସ୍ୟଙ୍କ ଉପରେ ପଡିଥାଏ।

ଏଥିପାଇଁ ଘର ନିର୍ମାଣ କରିବା ସମୟରେ ବାସ୍ତୁ ନିୟମର ପାଳନ କରିବା ଉଚିତ। ଆଜି ଆମେ ଜାଣିବା ଘର ଉପରେ ଗଛର ଛାୟା ପଡିବା ଯୋଗୁ ବାସ୍ତୁଦୋଷ ଉତ୍ପନ୍ନ ହେଉଥିବା ବିଷୟରେ। ବାସ୍ତୁଦୋଷ ଧନ ସମ୍ବଦ୍ଧିତ ସମସ୍ୟା ବି ଉତ୍ପନ୍ନ କରିଥାଏ। ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ର ଅନୁସାରେ ଘର ଉପରେ କେଉଁ କେଉଁ ଜିନିଷର ଛାୟା ପଡିବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ।

ବାସ୍ତୁଶାସ୍ତ୍ର ଅନୁସାରେ ଘର ଉପରେ କିଛି ଗଛର ଛାୟା ପଡିବା ବହୁତ ଅଶୁଭ ହୋଇଥାଏ। କେବଳ ଗଛ ନୁହେଁ ବରଂ ଅନ୍ୟ ଜିନିଷରେ ବି ବାସ୍ତୁଦୋଷ ଉତ୍ପନ୍ନ ହୋଇଥାଏ। ବାସ୍ତୁଶାସ୍ତ୍ରରେ ୩ ପ୍ରକାରର ବେଦ ବିଷୟରେ କୁହାଯାଇଛି। ଯଦି ଘର ସାମ୍ନାରେ କିଛି ଜିନିଷ ବାଧା ଉତ୍ପନ୍ନ କରିଥାଏ ତେବେ ତାହାକୁ ଦ୍ୱାର ବେଦ କୁହାଯାଏ। ଯେମିତି ଦ୍ୱାର ସାମ୍ନାରେ ଖମ୍ବା ରହିବା ଦ୍ୱାର ବେଦ କୁହାଯାଏ। ଅନେକ ଥର ଦ୍ୱାର ସାମ୍ନାରେ ବିଦ୍ୟୁତ ଖମ୍ବା ଥାଏ ଏହା ଉର୍ଜାର ପ୍ରଭାବରେ ବାଧା ସୃଷ୍ଟି କରିଥାଏ। ଏହା ଦ୍ବାରା ଘରର ସଦସ୍ୟଙ୍କର ଉନ୍ନତି ଅଟକି ଯାଇଥାଏ। ଘରର ମୁଖିଆଙ୍କୁ ତାଙ୍କ କାର୍ଯ୍ୟରେ ସଫଳତା ମିଳିନଥାଏ।

ମୁଖ୍ୟ ଦ୍ୱାର ସାମ୍ନାରେ ପାଣି ଟାଙ୍କି ବି ରହିବା ଉଚିତ ନୁହେଁ। ଏହା ଘରକୁ ପ୍ରବେଶ କରିବାକୁ ଥିବା ଉର୍ଜାର ମାର୍ଗରେ ବାଧା ସୃଷ୍ଟି କରିଥାଏ।

ଘର ସାମ୍ନାରେ କୌଣସି ବଡ଼ ଜିନିଷ କୂଅ କିମ୍ବା ଅନ୍ୟ କୌଣସି ବଡ଼ ଜିନିଷ ରହିବା ଉଚିତ ନୁହେଁ।

ସ୍ୱର ବେଦ। ଘରେ ଏମିତି କିଛି ଜିନିଷ ରହିବା ଉଚିତ ନୁହେଁ ଯେଉଁଥିରେ କର୍କଶ ଶବ୍ଦ ବାହାରୁ ଥିବ। ଯେମିତି ଛାତ ଉପରେ ରଖାଯାଉଥିବା କୌଣସି ଜିନିଷ ଏବଂ କବାଟ ଖୋଲୁଥିବା କିମ୍ବା ବନ୍ଦ କରୁଥିବା ସମୟରେ ଆବାଜ ଆସିବା ବି ସ୍ୱର ବେଦ ସୃଷ୍ଟି କରିଥାଏ। ଦ୍ୱାରରେ କୌଣସି ଏମିତି ଜିନିଷ ବି ରହିବା ଉଚିତ ନୁହେଁ ଯେଉଁଥିରେ ଶବ୍ଦ ବାହାରୁ ଥିବ। ଏହା ଦ୍ବାରା ଘରେ ବାଦ ବିବାଦ ଏବଂ କ୍ଳେଶ କଳହ ବଢିଥାଏ। ପରିବାରରେ ବ୍ୟର୍ଥ ଝଗଡା ହେବା କାରଣରୁ ସ୍ୱର ବେଦକୁ ମାନାଯାଏ।

ଛିଦ୍ରବେଦ । ଯଦି ଦ୍ୱାର କାନ୍ଥ ଫଟା ଥାଏ ତେବେ ତାହାକୁ ଛିଦ୍ରବେଦ କୁହାଯାଏ। ଏହା ହେବା ଦ୍ୱାରା ପରିବାରରେ କଳହ ବଢି ଥାଏ। ଏହା ସହିତ ଘରେ ଖରାପ ଶକ୍ତିର ବାସ ବି ମାନାଯାଏ। ଘରର ମୁଖ୍ୟ ଦ୍ୱାରରେ କୌଣସି ଫଟା ରହିବା ଉଚିତ ନୁହେଁ। ଏହା ଏକ ପ୍ରକାରର ବାସ୍ତୁଦୋଷ ହୋଇଥାଏ। ଏମିତି ଦ୍ଵାରକୁ ତୁରନ୍ତ ବଦଳାଇ ଦେବା ଉଚିତ କିମ୍ବା ତାହାକୁ ଠିକ କରିଦେବା ଉଚିତ।

ଛାୟା ବେଦ। ବାସ୍ତୁଶାସ୍ତ୍ର ଅନୁସାରେ ଛାୟା ବେଦକୁ ବହୁତ କଷ୍ଟକାରୀ ମାନାଯାଏ। ଯଦି ଘର ଉପରେ କୌଣସି ପ୍ରକାରର ଗଛର ଛାୟା ପଡିଥାଏ ଏହା ଦ୍ବାରା ଛାୟା ବେଦ ସୃଷ୍ଟି ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ କେବେବି ଘର ଉପରେ ଅସ୍ତଗଛର ଛାୟା ପଡିବା ଉଚିତ ନୁହେଁ। ଏହା ଦ୍ବାରା ଘରେ ସର୍ବଦା ଦୁଃଖ ଏବଂ ଶୋକ ବନିରହିଥାଏ।

ଘରେ କେବେବି ଶୁଖିଯାଇଥିବା ଗଛର ଛାୟା ପଡିବା ଉଚିତ ନୁହେଁ। ଏହା ଦ୍ବାରା ଘରକୁ ଦୁଃଖ ଆସିଥାଏ। ଏହାକୁ ଶୋକ କାରକ ଏବଂ ମୃତ୍ୟୁ ଭଳି କଷ୍ଟ ଦେଇଥାଏ। ଏଥିପାଇଁ ଏପରି ଗଛକୁ ଘର ସାମ୍ନାରୁ ବାହାର କରିଦେବା ଉଚିତ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *