Excuse Me Odisha

ଯାହା କହିବୁ ସତ କହିବୁ

ପ୍ରତିଦିନ ନାଭିରେ ଏହାକୁ ଲଗାଇଲେ,ଘରକୁ ଟଙ୍କା ଚୁମ୍ବକ ଭଳି ଟାଣି ହୋଇ ଆସିବ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ପ୍ରତିଦିନ ନାଭିରେ ଏହାକୁ ଲଗାଇଲେ ଟଙ୍କା ଚୁମ୍ବକ ଭଳି ଟାଣି ହୋଇଆସିବ।

ବନ୍ଧୁଗଣ ଆମର ଧର୍ମ ଶାସ୍ତ୍ରରେ ଆମର ଶରୀରରେ ନାଭିର କେନ୍ଦ୍ରକୁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ କେନ୍ଦ୍ର ବୋଲି କୁହାଯାଇଅଛି। ଏହା ଏପରି ଏକ କେନ୍ଦ୍ର ଅଟେ କି ଏହା ଦ୍ୱାରା ଜୀବନର ସବୁ ମହତ୍ୱପୂର୍ଣ୍ଣ ସୁଖ ପ୍ରାପ୍ତି ହୋଇଥାଏ କିନ୍ତୁ ଏହାକୁ ଅନେକ ଲୋକମାନେ ଜାଣି ନାହାନ୍ତି। କଣ କଣ ଜିନିଷକୁ ନାଭିରେ ଲଗେଇବା ଉଚିତ ହୋଇଥାଏ ଏବଂ କେଉଁ ପ୍ରକାରରେ ଲଗାଇବା ଦ୍ୱାରା ଜୀବନରେ ଅପାର ଧନ ଅପାର ସୁଖର ପ୍ରାପ୍ତି ହୋଇଥାଏ। ସମ୍ପୂର୍ଣ୍ଣ ଦୁଃଖ ସମାପ୍ତ ହୋଇଥାଏ ଏବଂ ଏହା ସହିତ ସବୁ ଗ୍ରହ ଦୋଷା ମଧ୍ୟ ଖଣ୍ଡନ ହୋଇଥାଏ। ଶତ୍ରୁ ମାନଙ୍କ ଠାରୁ ମୁକ୍ତି ମିଳିଥାଏ। ଏଣୁ ବନ୍ଧୁଗଣ ଆଜିର ଏହି ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣାଇବୁ କି ନାଭି କେନ୍ଦ୍ର ଦ୍ୱାରା ଆପଣ କିପରି ଜୀବନର ସମସ୍ତ ସୁଖ ସମସ୍ତ ଲାଭ ଉଠାଇ ପାରିବେ ଏବଂ ଉନ୍ନତିର ଶିଖରରେ ପହଂଚି ପାରିବେ।

ବନ୍ଧୁଗଣ ଆପଣ ମାନଙ୍କୁ ଜଣାଇ ଦେଉଛୁ କି ଯେତେବେଳେ କୌଣସି ସନ୍ତାନର ଜନ୍ମ ହୋଇଥାଏ ତେବେ ସର୍ବପ୍ରଥମେ ତାର ନାଭି ହିଁ ମା ପେଟରେ ଶିଶୁର ଜନ୍ମ ହୋଇଥାଏ। ସେହି ମା ପେଟରେ ନାଭିରେ ସନ୍ତାନ ଯୋଡି ହୋଇ ରହିଥାଏ। ଏଣୁ ସେହି ନାଭି କେନ୍ଦ୍ରକୁ ସର୍ବପ୍ରଥମେ ଆତ୍ମା ଆସି ବିରାଜ ମାନ କରିଥାଏ। ଏଣୁ ସେବେଠାରୁ ହିଁ ନାଭି କେନ୍ଦ୍ର ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ହୋଇଯାଇଥାଏ ଏବଂ ସେହିଠାରୁ ହିଁ ଜୀବନର ଆରମ୍ଭ ହୋଇଥାଏ କିନ୍ତୁ ଅନେକ ଲୋକ ଏହାର ରହସ୍ୟକୁ ଜାଣି ନଥାନ୍ତି ଏଥିପାଇଁ ସେମାନେ ତାଙ୍କର ଜୀବନରେ ତାର ଲାଭ ପାଇ ପାରନ୍ତି ନାହିଁ।

ଏଣୁ ଏହି ନାଭି କେନ୍ଦ୍ର ଉପରେ ଯଦି କେହି ବ୍ୟକ୍ତି ଧ୍ୟାନ ଦିଏ ତେବେ ତାଙ୍କର ଜୀବନ ହିଁ ବଦଳି ଯାଇପାରେ। ନାଭି କେନ୍ଦ୍ର ମାଧ୍ୟମରେ ବହୁତ ଗୁଡିଏ ସାଧନା ମନ୍ତ୍ର ପ୍ରୟୋଗ ତନ୍ତ୍ର ପ୍ରୟୋଗ ଆଦି କରାଯାଇଥାଏ। ଯଦି ଆପଣ ଭଗବାନ ବିଷ୍ଣୁଙ୍କର ଫୋଟକୁ ଦେଖନ୍ତି ତେବେ ସେଥିରେ ଦେଖିଥିବେ କି ଭଗବାନ ବିଷ୍ଣୁଙ୍କର ନାଭିରୁ ଏକ ପଦ୍ମ ଫୁଲ ବାହାରିଥାଏ ଏବଂ ତାହା ଉପରେ ଭଗବାନ ବ୍ରହ୍ମା ବସିଥାନ୍ତି। ଅର୍ଥାତ ଭଗବାନ ବିଷ୍ଣୁଙ୍କର ନାଭିରୁ ହିଁ ବ୍ରହ୍ମାଙ୍କର ଉତ୍ପତ୍ତି ହୋଇଅଛି। ଏଣୁ ନାଭିରୁ ହିଁ ସମ୍ପୂର୍ଣ୍ଣ ଜ୍ଞାନର ପ୍ରାପ୍ତି କରାଯାଇଥାଏ।

ଏହା ମଧ୍ୟ ଦର୍ଶାଇ ଥାଏ କି ନାଭି କେନ୍ଦ୍ର ଦ୍ୱାରା ବ୍ରହ୍ମାଙ୍କ ପରି ଜ୍ଞାନୀ ହୋଇପାରିବେ। ଆପଣ ମାନେ ଏହା ମଧ୍ୟ ଜାଣି ଥିବେ କି ରାବଣ ତାହାର ନାଭିରେ ହିଁ ଅମୃତ କଳସକୁ ଲୁଚାଇ ରଖିଥିଲା। ତାହାର ସମସ୍ତ ସିଦ୍ଧି ଏବଂ ଶକ୍ତି ସେହି ନାଭିରେ ହିଁ ଅବସ୍ଥିତ ଥିଲା। ଏଣୁ ସମସ୍ତ ଯୋଗୀ ମାନେ ଜାଣିଥାନ୍ତି କି ନାଭି କେନ୍ଦ୍ର ହିଁ ସବୁଠାରୁ ଚମତ୍କାରୀ ଓ ଶକ୍ତିଶାଳୀ ଅଟେ।

ବନ୍ଧୁଗଣ ଯଦି ଆପଣଙ୍କର ଗୁରୁ ଗ୍ରହ ଖରାପ ରହିଥାଏ ମାନେ ଯଦି ଆପଣଙ୍କର ଜୀବନରେ ଧନକୁ ଆକର୍ଷଣ କରିପାରୁ ନାହାନ୍ତି କାମ ପୁର୍ଣ ହେବା ଆଗରୁ ତାହା ନଷ୍ଟ ହୋଇଯାଉଛି ଗୁରୁ ଗ୍ରହଙ୍କର କୃପା ପାଇପାରୁନାହାନ୍ତି ତେବେ ପ୍ରତିଦିନ ସ୍ନାନ ସାରିବା ପରେ ନାଭିରେ ପ୍ରତିଦିନ ହଳଦୀ ଅବଶ୍ୟ ଲଗାନ୍ତୁ। ଏଥିପାଇଁ କଞ୍ଚା ହଳଦୀ ଅତ୍ୟନ୍ତ ଲାଭକାରୀ ଅଟେ କିନ୍ତୁ ଏହାର ଅଭାବରେ ଆପଣ ଶୁଖିଲା କିମ୍ବା ହଳଦୀ ଗୁଣ୍ଡର ପେଷ୍ଟ କରି ଲଗାଇ ପାରିବେ। ଏହା ଦ୍ବାରା ଆପଣଙ୍କର ଗୁରୁ ଗ୍ରହ ତୁରନ୍ତ ବଳବାନ ହୋଇଥାନ୍ତି।

ଯେଉଁମାନଙ୍କର ବିବାହ ବିଳମ୍ବ ହେଉଥାଏ ସେମାନେ ସ୍ନାନ ପରେ ନାଭିରେ ହଳଦୀ ଅବଶ୍ୟ ଲଗାନ୍ତୁ ଏବଂ ଯେଉଁମାନଙ୍କର ଜୀବନରେ ପାରିବାରିକ ଗୃହ କଳହ ଲାଗି ରହୁଥାଏ ଅବା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଦେଖା ଦେଉଥାଏ ତେବେ ସେହି ସ୍ତ୍ରୀ କିମ୍ବା ସ୍ୱାମୀ ପ୍ରତିଦିନ ଦୁହେଁ ନାଭିରେ ହଳଦୀ ଲଗାଇବା ଉଚିତ ହୋଇଥାଏ। ଏହା ଦ୍ବାରା ଗୃହ କଳହ ଦୂର ହୋଇଥାଏ ଏବଂ ଘରକୁ ଧନର ଆକର୍ଷଣ ବଢିଥାଏ। ଏହା ସହିତ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତି ହୋଇଥାଏ।

ଯଦି ଆପଣଙ୍କର ଶୁକ୍ର ଗ୍ରହ ଦୁର୍ବଳ ଥାଏ ଜୀବନରେ ସୁଖ ସୁବିଧା ପାଇ ପାରୁନାହାନ୍ତି ଐଶ୍ୱର୍ଯ୍ୟ ଆରାମରେ ରହିବା ପାଇଁ ଚାହୁଁଥାନ୍ତି ତେବେ ଆପଣଙ୍କ ନାଭିରେ ଗୁଜୁରାତି କିମ୍ଵା ଅଳେଇଚର ପେଷ୍ଟ ଅବଶ୍ୟ ଲଗାନ୍ତୁ। ଏହା ଦ୍ବାରା ଶୁକ୍ର ଗ୍ରହ ବଳବାନ ହୋଇଥାନ୍ତି।

ଯଦି ଆପଣଙ୍କ ଜୀବନରେ ଶତ୍ରୁ ମାନେ ବଢିଯାଇଥାନ୍ତି ଶତ୍ରୁ ମାନଙ୍କ ଠାରୁ ମୁକ୍ତି ଚାହୁଁଥାନ୍ତି ତେବେ ଆପଣଙ୍କ ନାଭିରେ ପ୍ରତିଦିନ ରାଶି ତେଲ ଲଗାନ୍ତୁ।

ଯଦି ଆପଣ ଚାହୁଁଥାନ୍ତି ନିଜ ଜୀବନରେ ଧନ ସୁଖ ସମୃଦ୍ଧି ମିଳୁ ବୋଲି ଧନର ବୃଦ୍ଧି ଘଟୁ ବୋଲି ଆପଣ ସମସ୍ତଙ୍କୁ ଆକର୍ଷଣ କରିପାରନ୍ତୁ ବୋଲି ଏବଂ ଆପଣଙ୍କର ଇସାରରେ ଲୋକମାନେ କାମ କରନ୍ତୁ ବୋଲି ତେବେ ଆପଣଙ୍କ ନାଭିରେ ଚନ୍ଦନର ଅତର ଅବଶ୍ୟ ଲଗାନ୍ତୁ। ଯିଏ ପ୍ରତିଦିନ ସ୍ନାନ ପରେ ନାଭିରେ ଚନ୍ଦନର ଅତର ଲଗେଇଥାନ୍ତି ସେମାନେ ଧନବାନ ତ ହୋଇଥାନ୍ତି ଏବଂ ଏହା ସହିତ ସେମାନେ ସମସ୍ତଙ୍କୁ ନିଜର ହାତ ମୁଠାରେ ରଖିପାରନ୍ତି। ସମସ୍ତଙ୍କୁ ବଶୀଭୂତ କରିପାରନ୍ତି। ପାରିବାରିକ ସୁଖ ସାଂସାରିକ ସୁଖ ପାଇଥାନ୍ତି। କିନ୍ତୁ ଧ୍ୟାନ ଦେବେ କି ଏହି ଚନ୍ଦନର ଅତରଟି ଅସଲି ହେବା ଆବଶ୍ୟକ ନଚେତ ଏହା ସେତିକି ସୁଫଳ ଦେଇନଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *