Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସରେ ଗୋଟିଏ ଲବଙ୍ଗ ଭଗବାନ ଶିବଙ୍କ ପାଖରେ ରଖିଦିଅନ୍ତୁ,ହୋଇଯିବେ କୋଟିପତି !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶ୍ରାବଣ ମାସରେ ୧ ଟି ଲବଙ୍ଗ ଭଗବାନ ଶିବଙ୍କ ପାଖରେ ରଖିଦିଅନ୍ତୁ ହୋଇଯିବେ କୋଟିପତି।

ବନ୍ଧୁଗଣ କୌଣସି ମନୁଷ୍ୟର ଭାଗ୍ୟ ତାର କର୍ମରେ ହିଁ ନିର୍ଧାରିତ ହୋଇଥାଏ କିନ୍ତୁ ମନୁଷ୍ୟ ନିଜର ଭୁଲକୁ ଭାଗ୍ୟ ଉପରେ ଛାଡି ତାର ସୌଭାଗ୍ୟ କିମ୍ବା ଦୁର୍ଭାଗ୍ୟର ନାମ ଦେଇଦିଏ। ଯଦି କେବେବି ଆପଣଙ୍କର ସାମ୍ନା ଖରାପ ସମୟ କିମ୍ବା ଦୁର୍ଭାଗ୍ୟ ସହିତ ହୋଇଯାଏ ତ ଏମିତିରେ କଣ କରିବେ ଯାହା ଦ୍ୱାରା ଆପଣଙ୍କ ଦୁର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହୋଇଯିବ।

ଏହି ସମୟରେ ଆପଣଙ୍କୁ ଧର୍ଯ୍ୟ ସହିଷ୍ଣୁତା ଦରକାର। ସର୍ବଦା ଆମର ପରିଶ୍ରମ ବିଫଳତା ଆମକୁ କାର୍ଯ୍ୟ ସିଦ୍ଧିରେ ବିଚଳିତ କରିଦିଏ। ଆମେ ହାରିବାରେ ହାରି ନଥାଉ ବରଂ ହାରିବା ଡରରେ ହିଁ ଡରି ଯାଇଥାଉ। ନକରାତ୍ମକ ଚିନ୍ତାଧାରା ଦ୍ୱାରା ହିଁ ଆମର ପରାଜୟ ହୋଇଥାଏ। ପରିଶ୍ରମର କମିରୁ ହିଁ ସଫଳତା ଆମର ହାତରୁ ବହାରିଯାଏ।

ଅନୁଭବର କଥା ଅଟେ ନିଶ୍ଚୟ ହିଁ କରିନିଅନ୍ତୁ ସଫଳତା ଏବଂ ସଙ୍କଟର ସମୟକୁ ସର୍ବଦା ଧର୍ଯ୍ୟର ସହିତ କାମ କରନ୍ତୁ। ହିମତର ସହିତ ସମସ୍ୟାର ସମାଧାନ କରନ୍ତୁ। ସଙ୍କଟକୁ ସାମ୍ନାରେ ଦେଖି ଧର୍ଯ୍ୟ ଧରିବା ଏତେ ସହଜ ନୁହେଁ କିନ୍ତୁ ନିଜର ବିଶ୍ୱାସକୁ ବନେଇ ରଖନ୍ତୁ। ଆଜି ଆମେ ଲୋକ ମାନ୍ୟତା ସହିତ ଜଡ଼ିତ ପୁରୁଣା ସମୟରେ କରାଯାଉଥିବା କିଛି ଉପାୟ ଜଣେଇବାକୁ ଯାଉଛୁ। ବିଶ୍ୱାସର ସହିତ କିଛି ଉପାୟ କରିବା ଦ୍ୱାରା ସମସ୍ୟାର ସମାଧାନ କରିପାରିବେ। ସବୁ ଦୁଃଖ କଷ୍ଟକୁ ଦୂରେଇ ପାରିବେ। ଏହି ପୋଷ୍ଟରେ ଆମେ ଲବଙ୍ଗ ଏବଂ ଗୁଜୁରାତିର ପ୍ରୟୋଗ ବିଷୟରେ ଜଣେଇବୁ।

ସନାନ୍ତନ ଧର୍ମରେ ଲବଙ୍ଗ ଏବଂ ଗୁଜୁରାତିକୁ ବହୁତ ପବିତ୍ର ମାନାଯାଏ। ପୂଜାପାଠ ଅନୁଷ୍ଠାନ ଆଦିରେ ଏମାନଙ୍କର ବିଶେଷ ମହତ୍ୱ ରହିଛି। ଲବଙ୍ଗର ପ୍ରୟୋଗ ଖାଦ୍ୟ ଏବଂ ସ୍ବାସ୍ଥ୍ୟ ପାଇଁ ଲାଭକାରୀ ହେବା ସହିତ ଏହା ଜ୍ୟୋତିଷଙ୍କ ଉପାୟରେ ବି ବହୁତ ଲାଭକାରୀ ଅଟେ। ଲବଙ୍ଗର ପ୍ରୟାଇଗ ପୂଜାପାଠ ବ୍ୟତୀତ ତନ୍ତ୍ର ମନ୍ତ୍ରରେ ବି କରାଯାଏ କାରଣ ଏହାକୁ ଉର୍ଜାର କାରକ ମାନାଯାଏ। ଭାଗ୍ୟକୁ ଉଜ୍ଵଳ କରିବା ପାଇଁ ଏହି ଉପାୟ ନିଶ୍ଚୟ କରିପାରିବେ।

ଶୁକ୍ରବାର ଦିନ ସନ୍ଧ୍ୟା ସମୟରେ ଧୂପ ପାତ୍ରରେ ୫ ଟି ଲବଙ୍ଗ ଏବଂ ୩ ଟି କର୍ପୁରର ଖଣ୍ଡ ଏବଂ ୩ ଟି ଲବଙ୍ଗ ନେଇ ଜଳେଇ ଦିଅନ୍ତୁ। ଯେତେବେଳେ ଅଗ୍ନିର ପ୍ରଜ୍ଵଳିତ ହେବ ତ ଏହାକୁ ପୁରା ଘର ସାରା ବୁଲାଇ ଦିଅନ୍ତୁ। ଏହା ସମ୍ପୂର୍ଣ୍ଣ ଜଳିଯିବା ପରେ ଏହାର ପାଉଁଶକୁ ଶୁଦ୍ଧ ଜଳରେ ମିଶାଇ ଘରର ମୁଖ୍ୟ ଦ୍ୱାରରେ ଛିଞ୍ଚନ କରି ଦିଅନ୍ତୁ। ଏହା ଦ୍ବାରା ଘରେ ଥିବା ନକରାତ୍ମକ ଉର୍ଜାର ନାଶ ହେବ ଏବଂ ଘରର ମୁଖ୍ୟ ଦ୍ୱାର ସକାରାତ୍ମକ ଉର୍ଜାରେ ଭରପୁର ରହିବ।

ଶୁକ୍ର ଭୌତିକ ସୁଖ ସମ୍ପର୍ଣ୍ଣତା କଳହ ପ୍ରସିଦ୍ଧି ଧନ କାମବାସନା ବୈଭବ ସୌଭାଗ୍ୟର କାରକ ଗ୍ରହ ଅଟେ। ଶୁକ୍ର ଯେତେବେଳେ ମଜବୁତ ହୋଇଯିବ ତ ବ୍ୟକ୍ତିକୁ ସୁଖ ଐଶ୍ୱରୀୟ ଦେଇଥାଏ ଭୋଗ ବିଳାସ ବୃଦ୍ଧି କରାଇଥାଏ ଅର୍ଥାତ ଆପଣ ଆନନ୍ଦଦାୟକ ଜୀବନ ବ୍ୟତୀତ କରିବେ ସୁଖରେ ଆପଣଙ୍କ ଜୀବନ ଭରି ରହିବ। ସେଥିପାଇଁ ଶୁକ୍ରକୁ ମଜବୁତ କରିବା ପାଇଁ ଗୁଜୁରାତିର ଗୋଟେ ସହଜ ଉପାୟ ଆପଣ କରିପାରିବେ।

ବନ୍ଧୁଗଣ ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କର ବାର ହୋଇଥାଏ। ଖାସ କରି ସେହି ଲୋକମାନଙ୍କ ପାଇଁ କି ଯାହା ଜୀବନରେ ଶୁକ୍ର ଗ୍ରହ ଖରାପ ରହିଥାଏ ଏବଂ ଜୀବନରେ ଶୁକ୍ରଗ୍ରହ ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ।

ଏହି ଦିନ ସବୁଜ ଗୁଜୁରାତିର ପ୍ରୟୋଗ କଲେ ଶୁକ୍ରକୁ ବଳ ମିଳିଥାଏ ଯଦି ଆପଣଙ୍କର ଶୁକ୍ରଗ୍ରହ ବଳବାନ ନଥାଏ ଖରାପ ପ୍ରଭାବ ଦେଉଥାଉ ତେବେ ଗୋଟେ ପାତ୍ରରେ ଜଳ ନେଇ ସେଥିରେ ୨ ଟି ଗୁଜୁରାତି ପକେଇ ସେହି ପାଣିକୁ ଅଧା ହେବା ପର୍ଯ୍ୟନ୍ତ ଫୁଟାଇ ଦିଅନ୍ତୁ ଏବଂ ସେହି ପାଣିକୁ ନିଜ ସ୍ନାନ ଜଳରେ ମିଶାଇ ସ୍ନାନ କରିନିଅନ୍ତୁ। ସ୍ନାନ କରିବା ସମୟରେ ପବିତ୍ରତା ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ଶୁକ୍ରଙ୍କର ଏହି ମନ୍ତ୍ରକୁ ଜପ କରନ୍ତୁ। ଓଁମ ଜୟନ୍ତୀ ମଙ୍ଗଳା କାଳୀ ଭଦ୍ରା କାଳୀ ଦୁର୍ଗା ସମା ସମାଧାତ୍ରୀ ସ୍ୱହା ଏହି ଉପାୟ ଶୁକ୍ରଙ୍କର ଖରାପ ପ୍ରଭାବକୁ ଦୂର କରିବ। ଆପଣଙ୍କର ସବୁ ରୋଗ ଶୋକର ନିବାରଣ ହେବ।

ଚାକିରୀ ବ୍ୟବସାୟ କିମ୍ବା ଶିକ୍ଷା କ୍ଷେତ୍ରରେ ସଫଳତା ମିଳୁନାହିଁ ତେବେ ଗୁଜୁରାତିର ଛୋଟ ଉପାୟ କରନ୍ତୁ। ସଫଳତା ପାଇବା ପାଇଁ ଛୋଟ ଗୁଜୁରାତି ଏବଂ ମିଶ୍ରି ନେଇନିଅନ୍ତୁ। ଛୋଟ ଗୁଜୁରାତିରୁ ୨ ଟି ଦାନା ବାହାର କରି ସେଥିରେ ମିଶ୍ରି ନେଇ କୌଣସି ଅସ୍ତ ଗଛରେ ରଖିଦିଅନ୍ତୁ। ଏହି ଉପାୟ କୌଣସି ବି ଦିନରେ କରିପାରିବେ। ସେହି ଅସ୍ତ ଗଛ ପାଖରେ ନିଜର ସଫଳତା ପାଇଁ ପ୍ରାର୍ଥନା କରନ୍ତୁ ଏବଂ ସିଧା ଘରକୁ ଚାଲି ଆସନ୍ତୁ ପଛକୁ ବୁଲି ଚାହିଁବେ ନାହିଁ।

ବହୁତ ସମସ୍ୟା ଥିଲେ କାର୍ଯ୍ୟରେ ସଫଳତା ମିଳୁନଥିଲେ କୌଣସି ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କ ସାମ୍ନାରେ ସୋରିଷ ତେଲର ଦୀପ ଜଳାନ୍ତୁ। ସେହି ଦୀପରେ ୨ ଟି ଲବଙ୍ଗ ପକେଇ ଦେବେ ଏବଂ ତା ସହିତ ହନୁମାନ ଚାଳିସାର ପାଠ କରନ୍ତୁ। ଭଗବାନ ହନୁମାନଙ୍କୁ ନିଜର ସମସ୍ୟା କହି ତାର ନିବାରଣ ପାଇଁ ପ୍ରାର୍ଥନା କରନ୍ତୁ ଏବଂ କାର୍ଯ୍ୟ କ୍ଷେତ୍ରରେ ମନ ଲଗାଇ କାମ କରନ୍ତୁ ସଫଳତା ନିଶ୍ଚୟ ମିଳିବ।

ଯଦି ବିବାହରେ କୌଣସି ବାଧା ଆସୁଥାଏ ତେବେ ଶୀଘ୍ର ବିବାହ ପାଇଁ ଏହି ସହଜ ଉପାୟ କରନ୍ତୁ। କୌଣସି ବି ଶୁକ୍ରବାର ଦିନ ୨ ଟି ସବୁଜ ଗୁଜୁରାତି ଧଳା ମିଠା ନଚେତ ମିଶ୍ରି ଏବଂ ଘିଅର ଦୀପ ନେଇ କୌଣସି ପବିତ୍ର ନଦୀକୁ ଯାଇ ନଦୀର ଘାଟରେ ବଡ଼ ପତ୍ରରେ ଗିଜୁରାତି ଏବଂ ମିଠା ରଖିଦିଅନ୍ତୁ ଏବଂ ଘିଅର ଦୀପ ଜଳେଇ ରଖିଦିଅନ୍ତୁ। ପ୍ରବାହିତ ଜଳରେ ସେହି ପତ୍ରକୁ ଭସେଇ ଦିଅନ୍ତୁ। ଏମିତି କଲେ ଶୁକ୍ର ମଜବୁତ ହୋଇଥାଏ। ଏମିତି କଲେ ମନସ୍କାମନା ପୂରଣ ହେବ।

ଆର୍ଥିକ ସମସ୍ୟା ଥିଲେ କୌଣସି ଦିନରେ କୌଣସି କିନ୍ନରଙ୍କୁ କିଛି କଏନ ଏବଂ ସବୁଜ ଗୁଜୁରାତି ଦାନ କରନ୍ତୁ।

ଯଦି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ଆସିଯାଇଛି ତେବେ ଶୁକ୍ରବାର ଦିନ ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ମରଣ କରି ୩ ଟି ଗୁଜୁରାତି ନିଜ ଶରୀର ଉପରେ ବୁଲାଇ କୌଣସି ରୁମାଲରେ ବାନ୍ଧି କରି ପୁରା ଦିନ ନିଜ ପାଖରେ ରଖନ୍ତୁ ଏବଂ ଶନିବାର ଦିନ ସକାଳେ ସେହି ଗୁଜୁରାତିକୁ ପେଶୀ କରି କୌଣସି ଖାଦ୍ୟରେ ମିଶାଇ ନିଜର ଜୀବନସାଥୀଙ୍କୁ ଖୁଆଇ ଦିଅନ୍ତୁ। ଏମିତି ଲଗାତାର ୩ଟି ଶୁକ୍ରବାର କରନ୍ତୁ। ଧୀରେ ଧୀରେ ମତଭେଦ ଦୂର ହେବାକୁ ଲାଗିବ।

ସୁନ୍ଦର ସୁଶୀଳ ସ୍ତ୍ରୀ ପାଇବା ପାଇଁ କୌଣସି ଗୁରୁବାର ଦିନ ସବୁଜ ଗୁଜୁରାତିକୁ ହଳଦିଆ କପଡ଼ାରେ ବାନ୍ଧି କୌଣସି ଗରିବଙ୍କୁ ଦେଇ ଦିଅନ୍ତୁ କିମ୍ବା କୌଣସି ପାଖ ମନ୍ଦିରରେ ରଖି ଆସନ୍ତୁ।

କୌଣସି ସମସ୍ୟାରୁ ମୁକ୍ତି ପାଇବା ପାଇଁ ରାତିରେ ଶୋଇବା ପୂର୍ବରୁ ସବୁଜ ରଙ୍ଗର କପଡ଼ାରେ ଗୁଜୁରାତିକୁ ବାନ୍ଧି କରି ତକିଆ ତଳେ ରଖି ଶୋଇଯାଆନ୍ତୁ। ପର ଦିନ ସକାଳେ ସେହି ଗୁଜୁରାତିକୁ କୌଣସି ବାହାରର ଲୋକଙ୍କୁ ଖୁଆଇ ଦିଅନ୍ତୁ। ଉନ୍ନତିରେ ଆସୁଥିବା ସବୁ ବାଧା ଦୂର ହୋଇଯିବ।

ଯଦି କୌଣସି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟରେ ବାହାରକୁ ଯାଉଛନ୍ତି ତେବେ ନିଜ ଡାହାଣ ହାତରେ ୩ ଟି ଗୁଜୁରାତି ନେଇ ମା ଲକ୍ଷ୍ମୀଙ୍କର ବିଜ ମନ୍ତ୍ର ଶ୍ରୀମର ଉଚାରଣ କରି ୧ ଟି ଗୁଜୁରାତି ଖାଇ ନିଅନ୍ତୁ ଅନ୍ୟ ଗୁଜୁରାତିକୁ ପକେଟରେ ରଖି ପରେ ଖାଇନେବେ ଆପଣଙ୍କୁ ସେହି କାର୍ଯ୍ୟରେ ସଫଳତା ମିଳିଯିବ।

ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କର ପୂଜା ନିଶ୍ଚୟ କରନ୍ତୁ। ଲାଲ କପଡ଼ାରେ ସବୁଜ ଗୁଜୁରାତି ଏବଂ ଲବଙ୍ଗ ବାନ୍ଧି କରି ମାଙ୍କୁ ଅର୍ପଣ କରିଦିଅନ୍ତୁ। ପରେ ଏହାକୁ ପୋଟଳି ବନେଇ ଆଲମାରୀରେ ରଖିଦିଅନ୍ତୁ। ଧନର ଅଭାବ କେବେବି ହେବ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *