Excuse Me Odisha

ଯାହା କହିବୁ ସତ କହିବୁ

ଜନ୍ମାଷ୍ଟମୀରେ ଅପାର କୃପା ଦେବା ପାଇଁ ପ୍ରସ୍ତୁତ ଅଛନ୍ତି ଭଗବାନ ଶ୍ରୀକୃଷ୍ଣ ! ବାସ ଏହିଦିନ ନିଶ୍ଚିତ ଭାବରେ କିଣନ୍ତୁ ଏହି ଗୋଟିଏ ଜିନିଷ !

ସେୟାର୍ କରନ୍ତୁ

ଆମ ଭାରତ ଦେଶରେ ୧୨ ମାସରେ ୧୩ ପର୍ବ ପାଳିତ ହୋଇଥାଏ।ସେହିପରି ଜନ୍ମାଷ୍ଟମୀ ପର୍ବ ସାରା ଦେଶରେ ବହୁତ ଧୁମଧାମରେ ପାଳନ କରାଯାଇଥାଏ। ପୌରାଣିକ ମାନ୍ୟତା ଅନୁସାରେ ଏହିଦିନ ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମ ହୋଇଥିଲା। ଭାଦ୍ରପଦ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ଦିନ ଜନ୍ମାଷ୍ଟମୀ ପାଳନ ହୋଇଥାଏ। ଏହି ବର୍ଷ ଜନ୍ମାଷ୍ଟମୀ ଅଗଷ୍ଟ ୧୮ ତାରିଖ ଗୁରୁବାର ଦିନ ପଡୁଛି। ତେବେ ଏହିଦିନ ଭଗବାନ ଶ୍ରୀକୃଷ୍ଣଙ୍କର କୃପା ଲାଭ କରିବା ପାଇଁ କିଛି ବିଶେଷ ଜିନିଷ ଘରକୁ କିଣି ଆଣିଲେ ଅନେକ ଲାଭ ମିଳିଥାଏ।

ବାଛୁରୀ :-

ଭଗବାନ ଶ୍ରୀକୃଷ୍ଣଙ୍କୁ ବାଛୁରୀ ଅତ୍ୟନ୍ତ ପ୍ରିୟ ଅଟେ। ତେଣୁ ଜନ୍ମାଷ୍ଟମୀ ଦିନ ବାଛୁରୀ ଫଟୋ ଆଣି ନିଜ ଘରେ ଲଗାଇବା ଉଚିତ। ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଏହାସହିତ ଗାଈକୁ ଖାଇବାକୁ ଦେବା ମଧ୍ୟ ଅତ୍ୟନ୍ତ ପୁଣ୍ୟର କାର୍ଯ୍ୟ ହୋଇଥାଏ।

ବଇଁଶୀ :-

ଭଗବାନ ଶ୍ରୀକୃଷ୍ଣଙ୍କୁ ବଇଁଶୀ ଅତ୍ୟନ୍ତ ପ୍ରିୟ ଅଟେ। ପୌରାଣିକ ଯୁଗରେ ଭଗବାନ ଶ୍ରୀକୃଷ୍ଣ ବଇଁଶୀ ବଜାଇ ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥିଲେ ଏବଂ ସକାରାତ୍ମକ ଉର୍ଜାର ସଞ୍ଚାର କରୁଥିଲେ। ତେଣୁ ନିଶ୍ଚିତ ଭାବରେ ଘରେ ବଇଁଶୀ ଆଣି ରଖିବା ଉଚିତ। ମାନ୍ୟତା ରହିଛି କି ଘରେ ବଇଁଶୀ ଆଣି ରଖିବା ଦ୍ୱାରା ଧନ ବୃଦ୍ଧି ହୋଇଥାଏ ଏବଂ ଆର୍ଥିକ ସଙ୍କଟ ଦୂର ହୋଇ ଯାଇଥାଏ।

ଶଙ୍ଖ:-

ପୌରାଣିକ ମାନ୍ୟତା ଅନୁସାରେ ଶଙ୍ଖରେ ଦେବୀ ଲକ୍ଷ୍ମୀଙ୍କର ବାସ ହୋଇଥାଏ ବୋଲି କୁହାଯାଏ।ଶଙ୍ଖର ଧ୍ଵନୀ ଘରର ବାତାବରଣକୁ ସକାରାତ୍ମକ କରି ଦେଇଥାଏ। ଘରେ ଶଙ୍ଖ ରଖିବା ଦ୍ୱାରା ଅତ୍ୟନ୍ତ ଶୁଭ ହେବା ସହିତ ପରିବାର ଲୋକଙ୍କର ସବୁ ଦୁଃଖକଷ୍ଟ ନିବାରଣ ହୋଇଥାଏ। ତେଣୁ ଜନ୍ମାଷ୍ଟମୀ ଦିନ ଘରକୁ ଶଙ୍ଖ ଆଣିବା ଉଚିତ।

ମୟୂର ପଙ୍ଖ :-

କହିବାକୁ ଗଲେ ମୟୂର ପର ଭଗବାନ ଶ୍ରୀକୃଷ୍ଣଙ୍କ ମୁଖକୁ ଅତ୍ୟନ୍ତ ଶୋଭା ପାଇଥାଏ। ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରସନ୍ନ କରିବା ପାଇଁ ଆପଣ ଜନ୍ମାଷ୍ଟମୀ ଦିନ ଘରକୁ ମୟୂର ପର ଆଣନ୍ତୁ। ଦେଖିବେ ଏଭଳି କରିବା ଦ୍ୱାରା ଘରେ ରହିଥିବା ନକାରାତ୍ମକ ଶକ୍ତି ଦୂର ହୋଇ ଯାଇଥାଏ।ଏହାସହିତ ଘରେ ଚାଲିଥିବା କଳହ ଓ ଅଶାନ୍ତିରୁ ମଧ୍ୟ ମୁକ୍ତି ମିଳି ଯାଇଥାଏ। ଘରେ ମୟୂର ପର ରଖିବା ଦ୍ୱାରା କାଳ ସର୍ପ ଦୋଷ ଦୂର ହୋଇଥାଏ।

ବିଜୟନ୍ତି ମାଳା :-

ଶାସ୍ତ୍ର ଅନୁସାରେ ଭଗବାନ ଶ୍ରୀକୃଷ୍ଣଙ୍କ ଗଳାରେ ସର୍ବଦା ବିଜୟନ୍ତି ମାଳା ରହିଥାଏ। ଏହି ମାଳାକୁ ଘରକୁ ଆଣିବା ଦ୍ୱାରା ଘରେ ଦେବୀ ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଏହାସହିତ ଘରର ଆର୍ଥିକ ପରିସ୍ଥିତି ସୁଦୃଢ ହୋଇଥାଏ। ପରିବାର ଲୋକଙ୍କର ଉନ୍ନତି ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *