Excuse Me Odisha

ଯାହା କହିବୁ ସତ କହିବୁ

ଅକ୍ଟୋବର ମାସ ପର୍ଯ୍ୟନ୍ତ ୩ ଗୋଟି ରାଶିର ଲୋକଙ୍କ ଉପରେ ଶନିଦେବ କୃପା ଦୃଷ୍ଟି ରଖିବାକୁ ଯାଉଛନ୍ତି। ଧନସମ୍ପତ୍ତିରେ ବୃଦ୍ଧି ହେବ।ସେଥିରେ ଆପଣଙ୍କ ରାଶି ନାହିଁ ତ?

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ପ୍ରତ୍ୟେକ ଗ୍ରହ ରାଶି ପରିବର୍ତ୍ତନ କରି ଥାଆନ୍ତି। ଗ୍ରହ ଓ ନକ୍ଷତ୍ର ମାନଙ୍କର ଚଳନରେ ପରିବର୍ତ୍ତନ କାରଣରୁ ଏହାର ସିଧାସଳଖ ପ୍ରଭାବ ରାଶିଚକ୍ରରେ ଥିବା ୧୨ ଗୋଟି ରାଶିର ଲୋକଙ୍କ ଉପରେ ପଡ଼ିଥାଏ। ଏହାର ପ୍ରଭାବରେ ବ୍ୟକ୍ତିକୁ ଜୀବନରେ ସକାରାତ୍ମକ ବା ନକାରାତ୍ମକ ପରିଣାମ ଭୋଗ କରିବାକୁ ପଡ଼ିଥାଏ। ଶନି ଗ୍ରହ ଦେଢ଼ ବର୍ଷ ମଧ୍ୟରେ ରାଶି ପରିବର୍ତ୍ତନ କରିଥାନ୍ତି।

ବର୍ତ୍ତମାନ ଶନି ଗ୍ରହ ବକ୍ରୀ ହୋଇ ମକର ରାଶିରେ ବିରାଜିତ ଅଛନ୍ତି। ଶନି ଗ୍ରହ ମକର ରାଶିର ଜାନୁଆରୀ ୧୭ ୨୦୨୩ ପର୍ଯ୍ୟନ୍ତ ବିରାଜିତ ରହିବେ।କହିବାକୁ ଗଲେ ଜୁଲାଇ ୧୨ ତାରିଖ ଶନି ଗ୍ରହ କୁମ୍ଭ ରାଶିରୁ ମକର ରାଶିରେ ପ୍ରବେଶ କରିଥିଲେ। ଜୁନ ୫ ତାରିଖ ଦିନ ଶନି ଗ୍ରହ ବକ୍ରୀ ଚଳନ କରିଥିଲେ ଏବଂ ଅକ୍ଟୋବର ମାସ ପର୍ଯ୍ୟନ୍ତ ଶନି ଗ୍ରହ ବକ୍ରୀ ଅବସ୍ଥାରେ ରହିବେ।ତେବେ ଅକ୍ଟୋବର ମାସ ପର୍ଯ୍ୟନ୍ତ ଖାସ ୩ ଗୋଟି ରାଶିର ଲୋକଙ୍କୁ ବିଶେଷ ଲାଭ ମିଳିବାକୁ ଯାଉଛି। ଆସନ୍ତୁ ସେହି ବିଷୟରେ ଜାଣିବା।

ମେଷ ରାଶି :-

ଆଗାମୀ ୩ଟି ମାସ ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ।ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ଲାଭ ପ୍ରାପ୍ତ ହେବ। ଆପଣଙ୍କ ଜୀବନରେ ଅନେକ ସକାରାତ୍ମକ ପରିବର୍ତ୍ତନ ଆସିବାର ଯୋଗ ରହିଛି। ଘରର ଖର୍ଚ୍ଚ ଏହି ସମୟରେ ବଢିପାରେ। ଆପଣଙ୍କର ସବୁ ସ୍ବପ୍ନ ସାକାର ହେବ। କୌଣସି ସ୍ଥାନରେ ନିବେଶ କରିବା ପାଇଁ ଏହି ସମୟ ଅତ୍ୟନ୍ତ ଅନୁକୂଳ ରହିଛି। ଆପଣ ନୂତନ ଜମିବାଡ଼ି କ୍ରୟ କରି ପାରନ୍ତି। ଅଚାନକ ଧନ ପ୍ରାପ୍ତି ହେବାର ଯୋଗ ରହିଛି। ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ସବୁଥିରେ ସଫଳ ହେବେ। ଭଗବାନ ଶନି ଓ ଦେବୀ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ସର୍ବଦା ଆପଣଙ୍କ ଉପରେ ରହିବ।

ବୃଷ ରାଶି :-

ଅକ୍ଟୋବର ମାସ ପର୍ଯ୍ୟନ୍ତ ଏହି ରାଶିର ଲୋକଙ୍କ ଉପରେ ଭଗବାନ ଶନିଙ୍କ କୃପା ଦୃଷ୍ଟି ରହିବ। ଏହି ରାଶିର ଲୋକଙ୍କ ଜୀବନରେ ସବୁ ଦୁଃଖକଷ୍ଟ ଦୂର ହୋଇଯିବ।ଅଚାନକ ଆପଣଙ୍କ ଜୀବନରେ ସୁଖ ସୁବିଧା ବୃଦ୍ଧି ହୋଇଯିବ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। କୌଣସି ଶୁଭ କାର୍ଯ୍ୟ ପାଇଁ ଆପଣ ବିଦେଶ ଯାତ୍ରା କରି ପାରନ୍ତି।

ଚାକିରି କ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତୀ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଛାତ୍ରଛାତ୍ରୀ ମାନଙ୍କୁ ପରୀକ୍ଷାରେ ଆଶାନୁରୂପ ସଫଳତା ମିଳିବ। ସମାଜରେ ଆପଣଙ୍କର ମାନସମ୍ମାନ ଓ ପ୍ରତିଷ୍ଠା ବଜାୟ ରହିବ। ଅଧିକ ଉପାର୍ଜନ କରିବାର ଉତ୍ତମ ଅବସର ପ୍ରାପ୍ତ ହେବ।ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ।

କନ୍ୟା ରାଶି :-

ଏହି ରାଶିର ଲୋକଙ୍କୁ ଭଗବାନ ଶନିଙ୍କ କୃପାରୁ ସବୁ ସୁଖ ସୁବିଧା ପ୍ରାପ୍ତ ହେବ।ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବାର ଯୋଗ ରହିଛି।ଆପଣ ନୂତନ ସଂପତ୍ତି କ୍ରୟ କରି ପାରନ୍ତି। ସନ୍ତାନ ସୁଖ ପ୍ରାପ୍ତି ହୋଇପାରେ।

କୌଣସି କାର୍ଯ୍ୟକୁ ନେଇ ବିଦେଶ ଯାତ୍ରା କରି ପାରନ୍ତି।ଚାକିରି ପାଇଁ ଆବେଦନ କରିଥିବା ଲୋକଙ୍କୁ ଆଶାନୁରୂପ ଚାକିରି ପ୍ରାପ୍ତ ହେବ। ଯେଉଁ ଲୋକଙ୍କ ବିବାହରେ ବାଧା ଉତ୍ପନ୍ନ ହେଉଛି, ଏହି ସମୟ ସେମାନଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ ସାବ୍ୟସ୍ତ ହେବ।ଯଦି ଆପଣ ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ତାହେଲେ ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ରହିଛି। ପୁରୁଣା ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। କୌଣସି ସ୍ଥାନରେ ନିବେଶ କରି ଲାଭବାନ ହେବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *