Excuse Me Odisha

ଯାହା କହିବୁ ସତ କହିବୁ

ମିଠା ବାଣ୍ଟିବା ପାଇଁ ହୋଇ ଯାଆନ୍ତୁ ପ୍ରସ୍ତୁତ। ଜୁଲାଇ ୨୮ରୁ ୩୧ ମଧ୍ୟରେ କିଛି ଖାସ ରାଶିର ଲୋକଙ୍କୁ ମିଳିବ ଖୁସି ଖବର।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଶ୍ରାବଣ ମାସ ଅତ୍ୟନ୍ତ ଶୁଭ ଅଟେ। କହିବାକୁ ଗଲେ ସୋମବାର ଦିନ ଓ ଶ୍ରାବଣ ମାସଟି ଭଗବାନ ଶିବଙ୍କୁ ସମର୍ପିତ ଅଟେ। ଶ୍ରାବଣ ମାସ ସୋମବାର ଦିନ ଭଗବାନ ଶିବଙ୍କୁ ବିଧିବିଧାନ ଅନୁସାରେ ପୂଜାର୍ଚ୍ଚନା କଲେ, ସୁଫଳ ମିଳିବା ସହିତ ସମସ୍ତ ମନସ୍କାମନା ପୂରଣ ହୋଇଥାଏ।

ଶିବଙ୍କୁ ଯେଉଁ ଭକ୍ତ ଶ୍ରଦ୍ଧା ପୂର୍ବକ ଭକ୍ତି କରିଥାନ୍ତି ଏବଂ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିଥାନ୍ତି, ତାଙ୍କ ଉପରେ ସର୍ବଦା ଭଗବାନ ଶିବଙ୍କର କୃପା ଦୃଷ୍ଟି ରହିଥାଏ। ଏହାସହିତ ଭଗବାନ ଶିବ ତାଙ୍କ ଜୀବନର ସବୁ ଦୁଃଖକଷ୍ଟ ଦୂର କରି ଦେଇଥାନ୍ତି। ମହାମୃତ୍ୟୁଞ୍ଜୟ ମନ୍ତ୍ରକୁ ଜପ କରିବା ଦ୍ଵାରା ମନୁଷ୍ୟର କ୍ରୋଧ, ମୋହ, ଈର୍ଷା, ଅହଙ୍କାର, ଲୋଭ ଆଦି ଦୂର ହୋଇ ଯାଇଥାଏ। ଶାସ୍ତ୍ରରେ ମହାମୃତ୍ୟୁଞ୍ଜୟ ମନ୍ତ୍ରକୁ ଜପ କରିବା ଦ୍ଵାରା ମନୁଷ୍ୟର ପାପ କ୍ଷୟ ହୋଇ ଯାଇଥାଏ।

ଭଗବାନ ଶିବଙ୍କର ବାହନ ହେଉଛି ବୃଷଭ। କୁହାଯାଏ କି ଶିବ ମନ୍ଦିରରେ ବୃଷଭ କାନରେ ବ୍ୟକ୍ତି ନିଜ କାମନା ବିଷୟରେ କହିଲେ, ଆପଣଙ୍କ ଇଛା ସିଧାସଳଖ ଭଗବାନ ଶିବଙ୍କ ପାଖରେ ପହଞ୍ଚି ଯାଇଥାଏ। ଯାହାଫଳରେ ଭଗବାନ ଶିବ ଭକ୍ତଙ୍କର ସବୁ ଅଭିଳାଷା ପୂରଣ କରିଥାନ୍ତି। ଶାସ୍ତ୍ର ଅନୁସାରେ, ଭଗବାନ ଶିବଙ୍କ କୃପା ଦୃଷ୍ଟି ଯେଉଁ ବ୍ୟକ୍ତି ଉପରେ ପଡ଼ିଥାଏ, ତାଙ୍କ ଭାଗ୍ୟ ବଦଳି ଯାଇଥାଏ।ଏହାସହିତ ଜୀବନର ସବୁ ଦୁଃଖକଷ୍ଟ ଦୂର ହୋଇ ଯାଇଥାଏ। ଆଜି ଆମେ ଆପଣଙ୍କୁ କିଛି ବିଶେଷ ରାଶିର ଲୋକଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁ ମାନଙ୍କ ଉପରେ ଭଗବାନ ଶିବଙ୍କ କୃପା ଦୃଷ୍ଟି ପଡ଼ିବାକୁ ଯାଉଛି। ଯାହାଫଳରେ ଆସୁଥିବା ସମୟ ସେମାନଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ମେଷ ରାଶି :-

ଏହି ରାଶିର ଲୋକଙ୍କ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆପଣଙ୍କ ଘରେ ହସଖୁସିର ମାହୋଲ ରହିବ। ଜୀବନସାଥୀଙ୍କ ସହିତ ଆପଣ ଉତ୍ତମ ସମୟ ଅତିବାହିତ କରିବେ। ଏହାସହିତ ଆପଣଙ୍କ ଉପରେ ଦେବୀ ଲକ୍ଷ୍ମୀଙ୍କର କୃପା ବରଶିବାକୁ ଯାଉଛି। ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସଠିକ ସମୟରେ ସମ୍ପନ୍ନ ହେବ। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟ ଶୈଳୀ ଦେଖି ସନ୍ତୁଷ୍ଟ ହେବେ। ଅଚାନକ ଆପଣଙ୍କୁ ଧନଲାଭ ହେବାର ସମ୍ଭାବନା ରହିଛି। ପ୍ରେମୀ ଯୁଗଳଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିଛି।

ତୁଳା ରାଶି :-

ଆପଣ କାହା ଠାରୁ ଆଣିଥିବା ଋଣ ପରିଶୋଧ କରିବେ। ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ସବୁଥିରେ ସଫଳତା ହାସଲ କରିବେ। ବ୍ୟବସାୟରେ ଲାଭବାନ ହେବେ।ପାରିବାରିକ ସୁଖ ଭୋଗ କରିବେ। ଚାକିରି କ୍ଷେତ୍ରରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। କୌଣସି ସ୍ଥାନରେ ନିବେଶ କରିବା ପୂର୍ବରୁ ଆପଣଙ୍କୁ ଗୁରୁଜନଙ୍କ ଠାରୁ ପରାମର୍ଶ ଗ୍ରହଣ କରିବା ଉଚିତ। କୌଣସି ବିଶେଷ କାର୍ଯ୍ୟ ପାଇଁ ବିଦେଶ ଯାତ୍ରା କରି ପାରନ୍ତି। ବୈବାହିକ ଜୀବନ ସୁଖମୟ ରହିବ।

କୁମ୍ଭ ରାଶି :-

ଏହି ରାଶିର ଲୋକେ ନିଜ ଦୈନନ୍ଦିନ ଜୀବନକୁ ପରିବର୍ତ୍ତନ କରିବା ବିହାରୀ ଜରୁରୀ ଅଟେ। ଦେବୀ ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କୁ ଅଚାନକ ଧନ ପ୍ରାପ୍ତି ହୋଇପାରେ। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ବ୍ୟବସାୟରେ ଅଗ୍ରଗତି କରିବେ। ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିବାର ଯୋଗ ରହିଛି। ସମାଜରେ ଆପଣ ନିଜର ପ୍ରତିଷ୍ଠା ଓ ମାନସମ୍ମାନ ବଜାୟ ରଖିବେ। ଆପଣ ମାନସିକ ଓ ଶାରିରୀକ ରୂପରେ ସୁସ୍ଥ ରହିବେ। କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଗୁରୁଜନଙ୍କ ଆଶୀର୍ବାଦ ନିଅନ୍ତୁ, କାର୍ଯ୍ୟରେ ସଫଳ ହେବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *