Excuse Me Odisha

ଯାହା କହିବୁ ସତ କହିବୁ

୫୦୦ ବର୍ଷ ପରେ ବନୁଅଛି ଦୁର୍ଲଭ ମହାସଂଯୋଗ ଶ୍ରାବଣ ଅମାବାସ୍ୟା। କୁକୁରକୁ ଖୁଆଇ ଦିଅନ୍ତୁ ୧ ଟି ଜିନିଷ। ହେବ ସବୁ ଶତ୍ରୁଙ୍କର ନାଶ। ଜନ୍ମର ପିତୃଦୋଷ ହେବ ଦୂର।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୫୦୦ ବର୍ଷ ପରେ ବନୁଅଛି ଦୁର୍ଲଭ ମହାସଂଯୋଗ ଶ୍ରାବଣ ଅମାବାସ୍ୟା। କୁକୁରକୁ ଖୁଆଇ ଦିଅନ୍ତୁ ୧ ଟି ଜିନିଷ। ହେବ ସବୁ ଶତ୍ରୁଙ୍କର ନାଶ। ଜନ୍ମର ପିତୃଦୋଷ ହେବ ଦୂର।

ଶ୍ରାବଣ ଅମାବାସ୍ୟା ଯାହାକୁ ହରିଆଲି ଅମାବାସ୍ୟା କିମ୍ବା ଶ୍ରାବଣ ଅମାବାସ୍ୟା ବି କୁହାଯାଏ। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେଶ୍ରାବଣ ମାସରେ ଅମାବାସ୍ୟା ତିଥିରେ ପାଳନ କରାଯାଉଥିବା ଏକ ମହତ୍ତ୍ୱପୂର୍ଣ୍ଣ ପର୍ବ ଅଟେ। ୨୮ ଜୁଲାଇକୁ ଏହି ଅମାବାସ୍ୟା ପଡୁଅଛି। ଏହି ଅମାବାସ୍ୟାରେ ସ୍ନାନ ଦାନ ପିତୃ ଶାନ୍ତି ପାଇଁ ତର୍ପଣ ଏବଂ ଗଛ ଲଗାଇବାର ପରମ୍ପରା ମଧ୍ୟ ଅଛି। ଏହି ମାସରେ ଆସୁଥିବା ଅମାବାସ୍ୟା ଦିନ ଭଗବାନ ଶିବ ଏବଂ ପାର୍ବତୀଙ୍କର ପୂଜା କରିବାର ବି ବିଧାନ ଅଛି। ଘରର ସୁଖ ଶାନ୍ତି ପାଇଁ ଏହି ଅମାବାସ୍ୟା ଦିନ ଅସ୍ତ ଗଛର ପୂଜା କରିବାର ବିଶେଷ ମହତ୍ୱ ଅଛି।

ଏହି ବର୍ଷ ଏହି ଅମାବାସ୍ୟା ବହୁତ ଖାସ ଅଟେ କାରଣ ଏହି ଦିନ ୩ ଟି ରାଜଯୋଗ ବନୁଅଛି। ଏହି ଅମାବାସ୍ୟା ଦିନ ପବିତ୍ର ନଦୀରେ ସ୍ନାନ କରିବାର ବହୁତ ମହତ୍ୱ ଅଛି ନଚେତ ଘରେ ସ୍ନାନ ପାଣିରେ ଗଙ୍ଗା ଜଳ ମିଶାଇ ସ୍ନାନ କରିପାରିବେ। ଏହି ଅମାବାସ୍ୟା ଏହି ବର୍ଷ ଗୁରୁବାର ଦିନ ପଡୁଅଛି। ଏହି ଦିନ ଭଗବାନ ଶିବ ଏବଂ ପାର୍ବତୀଙ୍କର ପୂଜା କରିବା ସହିତ ଭଗବାନ ବିଷ୍ଣୁଙ୍କର ବି କେଶର ମିଶ୍ରତ ଜଳରେ ଅଭିଷେକ କରନ୍ତୁ ଭଗବାନ ଶିବ ଲିଙ୍ଗରେ ଜଳ ଅର୍ପଣ କରନ୍ତୁ ଏବଂ ଓଁ ନମଃ ଶିବାୟର ଜପ କରନ୍ତୁ। ଏହି ଦିନ ଶିବ ରୁଦ୍ରଭିଷେକ କରିବାର ବହୁତ ମହତ୍ୱ ଅଛି।

ଏହି ଦିନ ଅସ୍ତ ଗଛର ପୂଜା କରି ସେଠାରେ ଘିଅର ଦୀପ ଜଳାନ୍ତୁ।

ଏହି ଅମାବାସ୍ୟାରେ ପିତୃ ଶାନ୍ତି ପାଇଁ ଏହି ପୂଜା ବହୁତ ଫଳଦାୟୀ ଅଟେ। ଏହି ଅମାଵସ୍ୟାରେ ପିତୃଙ୍କ ନାମରେ ଅସ୍ତ ନିମ ଆମ୍ବଲା କିମ୍ବା ତୁଳସୀ ଗଛ ଲଗାନ୍ତୁ ଏବଂ ତାହାର ଦେଖାଶୁଣା କରନ୍ତୁ। ଏହା ଦ୍ବାରା ବି ପିତୃ ଶାନ୍ତ ହୋଇଥାନ୍ତି।

ବ୍ରତରେ ଗରିବ ଏବଂ ବ୍ରାହ୍ମଣଙ୍କୁ ଦାନ କରନ୍ତୁ। ତାଙ୍କୁ ଭଜନ କରାନ୍ତୁ। ଏହା ଦ୍ବାରା ଶୁଭ ପରିଣାମ ମିଳିଥାଏ।

ଏହି ଦିନ ତର୍ପଣ ଏବଂ ପିଣ୍ଡ ଦାନକୁ ବହୁତ ମହତ୍ତ୍ୱପୂର୍ଣ୍ଣ ମାନାଯାଏ। ଗୁରୁପୁସ୍ୟରେ କରାଯାଉଥିବା କାର୍ଯ୍ୟରେ ସଫଳତା ନିଶ୍ଚୟ ମିଳିଥାଏ।

ଏହି ଦିନରେ କିଛି ମନସ୍କାମନା ପୂରଣ ପାଇଁ ବିଶେଷ ଉପାୟ କରିଲେ ଜୀବନରେ ଅନେକ ସମସ୍ୟା ଦୂର ହୋଇପାରିବ ଏବଂ ବ୍ୟକ୍ତିର ଜୀବନ ସୁଖମୟ ହୋଇପାରିବ। ଏହି ଦିନ କରାଯାଉଥିବା କର୍ମ ବ୍ୟକ୍ତିକୁ ସୁଖ ଶାନ୍ତି ଦେଇଥାଏ ଏବଂ କୁଣ୍ଡଳୀରେ ଥିବା ଗ୍ରହ ନକ୍ଷତ୍ରର ଅଶୁଭ ପ୍ରଭାବରୁ ବଞ୍ଚାଇ ଥାଏ। ଏହି ଉପାୟରେ ପିତୃଙ୍କୁ ପ୍ରସନ୍ନ କରି ତାଙ୍କର ଆଶୀର୍ବାଦ ପ୍ରାପ୍ତ କରିପାରିବେ। ତାଙ୍କର ଆଶୀର୍ବାଦରୁ କାର୍ଯ୍ୟରେ ବାଧା ଦୂର ହୋଇଥାଏ। ଘରକୁ ସୁଖ ଶାନ୍ତି ଆସିଥାଏ। ଶନିଙ୍କ କୁପ୍ରଭାଵରୁ ମୁକ୍ତି ମିଳିଥାଏ। ସଫଳତାର ନୂଆ ରାସ୍ତା ଆରମ୍ଭ ହୋଇଯାଏ।

ଏହି ଉପାୟ ସନ୍ଧ୍ୟା ପୂଜା କରିଲେ ଭଲ ହୋଇଥାଏ।

ଏହି ଉପାୟ କରିବା ପୂର୍ବରୁ ସ୍ନାନ କରନ୍ତୁ କିମ୍ବା ହାତ ଗୋଡ଼ ଧୋଇ ସ୍ୱଚ୍ଛ ବସ୍ତ୍ର ପରିଧାନ କରିନିଅନ୍ତୁ। ନିଜର ଘରର ମନ୍ଦିର ସାମ୍ନାରେ ବସି ଯାଆନ୍ତୁ। ଭଗବାନଙ୍କ ସାମ୍ନାରେ ଘିଅର ଦୀପ ଜଳାନ୍ତୁ ଧୂପ ଜଳାନ୍ତୁ। ଏହାପରେ ପ୍ରଥମେ ଭଗବାନ ଗଣେଶଙ୍କୁ ଏହା ପରେ ଲକ୍ଷ୍ମୀନାରାୟଣଙ୍କୁ ହଳଦୀ କିମ୍ବା କୁମକୁମରେ ତିଳକ କରନ୍ତୁ। ପୁଷ୍ପ ଆଦି ଅର୍ପଣ କରିବା ପରେ ଭଗବାନଙ୍କୁ କୌଣସି ଫଳ କିମ୍ବା ମିଠା ଜିନିଷ ଭୋଗ ଲଗାନ୍ତୁ ଏବଂ ଚିନିର ବି ଭୋଗ ଲଗାଇ ପାରିବେ। ଏହାପରେ ଏକ ପାତ୍ରରେ କଳା ତିଳ ନେଇ ସେହି ତିଳର ପାତ୍ରକୁ ନେଇ ଆପଣ ନିଜ ମନ୍ଦିରରେ ରଖିଦିଅନ୍ତୁ। ଏହା ପରେ ଓଁ ନମଃ ଭଗବତେ ବାସୁଦେବାୟର ତୁଳସୀ ମାଳାରେ ଜପ କରନ୍ତୁ।

ଶାସ୍ତ୍ର ଅନୁସାରେ ଅମାବାସ୍ୟା ତିଥି ଭଗବାନ ଲକ୍ଷ୍ମୀନାରାୟଣ ପିତୃଦେବ ଏବଂ ଶନିଦେବଙ୍କୁ ସମର୍ପଣ ଅଟେ। ଏବଂ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କୁ ପିତୃଙ୍କ ଦେବତା ମାନାଯାଏ। ସେଥିପାଇଁ ପିତୃଙ୍କୁ ପ୍ରସନ୍ନ କରିବା ପାଇଁ ଲକ୍ଷ୍ମୀନାରାୟଣଙ୍କୁ ପୂଜା କରି ପ୍ରସନ୍ନ କରିବା ଅତ୍ୟନ୍ତ ଆବଶ୍ୟକ ଅଟେ। ଏହାପରେ ପିତୃଙ୍କ ମନ୍ତ୍ର ଓଁ ପିତୃବ୍ୟ ନମଃ ୧୧ ଥର ଜପ କରନ୍ତୁ। ଏମିତି ପୂଜା କରିବା ପରେ ଯଦି ଶନି ଦୋଷରେ ପୀଡିତ ଅଛନ୍ତି ତେବେ ଶନିଦେବଙ୍କ ମନ୍ତ୍ର ଓଁ ଶନି ଶନିଶ୍ଚରାୟ ନମଃ ୧୧ ଥର ଜପ କରନ୍ତୁ। ପୂଜା ପରେ ସମସ୍ତ ଦେବୀ ଦେବତାଙ୍କୁ ପ୍ରଣାମ କରନ୍ତୁ।

ପିତୃଙ୍କୁ ଶାନ୍ତି ଦେବା ପାଇଁ ପ୍ରାର୍ଥନା କରନ୍ତୁ ଏବଂ ତାଙ୍କୁ ମୁକ୍ତି ଦେବା ପାଇଁ ପ୍ରାର୍ଥନା କରନ୍ତୁ। ଏହାପରେ ଦେବୀ ଦେବତାଙ୍କୁ ପ୍ରଣାମ କରି ଜଣା ଅଜାଣତରେ ହୋଇଥିବା ଭୁଲ ପାଇଁ କ୍ଷମା ମାଗନ୍ତୁ। ପିତୃଦୋଷ ଏବଂ ଶନିଦୋଷରୁ ମୁକ୍ତି ପାଇଁ ପ୍ରାର୍ଥନା କରନ୍ତୁ। ଏମିତି ପୂଜା କରିବା ପରେ ଏକ ଶୁଦ୍ଧ ଜଳରେ ଅଟା ଗୋଳାଇ ମିଠା ରୋଟି ପ୍ରସ୍ତୁତ କରନ୍ତୁ ଏବଂ ଏହି ରୋଟିକୁ ଏକ ପାତ୍ରରେ ରଖିଦିଅନ୍ତୁ ଏବଂ ଏହି ରୋଟିରେ ଘିଅ ଲଗାଇ ଦିଅନ୍ତୁ ଯଦି ଘିଅ ନଥାଏ ତେବେ ସୋରିଷ ତେଲ ଲଗାଇ ଦିଅନ୍ତୁ।

ଏହାପରେ ନିଜର ଘରର ମନ୍ଦିର ସାମ୍ନାରେ ରଖିଦିଅନ୍ତୁ ଏବଂ ଆପଣଙ୍କର ଯିଏ ବି ଶତ୍ରୁ ବିରୋଧୀ ଥିବେ ଯିଏ ବି ଆପଣଙ୍କର କ୍ଷତି କରୁଛନ୍ତି ସେହି ଶତ୍ରୁଙ୍କୁ ଶାନ୍ତ କରିବା ପାଇଁ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ। କଷ୍ଟରୁ ମୁକ୍ତି ପାଇବା ପାଇଁ ପ୍ରାର୍ଥନା କରନ୍ତୁ। ଯେଉଁ ତିଳ ମନ୍ଦିରରେ ରଖିଥିଲେ ସେହି ତିଳକୁ ଏହି ରୋଟିରେ ରଖିଦିଅନ୍ତୁ ଏବଂ ପିତୃଦେବଙ୍କୁ ପ୍ରଣାମ କରି ଏହି ରୋଟିକୁ ନେଇ କୌଣସି କୁକୁରକୁ ଖୁଆଇଦିଅନ୍ତୁ।

ଯଦି ଘରେ ବି କୁକୁର ଥିବ ତାକୁ ମଧ୍ୟ ଏହି ରୋଟି ଖୁଆଇ ଦିଅନ୍ତୁ। ଚେଷ୍ଟା କରିବେ କଳା ରଙ୍ଗର କୁକୁରକୁ ଏହି ରୋଟି ଖୁଆଇବା ପାଇଁ। ଯଦି କଳା ରଙ୍ଗର କୁକୁର ନଥିବ ତାହେଲେ କୌଣସି ବି ରଙ୍ଗର କୁକୁରକୁ ଏହି ରୋଟି ଖୁଆଇଦେବେ। ଏହା ଦ୍ବାରା ସମସ୍ତ କଷ୍ଟରୁ ମୁକ୍ତି ମିଳିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *