Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସରେ ଏହି ପକ୍ଷୀ ଘରକୁ ଆସିବା ଶୁଭ ହୋଇଥାଏ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶ୍ରାବଣ ମାସରେ ଏହି ପକ୍ଷୀ ଘରକୁ ଆସିବା ଶୁଭ ହୋଇଥାଏ।

ବନ୍ଧୁଗଣ ଶ୍ରାବଣ ମାସରେ ଏହିସବୁ ପକ୍ଷୀ ଘରକୁ ଆସିଲେ ବହୁତ ଶୁଭ ହୋଇଥାଏ। ଏହି ପକ୍ଷୀ ମାନେ କୌଣସି ଖାସ ବ୍ୟକ୍ତିଙ୍କ ଘରକୁ ଆସନ୍ତି। ଏହି ପକ୍ଷୀ ଘରକୁ ଆସିବାର ଅର୍ଥ ସାକ୍ଷତ ଭଗବାନ ଶିବ ଘରକୁ ଆସିବା। ଏବେ ଠାରୁ ଆପଣଙ୍କର ଗରିବିର ଅନ୍ତ ହେବ। ଭଗବାନ ଶିବଙ୍କର କୃପା ଆପଣଙ୍କ ଉପରେ ବର୍ଷିବ। ଶାସ୍ତ୍ର ଅନୁସାରେ ପଶୁପକ୍ଷୀ ଆମ ବାତାବରଣକୁ ସ୍ୱଚ୍ଛ ବନେଇଥାନ୍ତି।

ଆମର ଆଖପାଖରେ ପକ୍ଷୀ ରହିବା ବହୁତ ଜରୁରୀ ଅଟେ। ଯଦି ଏହି ୫ ଟି ପକ୍ଷୀ ଆପଣଙ୍କ ଘରର ଛାତ ଉପରକୁ ଆସି ଦାନା ଖାଏ କିମ୍ବା ପାଣି ପିଏ ତେବେ ଆପଣଙ୍କ ସହିତ କିଛି ଏମିତି ହେବ ଯାହାର କଳ୍ପନା ମଧ୍ୟ ଆପଣ କେବେବି କରିନଥିବେ। ଏହି ପକ୍ଷୀ ଆପଣଙ୍କ ଜୀବନରେ ସୌଭାଗ୍ୟ ନେଇ ଆସିବେ। ଧନର ଦେବୀ ମା ଲକ୍ଷ୍ମୀଙ୍କୁ ସାଥିରେ ନେଇ ଆସିବେ।

ନୀଳକଣ୍ଠ ପକ୍ଷୀ। ଶାସ୍ତ୍ର ଅନୁସାରେ ଏହି ପକ୍ଷୀ ଭଗବାନ ଶିବଙ୍କର ପ୍ରତୀକ ଅଟେ। ଏହି ପକ୍ଷୀକୁ ଦେଖିବା ମାତ୍ରେ ବ୍ୟକ୍ତିର ସବୁ କଷ୍ଟ ଦୂର ହୋଇଥାଏ। ଏହି ପକ୍ଷୀ ଘରକୁ ଆସିଲେ ଦାନା ପାଣି ନିଶ୍ଚୟ ଖାଇବାକୁ ଦିଅନ୍ତୁ। ଯଦି ସେ ଦାନା ଗ୍ରହଣ କରେ ତେବେ ବୁଝି ନିଅନ୍ତୁ ଆପଣଙ୍କ ଭାଗ୍ୟ ଉଦୟ ହୋଇଗଲା। ଏହି ପକ୍ଷୀ ଯାହାଙ୍କ ଘରକୁ ଆସିଥାଏ ସେହି ଲୋକ ବହୁତ ଭାଗ୍ୟଶାଳି ହୋଇଥାନ୍ତି। ଏହି ପକ୍ଷୀକୁ କେବେବି ମାରିବେ ନାହିଁ।

କୁଆ। କୁହାଯାଏ କୁଆ ଯଦି ଘରକୁ ଆସି ଦାନା ପାଣି ଖାଇଥାଏ ତେବେ ବୁଝି ନିଅନ୍ତୁ ଆପଣଙ୍କ ସହିତ କେବେବି ଖରାପ ହେବନାହିଁ। ଘରେ କେବେବି କାହାର ଅକାଳ ମୃତ୍ୟୁ ହେବନାହିଁ। କୁଆକୁ ଦାନା ପାଣି ଖୁଆଇବା ଦ୍ୱାରା ବ୍ୟକ୍ତିର ମୃତ୍ୟୁ ଟଳିଯାଏ। କୁଆ ଘରର ଛାତ କୁ ଆସିଲେ ତାକୁ ନିଶ୍ଚୟ ଦାନା ପାଣି ଖୁଆନ୍ତୁ। କୁଆର ସେବା କରିବାର ଅର୍ଥ ସ୍ୱୟଂ ଭଗବାନ ଶନିଦେବଙ୍କ ସେବା କରିବା ସହିତ ସମାନ।

ଘର ଚଟିଆ। ଏହ ପକ୍ଷୀକୁ ସ୍ଵୟଂ ମା ଲକ୍ଷ୍ମୀଙ୍କର ପ୍ରତୀକ ମାନାଯାଏ। ଏହି ପକ୍ଷୀ ଘରକୁ ଆସିବାର ଅର୍ଥ ସାକ୍ଷତ ମା ଲକ୍ଷ୍ମୀ ଘରକୁ ଆସିବା ସହିତ ସମାନ ଅଟେ। ମାନାଯାଏ ଯେବେ ଏହି ପକ୍ଷୀ ଘରକୁ ଆସି ଦାନା ପାଣି ଖାଇଥାଏ ତେବେ ବୁଝିନିଅନ୍ତୁ ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କର ବାସ ହୋଇଛି। ଏହି ପକ୍ଷୀ ଘରେ ବସା ବାନ୍ଧିବା ବହୁତ ଶୁଭ ହୋଇଥାଏ।

ଏହା ଆପଣଙ୍କ ଘରର ଧନ ସମ୍ପତି ସୁଖ ସମୃଦ୍ଧି ନେଇ ଆସିଥାଏ ଏବଂ ଜୀବନରେ ଚାଲୁଥିବା ସମସ୍ୟାର ଶୀଘ୍ର ଅନ୍ତ ହୋଇପାରେ। ଏହା ଦ୍ବାରା ଆପଣଙ୍କ ଭାଗ୍ୟ ଉଦୟ ହୋଇଯାଇଥାଏ। ଯଦି ଘରେ କୌଣସି ବାସ୍ତୁଦୋଷ ଅଛି ତେବେ ବାଇ ଚଢେଇର ବସା ହେବା ଦ୍ୱାରା ଦୂର ହୋଇଥାଏ। ଯଦି ଘରେ ଘର ଚଟିଆ ମରିଯାଏ ତ ସେହି ଘରେ ନକରାତ୍ମକତା ଆସିବାକୁ ଲାଗେ। ଉନ୍ନତି ଅଟକି ଯାଇଥାଏ। ଘରେ ବୃଦ୍ଧ ଘର ଚଟିଆ ଦେଖିବା ବହୁତ ଅଶୁଭ ହୋଇଥାଏ। ଯଦି ଆପଣଙ୍କ ଘରେ ଘର ଚଟିଆ ବସା ବନାଏ ତ ତାହାକୁ ଭୁଲରେ ବି ଭାଙ୍ଗିବେ ନାହିଁ। ନଚେତ ଏହାର ଅଶୁଭ ଫଳ ପ୍ରାପ୍ତ ହୋଇଥାଏ।

ପାରା। ଏହି ପକ୍ଷୀକୁ ଶୁଭ ମାନାଯାଏ। ମାନାଯାଏ ଯେଉଁ ଘରେ ପାରା ଆସି ଦାନା ପାଣି ଖାଇଥାଏ ତ ତାଙ୍କର ଭାଗ୍ୟ ଉଦୟ ହେବାକୁ ଯାଉଛି। ଜୀବନରେ କିଛି ପରିବର୍ତ୍ତନ ହେବାକୁ ଯାଉଛି। ଏହି ପକ୍ଷୀ ଘରକୁ ଭଲ ଭାଗ୍ୟ ନେଇ ଆସିଥାନ୍ତି।

ପେଚା। ଯଦି ସକାଳୁ ସକାଳୁ ପେଚା ଆସି ଘରେ ବସେ ତେବେ ବୁଝିନିଅନ୍ତୁ ଯେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଏହା ଘରକୁ ଆସିଲେ ଘଉଡ଼ାଇବେ ନାହିଁ। ଘରକୁ ପେଚା ଆସିବା ମଙ୍ଗଳକାରୀ ହୋଇଥାଏ କାରଣ ପେଚା ମା ଲକ୍ଷ୍ମୀଙ୍କର ବାହନ ଅଟେ କିନ୍ତୁ ରାତି ସମୟରେ ପେଚା ଆସିବା ଅଶୁଭ ସଂକେତ ଅଟେ। ଏହାର ଅର୍ଥ ଆପଣଙ୍କ ଉପରେ କରଜର ଭାର ନେଇ ଆସିଥାଏ।

ଆସନ୍ତୁ ଜାଣିବା ସେହି ପକ୍ଷୀ ମାନଙ୍କ ବିଷୟରେ ଯେଉଁମାନେ ଘରକୁ କାଙ୍ଗାଳ ନେଇ ଆସିଥାନ୍ତି।

ବାଦୁଡି। ଏହାକୁ ଅଶୁଭ ମାନାଯାଏ। ବାଦୁଡି ଘରକୁ ଆସିବାର ଅର୍ଥ କିଛି ବିପଦ ନେଇ ଆସିଥାଏ। ଏମାନେ ନିଜ ସହିତ ନକରାତ୍ମକ ଶକ୍ତି ନେଇ ଚାଲିଥାନ୍ତି। ଏମାନେ ଯେଉଁଠାରେ ବାସ କରନ୍ତି ସେହିଠାରେ ପ୍ରେତଆତ୍ମାଙ୍କର ବାସ ହୋଇଥାଏ। ଏହା ଘରକୁ ଆସିବା ମୃତ୍ୟୁର ସୂଚନା ନେଇ ଆସିଥାଏ। ଏହା ଘରକୁ ସର୍ବନାଶ କରିବାକୁ ଆସିଥାଏ।

ତିତ ପକ୍ଷୀ। ଏହି ପକ୍ଷୀ ଘରର ଛାତ ଉପରେ ଆସି ବସିଲେ ବୁଝିନିଅନ୍ତୁ ଆପଣଙ୍କ ସହିତ କିଛି ଖରାପ ହେବାକୁ ଯାଉଛି।

ଚିଲ। ଏହା ଘରକୁ ଆସିବା ଶୁଭ ମାନାଯାଏ। ଭାଗ୍ୟଶାଳୀ ହୋଇଥାନ୍ତି ସେହି ଲୋକ ଯାହା ଘରେ ଚିଲ କିମ୍ବା ବାଜ ପକ୍ଷୀ ଆସି ବସିଥାନ୍ତି। ଏହା ଘରକୁ ଆସିଲେ ବୁଝିନିଅନ୍ତୁ ଧନର ପ୍ରାପ୍ତି ହେବାକୁ ଯାଉଛି। ଏହାକୁ ଭୁଲରେ ବି ଉଡାଇବେ ନାହିଁ।

କେଉଁ ପକ୍ଷୀ ପାଳିବା ଶୁଭ ହୋଇଥାଏ ଆସନ୍ତୁ ଜାଣିବା।

ଘରେ ଶୁଆ ପାଳିବା ବହୁତ ଶୁଭ ହୋଇଥାଏ।

ଘରେ ଧଳା ପାରା ବି ପାଳି ପାରିବେ।

ଘରେ ଠେକୁଆ ପାଳି ପାରିବେ।

ଘରେ ଧଳା ଗାଈ ପାଳିବା ବହୁତ ଶୁଭ ହୋଇଥାଏ। ବାସ୍ତୁଦୋଷ ଦୂର ହୋଇଥାଏ। ନବ ଗ୍ରହ ଶାନ୍ତ ହୋଇଥାନ୍ତି। ଘରେ ସୁଖ ଶାନ୍ତି ଧନ ସମ୍ପତ୍ତିର ବୃଦ୍ଧି ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *