Excuse Me Odisha

ଯାହା କହିବୁ ସତ କହିବୁ

ବହୁତ ଭାଗ୍ୟବତୀ ହୋଇଥାନ୍ତି, ଏହି ୬ଟି ନାମ ବିଶିଷ୍ଟ ଝିଅମାନେ। ଶାଶୂଘରେ ରାଣୀ ହୋଇ ରହିଥାନ୍ତି ଏହି ନାମର ଝିଅମାନେ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ରରେ ଯେପରି ଗ୍ରହ ଓ ନକ୍ଷତ୍ର ମାନଙ୍କର ଅଧିକ ମହତ୍ତ୍ଵ ରହିଛି, ସେହିପରି ନାମର ପ୍ରଥମ ଅକ୍ଷରକୁ ମଧ୍ୟ ଅଧିକ ଗୁରୁତ୍ବ ଦିଆଯାଇଥାଏ। କୌଣସି ଶିଶୁର ଜନ୍ମ ହେବା ପରେ , ସେହି ସମୟରେ ଚନ୍ଦ୍ର ଯେଉଁ ରାଶିରେ ବିରାଜମାନ କରିଥାନ୍ତି, ଶିଶୁଟିର ସେହି ରାଶି ହୋଇଥାଏ ବୋଲି ମାନା ଯାଇଥାଏ। ସେହି ରାଶି ଆଧାରରେ ଶିଶୁଟିର ନାମକରଣ କରାଯାଇଥାଏ। କହିବାକୁ ଗଲେ ବ୍ୟକ୍ତିର ନାମର ପ୍ରଥମ ଅକ୍ଷରରୁ ତାର ବ୍ୟକ୍ତିତ୍ଵ, ଚାଲିଚଳନ, ସ୍ଵଭାବ, ଭବିଷ୍ୟତ ବିଷୟରେ ଜାଣି ହୋଇଥାଏ। ଆଜି ଆମେ ଆପଣଙ୍କୁ ୬ଟି ଅକ୍ଷର ବିଶିଷ୍ଟ ଝିଅମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ତାଙ୍କ ଶାଶୂଘର ପାଇଁ ଅତ୍ୟନ୍ତ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଥାନ୍ତି। ଏହି ନାମ ବିଶିଷ୍ଟ ଝିଅମାନେ ଅଧିକ ଧନବତୀ ମଧ୍ୟ ହୋଇଥାନ୍ତି। ଆସନ୍ତୁ ଜାଣିବା।

A ନାମ ଥିବା ଝିଅମାନେ :-

ଯେଉଁ ଝିଅମାନଙ୍କର ନାମର ପ୍ରଥମ ଅକ୍ଷର A ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ସ୍ବଭାବରୁ ବହୁତ ଉତ୍ତମ ଓ ନିର୍ମଳ ହୃଦୟର ହୋଇଥାନ୍ତି। ଏମାନେ କଠିନ ପରିଶ୍ରମ କରି ସଫଳତା ହାସଲ କରିଥାନ୍ତି। ଜୀବନରେ ଏମାନଙ୍କୁ କେବେବି ଆର୍ଥିକ ଅଭାବର ସାମ୍ନା କରିବାକୁ ପଡି ନଥାଏ। ଦେବୀ ଲକ୍ଷ୍ମୀ ସର୍ବଦା ଏମାନଙ୍କ ଉପରେ ପ୍ରସନ୍ନ ରହିଥାନ୍ତି।ଏମାନେ ଯେଉଁ ଘରକୁ ବହୂ ହୋଇ ଯାଇଥାନ୍ତି, ସେହି ଘରକୁ ସ୍ଵର୍ଗରେ ପରିଣତ କରି ଦେଇଥାନ୍ତି। ଏହି ନାମର ଝିଅମାନେ ପରିବାର ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ରହିଥାନ୍ତି।ଏମାନେ ବହୁତ ଭାଗ୍ୟବତୀ ହୋଇଥାନ୍ତି।

B ନାମ ଥିବା ଝିଅମାନେ :-

ଯେଉଁ ଝିଅମାନଙ୍କର ନାମ B ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ନିର୍ମଳ ହୃଦୟର ଓ ଦାୟିତ୍ବବାନ ହୋଇଥାନ୍ତି। ଏମାନେ ପରିବାରର ସମସ୍ତ ଆବଶ୍ୟକତାକୁ ପୂରଣ କରିଥାନ୍ତି। ଏମାନେ ଗୁରୁଜନ ମାନଙ୍କୁ ବହୁତ ସମ୍ମାନ କରିଥାନ୍ତି। ଏମାନେ ହୃଦୟରୁ ବହୁତ ଭାବୁକ ହୋଇଥାନ୍ତି। ଏମାନେ ଯେଉଁ ଘରେ ରହିଥାନ୍ତି, ସେଠାରେ ସୁଖସମୃଦ୍ଧି ବୃଦ୍ଧି କରିଥାନ୍ତି। ଏହି ଝିଅମାନେ ସାରା ଜୀବନ ସୁଖ ସୁବିଧାରେ ରହିଥାନ୍ତି। ଏମାନେ ପରିବାର ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି।

E ନାମ ଥିବା ଝିଅମାନେ :-

ଯେଉଁ ଝିଅମାନଙ୍କର ନାମର ପ୍ରଥମ ଅକ୍ଷର E ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ସବୁ କ୍ଷେତ୍ରରେ ସଫଳତା ହାସଲ କରିଥାନ୍ତି। ଏମାନେ ଯେଉଁ କାର୍ଯ୍ୟରେ ହାତ ଦେଇଥାନ୍ତି, ତାହାକୁ ସଫଳତା ପୂର୍ବକ ସମ୍ପନ୍ନ କରିଥାନ୍ତି। ଏମାନେ ନିଜ କଠିନ ପରିଶ୍ରମ ବଳରେ ପରିବାରର ଆର୍ଥିକ ସଙ୍କଟ ଦୂର କରିଥାନ୍ତି। ଭାଗ୍ୟ ସର୍ବଦା ଏମାନଙ୍କ ସପକ୍ଷରେ ରହିଥାଏ। ଏହି ନାମର ଝିଅମାନେ ନିଜ କଠିନ ପରିଶ୍ରମ ବଳରେ ସମାଜରେ ନିଜର ପ୍ରତିଷ୍ଠା ବଜାୟ ରଖିଥାନ୍ତି। ଶାଶୂଘର ଲୋକେ ଏମାନଙ୍କୁ ବହୁତ ସ୍ନେହ କରିଥାନ୍ତି ଏବଂ ଏମାନେ ମହାରାଣୀ ହୋଇ ରହିଥାନ୍ତି।

K ନାମ ଥିବା ଝିଅମାନେ :-

ଯେଉଁ ଝିଅମାନଙ୍କର ନାମ K ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ନିଜ ଜୀବନରେ ବହୁତ ସୁଖଶାନ୍ତିରେ ରହିଥାନ୍ତି। ଭାଗ୍ୟ ସର୍ବଦା ଏମାନଙ୍କ ସାଥିରେ ରହିଥାଏ। ଏମାନେ କଠିନ ପରିଶ୍ରମ ବଳରେ ସଫଳତାର ଶୀର୍ଷରେ ପହଞ୍ଚି ଥାଆନ୍ତି।ଏହି ନାମ ବିଶିଷ୍ଟ ଝିଅମାନେ ସମସ୍ତଙ୍କ ସହିତ ମିଳିମିଶି ରହିବା ପାଇଁ ପସନ୍ଦ କରିଥାନ୍ତି।ଯେଉଁ ଘରକୁ ଏମାନେ ବିବାହ କରି ଯାଇଥାନ୍ତି, ସେହି ଘର ଧନସମ୍ପତ୍ତିରେ ପରିପୂର୍ଣ ହୋଇ ଯାଇଥାଏ।

L ନାମ ଥିବା ଝିଅମାନେ :-

ଯେଉଁ ଲୋକଙ୍କର ନାମର ପ୍ରଥମ ଅକ୍ଷର L ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନଙ୍କ ଉପରେ ଦେବୀ ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ସର୍ବଦା ରହିଥାଏ। ଏମାନଙ୍କର ସବୁ ଇଛା ପୂରଣ ହୋଇଥାଏ। ବିବାହ ପରେ ଏମାନଙ୍କ ଶାଶୂଘର ଲୋକଙ୍କର ଭାଗ୍ୟ ବଦଳି ଯାଇଥାଏ। ଏହି ନାମର ଝିଅମାନେ ବହୁତ ମଜାଳିଆ ସ୍ୱଭାବର ହୋଇଥାନ୍ତି। ତେଣୁ ଏମାନେ ଖୁବ୍ ଶୀଘ୍ର ବନ୍ଧୁ ବନେଇ ଥାଆନ୍ତି। ଏହାସହିତ ଏମାନେ ବହୁତ ଦାୟିତ୍ବବାନ ହୋଇଥାନ୍ତି।

V ନାମ ଥିବା ଝିଅମାନେ :-

ଯେଉଁ ଝିଅମାନଙ୍କର ନାମ V ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ମଜାଳିଆ ସ୍ୱଭାବର ହୋଇଥାନ୍ତି। ଏମାନେ ସମସ୍ତଙ୍କ ସହିତ ମିଳିମିଶି ରହିଥାନ୍ତି। ଏମାନେ ନିଜ କ୍ୟାରିୟରରେ ଅଗ୍ରଗତି କରିଥାନ୍ତି। ନିଜ ଅଭିଳାଷାକୁ ଏମାନେ ପୂରଣ କରିବା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ରହିଥାନ୍ତି। ଏହି ଝିଅମାନଙ୍କର ବିଚାର ଶୈଳୀ ଦେଖି ଲୋକେ ପ୍ରଭାବିତ ହୋଇଥାନ୍ତି। ଏମାନଙ୍କ ଶାଶୂଘର ଲୋକେ ଏମାନଙ୍କୁ ବହୁତ ସ୍ନେହ ଆଦର କରିଥାନ୍ତି। ତେଣୁ ଏମାନେ ଶାଶୂଘରେ ରାଣୀ ହୋଇ ରହିଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *