Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସରେ ୧୦୮ ଟି ଚାଉଳ ଦାନା ନେଇ କରନ୍ତୁ କିଛି ବିଶେଷ ଉପାୟ।

ସେୟାର୍ କରନ୍ତୁ

ଭଗବାନ ଶିବଙ୍କୁ ସମସ୍ତେ ନିଜର ଆରାଧ୍ୟ ଦେବତା ବୋଲି ମାନି ଥାଆନ୍ତି। କାରଣ ଭଗବାନ ଶିବ ଖିଁ ଶୀଘ୍ର ପ୍ରସନ୍ନ ହୋଇ ଯାଇଥାନ୍ତି। ଭୋଳା ବାବା ସୃଷ୍ଟିର ସଂଚାଳକ ହେବା ସହିତ ସଂଘାର କର୍ତ୍ତା ମଧ୍ୟ ଅଟନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରିବା ସମୟରେ କିଛି ବିଶେଷ ଉପାୟ ପ୍ରୟୋଗ କଲେ , ସେ ଖୁବ୍ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ଯଦି ଶ୍ରାବଣ ମାସ ସୋମବାର ଦିନ ଶିବଲିଙ୍ଗ ଉପରେ କଞ୍ଚା ଚାଉଳ ଅର୍ପଣ କରାଯାଏ, ତାହେଲେ କଣ ସୁଫଳ ମିଳିଥାଏ।

ଯଦି ଆପଣ ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ଦିନ ଶିବଲିଙ୍ଗ ଉପରେ ଚାଉଳ ଅର୍ପଣ କରିବେ, ତାହେଲେ ଆପଣଙ୍କ ଘରର ଧନଭଣ୍ଡାର ସର୍ବଦା ପରିପୂର୍ଣ୍ଣ ହୋଇ ରହିବ। ଯଦି ଆପଣଙ୍କୁ ଘୋର ଆର୍ଥିକ ସଂକଟର ମୁକାବିଲା କରିବାକୁ ପଡୁଛି, ତାହେଲେ ଶିବଲିଙ୍ଗ ଉପରେ ୧୦୮ଟି ଅଖଣ୍ଡିତ ଚାଉଳ ଦାନା ଅର୍ପଣ କରନ୍ତୁ।

ତାପରେ ଏହି ଚାଉଳକୁ ଆପଣ ପକ୍ଷୀ ମାନଙ୍କୁ ଖାଇବାକୁ ଦେଇ ପାରିବେ। ଏଭଳି କରିବା ଦ୍ଵାରା ଆପଣଙ୍କୁ କେବେବି ଧନର ଅଭାବ ହେବ ନାହିଁ। କହିବାକୁ ଗଲେ, ଭଗବାନ ଶିବଙ୍କୁ କ୍ଷୀର, ବେଲପତ୍ର, ଫୁଲ, ମହୁ, ଦହି ଆଦି ଅର୍ପଣ କରି ଅଭିଷେକ କରାଯାଏ।କିନ୍ତୁ ଶିବଲିଙ୍ଗ ଉପରେ କେବଳ ଚାଉଳ ଅର୍ପଣ କରି ମଧ୍ୟ ପୂଜା ସମ୍ପନ୍ନ କରାଯାଇଥାଏ।

ଭଗବାନ ଶିବଙ୍କୁ ସନ୍ତୁଷ୍ଟ କରିବା ଖୁବ୍ ସହଜ ଅଟେ। ତେଣୁ ଶିବଲିଙ୍ଗକୁ ବିଧି ବିଧାନ ଅନୁସାରେ ପୂଜାର୍ଚ୍ଚନା କରିବା ଉଚିତ। ଶ୍ରାବଣ ମାସରେ ସୋମବାର ଦିନ ପ୍ରତ୍ୟେକ ଭକ୍ତ ମାନେ ବ୍ରତ, ଉପବାସ କରିଥାନ୍ତି। ତେଣୁ ପୂଜା ସମୟରେ କୌଣସି ଜିନିଷର ଅଭାବ ରହିବା ଉଚିତ ନୁହେଁ। ଯଦି କୌଣସି ଜିନିଷ ଅଭାବ ରହୁଛି ତାହେଲେ ଆପଣ ଚାଉଳ ଅର୍ପଣ କରି ପୂଜା ସମ୍ପନ୍ନ କରି ପାରିବେ। କୁହାଯାଏ କି ଶ୍ରାବଣ ମାସରେ ସବୁ ନିୟମ ଗୁଡ଼ିକୁ ପାଳନ କଲେ, କେବେବି ଧନର ଅଭାବ ହୋଇ ନଥାଏ। ଏହାସହିତ ପରିବାର ଲୋକେ ସର୍ବଦା ସୁସ୍ଥ ରହିଥାନ୍ତି ଏବଂ ଜୀବନର କଠିନ ସମସ୍ୟା ଦୂର ହେବାକୁ ଲାଗେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *