Excuse Me Odisha

ଯାହା କହିବୁ ସତ କହିବୁ

ସିନ୍ଦୁର ଡ଼ବାରେ ରଖନ୍ତୁ ଏହି ଗୋଟେ ଜିନିଷ ସ୍ୱାମୀ ହେବେ ଧନବାନ। କରନ୍ତୁ ନାହିଁ ଏହି ଭୁଲ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସିନ୍ଦୁର ଡ଼ବାରେ ରଖନ୍ତୁ ଏହି ଗୋଟେ ଜିନିଷ ସ୍ୱାମୀ ହେବେ ଧନବାନ। କରନ୍ତୁ ନାହିଁ ଏହି ଗୋଟେ ଭୁଲ।

ହିନ୍ଦୁ ଧର୍ମରେ ବିବାହିତା ମହିଳାଙ୍କ ଜୀବନରେ ସିନ୍ଦୁରର ଏକ ଖାସ ମହତ୍ୱ ରହିଛି। ଆପଣ ହିନ୍ଦୁ ଧର୍ମର ସମସ୍ତ ବିବାହିତା ମହିଳାଙ୍କୁ ସିନ୍ଦୁର ଲଗାଇଉଥିବାର ଦେଖିଥିବେ। ହିନ୍ଦୁ ଧର୍ମ ମାନ୍ୟତା ଅନୁସାରେ ସିନ୍ଦୁରକୁ ବିବାହିତା ମହିଳାଙ୍କର ସୁହାଗର ପ୍ରତୀକ ବୋଲି ମାନାଯାଏ। ବିବାହ ସମୟରେ ମଧ୍ୟ ସିନ୍ଦୁର ଦାନ କରିବାର ବିଧାନ ଅଛି। ଏହା ପରେ ହିଁ ବିବାହର ବିଧିକି ପୂର୍ଣ୍ଣ ବୋଲି ମାନାଯାଏ। ଗୋଟେ ଥର ବିବାହ ହେବା ପରେ ସବୁ ବିବାହିତା ମହିଳାଙ୍କୁ ସିନ୍ଦୁର ଲଗାଇବା ଜରୁରୀ ଅଟେ। ବଦଳୁଥିବା ଆଜିର ଏହି ଦୁନିଆରେ କିଛି ଲୋକ ଏହି ମାନ୍ୟତାକୁ ମାନୁ ନାହାନ୍ତି। ଆଜିକାଲି କିଛି ଝିଅ ବିବାହ ପରେ ବି ବିନା ସିନ୍ଦୁରରେ ଆପଣ ଦେଖିଥୁବେ ସେମାନଙ୍କୁ କିନ୍ତୁ ବନ୍ଧୁଗଣ ଆପଣ ଜାଣି ଏହା ଆଶ୍ଚର୍ଯ୍ୟ ହେବେ କି ହିନ୍ଦୁ ଧର୍ମରେ ବନାଯାଇଥିବା ଏହି ପରମ୍ପରାର କେବଳ ଧାର୍ମିକ ମହତ୍ୱ ନାହିଁ କିନ୍ତୁ ଏହାର ସୁନ୍ଦର ଭୂମିକା ବୈଜ୍ଞାନିକ ମତରେ ମଧ୍ୟ ରହିଛି।

ଧାର୍ମିକ ମାନ୍ୟତା ଅନୁସାରେ ସିନ୍ଦୁର ଲଗେଇବାର କିଛି ନିୟମ ରହିଛି। ଯାହାର ପାଳନ କରିବା ଅନିର୍ବାଯ୍ୟ ଅଟେ। ସିନ୍ଦୁର ଲଗେଇବାର ଯାହାବି ନିୟମ କୁହାଯାଇଛି ସବୁ ବିବାହିତ।ମହିଳାଙ୍କୁ ଏହି ନିୟମକୁ ବିଧି ପୂର୍ବକ ପାଳନ କରିବା ଜରୁରୀ ଅଟେ। ଅନ୍ୟଥା ଜୀବନରେ ସମସ୍ୟା ଆସିଯାଏ ଏବଂ ତାଙ୍କ ସ୍ୱାମୀଙ୍କର ଜୀବନରେ କଷ୍ଟ ଆସିଯାଏ। ଯେଉଁ ମହିଳା ସିନ୍ଦୁର ଲଗେଇବାର ନିୟମ ପାଳନ କରନ୍ତି ନାହିଁ ଏପରି ମହିଳାଙ୍କ ସ୍ୱାମୀଙ୍କୁ ଧନ ଏବଂ ସ୍ୱାସ୍ଥ୍ୟ ସମ୍ବଦ୍ଧିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ଆସନ୍ତୁ ଜାଣିବା ସିନ୍ଦୁର ଲଗେଇବାର କଣ ନୀତି ସବୁ ରହିଛି। ଯାହାର ପାଳନ ପ୍ରତ୍ୟକ ମହିଳାଙ୍କୁ କରିବା ଉଚିତ।

ବିବାହିତ ମହିଳାଙ୍କୁ ସିନ୍ଦୁର ନିଜ ଟଙ୍କାରେ ଲଗାଇବା ଉଚିତ। କୌଣସି ଅନ୍ୟ ଲୋକର ଟଙ୍କାରେ ସିନ୍ଦୁର ଲଗେଇବା ଉଚିତ ନୁହେଁ।

ପରିସ୍ଥିତି ଯାହାବି ହେଉନା କାହିଁକି ବିବାହିତ ମହିଳାଙ୍କୁ କୌଣସି ଅନ୍ୟ ମହିଳାର ସିନ୍ଦୁର ଆଣି ନିଜ ମଥାରେ ଭରିବା ଉଚିତ ନୁହେଁ। ଅନ୍ୟ ମହିଳାର ସିନ୍ଦୁର ନିଜ ମଥାରେ ଭରିବା ବହୁତ ଅଶୁଭ ହୋଇଥାଏ। ଏପରି କରୁଥିବା ମହିଳାଙ୍କୁ ଧନ ସମ୍ବଦ୍ଧିତ ସମସ୍ୟାର ସାମ୍ନା କରିବାକୁ ପଡିଥାଏ।

ବିବାହିତ ମହିଳାଙ୍କୁ ଉପହାରରେ ମିଳିଥିବା ସିନ୍ଦୁରକୁ ବ୍ୟବହାର କରିବା ଠାରୁ ଦୂରେଇ ରହିବା ଉଚିତ। କାରଣ ଶାସ୍ତ୍ର ଅନୁସାରେ ଉପହାରରେ ମିଳିଥିବା ସିନ୍ଦୁରର ବ୍ୟବହାର କରିବା ଅଶୁଭ ମାନାଯାଏ।

ସିନ୍ଦୁର ଲଗାଇ କେବେବି ସ୍ନାନ କରିବା ଉଚିତ ନୁହେଁ। ସବୁବେଳେ ସ୍ନାନ ସାରି ପୂଜାପାଠ କରି ସାରି ସିନ୍ଦୁର ଲଗାଇବା ଉଚିତ।

ସିନ୍ଦୁର ଲଗାଇବା ସମୟରେ ସବୁବେଳେ ନିଜର ସ୍ୱାମୀର ଲମ୍ବା ଆୟୁ ବିଷୟରେ ଚିନ୍ତା କରିବା ଉଚିତ। ଯାହା ଦ୍ୱାରା ତାଙ୍କର ଭାଗ୍ୟ ଏବଂ ଶକ୍ତି ଆହୁରି ବଢିବ ଏବଂ ମଥାରେ ସିନ୍ଦୁର ଲଗାଇବା ସମୟରେ ମା ପାର୍ବତୀଙ୍କୁ ଧ୍ୟାନରେ ରଖିବା ଉଚିତ କାରଣ ଅଖଣ୍ଡ ସୌଭାଗ୍ୟବତୀର ବରଦାନ ଆପଣଙ୍କୁ ମା ପାର୍ବତୀଙ୍କ ଠାରୁ ପ୍ରାପ୍ତ ହୋଇଥାଏ।

ଆପଣ ପ୍ରିୟଡସ ସମୟରେ ସିନ୍ଦୁର ଲଗାନ୍ତୁ ନାହିଁ। କାରଣ ଏହି ସମୟରେ ସିନ୍ଦୁର ଲଗାଇଲେ ସିନ୍ଦୁରର ଅପମାନ ହୋଇଥାଏ।

ସିନ୍ଦୁର ତଳେ ପଡିବା ବହୁତ ବଡ଼ ଅଶୁଭ ହୋଇଥାଏ। ଏଥିପାଇଁ ଏହାକୁ ସବୁବେଳେ ପିଲାଙ୍କ ଠାରୁ ଦୂରରେ ରଖନ୍ତୁ।

ସିନ୍ଦୁରକୁ କେବେବି କାହାରି ସାମ୍ନାରେ ଲଗାନ୍ତୁ ନାହିଁ। କାହା ସାମ୍ନାରେ ସିନ୍ଦୁର ଲଗାଇବା ଦ୍ୱାରା ଆପଣଙ୍କ ସମ୍ପର୍କରେ ନଜର ଲାଗିପାରେ ଆଉ ଆପଣଙ୍କ ସ୍ୱାମୀଙ୍କର ପ୍ରେମ ମଧ୍ୟ କମି ଯାଇପାରେ। ସିନ୍ଦୁର ଲଗାଇବା ସମୟରେ ସବୁବେଳେ ମଥାରେ ଓଢଣୀ ଦେଇ ହିଁ ସିନ୍ଦୁର ଲଗାନ୍ତୁ।

ମଥାରେ ସବୁବେଳେ ଶୁଖିଲା ସିନ୍ଦୁରର ବ୍ୟବହାର କରନ୍ତୁ। ଆପଣ ଲିକ୍ୟୁଟ ସିନ୍ଦୁର ବ୍ୟବହାର କରନ୍ତୁ ନାହିଁ।

ଯଦି ଆପଣଙ୍କ ସିନ୍ଦୁର ଭୁଲରେ ତଳେ ପଡ଼ିଯାଏ ତ ଆପଣ ତାକୁ ଏକାଠି କରି ରଖନ୍ତୁ ଏବଂ ପ୍ରଥମେ ମା ପାର୍ବତୀଙ୍କୁ କ୍ଷମା ମାଗନ୍ତୁ। ଯାହା ଦ୍ୱାରା ବିପଦ ମଧ୍ୟ ଟଳି ଯାଏ।

ଆପଣ ସିନ୍ଦୁରକୁ ଝିଙ୍କ କଣ୍ଟା ବା ରୁପା କଣ୍ଟା ମାଧ୍ୟମରେ ମଥାରେ ଲଗାନ୍ତୁ। ନଚେତ ହଳଦୀ କାଠିରେ ମଧ୍ୟ ଲଗେଇ ପାରିବେ।

ଶାସ୍ତ୍ର ଅନୁସାରେ ଯେଉଁ ମହିଳା ନିଜ ସିନ୍ଦୁରକୁ ଚୁଟି ମଧ୍ୟରେ ଲୁଚାଇ ଥାନ୍ତି ତାଙ୍କ ସ୍ୱାମୀଙ୍କୁ ସମାଜରେ ମାନ ସମ୍ମାନ ମିଳି ପାରିନଥାଏ।

ଶାସ୍ତ୍ର ଅନୁସାରେ ସିନ୍ଦୁରକୁ ସବୁବେଳେ ନାକ ସିଧାରେ ମଥାରେ ଲଗାଇବା ଉଚିତ। ସାଇଟରେ କେବେବି ସିନ୍ଦୁର ଲଗେଇବେ ନାହିଁ।

ବିବାହିତ ମହିଳା ଏହି କଥାର ଧ୍ୟାନ ରଖନ୍ତୁ ବିବାହ ସମୟରେ ଯେଉଁ ସିନ୍ଦୁର ସ୍ୱାମୀ ଦେଇଥାଏ ସେହି ସିନ୍ଦୁରକୁ ସମ୍ଭାଳିକି ରଖନ୍ତୁ। ଆଉ ସେହି ସିନ୍ଦୁରକୁ ବିଶେଷ ପୂଜାରେ ବିଶେଷ ଦିନରେ ଲଗେଇବେ ତ ଏହା ବହୁତ ଶୁଭ ହୋଇଥାଏ।

ଆପଣ ସିନ୍ଦୁରରେ ଗୋଟେ ପଇସା ନିଶ୍ଚୟ ରଖନ୍ତୁ। ଏହାକୁ ବହୁତ ଅଧିକ ଶୁଭ ମାନାଯାଏ। ଏପରି କଲେ ଆପଣଙ୍କୁ ମା ପାର୍ବତୀଙ୍କ ଆଶୀର୍ବାଦ ମିଳିଥାଏ। ଏଥିପାଇଁ ଆପଣ ନିଜ ସିନ୍ଦୁର ଡ଼ବାରେ ଗୋଟେ କଏନ ନିଶ୍ଚୟ ପକେଇ ରଖନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *