Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସରେ ଭଗବାନ ଶଙ୍କରଙ୍କୁ ଅର୍ପଣ କରନ୍ତୁ ଏହି ଫୁଲ। ଜୀବନରେ ସବୁ ଦୁଃଖକଷ୍ଟ ହୋଇଯିବ ଦୂର।

ସେୟାର୍ କରନ୍ତୁ

ପବିତ୍ର ଶ୍ରାବଣ ମାସ ଆରମ୍ଭ ହୋଇ ଯାଇଛି। ଏହି ମାସରେ ଭଗବାନ ଶିବଙ୍କୁ ବିଧି ବିଧାନ ଅନୁସାରେ ପୂଜାର୍ଚ୍ଚନା କଲେ, ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଜୁଲାଇ ୧୪ ତାରିଖ ଠାରୁ ଶ୍ରାବଣ ମାସର ଆରମ୍ଭ ହୋଇ ଯାଇଛି। ଏହି ମାସ ଅଗଷ୍ଟ ୧୨ ତାରିଖରେ ସମାପ୍ତ ହେବ। ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଶାସ୍ତ୍ରରେ ଅନେକ ଉପାୟ ଗୁଡ଼ିକ ବିଷୟରେ ବର୍ଣ୍ଣନା କରାଯାଇଛି।

ଏପରି ମାନ୍ୟତା ରହିଛି କି ଯେଉଁ ଭକ୍ତ ଉପରେ ଭଗବାନ ଶିବ ପ୍ରସନ୍ନ ହୋଇଥାନ୍ତି, ସେମାନଙ୍କ ଜୀବନରୁ ସବୁ ଦୁଃଖକଷ୍ଟ ଦୂର ହୋଇ ଯାଇଥାଏ। କୁହାଯାଏ କି ପବିତ୍ର ଶ୍ରାବଣ ମାସରେ ଶିବଲିଙ୍ଗ ଉପରେ ଅଭିଷେକ କଲେ ସବୁ ମନସ୍କାମନା ପୂରଣ ହୋଇଥାଏ। ଏହାସହିତ ଶ୍ରାବଣ ମାସରେ ଭଗବାନ ଶିବ ଖୁବ୍ ଶୀଘ୍ର ପ୍ରସନ୍ନ ହୋଇ ଯାଇଥାନ୍ତି ବୋଲି ପୌରାଣିକ ମାନ୍ୟତା ରହିଛି।

ପ୍ରଭୁ ଭୋଳାନାଥଙ୍କୁ ପ୍ରସନ୍ନ କରିବା ପାଇଁ ପବିତ୍ର ଶ୍ରାବଣ ମାସରେ ବିଶେଷ ରୂପରେ ପୂଜାର୍ଚ୍ଚନା କରିଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ଅଲଗା ଅଲଗା ଫୁଲ ଅର୍ପଣ କରିବା ଦ୍ୱାରା ମଧ୍ୟ ଶୁଭ ଫଳ ପ୍ରାପ୍ତ ହୋଇଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ଶିବଲିଙ୍ଗ ଉପରେ କେଉଁ ଫୁଲ ଅର୍ପଣ କରିବା ଅତ୍ୟନ୍ତ ଶୁଭ ହୋଇଥାଏ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ମଲ୍ଲି ଫୁଲ :-

ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ମଲ୍ଲି ଫୁଲ ଅର୍ପଣ କରିବା ଅତ୍ୟନ୍ତ ଶୁଭ ଅଟେ। ଯଦି ଆପଣଙ୍କର ବିବାହରେ କୌଣସି ବାଧା ଉତ୍ପନ୍ନ ହେଉଛି, ତାହେଲେ ଶ୍ରାବଣ ମାସ ସୋମବାର ଦିନ ଶିବଲିଙ୍ଗ ଉପରେ ମଲ୍ଲି ଫୁଲ ଅର୍ପଣ କରନ୍ତୁ। ଦେଖିବେ ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ ଏବଂ ଉତ୍ତମ ଜୀବନସାଥୀ ଟିଏ ମିଳିବ।

ଗୋଲାପ ଫୁଲ :-

ଭଗବାନ ଶିବଙ୍କୁ ଗୋଲାପ ଫୁଲ ଅତ୍ୟନ୍ତ ପ୍ରିୟ ଅଟେ। ଶ୍ରାବଣ ମାସରେ ଗୋଲାପ ଫୁଲ ଶିବଲିଙ୍ଗ ଉପରେ ଅର୍ପଣ କରିବା ଦ୍ୱାରା ଘରର ଧନଭଣ୍ଡାର ପରିପୂର୍ଣ୍ଣ ହୋଇ ଯାଇଥାଏ। ଏହାସହିତ ଭଗବାନ ଶିବଙ୍କର କୃପାରୁ ପରିବାର ଲୋକଙ୍କ ସ୍ବାସ୍ଥ୍ୟ ମଧ୍ୟ ଭଲ ରହିଥାଏ।

ଅଳସି ଫୁଲ :-

ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ଅଳସି ଫୁଲ ଅର୍ପଣ କରିବା ଅତ୍ୟନ୍ତ ଶୁଭ ମାନା ଯାଇଥାଏ। ଏଭଳି ମାନ୍ୟତା ରହିଛି କି ଏହି ଅଳସି ଫୁଲକୁ ଶିବଲିଙ୍ଗ ଉପରେ ଅର୍ପଣ କଲେ ଜୀବନର ସମସ୍ତ ପାପ କ୍ଷୟ ହୋଇ ଯାଇଥାଏ।

ଧୂତୁରା ଫୁଲ :-

ମାନ୍ୟତା ରହିଛି କି, ଭଗବାନ ଶିବଙ୍କୁ ଧୁତୁରା ଫୁଲ ଅର୍ପଣ ନକଲେ, ପୂଜା ସମ୍ପନ୍ନ ହୋଇ ନଥାଏ। ଏହାସହିତ ଫୁଲ, ଫଳ, ବେଲପତ୍ର ମଧ୍ୟ ଅର୍ପଣ କରିବା ଉଚିତ। ଏଭଳି କରିବା ଦ୍ଵାରା ଭଗବାନ ଶିବଙ୍କ କୃପା ଦୃଷ୍ଟି ପଡ଼ିଥାଏ। ଏହାଛଡା ଶିବଲିଙ୍ଗ ଉପରେ ଧୂତୁରା ଫୁଲ ଆରୋନ କଲେ, ସନ୍ତାନ ପ୍ରାପ୍ତି ପାଇଁ ଆଶା ରଖିଥିବା ଭକ୍ତଙ୍କର ମନସ୍କାମନା ପୂରଣ ହୋଇଥାଏ।

ଚମେଲି ଫୁଲ :-

ଯଦି ଆପଣଙ୍କୁ କୌଣସି କାର୍ଯ୍ୟରେ ସଫଳତା ମିଳୁ ନାହିଁ, ତାହେଲେ ପବିତ୍ର ଶ୍ରାବଣ ମାସ ସୋମବାର ଦିନ ଶିବଲିଙ୍ଗ ଉପରେ ଚମେଲି ଫୁଲ ଅର୍ପଣ କରନ୍ତୁ। ଦେଖିବେ, ଆପଣଙ୍କର କାର୍ଯ୍ୟରେ ଆସୁଥିବା ସବୁ ବାଧାବିଘ୍ନ ଦୂର ହୋଇଯିବ। ଏହାସହିତ ଆପଣଙ୍କର ଆର୍ଥିକ ଅବସ୍ଥା ସୁଦୃଢ ହେବ। ଏହାସହିତ ଆପଣଙ୍କ ଜୀବନରେ ସବୁ ସମସ୍ୟା ଦୂର ହୋଇଯିବ।

ଅରଖ ଫୁଲ :-

ମାନ୍ୟତା ରହିଛି କି ଭଗବାନ ଶିବଙ୍କୁ ଅରଖ ଫୁଲ ଅର୍ପଣ କରିବା ଦ୍ୱାରା ମୋକ୍ଷ ପ୍ରାପ୍ତି ହୋଇଥାଏ। କହିବାକୁ ଗଲେ ଅରଖ ଫୁଲ ଭଗବାନ ଶିବଙ୍କର ଅତ୍ୟନ୍ତ ପ୍ରିୟ ଅଟେ। ଏହି ଫୁଲ ଶ୍ରାବଣ ମାସରେ ବାବା ଭୋଳାନାଥଙ୍କୁ ଅର୍ପଣ କଲେ ତାଙ୍କର କୃପା ଲାଭ ହୋଇଥାଏ।

ହରସୃଙ୍ଗାର ଫୁଲ :-

ଏହି ଫୁଲ ମଧ୍ୟ ଭଗବାନ ଶିବଙ୍କର ଅତ୍ୟନ୍ତ ପ୍ରିୟ ଅଟେ। କୁହାଯାଏ କି ଶ୍ରାବଣ ମାସରେ ଶିବଲିଙ୍ଗ ଉପରେ ହରସୃଙ୍ଗାର ଫୁଲ ଅର୍ପଣ କରିବା ଦ୍ୱାରା ବିଗିଡି ଯାଇଥିବା ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଥାଏ।ଏହାସହିତ ଭଗବାନ ଶିବଙ୍କ କୃପାରୁ ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *