Excuse Me Odisha

ଯାହା କହିବୁ ସତ କହିବୁ

ଘରେ ଶିବ ଲିଙ୍ଗ ଥିଲେ ଏହି ୧୦ ଟି କଥାର ଧ୍ୟାନ ରଖନ୍ତୁ। ନଚେତ ହେବ କ୍ଷତି।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଘରେ ଶିବ ଲିଙ୍ଗ ଥିଲେ ଏହି ୧୦ ଟି କଥାର ଧ୍ୟାନ ରଖନ୍ତୁ। ନଚେତ ହେବ କ୍ଷତି।

ଭଗବାନ ଶିବ ଦେବଙ୍କର ଦେବ ମହାଦେବ ଅଟନ୍ତି। ବହୁତ ଶୀଘ୍ର ପ୍ରସନ୍ନ ହେଉଥିବା ଦେବତା ଅଟନ୍ତି। ଶ୍ରଦ୍ଧାର ମନରେ ପୂଜା କଲେ ବହୁତ ଶୀଘ୍ର ସେ ପ୍ରସନ୍ନ ହୋଇଯାନ୍ତି ଏବଂ ଯେତେ ବଡ଼ ସମସ୍ୟା ଥିଲେ ମଧ୍ୟ ସେ ତୁରନ୍ତ ଶେଷ କରିଦିଅନ୍ତି ଏବଂ ଆମର ମନସ୍କାମନା ପୂରଣ କରିଥାନ୍ତି। ଆଜି ଆମେ ଜାଣିବା ଶିବ ଲିଙ୍ଗର ପୂଜା ବିଧି ବିଷୟରେ ଅର୍ଥାତ ଯେଉଁ ଶିବ ଲିଙ୍ଗ ଆମେ ଘରେ ରଖିଥାଉ ତାର ପୂଜା କେମିତି କରାଯିବା ଉଚିତ ଏବଂ ଶିବ ଲିଙ୍ଗ ସ୍ଥାପିତ କରିବାକୁ ଚାହୁଁଥିଲେ କେଉଁ କଥାର ଧ୍ୟାନ ରଖିବା ଉଚିତ।

ଘରେ ରଖାଯାଉଥିବା ଶିବ ଲିଙ୍ଗର ଆକାର ନିଜ ହାତର ଆଙ୍ଗୁଳି ଠାରୁ ବଡ଼ ହେବା ଉଚିତ ନୁହେଁ। ଯଦି ପାରଦ ଶିବ ଲିଙ୍ଗ ରଖୁଛନ୍ତି ତେବେ ଏହା ସବୁଠାରୁ ଭଲ ହୋଇଥାଏ। ବଡ଼ ଶିବ ଲିଙ୍ଗ କେବଳ ମନ୍ଦିରରେ ଫଳଦାୟୀ ହୋଇଥାଏ।

ଯଦି ପୂଜା ଘରେ ଶିବ ଲିଙ୍ଗ ରଖିଛନ୍ତି ତେବେ ତାଙ୍କର ନିତ୍ୟ ପୂଜା କରିବା ଅନିର୍ବାଯ୍ୟ ଅଟେ। ଯଦି ପୂଜା କରିପାରୁନାହଁନ୍ତି ତେବେ ତାଙ୍କୁ ଶାନ୍ତ ରଖିବା ପାଇଁ ପ୍ରତିଦିନ ଜଳ ନିଶ୍ଚୟ ଅର୍ପଣ କରିବା ଉଚିତ।

ପୂଜା ଘରେ କେବେବି ଏକରୁ ଅଧିକ ଶିବ ଲିଙ୍ଗ ସ୍ଥାପିତ କରନ୍ତୁ ନାହିଁ। ଏହା ଦ୍ବାରା ନକରାତ୍ମକ ଉର୍ଜା ଉତ୍ପନ୍ନ ହୋଇପାରେ। ପୂଜା ଘରେ କେବଳ ୧ ଟି ଶିବ ଲିଙ୍ଗ ସ୍ଥାପିତ କରନ୍ତୁ। ତାଙ୍କର ମୁଖ ଇସାଣ ଦିଗକୁ ରହିବା ଉଚିତ।

ଶିବ ଲିଙ୍ଗ ଉପରେ ପ୍ରତିଦିନ ବେଲପତ୍ର ଧୁତୁରା ଭାଙ୍ଗ ଅର୍ପଣ କରନ୍ତୁ। ଏହା ଦ୍ବାରା ଘରର ବାତାବରଣ ପବିତ୍ର ରହିଥାଏ।

ଧଳା ରଙ୍ଗର ଅକ୍ଷତ ଅର୍ପଣ କରିବେ।

ଧଳା ଚନ୍ଦନ ଭଗବାନ ଶିବଙ୍କୁ ଅତ୍ୟନ୍ତ ପ୍ରିୟ ଅଟେ। ଭଗବାନ ଶିବଙ୍କ ପୂଜାରେ ଭସ୍ମର ବ୍ୟବହାର କରିପାରିବେ। ଏହା ଦ୍ବାରା ଭଗବାନ ଶିବ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି କିନ୍ତୁ କେବେବି ଭଗବାନ ଶିବଙ୍କୁ କେତକୀର ଫୁଲ ଅର୍ପଣ କରିବେ ନାହିଁ।

ଶିବ ଲିଙ୍ଗରେ ତୁଳସୀ ପତ୍ରକୁ କେବେବି ଅର୍ପଣ କରିବେ ନାହିଁ।

ସିନ୍ଦୁର ଏବଂ ହଳଦୀ ବି ଭଗବାନ ଶିବଙ୍କୁ ଅର୍ପଣ କରିବେ ନାହିଁ। କାରଣ ଭଗବାନ ଶିବ ବୈରାଗୀ ଅଟନ୍ତି। ସେଥିପାଇଁ ସୁହାଗ ସହିତ ଜଡିତ କୌଣସି ଜିନିଷ ଭଗବାନ ଶିବଙ୍କୁ ଅର୍ପଣ କରିବେ ନାହିଁ।

ଭଗବାନ ଶିବ ଲିଙ୍ଗ ଉପରେ ସର୍ବଦା ଜଳଧାରା ରହିବା ଉଚିତ। ଏହା ଦ୍ବାରା ପୂଜାର ଫଳ ପ୍ରାପ୍ତ ହୋଇଥାଏ।

ପ୍ରତିଦିନ ପ୍ରାତଃ ସମୟରେ ଭଗବାନ ଶିବ ଲିଙ୍ଗକୁ ପୂଜା କରିବା ଉଚିତ ଏବଂ ଅଭିଷେକ କରନ୍ତୁ। କ୍ଷୀରରେ ପଞ୍ଚାମୃତରେ ଯେମିତି ବି ସମ୍ଭବ ହେବ। ଜଳର ଅଭିଷେକ କରିବାକୁ ଚାହୁଁଥିଲେ ସେହି ପାତ୍ରରେ ସର୍ବଦା ଜଳ ଭରି ରଖିଦିଅନ୍ତୁ।

ଭଗବାନ ଶିବଙ୍କୁ ଯେଉଁ ପାତ୍ରରେ ରଖିଥିବେ ତାହା ଷ୍ଟିଲ ପାତ୍ର ହୋଇନଥିବା ଉଚିତ। ଏଥିପାଇଁ କଂସା ପାତ୍ରର ବ୍ୟବହାର କରିବେ।

ଯେଉଁ ଜଳ ଧାରା ଭଗବାନ ଶିବଙ୍କ ଉପରେ ପଡୁଥିବ ସେହି ଜଳକୁ କେବେବି ତୁଳସୀଙ୍କ ଗମ୍ବଲାରେ ଢାଳିବେ ନାହିଁ ଏହା ବ୍ୟତୀତ ଅନ୍ୟ କୌଣସି ଗଛରେ ଢାଳି ପାରିବେ।

ଭଗବାନ ଶିବଙ୍କ ଫୋଟ ଇସାଣ କୋଣ କିମ୍ବା ପୂର୍ବ-ଉତ୍ତର ଦିଗର ମଝିରେ ରଖିବା ଉଚିତ। ଜଳ ଧାରା ସର୍ବଦା ଉତ୍ତର ଦିଗରେ ହେବା ଉଚିତ।

ଭଗବାନ ଶିବଲିଙ୍ଗ ପାଖରେ ନାଗ ରଖିବା ଉଚିତ।

ଭଗବାନ ଶିବ ଲିଙ୍ଗ ଉପରେ ସର୍ବଦା ବେଲପତ୍ର ଏବଂ ଫୁଲ ରହିବା ଉଚିତ। କେବେବି ଖାଲି ରଖିବେ ନାହିଁ।

ଭଗବାନ ଶିବଙ୍କୁ ପୂଜା କରିବା ସମୟରେ ଶିବ ପରିବାରର ବି ପୂଜା କରିବା ଉଚିତ।

ଭଗବାନ ଶିବଲିଙ୍ଗ ପାଖରେ ତାଙ୍କର ପରିବାରର ବି ଫୋଟ ରଖିବା ପୂଜା କରିବା ଉଚିତ।

ଭଗବାନ ଶିବ ଲିଙ୍ଗକୁ ଦୁଇ ଥର ପୂଜା କରି ଅଭିଷେକ କରିବା ଉଚିତ। ଏହା ଦ୍ବାରା ଯାହା ବି ମନସ୍କାମନା ଥିବ ତାହା ପୂରଣ ହୋଇଥାଏ।

ଶିବ ଲିଙ୍ଗ ପାଖରେ କେବେବି ଶଙ୍ଖ ରଖିବା ଉଚିତ ନୁହେଁ। ଏହା ଦ୍ବାରା ଘରର ବାତାବରଣ ଉଗ୍ର ବନିଯାଇଥାଏ।

ଘରେ ଶିବ ଲିଙ୍ଗ ଥିଲେ ସେଠାରେ ନନ୍ଦିଙ୍କ ସ୍ଥାପନା କରିବେ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *