Excuse Me Odisha

ଯାହା କହିବୁ ସତ କହିବୁ

ଘରେ ଖୁସି ନଥିଲେ ଯାହାବି ଘରେ ଅଳ୍ପ ବହୁତ ଟଙ୍କା ଆସୁଥାଏ ଆସୁ ଆସୁ ଚାଲିଯାଇଥାଏ ତ ଆଜିଠାରୁ ହିଁ ଆରମ୍ଭ କରିଦିଅନ୍ତୁ ଏହି ୧ ଟି କାମ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଘରେ ଖୁସି ନଥିଲେ ଯାହାବି ଘରେ ଅଳ୍ପ ବହୁତ ଟଙ୍କା ଆସୁଥାଏ ଆସୁ ଆସୁ ଚାଲିଯାଇଥାଏ ତ ଆଜିଠାରୁ ହିଁ ଆରମ୍ଭ କରିଦିଅନ୍ତୁ ଏହି ୧ ଟି କାମ।

ଫିଟିକିରି ନକରାତ୍ମକ ଉର୍ଜାରୁ ବଞ୍ଚାଇବାର ମହା ଉପାୟ। ନକରାତ୍ମକ ଉର୍ଜାକୁ ଦୂର କରିବା ପାଇଁ ବ୍ୟବହାର କରାଯାଏ। କୌଣସି ବି ପ୍ରକାରର ତନ୍ତ୍ର ମନ୍ତ୍ର କ୍ରିୟାରୁ ବି ବଞ୍ଚିବା ପାଇଁ ଫିଟିକିରିର ପ୍ରୟୋଗ କରାଯାଏ। ଫିଟିକିରି ସ୍ୱାସ୍ଥ୍ୟ ପାଇଁ ବି ଭଲ ହୋଇଥାଏ। ସମସ୍ତ ସମସ୍ୟାକୁ ବି ଦୂର କରିଥାଏ। ଅଳ୍ପ ଫିଟିକିରି ସମସ୍ତଙ୍କୁ ବନେଇ ଥାଏ ରାତାରାତି ମାଲାମାଲ। ଆସନ୍ତୁ ଜାଣିବା ଫିଟିକିରିର ମହା ଉପାୟ ବିଷୟରେ।

ଦୁକାନ କାମ କାର୍ଯ୍ୟରେ ଖରାପ ହେବା। ଯଦି ଆପଣଙ୍କ ଦୁକାନ କାମ କାର୍ଯ୍ୟ ଭଲ ଭାବରେ ଚାଲୁନାହିଁ କିମ୍ବା କାହାର ଖରାପ ନଜର ଲାଗିଯାଇଛି ତେବେ କୌଣସି ଶନିବାର ଦିନ କଳା କପଡ଼ାରେ ଏକ ଖଣ୍ଡ ଫିଟିକିରି ବାନ୍ଧି କରି ମୁଖ୍ୟ ଦ୍ୱାରର ସାମ୍ନାରେ ଦୁକାନର ସାମ୍ନାରେ ଅଫିସର ବାହାରେ ଅବଶ୍ୟ ବାନ୍ଧି ଦିଅନ୍ତୁ। ଏହାକୁ ପ୍ରତ୍ୟକ ୬ ମାସରେ ଥରେ ଚେଞ୍ଜ କରିଦିଅନ୍ତୁ। ଏମିତି କଲେ ଉନ୍ନତି ବହୁତ ମାତ୍ରାରେ ବୃଦ୍ଧି ପାଇଥାଏ। ଟଙ୍କା ସମସ୍ତ ଜାଗାରୁ ଆସିଥାଏ। ଧନବାନ ବନିଥାନ୍ତି।

କରଜରୁ ମୁକ୍ତି ପାଇବା ପାଇଁ ଏକ ପାନପତ୍ରରେ ସିନ୍ଦୁର ଏବଂ ଫିଟିକିରି ବାନ୍ଧି କରି ବୁଧବାର ଦିନ ସକାଳ କିମ୍ବା ସନ୍ଧ୍ୟାରେ ଅସ୍ତ ଗଛ ମୂଳରେ କୌଣସି ବଡ଼ ପଥରରେ ପୋତିଦିଅନ୍ତୁ ଏବଂ ଚୁପଚାପ ଫେରି ଆସନ୍ତୁ। ଏହି କାର୍ଯ୍ୟ ଆପଣଙ୍କୁ ୩ ରୁ ୫ଟି ବୁଧବାର କରିବାକୁ ହେବ। କରଜରୁ ମୁକ୍ତି ପାଇଯିବେ ଏବଂ ସମସ୍ତ ସମସ୍ୟାରୁ ମୁକ୍ତି ମିଳିଯିବ।

ଖରାପ ସ୍ୱପ୍ନ ମୃତ୍ୟୁ ହୋଇଯାଇଥିବା ସ୍ୱପ୍ନ ବର୍ବାଦିର ସ୍ୱପ୍ନ ଯଦି ଶୋଇବା ସମୟରେ ଆସିଥାଏ କିମ୍ବା ରାତିରେ ନିଦ ଆସୁନଥାଏ ତ ଫିଟିକିରିକୁ ଏକ ଲାଲ କପଡ଼ାରେ ବାନ୍ଧି ନିଜର ଶୋଉଥିବା ସ୍ଥାନରେ ରଖିଦିଅନ୍ତୁ କିମ୍ବା ତକିଆ ତଳେ ବି ଏହାକୁ ରଖିପାରିବେ। ଏମିତି କଲେ ଖରାପ ସ୍ୱପ୍ନ ଆସିନଥାଏ। କୌଣସି କଥାର ଭୟ ରହିନଥାଏ। ସଙ୍କଟ ଟଳି ଯାଇଥାଏ। ନିଦ ଭଲ ଆସିଥାଏ।

ଦାମ୍ଫତ୍ୟ ଜୀବନରେ କ୍ଳେଶ ଥିଲେ ଅଳ୍ପ ଫିଟିକିରି ବୁଛଣାରେ ରଖି ଶୋଇଯାଆନ୍ତୁ। ଯେତେବେଳେ ଫିଟିକିରିର ରଙ୍ଗ ଚେଞ୍ଜ ହେବ। ପାଣି ପାଣି ହୋଇଯିବ ତ ଏହାକୁ ଅପରିଷ୍କାର ନାଳ ପାଣିରେ ଫୋପାଡ଼ି ଦିଅନ୍ତୁ। ଦାମ୍ଫତ୍ୟ ଜୀବନରେ ଖୁସି ଆସିବ।

ସ୍ନାନ ପାଣିରେ ଫିଟିକିରି ଗୁଣ୍ଡ ପକେଇ ସ୍ନାନ କଲେ ଶରୀରରେ ନକରାତ୍ମକ ଉର୍ଜା ନଷ୍ଟ ହୋଇଥାଏ।

ନଜର ଦୋଷରୁ ମୁକ୍ତି ପାଇବା ପାଇଁ ଏହି ଉପାୟ କରନ୍ତୁ। ନଜର ଦୋଷ ଲାଗିଲେ ଘରେ କ୍ଳେଶ ବଢିଥାଏ ରୋଗ ସୃଷ୍ଟି ହୋଇଥାଏ। ଧନର ଖର୍ଚ୍ଚ ହୋଇଥାଏ। ଆର୍ଥିକ ସ୍ଥିତି ଖରାପ ହୋଇଯାଇଥାଏ। କରଜ ଚିନ୍ତିତ କରିଥାଏ। ତ ଏହିସବୁରୁ ବଞ୍ଚିବା ପାଇଁ ଏହି ଉପାୟ କରନ୍ତୁ। ଘରେ ଅପରିଷ୍କାର ଜିନିଷ ରଖନ୍ତୁ ନାହିଁ ଏବଂ ସନ୍ଧ୍ୟା ବେଳେ ସବୁଦିନ ଦୀପ ଜଳାନ୍ତୁ। ସକାଳ ସନ୍ଧ୍ୟାରେ ଚନ୍ଦନ କିମ୍ବା ଗୁଗଲର ଧୂପ ଲଗାନ୍ତୁ।

ନିଜର ପ୍ରତ୍ୟକ ରୁମରେ କବାଟରେ ସିନ୍ଦୁର ଏବଂ ଘିଅ ମିଶାଇ ଏକ ସ୍ୱସ୍ତିକ ବନେଇ ଦିଅନ୍ତୁ ଏବଂ ସ୍ୱସ୍ତିକର ଦୁଇ ପାର୍ଶ୍ଵରେ ୨ ଟି ଗାର ନିଶ୍ଚୟ ଟାଣିବେ। ସପ୍ତାହରେ ଥରେ ସୁନ୍ଦରାକାଣ୍ଡର ପାଠ କରନ୍ତୁ କିମ୍ବା ଶୁଣନ୍ତୁ କିମ୍ବା ପ୍ରତିଦିନ ସକାଳେ ହନୁମାନ ଚାଳିସାର ପାଠ କରି ସକାଳ ଆରମ୍ଭ କରନ୍ତୁ। ଏମିତି କଲେ ଘରେ ନଜରଦୋଷ ଦୂର ହୋଇଯିବ।

ଫିଟିକିରିର ଏକ ଖଣ୍ଡ କାଚ ପାତ୍ରରେ ନିଜ ବ୍ୟବସାୟ ସ୍ଥଳରେ ରଖିଦିଅନ୍ତୁ। ଯେତେବେଳେ ଫିଟିକିରି ୧୫ ଦିନ ହେଉ କିମ୍ବା ୧ ମାସ ଯେତେବେଳେ ଲାଗିବ କି ଫିଟିକିରିର ରଙ୍ଗ ଚେଞ୍ଜ ହୋଇଯାଇଛି ତ ଅପରିଷ୍କାର ନାଳରେ ଫୋପାଡ଼ି ଦିଅନ୍ତୁ ଏବଂ ନୂତନ ଫିଟିକିରି ଆଉ ଥରେ ରଖିଦିଅନ୍ତୁ। ଏମିତି କଲେ ବ୍ୟବସାୟରେ ଦୁକାନରେ ଚାକିରୀରେ ଥିବା ନଜର ଦୋଷରୁ ମୁକ୍ତି ମିଳିଥାଏ।

କାର୍ଯ୍ୟ କ୍ଷେତ୍ରରେ ଭଗବାନ ହନୁମାନଙ୍କର ଲାଲ ରଙ୍ଗର ଫୋଟ ରଖିଦିଅନ୍ତୁ। ତାଙ୍କୁ ଲାଲ ମନ୍ଦାର ଫୁଲ କିମ୍ବା ଗୋଲାପ ଫୁଲ ଅର୍ପଣ କରନ୍ତୁ ଏହା ଦ୍ବାରା ବି ନଜର ଦୋଷ ଶେଷ ହୋଇଯାଏ।

କଳା କପଡ଼ାରେ ଫିଟିକିରି ବାନ୍ଧି ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଟାଙ୍ଗି ଦେଲେ ଭୂତ ପ୍ରେତ ଆତ୍ମା ପ୍ରବେଶ କରିପାରନ୍ତି ନାହିଁ। ଏମିତି କଲେ ଘରର ରୋଜଗାର କରୁଥିବା ବ୍ୟକ୍ତିଙ୍କ ଉପରେ ଖରାପ ପ୍ରଭାବ ପଡିନଥାଏ। ପିଲାମାନଙ୍କର ମନ ପଢ଼ାରେ ଲାଗିଥାଏ। ଦୁର୍ଘଟଣାରୁ ରକ୍ଷା କରିଥାଏ।

ଫିଟିକିରି ଏବଂ ଅଳ୍ପ ଲୁଣ ପାଣିରେ ମିଶାଇ ପୋଛା ମାରିଲେ ଘରର ସମସ୍ତ ବାସ୍ତୁଦୋଷ ଦୂର ହୋଇଥାଏ। ପୁରା ପରିବାର ଉନ୍ନତି କରିଥାଏ। ଧନର ବର୍ଷା ହୋଇଥାଏ।

ନିଜ ଘରର ଡାଇନିଂ ଏରିଆରେ ଏକ ଖଣ୍ଡ ଫିଟିକିରି ଏକ କାଚ ପାତ୍ରରେ ରଖିଦିଅନ୍ତୁ। ଏମିତି କଲେ ଯାହାବି ନକରାତ୍ମକ ଉର୍ଜା ଥିବ ତାହାକୁ ଏହି ଫିଟିକିରି ଶେଷ କରିଦେବ। ଘର ପରିବାରର ସଦସ୍ୟ ସୁସ୍ଥ ରହିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *