Excuse Me Odisha

ଯାହା କହିବୁ ସତ କହିବୁ

କୋଟିପତି ହେବାକୁ ଯାଉଛନ୍ତି ଏହି ୪ ଗୋଟି ରାଶିର ଲୋକେ। ସୂର୍ଯ୍ୟ ଓ ବୁଧ ଗ୍ରହର ମିଳନରେ ସୃଷ୍ଟି ହେବାକୁ ଯାଉଛି ରାଜଯୋଗ। ମିଳିବ ଅପାର ସଫଳତା।

ସେୟାର୍ କରନ୍ତୁ

ଗ୍ରହ ଓ ନକ୍ଷତ୍ର ମାନଙ୍କର ଚଳନରେ ପରିବର୍ତ୍ତନ ଯୋଗୁଁ ଏହାର ପ୍ରଭାବ ପ୍ରତ୍ୟେକ ରାଶିର ଲୋକଙ୍କ ଉପରେ ପଡ଼ିଥାଏ। ଜୁଲାଇ ୧୬ ତାରିଖରେ ବୁଧ ଓ ଶୁକ୍ର ଗ୍ରହ କର୍କଟ ରାଶିରେ ପ୍ରବେଶ କରିଛନ୍ତି। ଏହି ଦୁଇଟି ଗ୍ରହର ସଂଯୋଗ ଫଳରେ ବୁଦ୍ଧାଦିତ୍ୟ ଯୋଗ ସୃଷ୍ଟି ହେଉଛି। ତେଣୁ ଏହି ରାଜଯୋଗର ପ୍ରଭାବ ୪ ଗୋଟି ବିଶେଷ ରାଶିର ଲୋକଙ୍କ ଉପରେ ପଡ଼ିବାକୁ ଯାଉଛି। ବୁଧ ଗ୍ରହ କର୍କଟ ରାଶିରେ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବିରାଜମାନ କରିବେ। କହାଦେର ୪ଟି ବିଶେଷ ରାଶିର ଲୋକଙ୍କୁ ଅନେକ ଲାଭ ପ୍ରାପ୍ତ ହେବ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ମେଷ ରାଶି :-

ବୁଦ୍ଧାଦିତ୍ୟ ରାଜଯୋଗର ପ୍ରଭାବ ଏହି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ।ଆପଣ ନୂତନ ବାହନ ବା ସଂପତ୍ତି କ୍ରୟ କରି ପାରନ୍ତି।କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କାର୍ଯ୍ୟ ପ୍ରଣାଳୀ ଦେଖି ସମସ୍ତେ ଆପଣଙ୍କୁ ପ୍ରଶଂସା କରିବେ। ବ୍ୟବସାୟ କ୍ଷେତ୍ରରେ ଉନ୍ନତି ଲାଭ କରିବେ।ଯଦି ଆପଣ ନୂତନ ବ୍ୟାପାର ଆରମ୍ଭ କରିବାକୁ ଚାହୁଁଛନ୍ତି, ତାହେଲେ କୌଣସି ଅନୁଭବୀ ଲୋକଙ୍କ ଠାରୁ ପରାମର୍ଶ ଗ୍ରହଣ କରନ୍ତୁ।ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ପାଇବ। ପୁରୁଣା ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ପ୍ରେମ ମାମଲାରେ ଆପଣଙ୍କୁ ସଫଳତା ମିଳିବ।

କର୍କଟ ରାଶି :-

ଏହି ରାଶିର ଲୋକଙ୍କୁ ବୁଦ୍ଧାଦିତ୍ୟ ଯୋଗର ଶୁଭ ପରିଣାମ ପ୍ରାପ୍ତ ହେବ। ପ୍ରତ୍ୟେକ କ୍ଷେତ୍ରରେ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ଅଧିକ ଉପାର୍ଜନ କରିବା ପାଇଁ ଉତ୍ତମ ଅବସର ପ୍ରାପ୍ତ ହେବ। କଠିନ ପରିସ୍ଥିତି ସମୟରେ ବନ୍ଧୁ ତଥା ସମ୍ପର୍କୀୟଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଚାକିରି କ୍ଷେତ୍ରରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ବ୍ୟବସାୟରେ ଅଧିକ ଲାଭବାନ ହୋଇ ପାରନ୍ତି।କୌଣସି ଶୁଭ କାର୍ଯ୍ୟ ପାଇଁ ଯାତ୍ରା କରି ପାରନ୍ତି।ଘରେ ଆପଣ କୌଣସି ମାଙ୍ଗଳିକ ଅନୁଷ୍ଠାନ ଆୟୋଜନ କରି ପାରନ୍ତି। ସମାଜରେ ଆପଣଙ୍କର ସମ୍ମାନ ଓ ପ୍ରଟ7ସ୍ଥ ବଜାୟ ରହିବ।

କନ୍ୟା ରାଶି :-

ଏହି ରାଶିର ଲୋକଙ୍କ ପାଇଁ ବୁଦ୍ଧାଦିତ୍ୟ ଯୋଗ ଶୁଭ ସାବ୍ୟସ୍ତ ହେବ। ଅଚାନକ ଧନଲାଭ ହେବାର ସମ୍ଭାବନା ରହିଛି। ଆୟରେ ବୃଦ୍ଧି ହେବ। ପୁରୁଣା ଅଟକି ରହିଥିବା ଟଙ୍କା ଆପଣଙ୍କୁ ଫେରସ୍ତ ମିଳିବ। ଯଦି ଆପଣ କୌଣସି ସ୍ଥାନରେ ଟଙ୍କା ନିବେଶ କରିବାକୁ ଚାହୁଁଛନ୍ତି, ତାହେଲେ ଏହି ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିଛି। ଚାକିରି ପାଇଁ ଆବେଦନ କରିଥିବା ଲୋକନୁ ଆଶାନୁରୂପ ଚାକିରି ପ୍ରାପ୍ତ ହେବ। ପ୍ରେମ ମାମଲାରେ ସଫଳ ହେବେ। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ବୈବାହିକ ଜୀବନ ହସଖୁସିରେ ଅତିବାହିତ ହେବ।

ତୁଳା ରାଶି :-

ଏହି ରାଶିର ଲୋକଙ୍କ ପାଇଁ ବୁଦ୍ଧାଦିତ୍ୟ ଯୋଗ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କୁ ଜୀବନରେ ଅନେକ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି।ଏହି ମାସରେ ଆପଣ ଅଳ୍ପ ପରିଶ୍ରମ କରି ଆଶାନୁରୂପ ସଫଳତା ହାସଲ କରିବେ। ବ୍ୟବସାୟକୁ ବୃଦ୍ଧି କରିବା ପାଇଁ ଆପଣଙ୍କୁ ନୂତନ ପଦ୍ଧତି ଅବଲମ୍ବନ କରିବାକୁ ପଡ଼ିବ। ରାଜନୀତି କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ ଅନେକ ଲାଭ ପ୍ରାପ୍ତ ହେବ।ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ। ଆପଣ ଶାରୀରିକ ଓ ମାନସିକ ରୂପରେ ସୁସ୍ଥ ରହିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *