Excuse Me Odisha

ଯାହା କହିବୁ ସତ କହିବୁ

ଏହି ତାରିଖରେ ଜନ୍ମ ହୋଇଥିବା ଲୋକମାନଙ୍କ ଉପରେ ଶନିଦେବଙ୍କର ବିଶେଷ କୃପା ଦୃଷ୍ଟି ପଡ଼ିବାକୁ ଯାଉଛି।ଜୀବନର ସବୁ ଦୁଃଖକଷ୍ଟ ହୋଇଯିବ ଦୂର।

ସେୟାର୍ କରନ୍ତୁ

ଭଗବାନ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। ସେ ଲୋକଙ୍କୁ ସେମାନଙ୍କର କର୍ମ ଅନୁସାରେ ଫଳ ପ୍ରଦାନ କରିଥାନ୍ତି। ଶନି ଗ୍ରହ କ୍ରୋଧିତ ହେଲେ କୋପ ଦୃଷ୍ଟି ରଖିଥାନ୍ତି ଏବଂ ପ୍ରସନ୍ନ ହେଲେ ସବୁ ମନସ୍କାମନା ପୂରଣ କରିଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ବିଶେଷ ତାରିଖରେ ଜନ୍ମ ଗ୍ରହଣ କରିଥିବା ଲୋକଙ୍କ ଉପରେ ଭଗବାନ ଶନିଦେବଙ୍କର କୃପା ଦୃଷ୍ଟି ରହିଥାଏ।

କହିବାକୁ ଗଲେ ଜ୍ୟୋତିଷ ଶାସ୍ତ୍ରରେ ଅଙ୍କ ଶାସ୍ତ୍ରକୁ ଅଧିକ ଗୁରୁତ୍ବ ଦିଆଯାଇଛି। ତେଣୁ ଆପଣ ଯେଉଁ ତାରିଖରେ ଜନ୍ମ ଗ୍ରହଣ କରିବେ, ସେହି ସମୟରେ ଗ୍ରହ ମାନଙ୍କର ସ୍ଥିତି ଆପଣଙ୍କ ଉପରେ ବିଶେଷ ରହିବାକୁ ଯାଉଛି। ଆଜି ଆମେ ଆପଣ ମାନଙ୍କୁ ତିନୋଟି ତାରିଖ ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ ଆପଣଙ୍କ ଜନ୍ମ ତାରିଖ ସାମିଲ ରହିଥିଲେ, ବୁଝି ଯାଆନ୍ତୁ କି ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ। ତେବେ ଆସନ୍ତୁ ସେହି ତାରିଖ ବିଷୟରେ ଜାଣିବା

ଶନିଦେବଙ୍କ କୃପା ଦୃଷ୍ଟି ପଡ଼ିଲେ ମିଳିଥାଏ ଏହି ଲାଭ :-

ଭାଗ୍ୟଶାଳୀ ତାରିଖ ବିଷୟରେ ଜାଣିବା ପୂର୍ବରୁ ଆସନ୍ତୁ ଜାଣିବା ଶନି ଗ୍ରହର ଶୁଭ ଦୃଷ୍ଟି ପଡ଼ିଲେ କେଉଁ ସବୁ ଲାଭ ମିଳିଥାଏ। ଶନିଦେବଙ୍କର କୃପା ଦୃଷ୍ଟି ଆପଣଙ୍କ ଉପରେ ପଡ଼ିଲେ, ଆପଣଙ୍କ ଜୀବନର ସମସ୍ତ ଦୁଃଖକଷ୍ଟ ଦୂର ହୋଇଯିବ।ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ। ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ଅଳ୍ପ ପରିଶ୍ରମରେ ତାହା ସମ୍ପନ୍ନ ହେବ। ଯଦି ଆପଣଙ୍କ ଭାଗ୍ୟ ଖରାପ ଆଡ଼କୁ ଗତି କରୁଥିବ, ତାହେଲେ ତାହା ଖୁବ୍ ଶୀଘ୍ର ପରିବର୍ତ୍ତନ ହୋଇଯିବ। ଅଧିକ ଅର୍ଥ ଉପାର୍ଜନ କରିବା ପାଇଁ ଆପଣଙ୍କୁ ଅନେକ ସାଧନ ପ୍ରାପ୍ତ ହେବ। ପରିବାରରେ ସୁଖଶାନ୍ତି ବିରାଜମାନ କରିବ। ଗୃହ କ୍ଳେଶରୁ ମୁକ୍ତି ମିଳିବ। ଆପଣଙ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ ନାହିଁ। ଜୀବନସାଥୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ଶତ୍ରୁ ଆପଣଙ୍କର କିଛି କ୍ଷତି କରି ପାରିବେ ନାହିଁ।

ଏହି ତାରିଖରେ ଜନ୍ମ ହୋଇଥିବା ଲୋକେ ଶନିଦେବଙ୍କର ପ୍ରିୟ ହୋଇଥାନ୍ତି :-

ଅଙ୍କ ଶାସ୍ତ୍ର ଅନୁସାରେ ଯଦି ଆପଣଙ୍କ ଜନ୍ମ ତିଥିର ମୂଳାଙ୍କ ୮ ଅଟେ, ତାହେଲେ ଆପଣଙ୍କ ଉପରେ ଭଗବାନ ଶନିଦେବଙ୍କ କୃପା ଦୃଷ୍ଟି ରହିବ। ମୂଳାଙ୍କ ୮ ରେ ୮, ୧୭,୨୬ ତାରିଖରେ ପଡ଼ିଥାଏ। ଏହି ତିନୋଟି ତାରିଖରେ ଜନ୍ମ ନେଇଥିବା ଲୋକଙ୍କ ଉପରେ ଶନିଦେବଙ୍କର ଆଶୀର୍ବାଦ ରହିଥାଏ। ଯଦି ଆପଣଙ୍କର ଜନ୍ମ ତାରିଖ ଏହି ତାରିଖ ଗୁଡ଼ିକ ମଧ୍ୟରେ ନାହିଁ, ତାହେଲେ ଆପଣ କିଛି ବିଶେଷ ଉପାୟ କରି ପାରିବେ। ଆପଣ ପ୍ରତ୍ୟେକ ଶନିବାର ଦିନ ଶନି ମନ୍ଦିରରେ ପୂଜାର୍ଚ୍ଚନା କରନ୍ତୁ ଏବଂ କଳା ତିଳ ଓ ଦୀପ ଅର୍ପଣ କରନ୍ତୁ। ଏହାସହିତ କଳା ବସ୍ତ୍ର ଅସହାୟ ଲୋକଙ୍କୁ ଦାନ କରନ୍ତୁ। ଦେଖିବେ ଖୁବ୍ ଶୀଘ୍ର ଆପଣଙ୍କୁ ସୁଫଳ ମିଳିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *