Excuse Me Odisha

ଯାହା କହିବୁ ସତ କହିବୁ

ମରିଗଲେ ବି ବୁଧବାର ଦିନ ଏହି ୩ଟି କାମ କେବେବି କରନ୍ତୁ ନାହିଁ,ନହେଲେ ପୁରା ପରିବାର ହୋଇଯିବ ବର୍ବାଦ। ଘରକୁ ଆସିବ କାଙ୍ଗାଳୀ ଏବଂ ଗରିବୀ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମରିଗଲେ ବି ବୁଧବାର ଦିନ ୩ ଟି କାମ କେବେବି କରିବେ ନାହିଁ। ପରିବାର ହୋଇଯିବ ବର୍ବାଦ। ଘରକୁ ଆସିଥାଏ କାଙ୍ଗାଳୀ ଏବଂ ଗରିବୀ।

ସପ୍ତାହର ୭ ଦିନର ଅଲଗା ଅଲଗା ମହତ୍ୱ ରହିଛି। ସାତ ଦିନରେ ଭଗବାନଙ୍କର ଅଲଗା ଅଲଗା ସ୍ୱରୂପକୁ ସମର୍ପଣ ଅଟେ। ଆଜି ଆମେ ଆଲୋଚନା କରିବା ବୁଧବାର ଦିନ ବିଷୟରେ। ବୁଧବାର ଦିନ ବୁଦ୍ଧିର ଦେବତା ଭଗବାନ ଗଣେଶଙ୍କୁ ସମର୍ପଣ ଅଟେ। ଏହି ଦିନ ଲୋକେ ଭଗବାନ ଗଣେଶଙ୍କର ମନ୍ଦିରକୁ ଯାଇ ମଦକ କିମ୍ବା ଲଡୁର ଭୋଗ ଅର୍ପଣ କରିଥାନ୍ତି। ନିଜ ଘରର ସୁଖ ସମୃଦ୍ଧିର କାମନା ବି କରିଥାନ୍ତି। ମାନ୍ୟତା ଅନୁସାରେ ବୁଧବାର ଦିନ ଏମିତି କିଛି କାର୍ଯ୍ୟ ଅଛି ଯାହା କରିବା ଉଚିତ ନୁହେଁ ନଚେତ ଜୀବନରେ କ୍ଳେଶ ବଢିଥାଏ। ତେବେ ଆସନ୍ତୁ ଜାଣିବା ଏହି ଦିନ କେଉଁ କାମ କରିବା ଉଚିତ ନୁହେଁ।

ଇସାଣ ଦିଗ ଉତ୍ତର ଦିଗ ଏବଂ ପଶ୍ଚିମ ଦିଗକୁ ଯାତ୍ରା କରିବା ଠାରୁ ଦୂରେଇ ରହିବା ଉଚିତ।

ଏହି ଦିନ କାହାରିକୁ ବି ଧନ ଉଧାରରେ ଦିଅନ୍ତୁ ନାହିଁ।

ଯେଉଁ ସ୍ତ୍ରୀଙ୍କର କନ୍ୟା ସନ୍ତାନ ସେମାନେ ବୁଧବାର ଦିନ କେଶ ଧୁଅନ୍ତୁ ନାହିଁ। ଏହା ଦ୍ବାରା ଝିଅଙ୍କ ଉପରେ ନକରାତ୍ମକ ପ୍ରଭାବ ପଡିଥାଏ।

ବୁଧବାର ଦିନ କ୍ଷୀରକୁ ଅଧିକ ଗାଢ କରନ୍ତୁ ନାହିଁ କି ଏମିତି କୌଣସି ଜିନିଷ ପ୍ରସ୍ତୁତ କରନ୍ତୁ ନାହିଁ ଯେଉଁଥିରେ କ୍ଷୀର ଜଳିଯିବାର ସମ୍ଭାବନା ରହିଛି।

ବୁଧବାର ଦିନ କୌଣସି ଝିଅର ଅପମାନ କରନ୍ତୁ ନାହିଁ। ତା ସହିତ ଟୁଥପେଷ୍ଟ ସହିତ କୌଣସି ବି ଚୁଟି ଜଡିତ କୌଣସି ଜିନିଷ କିଣନ୍ତୁ ନାହିଁ। ଯେମିତି ପାନିଆ ବ୍ରସ ଇତ୍ୟାଦି।

ବୁଧବାର ଦିନ ପାନ ଖାଇବା ଉଚିତ ନୁହେଁ। ମାନାଯାଇଥାଏ ବୁଧବାର ଦିନ ପାନ ଖାଇବା ଦ୍ୱାରା ଧନର ହ୍ରାସ ହୋଇଥାଏ।

ବୁଧବାର ଦିନ ଭୁଲରେ ମଧ୍ୟ କୌଣସି କିନ୍ନରର ଅପମାନ କରନ୍ତୁ ନାହିଁ। କାରଣ କିନ୍ନରଙ୍କ ସମ୍ବଦ୍ଧ ବୁଧ ଗ୍ରହ ସହିତ ରହିଛି। କିନ୍ନର ମାନଙ୍କର ଅପମାନ କରିବା ଦ୍ୱାରା ବ୍ୟକ୍ତିକୁ ଜୀବନରେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିପାରେ। ଏହି ଦିନ ତାଙ୍କୁ କିଛି ଦାନ କରନ୍ତୁ ଏହା ଦ୍ବାରା ଖୁସି ଆସିବ।

ଏହି ଦିନ କଟୁ କଥା କୁହନ୍ତୁ ନାହିଁ। ଏମିତି କରିଲେ ମା ଲକ୍ଷ୍ମୀ କ୍ରୋଧିତ ହୋଇଯାନ୍ତି। ଜୀବନରେ ଧନ ସମ୍ବଦ୍ଧିତ ସମସ୍ୟା ଆରମ୍ଭ ହୋଇଯାଏ।

ଏହି ଦିନ କଳା ରଙ୍ଗର କପଡ଼ା ପରିଧାନ କରନ୍ତୁ ନାହିଁ। ଖାସ କରି ମହିଳାମାନେ କଳା ଚୁଡ଼ି କଳା ଟିକିଲି ମଧ୍ୟ ପିନ୍ଧିବେ ନାହିଁ। ଏହି ଦିନ ଲାଲ କିମ୍ବା ସବୁଜ ରଙ୍ଗର କପଡ଼ା ପିନ୍ଧିବା ଉଚିତ।

ଭଗବାନ ଗଣେଶ ପ୍ରଥମ ପୂଜନୀୟ ଅଟନ୍ତି। କୌଣସି ଧାର୍ମିକ କାର୍ଯ୍ୟ କରିଲେ ଭଗବାନ ଗଣେଶଙ୍କର ପୂଜା ସର୍ବପ୍ରଥମେ କରାଯାଏ କାରଣ କାର୍ଯ୍ୟରେ କୌଣସି ପ୍ରକାରର ବାଧା ବିଘ୍ନ ଆସିବ ନାହିଁ। ଭଗବାନ ଗଣେଶ ବିଘ୍ନ ହର୍ତା ଅଟନ୍ତି ସେ ସମସ୍ତ ସଙ୍କଟରୁ ମୁକ୍ତି ଦେଇଥାଆନ୍ତି। ଯେକୌଣସି ସମସ୍ୟାରୁ ଉଧାର କରିଥାନ୍ତି ଭଗବାନ ଗଣେଶ।

ସ୍ନାନ ପରେ ସର୍ବପ୍ରଥମେ ଭଗବାନ ଗଣେଶଙ୍କର ପୂଜା କରନ୍ତୁ। ତାଙ୍କର ଆରୋଧନା କରନ୍ତୁ ଏହାପରେ ଅନ୍ୟ ଦେବୀ ଦେବତାଙ୍କର ପୂଜା କରନ୍ତୁ।

ପ୍ରାତଃ ସମୟରେ ଯେତେବେଳେ ନିଦରୁ ଉଠୁଛନ୍ତି ତ ବିଛଣାରେ ବସି ନିଜ ହାତକୁ ଦର୍ଶନ କରନ୍ତୁ ଏହାପରେ ଭଗବାନ ଗଣେଶଙ୍କୁ ସ୍ମରଣ କରନ୍ତୁ। ଏହା ଦ୍ବାରା କାର୍ଯ୍ୟରେ କୌଣସି ପ୍ରକାରର ବାଧା ଥିଲେ ଦୂର ହୋଇଯିବ।

କୌଣସି ବି ସଙ୍କଟରେ ଥିଲେ ୭ ଟି ବୁଧବାର ଏହି ଉପାୟ କରନ୍ତୁ ବିଶେଷ ମନସ୍କାମନା ଥିଲେ ତାହା ପୂରଣ ହୋଇଯିବ।

ବିଶେଷ ମନସ୍କାମନା ପାଇଁ ପ୍ରାତଃ ସମୟରେ ଶୀଘ୍ର ଉଠି ଭଗବାନ ଗଣେଶଙ୍କୁ ସ୍ମରଣ କରନ୍ତୁ ନିଜ ମନରେ ଥିବା ଇଛାକୁ ଭଗବାନ ଗଣେଶଙ୍କୁ ପ୍ରାର୍ଥନା କରି କୁହନ୍ତୁ କି ଆପଣ ଏହି ପ୍ରକାରର ସମସ୍ୟାରେ ଚିନ୍ତିତ ଅଛନ୍ତି ଆଉ କୁହନ୍ତୁ ଯେ ଆଜି ଠାରୁ ମୁଁ ଆପଣଙ୍କର ବିଶେଷ ପୂଜା କରିବାକୁ ଯାଉଛି ମୋର ଯାହାବି ସମସ୍ୟା ଅଛି ତାହାକୁ ଦୂର କରନ୍ତୁ। ଏହାପରେ ସ୍ନାନ କରିନିଅନ୍ତୁ ଏବଂ ସ୍ୱଚ୍ଛ ବସ୍ତ୍ର ଧାରଣ କରିନିଅନ୍ତୁ ଏବଂ ଭଗବାନ ଗଣେଶଙ୍କର ପୂଜା କରନ୍ତୁ। ଯଦି ପାଖରେ ଭଗବାନ ଗଣେଶ ମନ୍ଦିର ଥିବ ତେବେ ମଧ୍ୟ ମନ୍ଦିରକୁ ଯାଇ ଭଗବାନ ଗଣେଶଙ୍କର ବିଧିବଦ୍ଧ ଭାବେ ପୂଜା କରିପାରିବେ କିମ୍ବା ଘରେ ଭଗବାନ ଗଣେଶଙ୍କର ମୂର୍ତି କିମ୍ବା ଫୋଟ ଥିଲେ ମଧ୍ୟ ପୂଜା କରିପାରିବେ।

ଯଦି ବିଘ୍ର ଥିବ ତେବେ ଗଙ୍ଗା ଜଳରେ କିମ୍ଵା ଶୁଦ୍ଧ ଜଳରେ ଅଭିଷେକ କରିପାରିବେ କଞ୍ଚା କ୍ଷୀରରେ କିମ୍ବା ପଞ୍ଚାମୃତରେ ବି ମଧ୍ୟ ଅଭିଷେକ କରିପାରିବେ। ଭଗବାନ ଗଣେଶଙ୍କୁ ହଳଦିଆ ରଙ୍ଗର ବସ୍ତ୍ର ଅର୍ପଣ କରନ୍ତୁ। ଭଗବାନ ଗଣେଶଙ୍କୁ ଅତର ଅର୍ପଣ କରିବେ। ଅତର ଅର୍ପଣ କରିବାକୁ ବହୁତ ଶ୍ରେଷ୍ଠ ମାନାଯାଏ। ଏହାପରେ ଶୁଦ୍ଧ ଘିଅର ଦୀପ ଜଳାନ୍ତୁ ଧୂପ ଜଳାନ୍ତୁ ହଳଦିଆ ଫୁଲର ମାଳା ଅର୍ପଣ କରନ୍ତୁ ଏହାପରେ ୫ ଟି ୧୧ ଟି କିମ୍ବା ୨୧ ଦୁବ ଅର୍ପଣ କରନ୍ତୁ। ଭଗବାନ ଗଣେଶଙ୍କୁ ହଳଦୀ ଏବଂ ସିନ୍ଦୁରର ତିଳକ ଲଗାନ୍ତୁ ଏବଂ ଅକ୍ଷତର ତିଳକବି ଲଗାନ୍ତୁ। ଅକ୍ଷତର ତିଳକ ଲଗାଇଲେ ଜୀବନରେ କୌଣସି ପ୍ରକାରର ସମସ୍ୟା ଥିଲେ ଦୂର ହୋଇଥାଏ ସୁଖ ସମୃଦ୍ଧିର ପ୍ରାପ୍ତି ହୋଇଥାଏ।

ଏହି ଦିନ ହଳଦିଆ ରଙ୍ଗର ମଦକର ଭୋଗ ଅର୍ପଣ କରନ୍ତୁ। ପୂଜାରେ ଗୋଟା ମୁଗ ଭଗବାନ ଗଣେଶଙ୍କ ଚରଣରେ ଅର୍ପଣ କରନ୍ତୁ। ଏହା ପରେ ଧନିଆରେ ଅଳ୍ପ ଚିନି ଏବଂ ଘିଅ ମିଶାଇ ଚୁର୍ମା ପ୍ରସ୍ତୁତ କରି ଭୋଗ ଅର୍ପଣ କରନ୍ତୁ। ଏହା ଦ୍ବାରା ଭଗବାନ ଗଣେଶ ବହୁତ ପ୍ରସନ୍ନ ହୋଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *