Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସରେ କରନ୍ତୁ ଏହି ଚମତ୍କାର ଉପାୟ, ହେବ ଧନବର୍ଷା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମେ ଖୁବ୍ ଶୀଘ୍ର ଧନ ପ୍ରାପ୍ତି ହେବାର ସହଜ ଓ ସରଳ ଉପାୟ ଗୁଡ଼ିକ ବିଷୟରେ ଜଣେଇ ଆସିଛୁ। ଯାହାଦ୍ଵାରା ଆପଣ ସେହି ସହଜ ଉପାୟକୁ ପ୍ରୟୋଗ କରି ସୁଖରେ ଜୀବନ ଅତିବାହିତ କରି ପାରିବେ। ସେହିପରି ଆଜି ଆମେ ଆପଣଙ୍କୁ କିଛି ବିଶେଷ ତଥ୍ୟ ବିଷୟରେ ଜଣାଇବାକୁ ଚାହୁଁଛୁ, ଯାହାକୁ ଜାଣି ଆପଣ ଉପକୃତ ଲାଭବାନ ହେବେ। ତେବେ ସାଙ୍ଗମାନେ ଏବେ ତ ଶ୍ରାବଣ ମାସ ଚାଲିଛି। ଏହି ଶ୍ରାବଣ ମାସରେ କେଉଁ ଗଛ ମୂଳରେ ହଳଦୀ ପୋତି ଦେଲେ, କିପରି ଆପଣ ଲାଭବାନ ହୋଇ ପାରିବେ, ସେହି ବିଷୟରେ ମଧ୍ୟ ଜାଣିବା।

ହଳଦୀ ଏକ ଏପରି ଜିନିଷ ଅଟେ, ଯାହା ନକାରାତ୍ମକ ଶକ୍ତିକୁ ଦୂର କରି ସକାରାତ୍ମକ ପ୍ରଭାବକୁ ବଜାୟ ରଖିବାକୁ ସହାୟକ ହୋଇଥାଏ। ହଳଦୀ ମଧ୍ୟରେ ଅନେକ ଚମତ୍କାରୀ ଔଷଧୀୟ ଗୁଣ ରହିଛି। ଏହାସହିତ ଏଥିରେ ଧନକୁ ଆକର୍ଷିତ କରିବାର ଚୁମ୍ବକୀୟ ଗୁଣ ମଧ୍ୟ ରହିଛି। ଏହି ପବିତ୍ର ଶ୍ରାବଣ ମାସରେ ହଳଦୀ ନେଇ ଏହି ଉପାୟ କଲେ ଅନେକ ଲାଭ ପ୍ରାପ୍ତ ହୋଇଥାଏ। ତେବେ ଆସନ୍ତୁ ଜାଣିବା।

– ଶ୍ରାବଣ ମାସ ଗୁରୁବାର ଦିନ କଦଳୀ ଗଛ ମୂଳରେ ଦୁଇଟି ହଳଦୀ ପୋତି ଦିଅନ୍ତୁ। ତାପରେ ଏହାକୁ ପରବର୍ତ୍ତୀ ଗୁରୁବାର ଦିନ ଖୋଳି ଆଣିବେ ଏବଂ ଏହାକୁ ଠାକୁର ଘରେ ବା ଧନଭଣ୍ଡାର ଘରେ ରଖି ଦିଅନ୍ତୁ। ଦେଖିବେ ଏଭଳି କରିବା ଦ୍ୱାରା ଆପଣଙ୍କର ସମସ୍ତ ଇଛା ପୂରଣ ହୋଇଯିବ ଏବଂ ଧନବର୍ଷା ହେବ।

– ଯଦି ଆପଣଙ୍କ ପରିବାରର କୌଣସି ସଦସ୍ୟ ରୋଗଶଯ୍ୟାରେ ପଡିଛନ୍ତି ବା ଆପଣଙ୍କ ପରିବାର ଲୋକଙ୍କୁ ଅଧିକ କଠିନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି, ତାହେଲେ ତୁଳସୀ ଗଛ ମୂଳରେ ଦୁଇଟି ହଳଦୀ ଖଣ୍ଡ ପୋତି ଦିଅନ୍ତୁ। ଏହାକୁ ସାତ ଦିନ ପରେ ଖୋଳି ଆଣି ଗୋଟେ ତାବିଜ ଭିତରେ ପୁରାଇ ଧାରଣ କରନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ।

– ଯଦି ଆପଣ ଅଚାନକ ଧନ ପ୍ରାପ୍ତି ପାଇଁ ଚାହୁଁଛନ୍ତି, ତାହେଲେ ଅଁଳା ଗଛ ମୂଳରେ ଦୁଇଟି ହଳଦୀ ଖଣ୍ଡ ପୋତି ଦିଅନ୍ତୁ। କିଛି ଦିନ ପରେ ଏହାକୁ ବାହାର କରି ନିଜ ଆଲମାରୀରେ ରଖି ଦିଅନ୍ତୁ। ଦେଖିବେ ଖୁବ୍ ଅଳ୍ପ ଦିନ ମଧ୍ୟରେ ଆପଣ ଧନବାନ ହୋଇଯିବେ।

– ଅଧିକ ଉପାର୍ଜନ କରୁଥିବା ଟଙ୍କା ଆସିବାରେ ସମସ୍ୟା ସୃଷ୍ଟି ହେଉଥିଲେ ଏବଂ ଋଣରୁ ମୁକ୍ତି ପାଇବା ପାଇଁ ଅଶ୍ୱତ୍ଥ ଗଛ ମୂଳରେ ଦୁଇଟି ହଳଦୀ ପୋତି ଦିଅନ୍ତୁ।ଏହାକୁ ସାତ ଦିନ ପରେ ବାହାର କରି ଏଭଳି କରିବା ଦ୍ଵାରା ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ।

– କୁହାଯାଏ କି ପବିତ୍ର ଶ୍ରାବଣ ମାସରେ ରହିଥିବା ନିୟମ ଗୁଡ଼ିକୁ ପାଳନ କଲେ ଭଗବାନ ଶିବଙ୍କର କୃପା ଦୃଷ୍ଟି ପ୍ରାପ୍ତ ହୋଇଥାଏ। ତେଣୁ ଏହି ମାସରେ ଆମିଷ, ମଦ୍ୟପାନ ଆଦିର ସେବନ କରିବା ଉଚିତ ନୁହେଁ।

– ଶ୍ରାବଣ ମାସ ସୋମବାର ଭଗବାନ ଶିବଙ୍କୁ ସମର୍ପିତ ଅଟେ। ଏହିଦିନ କେବେବି ଚୁଟି, ନଖ କାଟିବା ଉଚିତ ନୁହେଁ। ନଚେତ ଜୀବନରେ ଅନେକ ସମୟର ସାମ୍ନା କରିବାକୁ ପଡିପାରେ।

– ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ଦିନ ଭକ୍ତ ମାନେ ଶିବଙ୍କର କୃପା ଲାଭ କରିବା ପାଇଁ ବ୍ରତ ରଖିଥାଆନ୍ତି। ଯାହାଫଳରେ ଭଗବାନ ଶିବ ଭକ୍ତଙ୍କ ଉପରେ ପ୍ରସନ୍ନ ହୋଇ ତାଙ୍କର ସମସ୍ତ ମନସ୍କାମନା ପୂରଣ କରି ଥାଆନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *