Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସ ଶେଷ ହେବା ପୂର୍ବରୁ ଘରକୁ ନେଇ ଆସନ୍ତୁ ମାତ୍ର ଏହି ଗୋଟିଏ ଜିନିଷ,ଦେଖିବେ ଘରକୁ ଛପର ଫାଡ଼ି ଟଙ୍କା ଆସିବ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶ୍ରାବଣ ମାସ ଶେଷ ହେବା ପୂର୍ବରୁ ଘରକୁ ନେଇ ଆସନ୍ତୁ ମାତ୍ର ୧ ଟି ଜିନିଷ ଛପର ଫାଡ଼ି ଟଙ୍କା ଆସିବ।

ଶ୍ରାବଣ ମାସରେ ଭଗବାନ ଶିବଙ୍କର ଆରାଧନା କରିବାର ବିଶେଷ ମହତ୍ଵ ରହିଛି। ଏହି ମାସରେ ଶିବ ଭକ୍ତ ବ୍ରତ ରଖିଥାନ୍ତି କାଉଁଡି ଯାତ୍ରାରେ ଯାଇଥାନ୍ତି।କୁହାଯାଏ ଏହି ମାସଟି ଭଗବାନ ଶିବଙ୍କୁ ପ୍ରସନ୍ନ କରିବାର ମାସଟିଏ। କୁହାଯାଏ ଏହି ମାସରେ ଯେଉଁ ଭକ୍ତ ଭଗବାନ ଶିବଙ୍କୁ ପ୍ରସନ୍ନ କରିଦିଏ ଭଗବାନ ଶିବ ତାଙ୍କର ମନସ୍କାମନା ପୂରଣ କରିଦିଅନ୍ତି। ଭଗବାନ ଶିବଙ୍କ ଏହି ପ୍ରିୟ ମାସରେ ଯେଉଁ ଭକ୍ତ ନିଷ୍ଠାର ସହ ତାଙ୍କର ପୂଜାର୍ଚ୍ଚନା କରିଥାଏ ତାଙ୍କୁ ଭଗବାନ ଶିବଙ୍କର ବିଶେଷ କୃପା ପ୍ରାପ୍ତି ହୋଇଥାଏ। ଏହି ମାସରେ ଭଗବାନ ଶିବଙ୍କ କିଛି ପ୍ରିୟ ଜିନିଷ ଘରକୁ ଆଣିବା ବହୁତ ଶୁଭ ମାନାଯାଏ।

ଯଦି ଏହି ମାସରେ ଭଗବାନ ଶିବଙ୍କର ଏହି ଜିନିଷ ଘରକୁ ଆଣନ୍ତି ତେବେ ଭଗବାନ ଶିବ ପ୍ରସନ୍ନ ହୋଇ ମନସ୍କାମନା ପୂରଣ କରିଦିଅନ୍ତି। ଧନର ବର୍ଷା ହୋଇଥାଏ। ଭଗବାନ ଶିବ ଗୋଟେ ଘଟି ଜଳରେ ବି ପ୍ରସନ୍ନ ହୋଇଯାନ୍ତି। ଯେଉଁ ବ୍ୟକ୍ତି ଏହି ମାସରେ ଏହି ଜିନିଷ ମଧ୍ୟରୁ ଗୋଟିଏ ବି ଜିନିଷ ନିଜ ଘରକୁ ଆଣନ୍ତି ତେବେ ଭଗବାନ ଶିବ ତାଙ୍କର ଜୀବନରେ ସବୁ ସମସ୍ୟାକୁ ଦୂର କରିଦେବେ। ସେହି ବ୍ୟକ୍ତିକୁ କେବେବି ଧନର ଅଭାବ ହେବ ନାହିଁ। ତେବେ ଆସନ୍ତୁ ଜାଣିବା କଣ ସେହି ସବୁ ଜିନିଷ ସବୁ।

ଭସ୍ମ। ଭଗବାନ ଶିବଙ୍କୁ ଏହା ସବୁଠାରୁ ଅଧିକ ପ୍ରିୟ ଅଟେ। ଏହି ମାସରେ ଭଗବାନ ଶିବ ମନ୍ଦିରରୁ ଭସ୍ମ ଆଣି ପୂଜା ଘରେ ରଖି ପୂଜା କରିଲେ ବହୁତ ଲାଭ ହୋଇଥାଏ। ଅଳ୍ପ ଭସ୍ମକୁ ନିଜର ଧନ ରଖୁଥିବା ସ୍ଥାନରେ ରଖିଲେ ଧନର ଅଭାବ ହୋଇନଥାଏ।

ରୁଦ୍ରାକ୍ଷକୁ। ଏହାକୁ ରୂପାର ବନେଇ ପିନ୍ଧାଇବା ଦ୍ଵାରା ଏହା ଜୀବନରେ ସୁଖ ଏବଂ ସମୃଦ୍ଧି ଆଣିଥାଏ। ସୁଖ ସୌଭାଗ୍ୟ ଏବଂ ସମୃଦ୍ଧି ବୃଦ୍ଧି ତଥା ମନର ପବିତ୍ରତା ପାଇଁ ଘରକୁ ଅସଲି ରୁଦ୍ରାକ୍ଷ ଆଣନ୍ତୁ ଓ ଏହାକୁ ଘରର ପବିତ୍ର ସ୍ଥାନରେ ରଖନ୍ତ। ଶ୍ରାବଣ ମାସ ଆରମ୍ଭରୁ ଏହାକୁ ଘରେ ଆଣି ରଖନ୍ତୁ ଏବଂ ଶ୍ରାବଣ ମାସର ଶେଷ ଦିନରେ ଏହାକୁ ଉପହାର ସ୍ୱରୂପ କୌଣସି ଛୋଟପିଲାଙ୍କୁ ଦେଇ ଦିଅନ୍ତୁ ।

ଡମ୍ବୁରୁ। ଏହା ଭଗବାନ ଶିବଙ୍କ ପବିତ୍ର ବାଦ୍ୟଯନ୍ତ୍ର ଅଟେ। ଡମ୍ବୁରୁ ଧ୍ୱନିରେ ଆଖପାଖରେ ଥିବା ସବୁ ଅଶୁଭ ତଥା ନକରାତ୍ମକ ଶକ୍ତି ଦୂରକୁ ଚାଲିଯାନ୍ତି। ଆରୋଗ୍ଯ ପାଇଁ ମଧ୍ୟ ଡମ୍ବୁରୁ ଧ୍ୱନି ଅତ୍ୟନ୍ତ ଶୁଭ ବୋଲି ମାନା ଯାଇଥାଏ।

ତ୍ରିଶୂଳ। ଭଗବାନ ଶିବଙ୍କ ହାତରେ ସବୁବେଳେ ତ୍ରିଶୂଳ ରହିଥାଏ। ଏହା ତିନିଦେବଙ୍କ ପ୍ରତୀକ ଅଟେ। ଶ୍ରାବଣ ମାସ ଆରମ୍ଭରୁ ଘରକୁ ରୂପାର ତ୍ରିଶୂଳ ଆଣିବା ଦ୍ଵାରା ପୁରା ବର୍ଷ କଷ୍ଟରୁ ମୁକ୍ତି ମିଳିଥାଏ।

ପାରଦ ଶିବ ଲିଙ୍ଗ। ଆପଣ ଏହି ପବିତ୍ର ମାସରେ ପାରଦ ଶିବଲିଙ୍ଗ କିମ୍ବା ସ୍ପୋଟିକ ଶିବଲିଙ୍ଗ ଆଣି ତାହାର ଅଭିମନ୍ତ୍ରିତ କରି ପୁରା ବିଧିବିଧାନରେ ତାଙ୍କର ପୁଜା କରିପାରିବେ। ପରନ୍ତୁ ଶିବ ପୁରାଣ ଅନୁସାରେ ଏହି ଦୁଇଟି ଶିବଲିଙ୍ଗରେ ଅପାର ଉର୍ଜା ଏବଂ ଶକ୍ତି ରହିଥାଏ। ଯଦି ଆପଣ ଏହି ଶିବଲିଙ୍ଗକୁ ଘରେ କିମ୍ବା ବ୍ୟବସାୟ ସ୍ଥଳ ଉପରେ ଠିକ ସ୍ଥାନରେ ଏବଂ ଠିକ ଦିଗରେ ବିଧି ପୂର୍ବକ ରଖିବେ ତେବେ ଆପଣଙ୍କର ଜୀବନରେ ଅପାର ସୁଖ ସମୃଦ୍ଧି ଚାକିରି ଏବଂ ବ୍ୟବସାୟରେ ଲାଭ ହୋଇପାରେ।

ରୂପାର ନନ୍ଦୀ। ନନ୍ଦୀ ଭଗବାନ ଶିବଙ୍କର ବାହାନ ଅଟେ । ତେଣୁ ଶ୍ରାବଣ ମାସରେ ରୂପର ନନ୍ଦୀଙ୍କୁ ଘରକୁ ଆଣନ୍ତୁ ଓ ତାଙ୍କୁ ପୁରା ବର୍ଷ ପୂଜା କରନ୍ତୁ। ଏପରି କରିବା ଦ୍ଵାରା ପୁରା ବର୍ଷ ଆର୍ଥିକ ସଙ୍କଟରୁ ମୁକ୍ତି ମିଳିଥାଏ।

ଜଳପାତ୍ର। ଏହା ମଧ୍ୟ ଭଗବାନ ଶିବଙ୍କର ଅତି ପ୍ରିୟ ଅଟେ। ଆପଣ ଚାହିଁଲେ ଶ୍ରାବଣ ମାସର ଆରମ୍ଭରୁ ଏଥିରେ ଗଙ୍ଗାଜଳ ଆଣି ଘରେ ରଖିପାରିବେ ଓ ମାସ ସାରା ଏହାକୁ ପୂଜା କରିପାରିବେ। କିନ୍ତୁ ଯଦି ଏହା ସମ୍ଭବ ନୁହେଁ ତେବେ ଆପଣ ରୂପା ତମ୍ବା ଏବଂ ପିତ୍ତଳ ପାତ୍ର ଆଣି ସେଥିରେ ନିର୍ମଳ ଜଳ ଭରିଦେବେ। ଆଉ ପ୍ରତିଦିନ ସେଥିରୁ ଭଗବାନ ଶିବଙ୍କୁ ଜଳ ଅର୍ପଣ କରି ପୁଣି ଭରିକି ରଖିଦେବେ। ଧନର ଆଗମନ ପାଇଁ ଏହା ସବୁଠୁ ଅଧିକ ପ୍ରଭାବଶାଳୀ ହୋଇଥାଏ।

ନାଗ ନାଗୁଣୀ ଯୋଡ଼ା। ଶ୍ରାବଣ ମାସର ଆରମ୍ଭରୁ ରୂପାର ନାଗ ନାଗୁଣୀ ଯୋଡିଙ୍କୁ ଘରେ ଆଣି ରଖନ୍ତୁ ଓ ପ୍ରତ୍ଯେକ ଦିନ ପୂଜା କରନ୍ତୁ। ଶ୍ରାବଣ ମାସ ସରିବା ପରେ ଏହାକୁ କୌଣସି ଶିବ ମନ୍ଦିରରେ ରଖି ଦିଅନ୍ତୁ। ଏହା ଆପଣଙ୍କୁ ପିତୃଦୋଷରୁ ମୁକ୍ତି ଦେଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *