Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସରେ ପ୍ରତିଦିନ ଏକ ଜିନିଷ ଅର୍ପଣ କରିଦେବେ ପୁରା ବର୍ଷ ଭଗବାନ ଶିବ ଭରିବେ ଆଲମାରୀ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶ୍ରାବଣ ମାସରେ ପ୍ରତିଦିନ ଏକ ଜିନିଷ ଅର୍ପଣ କରିଦେବେ ପୁରା ବର୍ଷ ଭଗବାନ ଶିବ ଭରିବେ ଆଲମାରୀ।

ଏହି ଶ୍ରାବଣ ମାସକୁ ବହୁତ ପବିତ୍ର ମାସ ମାନାଯାଏ। ଏହି ମାସର ମହତ୍ୱ ଅଧିକ ଅଛି। ଏହି ମାସ ଭଗବାନ ଶିବଙ୍କୁ ସମର୍ପଣ ଅଟେ। ଏହି ମାସ ଭଗବାନ ଶିବଙ୍କୁ ବହୁତ ପ୍ରିୟ ଅଟେ।

ଶ୍ରାବଣ ମାସରେ ପଡୁଥିବା ସୋମବାର ଦିନ ଭଗବାନ ଶିବଙ୍କୁ ରୁଦ୍ରଭିଷେକ କରିଲେ ଭଗବାନ ଶିବ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି। ଭଗବାନ ଶିବଙ୍କର ପୂଜା କରିଲେ ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଥାଏ।

ଏହି ମାସରେ କାଉଡ଼ିଆମାନେ ଗଙ୍ଗା ନଦୀରୁ ଜଳ ନେଇ ଭଗବାନ ଶିବଙ୍କୁ ଜଳାଭିଷେକ କରିଥାନ୍ତି।

ଶ୍ରାବଣ ମାସର ସୋମବାର ଦିନ ଶୀଘ୍ର ଉଠି ସ୍ନାନ କରି ସ୍ୱଛ ବସ୍ତ୍ର ପରିଧାନ କରି ଭଗବାନ ଶିବଙ୍କୁ ଜଳ କ୍ଷୀର ଦହି ମହୁ ଗଙ୍ଗା ଜଳରେ ଅଭିଷେକ କରନ୍ତୁ। ଭଗବାନ ଶିବଙ୍କର ଅଭିଷେକ କରିବା ସମୟରେ ଓଁ ନମଃ ଶିବାୟର ଜପ କରୁଥିବେ।

କଳା କିମ୍ବା ନୀଳ ରଙ୍ଗର ବସ୍ତ୍ର କେବେବି ପରିଧାନ କରିବେ ନାହିଁ।

ଭଗବାନ ଶିବଙ୍କୁ ବେଲପତ୍ର ଭାଙ୍ଗ ଧୁତୁରା ଅର୍ପଣ କରିବେ। ଏହା ଭଗବାନ ଶିବଙ୍କୁ ଅତ୍ୟନ୍ତ ପ୍ରିୟ ଅଟେ। ଭଗବାନ ଶିବଙ୍କର ଆଳତୀ କରନ୍ତୁ। ଶିବ ଚାଳିସାର ପାଠ କରନ୍ତୁ। ମା ପାର୍ବତୀଙ୍କ ଷୋହଳ ସିଙ୍ଗାର ଵସ୍ତୁ ଅର୍ପଣ କରନ୍ତୁ। ସ୍ୱାମୀଙ୍କ ଆୟୁଷ ବୃଦ୍ଧି ହୋଇଥାଏ ଘରେ ସୁଖ ସୌଭାଗ୍ୟ ବୃଦ୍ଧି ହୋଇଥାଏ।

ଶ୍ରାବଣ ମାସ ୨୦୨୨ ରେ ୧୪ ଜୁଲାଇରୁ ଆରମ୍ଭ ହେବ ଏବଂ ଶ୍ରାବଣ ମାସର ସମାପ୍ତି ୧୨ ଅଗଷ୍ଟକୁ ହେବ। ଶ୍ରାବଣ ମାସର ପ୍ରଥମ ସୋମବାର ୧୮ ଜୁଲାଇ ଦିନ ପଡିବ। ୨୫ ଜୁଲାଇକୁ ଶ୍ରାବଣ ମାସର ଦ୍ୱିତୀୟ ସୋମବାର ବ୍ରତ ୧ ଅଗଷ୍ଟକୁ ତୃତୀୟ ଶ୍ରାବଣ ମାସର ସୋମବାର ବ୍ରତ ୮ ଅଗଷ୍ଟରେ ଶ୍ରାବଣ ମାସର ଚତୁର୍ଥ ସୋମବାର ବ୍ରତ ରହିବ।

ଶ୍ରାବଣ ମାସର ବ୍ରତ ରଖିଲେ ପୁରା ମାସ ସାରା ମାଛ ମାଂସ ମଦ ରସୁଣ ପିଆଜର ସେବନ କରିବେ ନାହିଁ।

ଶାଗର ସେବନ କରିବେ ନାହିଁ।

ଶୀଘ୍ର ଉଠି ସ୍ନାନ କରନ୍ତୁ।

ଭଗବାନ ଶିବଙ୍କ ମନ୍ଦିରକୁ ଯାଇ ଏକ ଘଟି ପାଣିରେ ଅଳ୍ପ କ୍ଷୀର ମିଶାଇ ଭଗବାନ ଶିବ ଲିଙ୍ଗରେ ଅର୍ପଣ କରନ୍ତୁ।

ଭଗବାନ ଶିବଙ୍କ ସାମ୍ନାରେ ଦୀପ ଜଳେଇବା ସମୟରେ ସେଥିରେ ୧ ଟି ଲବଙ୍ଗ ନିଶ୍ଚୟ ପକେଇ ଦେବେ ଶ୍ରାବଣ ମାସ ଶେଷ ହେବା ପୂର୍ବରୁ ଆପଣଙ୍କର ମନସ୍କାମନା ପୂରଣ ହୋଇଯିବ।

ଭଗବାନ ଶିବଙ୍କୁ ପଞ୍ଚାମୃତ ଏବଂ ପାନ ଦୁଇଟି ଜିନିଷର ଭୋଗ ନିଶ୍ଚୟ ଅର୍ପଣ କରନ୍ତୁ।

ବ୍ରତର ପାଠ କରନ୍ତୁ ଶୁଣନ୍ତୁ।

ବିବାହିତ ଲୋକେ ଦାମ୍ପତ୍ୟ ଜୀବନରେ ସୁଖୀ ରହିବା ପାଇଁ ଏହି ବ୍ରତ ରଖିଥାନ୍ତି ଏବଂ ବିବାହିତ ଲୋକ ଭଲ ଜୀବନସାଥୀ ପାଇବା ପାଇଁ ଏହି ବ୍ରତ ରଖିଥାନ୍ତି।

ଆସନ୍ତୁ ଜାଣିବା ଭଗବାନ ଶିବଙ୍କୁ କେଉଁ ଜିନିଷ ଅର୍ପଣ କରିବା ଉଚିତ ଏବଂ କେଉଁ ଜିନିଷ ଭୁଲରେ ବି ଅର୍ପଣ କରିବା କରିବା ଉଚିତ ନୁହେଁ।

ଭଗବାନ ଶିବ ଲିଙ୍ଗ ଉପରେ କ୍ଷୀର ଅର୍ପଣ କରିଲେ ଆରୋଗ୍ୟ ପ୍ରାପ୍ତି ହୋଇଥାଏ। ସ୍ୱାସ୍ଥ୍ୟ ଭଲ ରହିଥାଏ।

ଦହି ଅର୍ପଣ କରିଲେ ଜୀବନରେ ଖୁସି ଆନନ୍ଦ ପ୍ରାପ୍ତି ହୋଇଥାଏ।

ଘିଅ ଅର୍ପଣ କରିଲେ ଶକ୍ତି ବଢିଥାଏ। ସମ୍ମାନ ବଢିଥାଏ। ସନ୍ତାନ ପ୍ରାପ୍ତ ହୋଇଥାଏ।

ମହୁ ଅର୍ପଣ କରିଲେ ସୌନ୍ଦର୍ଯ୍ୟ ବଢିଥାଏ। କଥାରେ ମଧୁରତା ବନି ରହିଥାଏ। ସମାଜରେ ଲୋକପ୍ରିୟତା ବୃଦ୍ଧି ପାଇଥାଏ।

ଜୀବନରେ ଖୁସି ରହିବା ପାଇଁ ଗୁଡ଼ କିମ୍ବା ଚିନି ଅର୍ପଣ କରନ୍ତୁ।

ଏହି ମାସରେ ଭଗବାନ ଶିବ ଲିଙ୍ଗରେ ଅତର ଅର୍ପଣ କରିଲେ ଧାର୍ମିକ ପ୍ରାପ୍ତି ହୋଇଥାଏ। ଜୀବନରେ ଖୁସି ଆସିଥାଏ।

ସୁଗନ୍ଧିତ ତେଲ ଅର୍ପଣ କରିଲେ ସୁଖ ସମୃଦ୍ଧି ଧନ ସମ୍ପତ୍ତି ପ୍ରାପ୍ତି ହୋଇଥାଏ।

ଚନ୍ଦନ ଅର୍ପଣ କଲେ ଯଶ ପ୍ରାପ୍ତି ହୋଇଥାଏ।

ଭଗବାନ ଶିବଙ୍କୁ ବୈରାଗୀ କୁହାଯାଏ।

ଆସନ୍ତୁ ଜାଣିବା ଭଗବାନ ଶିବଙ୍କୁ କେଉଁ ଜିନିଷ ଅର୍ପଣ କରିବା ଉଚିତ ନୁହେଁ।

ଶଙ୍ଖରେ ଜଳ ଭଗବାନ ଶିବଙ୍କୁ ଅର୍ପଣ କରିବେ ନାହିଁ। ଶଙ୍ଖ ଭଗବାନ ବିଷ୍ଣୁଙ୍କର ଅତି ପ୍ରିୟ କିନ୍ତୁ ଭଗବାନ ଶିବ ଶଙ୍ଖଚୁର ନାମକ ଅସୁରକୁ ବଧ କରିଥିଲେ। ସେଥିପାଇଁ ଶିବଙ୍କ ପୂଜାରେ ଶଙ୍ଖ ବର୍ଜିତ ବୋଲି କୁହାଯାଏ।

ଭଙ୍ଗା ଚାଉଳ ଅର୍ପଣ କରିବେ ନାହିଁ।

ହଳଦୀର ବ୍ୟବହାର ଭଗବାନ ଶିବଙ୍କ ପୂଜାରେ ଅର୍ପଣ କରିବେ ନାହିଁ। ହଳଦୀ ମୁଖ୍ୟତଃ ସୌନ୍ଦର୍ଯ୍ୟ ଭାବେ ବ୍ୟବହାର କରାଯାଏ। ଶାସ୍ତ୍ର ଅନୁସାରେ ହଳଦୀ ସ୍ତ୍ରୀର ପ୍ରତୀକ। ସେଥିପାଇଁ ମହାଦେବଙ୍କୁ ହଳଦୀ ଅର୍ପଣ କରାଯାଏନାହିଁ।

ହିନ୍ଦୁ ଶାସ୍ତ୍ର ଅନୁସାରେ ଶିବଙ୍କୁ ସିନ୍ଦୁର ବା କୁମକୁମ ଅର୍ପଣ କରିବା ଉଚିତ ନୁହେଁ।

ନଡ଼ିଆ ପାଣିରେ ଶିବଙ୍କ ଅଭିଷେକ କରିବା ଅନୁଚିତ। ନଡ଼ିଆ ଭୋଗରେ ଅର୍ପଣ କରିପାରିବେ।

ରାହୁ କେତୁ ସମସ୍ୟା ଥିଲେ ଭଗବାନ ଶିବ ଲିଙ୍ଗ ଉପରେ ୨ ଟି ଲବଙ୍ଗ ଅର୍ପଣ କରନ୍ତୁ।

କେତକୀ ଫୁଲ ଅର୍ପଣ କରିବେ ନାହିଁ।

ତୁଳସୀର ପତ୍ରକୁ ବି ଭଗବାନ ଶିବଙ୍କର ପୂଜାରେ ବ୍ୟବହାର କରିବେ ନାହିଁ।

ଭାଙ୍ଗ ଅର୍ପଣ କରିଲେ ସମସ୍ତ ପାପ ନାଶ ହୋଇଥାଏ।

କେଶର ଅର୍ପଣ କରିଲେ ଦାମ୍ଫତ୍ୟ ଜୀବନ ସୁଖମୟ ରହିଥାଏ।

ଗହମ ଅର୍ପଣ କରିଲେ ଵଂଶ ବୃଦ୍ଧି ହୋଇଥାଏ।

କଳା ତିଳ ଅର୍ପଣ କରିଲେ ସମସ୍ତ ପାପ ସମସ୍ତ ରୋଗରୁ ମୁକ୍ତି ମିଳିଥାଏ।

ଭଗବାନ ଶିବଲିଙ୍ଗରେ ବେଲ ପତ୍ର ଅର୍ପଣ କରିଲେ ସମସ୍ତ ସଙ୍କଟ ଦୂର ହୋଇଥାଏ।

ସମୀ ପତ୍ର ଅର୍ପଣ କରିଲେ ପୁଣ୍ୟ ପ୍ରାପ୍ତି ହୋଇଥାଏ।

ଦୁବ ଅର୍ପଣ କରିଲେ ଦୀର୍ଘାୟୁ ହୋଇଥାନ୍ତି।

ପଦ୍ମ ଫୁଲ ଅର୍ପଣ କରିଲେ ଜୀବନରେ ଧନ ସମ୍ପତ୍ତି ମାନ ସମ୍ମାନ ପ୍ରାପ୍ତି ହୋଇଥାଏ।

ସଙ୍ଗାରହାର ଫୁଲ ଅର୍ପଣ କରିଲେ ଶୁକ୍ର ମଜବୁତ ହୋଇଥାଏ।

ଅପରାଜିତା ଫୁଲ ଅର୍ପଣ କରିଲେ ଶତ୍ରୁ ବିରୋଧୀ ଶାନ୍ତ ରହିଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *