Excuse Me Odisha

ଯାହା କହିବୁ ସତ କହିବୁ

ଏହି ଅଙ୍ଗରେ କଳା ସୂତା ପିନ୍ଧିବା ଉଚିତ ନୁହେଁ। ଏଥିରୁ ଅଶୁଭ ପରିଣାମ ମିଳିଥାଏ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ଅଙ୍ଗରେ କଳା ସୂତା ପିନ୍ଧିବା ଉଚିତ ନୁହେଁ। ଏଥିରୁ ଅଶୁଭ ପରିଣାମ ମିଳିଥାଏ।

ଭଗବାନ ଶନିଦେବଙ୍କୁ ହିନ୍ଦୁ ଧର୍ମରେ ନ୍ୟାୟର ଦେବତା କୁହାଯାଏ। ଶନି ମନୁଷ୍ୟର ଭଲ ଏବଂ ଖରାପ କର୍ମ ଅନୁସାରେ ହିଁ ତାଙ୍କୁ ବରଦାନ ଦେଇଥାନ୍ତି। ପାପୀ ମାନଙ୍କ ପାଇଁ ଶନିଦେବ ବହୁତ କଷ୍ଟକାରକ ଅଟନ୍ତି ଏବଂ ଭଲ କାମ କରୁଥିବା ଲୋକଙ୍କ ପାଇଁ ଶନିଦେବ ସର୍ବଦା ଦୟାଳୁ ଥାନ୍ତି। ଶାସ୍ତ୍ର ଅନୁସାରେ ଶନିଦେବଙ୍କୁ କଳା ରଙ୍ଗ ଅତ୍ୟନ୍ତ ପ୍ରିୟ ହୋଇଥାଏ। ଏଥିପାଇଁ କୁହାଯାଏ ଯେଉଁ ବ୍ୟକ୍ତି ଶନିବାର ଦିନ କଳା ରଙ୍ଗର ଜିନିଷର ଦାନ କରନ୍ତି ତାଙ୍କ ଉପରେ ଶନିଦେବ ସର୍ବଦା ନିଜର କୃପା ବର୍ଷା କରିଥାନ୍ତି। କଳା ରଙ୍ଗରେ ନକରାତ୍ମକ ଉର୍ଜାକୁ ସୁଖେଇବାର ଶକ୍ତି ରହିଥାଏ। ଏଥିପାଇଁ ଜ୍ୟୋତିଷ ଶାସ୍ତ୍ରରେ କଳା ରଙ୍ଗର ସୂତା ପିନ୍ଧିବାର ପରାମର୍ଶ ଦେଇଥାନ୍ତି। ଯେଉଁ କାମରେ ବି ଆପଣଙ୍କୁ ସଫଳତା ମିଳିଥାଏ ତ ଆପଣଙ୍କୁ କଳା ରଙ୍ଗର ସୂତା ଅବଶ୍ୟ ହିଁ ଧାରଣ କରିବା ଉଚିତ। ଏହା ଆପଣଙ୍କୁ ଖରାପ ନଜରରୁ ରକ୍ଷା କରିଥାଏ।

ଅନେକ ଥର ଏମିତି ହୋଇଥାଏ କି ମନୁଷ୍ୟଙ୍କୁ ଅଚାନକ ଧନର ପ୍ରାପ୍ତି ହୋଇଯାଏ ଏବଂ ଅନ୍ୟ ପଟେ ତା ସହିତ କିଛି ଅଶୁଭ ହୋଇଯାଏ। ଯାହା ଦ୍ୱାରା ତାର ସବୁ ଧନ ଖର୍ଚ୍ଚ ହୋଇଯାଏ। ଏହାସବୁ ଅନ୍ୟର ଖରାପ ନଜର କାରଣରୁ ହିଁ ହୋଇଥାଏ। ଏଥିପାଇଁ ଶନିବାର ଦିନ କଳା ରଙ୍ଗର ସୂତା ଅବଶ୍ୟ ଧାରଣ କରିବା ଉଚିତ। ଆସନ୍ତୁ ଜାଣିବା କଳା ସୂତା ପିନ୍ଧିବାର ମହତ୍ୱପୂର୍ଣ୍ଣ କଥା ବିଷୟରେ।

କଳା ରଙ୍ଗ ବାତାବରଣରେ ଥିବା ନକରାତ୍ମକ ଉର୍ଜାକୁ ସୁଖେଇ ନେଇଥାଏ ଏବଂ ନକରାତ୍ମକ ଶକ୍ତି ଆମର କୌଣସି କ୍ଷତି କରିପାରେ ନାହିଁ। କଳା ସୂତା ଆମର ଶରୀରକୁ ନକରାତ୍ମକ ଶକ୍ତିକୁ ପ୍ରବେଶ କରିବାକୁ ଦିଏନାହିଁ।

କଳା ସୂତା ପିନ୍ଧିବା ପୂର୍ବରୁ ତାହାକୁ ପ୍ରଥମେ ଶନି ମନ୍ଦିରରେ ଯାଇ ଅଭିମନ୍ତ୍ରିତ କରିବା ଆବଶ୍ୟକ ଅଟେ। ଏହା ଦ୍ବାରା ଶନିଦେବଙ୍କ କୁଦୃଷ୍ଟିତୁ ରକ୍ଷା ମିଳିଥାଏ। ଏଥିପାଇଁ ଶନିବାର ଦିନ ଶନି ମନ୍ଦିର ଯାଇ ଶନିଦେବଙ୍କ ପାଦ ତଳେ କଳା ସୂତା ରଖି ତାହାକୁ ପିନ୍ଧିବା ଉଚିତ। ଏହି ସୂତା ଶତ୍ରୁଙ୍କ ଠାରୁ ଏବଂ ଖରାପ ନଜରରୁ ରକ୍ଷା କରିଥାଏ।

କଳା ସୂତା ମହିଳା ମାନଙ୍କୁ ନିଜର ବାମ ଗୋଡ଼ରେ ଏବଂ ପୁରୁଷଙ୍କୁ ନିଜର ଡାହାଣ ଗୋଡ଼ରେ ବାନ୍ଧିବା ଉଚିତ। ଏହା ଦ୍ୱାରା ଶୁଭ ହୋଇଥାଏ।

ଯଦି କୌଣସି ବ୍ୟକ୍ତି ଗମ୍ଭୀର ରୋଗରେ ପୀଡ଼ିତ ଥିବେ ତେବେ ତାଙ୍କୁ କଳା ସୂତା ପାଦର ଆଙ୍ଗୁଳିରେ ବାନ୍ଧିବା ଉଚିତ। ଏହା ଦ୍ବାରା ସ୍ୱାସ୍ଥ୍ୟ ସମ୍ବଦ୍ଧିତ ସମସ୍ୟାରୁ ମୁକ୍ତି ମିଳିଥାଏ।

କଳା ସୂତାକୁ ଅଭିମନ୍ତ୍ରିତ କରି ନିଜର ଘରର ମୁଖ୍ୟ ଦ୍ୱାର କିମ୍ବା ଦୁକାନ ସାମ୍ନାରେ ବାନ୍ଧିବା ଉଚିତ କିମ୍ବା ଗାଡ଼ିରେ ଧନ ରଖୁଥିବା ସ୍ଥାନରେ ରଖିବା ଉଚିତ । ଏହା ଦ୍ବାରା ଖରାପ ନଜରରୁ ରକ୍ଷା ମିଳିଥାଏ।

କଳା ସୂତାକୁ ବାନ୍ଧିବା ସମୟରେ ଧ୍ୟାନ ଦେବେ କି ଏମିତି ସ୍ଥାନରେ ବାନ୍ଧିବେ ନାହିଁ ଯେଉଁ ସ୍ଥାନ ସର୍ବଦା ଢାଙ୍କି ହୋଇ ରହୁଥିବ। ଏହି ସୂତା ଅନ୍ୟକୁ ଦେଖାଯିବା ଉଚିତ। ତେବେ ଯାଇ ଏହା ଖରାପ ନଜରରୁ ରକ୍ଷା ପାଇପାରିବେ।

କଳା ସୂତାକୁ ଗଳାରେ ବାନ୍ଧିବା ବହୁତ ହିଁ ଅଧିକ ପ୍ରଭାବଶାଳୀ ହୋଇଥାଏ କାହିଁକିନା ଲୋକଙ୍କ ନଜର ପ୍ରଥମେ ଗଳାରେ ପିନ୍ଧିଥିବା ଆଭୂଷଣ ଉପରେ ହିଁ ପଡିଥାଏ। ଏହା ଦ୍ବାରା ଲୋକଙ୍କ ଖରାପ ନଜରରୁ ରକ୍ଷା କରିବାରେ ଅଧିକ ପ୍ରଭାବଶାଳୀ ହୋଇଥାଏ।

କଳା ସୂତା ମହିଳା ମାନଙ୍କୁ ନିଜର ଅଣ୍ଟାରେ ବାନ୍ଧିବା ଉଚିତ କିନ୍ତୁ ପୁରୁଷ ମାନଙ୍କୁ କଳା ସୂତା ନିଜ ଅଣ୍ଟାରେ ବାନ୍ଧିବା ଉଚିତ ନୁହେଁ।

ଛୋଟ ପିଲାଙ୍କ ହାତରେ ଗଳାରେ ଏବଂ ଗୋଡ଼ରେ କଳା ସୂତା ବାନ୍ଧିବା ଉଚିତ। କାରଣ ଛୋଟ ପିଲା ବହୁତ ଶୀଘ୍ର ଖରାପ ନଜରର ଶିକାର ହୋଇଥାନ୍ତି। ଯେଉଁ କାରଣରୁ ସେମାନେ ବାରମ୍ବାର ରୋଗରେ ପୀଡ଼ିତ ହୋଇଥାନ୍ତି ସେଥିପାଇଁ କଳା ସୂତା ଅବଶ୍ୟ ବାନ୍ଧିବା ଉଚିତ।

ମଙ୍ଗଳବାର ଦିନ ହନୁମାନଙ୍କ ମନ୍ଦିର ଯାଇ କଳା ସୂତାକୁ ହନୁମାନଙ୍କ ଚରଣର ସିନ୍ଦୁର ଲଗାଇ ଧାରଣ କରନ୍ତୁ। ଏହା ଅଧିକ ପ୍ରଭାବଶାଳୀ ସିଦ୍ଧ ହୋଇଥାଏ। ଯଦି କଳା ରଙ୍ଗର ସୂତା ପିନ୍ଧିବେ ତେବେ ଅନ୍ୟ କୌଣସି ରଙ୍ଗର ସୂତା ପିନ୍ଧିବାର ଆବଶ୍ୟକତା ନାହିଁ। ଖାସ କରି କଳା ରଙ୍ଗର ସୂତା ପିନ୍ଧିଲେ ଲାଲ ରଙ୍ଗର ସୂତା ପିନ୍ଧିବା ଉଚିତ ନୁହେଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *