Excuse Me Odisha

ଯାହା କହିବୁ ସତ କହିବୁ

୨୪ ଘଣ୍ଟା ମଧ୍ୟରେ ଏହି ରାଶିର ଖୋଲିଯିବ ଭାଗ୍ୟ। ବୁଧ ଗ୍ରହର କୃପା ଦୃଷ୍ଟି ପଡ଼ିବ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହ ଜୁଲାଇ ୧୭ ତାରିଖ ଦିନ କର୍କଟ ରାଶିରେ ଗୋଚର କରିବାକୁ ଯାଉଛନ୍ତି। ବୁଧ ଗ୍ରହର ଏହି ଗୋଚର ୩ଟି ରାଶିର ଲୋକଙ୍କ ଉପରେ ଖାସ ପ୍ରଭାବ ପକାଇବାକୁ ଯାଉଛି। ତେବେ ଆସନ୍ତୁ ସେହି ରାଶିର ଲୋକଙ୍କ ବିଷୟରେ ଜାଣିବା।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ଓ ନକ୍ଷତ୍ର ମାନଙ୍କର ସ୍ଥିତିରେ ପରିବର୍ତ୍ତନ ଆସିଲେ, ଏହାର ସିଧାସଳଖ ପ୍ରଭାବ ରାଶିଚକ୍ରରେ ଥିବା ୧୨ ଗୋଟି ରାଶିର ଲୋକଙ୍କ ଉପରେ ପଡ଼ିଥାଏ। ପ୍ରତ୍ୟେକ ଗ୍ରହ ମାସରେ କୌଣସି ସମୟରେ ଗ୍ରହ ପରିବର୍ତ୍ତନ କରିଥାନ୍ତି। ଜୁଲାଇ ୧୭ ତାରିଖ ଦିନ ବୁଧ ଗ୍ରହ କର୍କଟ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ବୁଧ ଗ୍ରହର ଗୋଚର ପ୍ରଭାବ ବ୍ୟକ୍ତିର କାରବାର, ସେୟାର ମାର୍କେଟ, ଅର୍ଥ ବ୍ୟବସ୍ଥା ଉପରେ ପଡ଼ିବ। କିନ୍ତୁ ବିଶେଷ ୩ ଗୋଟି ରାଶିର ଲୋକଙ୍କୁ ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତ ହେବ।ଏହାସହିତ ଏମାନଙ୍କର ଭାଗ୍ୟ ପରିବର୍ତ୍ତନ ହୋଇଯିବ।

ମିଥୁନ ରାଶି :-

ଏହି ରାଶିର କୁଣ୍ଡଳୀରେ ଦ୍ୱିତୀୟ ସ୍ଥାନରେ ବୁଧ ଗ୍ରହ ଗୋଚର କରିବାକୁ ଯାଉଛନ୍ତି।ଆକସ୍ମିକ ଭାବରେ ଧନଲାଭ ହେବାର ସମ୍ଭାବନା ରହିଛି। କାରବାରରେ ବଡ଼ ଲାଭ ହେବାର ସମ୍ଭାବନା ରହିଛି।ଏହି ସମୟରେ ଆପଣଙ୍କୁ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ସେୟାର ବଜାରରେ ନିବେଶ କରିବା ପାଇଁ ଏହି ସମୟ ଅତ୍ୟନ୍ତ ଅନୁକୂଳ ସାବ୍ୟସ୍ତ ହେବ। ବୁଧ ଦେବ ମିଥୁନ ରାଶିର ଚତୁର୍ଥ ସ୍ଥାନରେ ସ୍ବାମୀ ଅଟନ୍ତି।ତେଣୁ ଆପଣଙ୍କୁ ସବୁ କ୍ଷେତ୍ରରେ ପିତାମାତାଙ୍କର ସହଯୋଗ ପ୍ରାପ୍ତ ହେବ। ଏହି ସମୟରେ ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ସବୁଥିରେ ସଫଳତା ହାସଲ କରିବେ।

କନ୍ୟା ରାଶି :-

ଏହି ରାଶିର ୧୧ତମ ସ୍ଥାନରେ ବୁଧ ଗ୍ରହ ଗୋଚର କରିବାକୁ ଯାଉଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ମାନା ଯାଇଛି। ଏହାକୁ ଆୟ ଓ ଲାଭର ସ୍ଥାନ ମାନା ଯାଇଥାଏ। ବ୍ୟବସାୟରେ ଆଶାନୁରୂପ ସଫଳତା ହାସଲ କରିବେ। ଜୀବନସାଥୀଙ୍କ ସହିତ ସମ୍ପର୍କ ସୁଦୃଢ ରହିବ। ଆକସ୍ମିକ ଧନଲାଭ ହେବାର ସମ୍ଭାବନା ରହିଛି। ଆୟରେ ବୃଦ୍ଧି ହେବାର ସମ୍ଭାବନା ରହିଛି। କ୍ୟାରିୟରରେ ଅଗ୍ରଗତି କରିବେ। ଚାକିରି କ୍ଷେତ୍ରରେ ପଦୋନ୍ନତୀ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ

ତୁଳା ରାଶି :-

ଏହି ରାଶିର କୁଣ୍ଡଳୀରେ ବୁଧ ଗ୍ରହର ଗୋଚର ଦଶମ ଭାବରେ ଗୋଚର କରିବାକୁ ଯାଉଛନ୍ତି। ବ୍ୟବସାୟରେ ଲାଭବାନ ହେବେ। ଚାକିରି କ୍ଷେତ୍ରରେ ପଦୋନ୍ନତୀ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି।କାରବାରରେ ବିସ୍ତାର କରିବେ। କାର୍ଯ୍ୟସ୍ଥଳରେ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟ ଶୈଳୀ ଦେଖି ସନ୍ତୁଷ୍ଟ ହେବେ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ଅବିବାହିତ ଲୋକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *