Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସରେ ଏହି ଭୁଲ କରନ୍ତୁ ନାହିଁ। ପୁରା ଘର ବର୍ବାଦ ହୋଇଯିବ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶ୍ରାବଣ ମାସରେ ଏହି ଭୁଲ କରନ୍ତୁ ନାହିଁ। ପୁରା ଘର ବର୍ବାଦ ହୋଇଯିବ।

ହିନ୍ଦୁ ଧର୍ମରେ ଶ୍ରାବଣ ମାସର ବହୁତ ମହତ୍ୱ ରହିଛି। ପବିତ୍ର ଶ୍ରାବଣ ମାସ ଭାଗବାନ ଶିବଙ୍କୁ ସମର୍ପିତ ଅଟେ। ଶିବ ଭକ୍ତମାନେ ବଡ ଆଗ୍ରହର ସହ ଏହି ମାସର ଅପେକ୍ଷା କରିଥାନ୍ତି। ଶିବ ଭକ୍ତ ମାନେ ଏହି ମାସ ପ୍ରତି ସୋମବାର ଶିବଙ୍କ ପୂଜାର୍ଚ୍ଚନା କରନ୍ତି ଓ ଭଗବାନ ମଧ୍ୟ ତାଙ୍କ ଭକ୍ତଙ୍କ ଉପରେ କୃପା ବର୍ଷା କରନ୍ତି। ଏହି ମାସରେ ପବିତ୍ର ନଦୀରେ ସ୍ନାନ କରିବା ବ୍ରତ ରଖିବା ଭଗବାନ ଶିବଙ୍କୁ ଅଭିଷେକ କରିବା ବହୁତ ମହତ୍ୱପୂର୍ଣ୍ଣ ରହିଛି।

ବିଶେଷ କରି ସୋମବାର ଦିନ ମହିଳାମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠି ସ୍ନାନ କରି ବ୍ରତ ରଖିଥାନ୍ତି। କୁଆଁରୀ କନ୍ୟା ମାନେ ମନ ପସନ୍ଦର ବର ପାଇବା ପାଇଁ ଏହି ମାସରେ ବ୍ରତ ଏବଂ ଉପବାସ କରିଥାନ୍ତି। ବିବାହିତ ମହିଳା ସ୍ୱାମୀର ମଙ୍ଗଳକାମନା ପାଇଁ ବ୍ରତ ରଖିଥାନ୍ତି। ଏହି ମାସକୁ ବହୁତ ଆନନ୍ଦର ସହିତ ପାଳନ କରାଯାଏ। ଏହି ମାସ ଭଗବାନ ଶିବଙ୍କୁ ବହୁତ ପ୍ରିୟ ଅଟେ। ଶାସ୍ତ୍ର ଅନୁସାରେ ଏହି ମାସରେ ଯେଉଁ ଭକ୍ତ ଭଗବାନ ଶିବଙ୍କୁ ଶ୍ରଦ୍ଧାର ସହିତ ପୂଜା କରିଥାଏ ତାଙ୍କୁ ଭଗବାନ ଶିବ ମନ ପସନ୍ଦର ବର ପ୍ରଦାନ କରିଥାନ୍ତି। ଏହି ମାସ ୧୪ ଜୁଲାଇ ରୁ ଆରମ୍ଭ ହୋଇ ୧୨ ଅଗଷ୍ଟରେ ଶେଷ ହେବ।

ଶ୍ରାବଣ ମାସ ୨୦୨୨ ରେ ୧୪ ଜୁଲାଇରୁ ଆରମ୍ଭ ହେବ ଏବଂ ଶ୍ରାବଣ ମାସର ସମାପ୍ତି ୧୨ ଅଗଷ୍ଟକୁ ହେବ। ଶ୍ରାବଣ ମାସର ପ୍ରଥମ ସୋମବାର ୧୮ କୁଳାଇ ଦିନ ପଡିବ। ଏହି ଦିନ ବ୍ରତ ନିଶ୍ଚୟ ରଖନ୍ତୁ। ଭଗବାନ ଶିବ ଆପଣଙ୍କର ସମସ୍ତ ମନସ୍କାମନା ନିଶ୍ଚୟ ପୂରଣ କରିବେ। ୨୫ ଜୁଲାଇକୁ ଶ୍ରାବଣ ମାସର ଦ୍ୱିତୀୟ ସୋମବାର ବ୍ରତ ୧ ଅଗଷ୍ଟକୁ ତୃତୀୟ ଶ୍ରାବଣ ମାସର ସୋମବାର ବ୍ରତ ୮ ଅଗଷ୍ଟରେ ଶ୍ରାବଣ ମାସର ଚତୁର୍ଥ ସୋମବାର ବ୍ରତ ରହିବ।

ଏହି ଦିନ ପ୍ରଥମେ ଭଗବାନ ଗଣେଶଙ୍କୁ ପୂଜା କରିବେ ଏହାପରେ ଭଗବାନ ଶିବଙ୍କର ପୂଜା କରିବେ।

ପ୍ରଥମେ ଶିବ ଲିଙ୍ଗରେ ଜଳରେ ଅଭିଷେକ କରନ୍ତୁ ଏହା ପରେ ପଞ୍ଚାମୃତରେ ରୁଦ୍ରାଭିଷେକ କରନ୍ତୁ ଓ କେବଳ ବେଲ ପତ୍ର ହିଁ ଶିବଙ୍କୁ ଅର୍ପଣା କରନ୍ତୁ। ଶିବ ଲିଙ୍ଗରେ ଭାଙ୍ଗ ଚନ୍ଦନ ଓ ଚାଉଳ ମଧ୍ୟ ଚଢାଇ ସମସ୍ତଙ୍କୁ ତିଳକ ଲଗାନ୍ତୁ ।

ପ୍ରସାଦ ରୂପେ ଶିବଙ୍କୁ ଘିଅ ଓ ଚିନିରେ ପ୍ରସ୍ତୁତ ଭୋଗ ଲଗାନ୍ତୁ ଓ ଧୂପ ଦେଇ ଭଗବାନ ଗଣେଶଙ୍କ ଆଳତୀ ମଧ୍ୟ କରନ୍ତୁ ଓ ଶେଷରେ ଶିବଙ୍କ ଆଳତୀ କରି ପ୍ରସାଦ ବାଣ୍ଟନ୍ତୁ । ପବିତ୍ର ଶ୍ରାବଣ ମାସରେ ସକାଳୁ ଶୀଘ୍ର ଉଠନ୍ତୁ ନଚେତ ଶିବ ରୁଷ୍ଟ ହୋଇଯିବେ ।

ଏହି ପବିତ୍ର ମାସରେ ଘରେ କନ୍ଦାକଟା ନ କରି ଖୁସି ରହିଲେ ଭଗବାନ ଶିବ ଖୁବ ପ୍ରସନ୍ନ ହୁଅନ୍ତି ଓ ଆପଣଙ୍କୁ ମାଲାମାଲ ମଧ୍ୟ କରିଦେବେ। ପବିତ୍ର ଶ୍ରାବଣ ମାସରେ ମଦ ଓ ମାଂସ ପିଆଜ ରସୁଣ ଆଦି ଭୋଜନ କରିବାରୁ ଦୂରେଇ ରହିବା ଆବଶ୍ୟକ।

ଘର ସଫା ସୁତୁରା ରଖିବା ନିହାତି ଆବଶ୍ୟକ ଅଟେ। ରାତିରେ ମଧ୍ୟ ଶୀଘ୍ର ଶୋଇବା ଉଚିତ ।

ଏହି ମାସରେ କେଶ ନଖ ଓ ଦାଢି ଆଦି ମଧ୍ୟ କାଟନ୍ତୁ ନାହିଁ କି କ୍ଷୁର ଲଗାନ୍ତୁ ନାହିଁ। ଏହାଦ୍ବାରା ମଧ୍ୟ ପାପ ଲାଗେ ଓ ଭଗବାନ ଶିବ କ୍ରୋଧିତ ହୋଇଯାନ୍ତି। ଏହି ମାସରେ ଯେତେ ସମ୍ଭବ ମଧୁର ବ୍ୟବହାର କରନ୍ତୁ ଓ ଗରିବ ଏବଂ ପଶୁମାନଙ୍କ ସେବା ମଧ୍ୟ କରନ୍ତୁ। ଏହା ଦ୍ଵାରା ଭଗବାନ ଶିବ ଖୁବ ପ୍ରସନ୍ନ ହୁଅନ୍ତି ଓ ଧନ ବୃଦ୍ଧି ମଧ୍ୟ କରାନ୍ତି।

ଶ୍ରାବଣ ମାସରେ ସବୁଜ ପନିପରିବା ଦୂଷିତ ହୋଇଯାଏ ଓ କୀଟ ଲାଗିଯାଏ ସେଥିପାଇଁ ଭଲ ଭାବେ ଦେଖିକରି ଭୋଜନ କରିବା ଉଚିତ। ଶ୍ରାବଣ ମାସରେ ବାଇଗଣ ଖାଇବା ଉଚିତ ନୁହେଁ ଏହା ବର୍ଜିତ ଅଟେ।

ଏହି ମାସରେ ପତି ପତ୍ନୀ କୌଣସି ଶାରୀରକ ସମ୍ପର୍କ ରଖିବା ଉଚିତ ନୁହେଁ। ଯଦି ଆପଣ ସଂଯମ ରକ୍ଷା ନ କରନ୍ତି ତେବେ ଭଗବାନ ଶିବ ରୁଷ୍ଟ ହୋଇପାରନ୍ତି।

ଘରେ କାହାରି ବିଷୟରେ ଚୁଗଲି କରିବା ଉଚିତ ନୁହେଁ। ଝଗଡା ଲଢେଇ କରିବା ଉଚିତ ନୁହେଁ।

ଭୁଲରେ ଭଗବାନ ଶିବଙ୍କ ପାଖରେ ୫ ଟି ଜିନିଷ ରଖିବେ ନାହିଁ।

ଭଗବାନ ଶିବଙ୍କ ପାଖକୁ ଜୂତା ଚପଲ ନେଇ ଯିବେ ନାହିଁ।

ମାସିକ ଧର୍ମରେ ମହିଳାମାନେ ପୂଜା ପାଠ କରନ୍ତୁ ନାହିଁ। ଏହା ବହୁତ ବଡ଼ ପାପ ହୋଇଥାଏ।

ଶିବ ଲିଙ୍ଗ ଉପରେ ସର୍ବଦା ଜଳ ଧାରା ରହିବା ଉଚିତ।

ତୁଳସୀ ଗଛ ପାଖରେ ଭଗବାନ ଶିବ ଏବଂ ଭଗବାନ ଗଣେଶଙ୍କୁ ରଖିବେ ନାହିଁ। ଶିବ ଲିଙ୍ଗରେ ତୁଳସୀ ଅର୍ପଣ କରିବେ ନାହିଁ।

ଶାରୀରିକ ସମ୍ବଦ୍ଧ ବନେଇବା ପରେ ଭଗବାନଙ୍କ ପାଖକୁ ପୂଜା କରିବାକୁ ଯାଆନ୍ତୁ ନାହିଁ।

ଶ୍ରାବଣ ମାସରେ କୌଣସି ବି ଶୁଭ କାର୍ଯ୍ୟ କିମ୍ବା ବାହାଘର କରିବା ଉଚିତ ନୁହେଁ।

ଆପଣ ଜାଣିଛନ୍ତି କି ଭୋଳାନାଥଙ୍କୁ କ୍ଷୀର ଦ୍ଵାରା ଅଭିଷେକ କରାଯାଏ। ଏମିତିରେ ଶ୍ରାବଣ ମାସରେ କ୍ଷୀରର ବି ସେବନ କରିବା ଉଚିତ ନୁହେଁ କାରଣ ଏହା ଦ୍ଵାରା ଭୋଳାନାଥ କ୍ରୋଧିତ ହୋଇ ଯାଆନ୍ତି।

ଏହା ଛଡା ଆପଣଙ୍କୁ ଏହି କଥାର ଖାସ ଧ୍ୟାନ ରଖିବା ଉଚିତ କି ସୂର୍ଯ୍ୟ ଉଦୟ ପରେ ଶୟନ କରିବା ବିଲକୁଲବି ଶୁଭ ହୋଇ ନଥାଏ।

ଯଦି ଆପଣ ନିଜ ଘରେ ଏକ ସୁଖମୟ ପରିବେଶ ଚାହୁଁଛନ୍ତି ତେବେ ସବୁଦିନ ଭଗବାନ ଶିବ ଓ ପାର୍ବତୀଙ୍କର ପୂଜା କରିବା ଉଚିତ। ଯଦି ଏହିଭଳି କରୁଛନ୍ତି ତେବେ ଆପଣଙ୍କ ଘରେ ସୁଖ ଶାନ୍ତି ବନିରହିଥାଏ।

ଶ୍ରାବଣ ମାସରେ ଭଗବାନ ଶିବଙ୍କ ସହିତ ଜଡ଼ିତ କୌଣସି ବି ଜିନିଷ କାହାରିକୁ ଉଧାରରେ ଦିଅନ୍ତୁ ନାହିଁ। ଯେମିତିକି ଭଗବାନ ଶିବଙ୍କର ପସନ୍ଦର ଫୁଲ ଫଳ ବସ୍ତ୍ର ଆଦି କାହାରିକୁ ଉଧାରରେ ଦିଅନ୍ତୁ ନାହିଁ।

ଏହି ମାସକୁ ଧନ ପ୍ରାପ୍ତିର ମାସ ମାନାଯାଏ। ଏହି ମାସରେ କାହାରିକୁ ଧନ ଉଧାରରେ ଦିଅନ୍ତୁ ନାହିଁ କି ଏହି ମାସରେ କାହା ଠାରୁ ଧନ ଉଧାର ନିଅନ୍ତୁ ନାହିଁ। ଏହି ମାସରେ ଧନ ଉଧାରରେ ଦେଲେ କିମ୍ବା ନେଲେ ସେହି ଧନ ଫେରସ୍ତ ମିଳିନଥାଏ କି ଯେଉଁ କରଜ ନେଇ ନେଇଥିବେ ସେହି କରଜ ପରିଶୋଧ କରିହେବ ନାହିଁ। ଏଥିପାଇଁ ଏହି ଭୁଲ କରନ୍ତୁ ନାହିଁ।

ଏହି ମାସରେ କେବେବି କାହାରିକୁ କ୍ଷୀର ଦହି ଉଧାରରେ ଦିଅନ୍ତୁ ନାହିଁ। ଏମିତି କଲେ ମା ଲକ୍ଷ୍ମୀ ଆପଣଙ୍କ ଘର ଛାଡ଼ି ଚାଲିଯିବେ।

ଏହି ମାସରେ କେବେବି କାହାରିକୁ ବି ଘଣ୍ଟା ଉପହାରରେ ଦିଅନ୍ତୁ ନାହିଁ। ଅନ୍ୟକୁ ଘଡିକୁ ଦେବା ଦ୍ୱାରା ଆପଣଙ୍କ ପର୍ସନାଲ ଲାଇଫରେ ଆର୍ଥିକ କ୍ଷତି ହୋଇଥାଏ। ତ ଆଗକୁ ଧ୍ୟାନ ରଖନ୍ତୁ ଆପଣ ନିଜର ଘଡିକୁ କେବେବି କାହାରିକୁ ଉପହାରରେ ଦିଅନ୍ତୁ ନାହିଁ କି ଉପହାରରେ ନିଅନ୍ତୁ ନାହିଁ।

ଏହି ମାସରେ କେବେବି କାହାରୁକୁ ବସ୍ତ୍ର ଉଧାରରେ ଦିଅନ୍ତୁ ନାହିଁ କି ନିଅନ୍ତୁ ନାହିଁ।

ରୋଷେଇ ଘରେ କୌଣସି ବି ଜିନିଷ ଉଧାରରେ କାହାରିକୁ କିଛି ବି ଦିଅନ୍ତୁ ନାହିଁ।

ଘିଅ କାହାରିକୁ ଉଧାରରେ ଦିଅନ୍ତୁ ନାହିଁ କି ନିଅନ୍ତୁ ନାହିଁ।

ପୁରୁଣା କପଡାକୁ କେବେବି ଦାନରେ କାହାରିକୁ ଦେବେ ନାହିଁ।

ଏମିତି କଲେ ଘରେ କାଙ୍ଗାଳୀ ବାସ କରିଥାଏ।

ମା ଲକ୍ଷ୍ମୀଙ୍କ ସହିତ ଜଡ଼ିତ କୌଣସି ଜିନିଷର ଦାନ କରିବେ ନାହିଁ।

ସୁହାଗିନୀ ମହିଳାମାନେ ନିଜର ସୁହାଗ ସହିତ ଜଡ଼ିତ କୌଣସି ବି ଜିନିଷ କାହାରିକୁ ଦେବେ ନାହିଁ।

ଶ୍ରାବଣ ମାସରେ କଳା ଏବଂ ଧଳା ରଙ୍ଗର ବସ୍ତ୍ର କାହାକୁ ଦାନ କରିବା ଉଚିତ ନୁହେଁ କିମ୍ବା କାହାଠାରୁ ନେବା ମଧ୍ୟ ଉଚିତ ନୁହେଁ। ଧ୍ୟାନ ଦିଅନ୍ତୁ ଯେ କୌଣସି ବିବାହିତ ମହିଳାଙ୍କୁ ଧଳା ବସ୍ତ୍ର ଦାନ ଆକାରରେ କିମ୍ବା ଗିଫ୍ଟ ଆକାରରେ ମଧ୍ୟ ଦିଅନ୍ତୁ ନାହିଁ। ଯଦି ଆପଣ ଏପରି କରନ୍ତି ତେବେ ଏହା ଆପଣଙ୍କ ବୈବାହିକ ଜୀବନକୁ ପ୍ରଭାବିତ କରିଥାଏ। ସେହିପରି କଳା ବସ୍ତ୍ର କାହାକୁ ଦାନ କଲେ କିମ୍ବା କାହାଠାରୁ ନେଲେ ଦାରିଦ୍ର୍ୟତା ଆସିଥାଏ। ଦାନ ଦେଉଥିବା ବ୍ୟକ୍ତି ଉପରେ ରାହୁ ଦୋଷ ଲାଗିଯାଏ। ଏହାଦ୍ବାରା ସାକ୍ଷାତ ମହାଦେବ ଦାନ ଦେଉଥିବା ବ୍ୟକ୍ତି ଉପରେ କ୍ରୋଧିତ ହୁଅନ୍ତି।

ବିବାହିତା ମହିଳା ମାନେ ଶ୍ରାବଣ ମାସରେ ରୋଷେଇ ଘରର କୌଣସି ଜିନିଷ ଯଦି କାହାକୁ ଦିଅନ୍ତି ତେବେ ଘରର ସମୃଦ୍ଧି ଅନ୍ୟ ଘରକୁ ଚାଲିଯାଏ। ସାଧରଣତଃ ତେଲ ଘିଅ ହଳଦୀ ଏହି ତିନୋଟି ଜିନିଷ ଘରର ସମୃଦ୍ଧ କରୁଥିବା ଜିନିଷ କାହାକୁ ଦିଅନ୍ତୁ ନାହିଁ। ଏହାଦ୍ବାରା ଆପଣଙ୍କ ଘରକୁ ଦୁଃଖ ଗ୍ରାସ କରିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *