Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ବ୍ରତରେ ଏହି ଫଳ କେବେବି ଖାଆନ୍ତୁ ନାହିଁ। ବ୍ରତ ଭାଙ୍ଗି ଯାଇଥାଏ। ପୁରା ଘରକୁ କାଙ୍ଗାଳୀ ଆସିଯାଏ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶ୍ରାବଣ ବ୍ରତରେ ଏହି ଫଳ କେବେବି ଖାଆନ୍ତୁ ନାହିଁ। ବ୍ରତ ଭାଙ୍ଗି ଯାଇଥାଏ। ପୁରା ଘରକୁ କାଙ୍ଗାଳୀ ଆସିଯାଏ।

ଶ୍ରାବଣ ମାସ ଭଗବାନ ଶିବଙ୍କୁ ବହୁତ ପ୍ରିୟ ଅଟେ। ଏହି ମାସରେ କରାଯାଉଥିବା ପୂଜାପାଠ ବ୍ରତରେ ଭଗବାନ ଶିବ ବହୁତ ଅଧିକ ପ୍ରସନ୍ନ ହୋଇଥାନ୍ତି। ଭଗବାନ ଶିବଙ୍କର କୃପା ପ୍ରାପ୍ତି ପାଇଁ ଏହି ମାସରେ ଭଗବାନ ଶିବଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଏ। ଯେକୌଣସି ମନସ୍କାମନା ପୂରଣ କରିବା ପାଇଁ ଏହି ମାସରେ ଭଗବାନ ଶିବଙ୍କର ବିଶେଷ ପୂଜାର୍ଚ୍ଚନା କରିଲେ କିମ୍ବା ଜଳାଭିଷେକ କରିଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଏହି ମାସରେ ବହୁତ ଭକ୍ତ ଅଛନ୍ତି ପୁରା ମାସ ସାରା ଏହି ବ୍ରତ ରଖିଥାନ୍ତି। ଆସନ୍ତୁ ଜାଣିବା ଶ୍ରାବଣ ମାସରେ ବ୍ରତ ରଖିଲେ କେଉଁ ନିୟମର ପାଳନ କରିବା ଉଚିତ।

ଶାସ୍ତ୍ର ଅନୁସାରେ ଶ୍ରାବଣ ମାସର ବହୁତ ମହତ୍ୱ ଅଛି। ଯଦି ଭଗବାନ ଶିବଙ୍କର ପୂଜା କରାଯାଏ ଭଗବାନ ଶିବଙ୍କୁ ଭକ୍ତି କରାଯାଏ ତେବେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଏହି ମାସରେ ପୂଜାର ଫଳ ବହୁତ ଶୀଘ୍ର ପ୍ରାପ୍ତ ହୋଇଥାଏ କାରଣ ଏହି ମାସ ଭଗବାନ ଶିବଙ୍କର ପ୍ରିୟ ମାସ ଅଟେ।

ଶୀଘ୍ର ବିବାହ ପାଇଁ କିମ୍ବା ସନ୍ତାନ ପ୍ରାପ୍ତି ପାଇଁ ଭଗବାନ ଶିବଙ୍କର ବିଶେଷ ପୂଜା ଆରୋଧନା କରନ୍ତୁ।

ଦାମ୍ପତ୍ୟ ଜୀବନରେ ପ୍ରେମ ନଥିଲେ ପରିବାରରେ କ୍ଳେଶ ଅଧିକ ଥିଲେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଅଧିକ ମତଭେଦ ଥିଲେ ଆପଣଙ୍କୁ ଭଗବାନ ଶିବ ଏବଂ ମା ପାର୍ବତୀଙ୍କ ପୂଜା ପ୍ରତିଦିନ କରିବା ଉଚିତ। ଏହା ଦ୍ବାରା ବହୁତ ଶୀଘ୍ର ଦାମ୍ପତ୍ୟ ଜୀବନରେ ମଧୁରତା ଆସିଥାଏ। ପାରିବାରିକ ସମ୍ପର୍କ ଭଲ ହୋଇଥାଏ। ଘରେ ନକରାତ୍ମକ ଉର୍ଜା ଦୂର ହୋଇଥାଏ। ଧନ ସମ୍ପତ୍ତିର ଆଗମନ ହୋଇଥାଏ। ସୁଖ ସମୃଦ୍ଧିର ଆଗମନ ହୋଇଥାଏ ଏବଂ ମନର ସମସ୍ତ ଇଛା ପୂରଣ ହୋଇଥାଏ।

ଆସନ୍ତୁ ଜାଣିବା ଏହି ମାସର ନିୟମ ବିଷୟରେ।

ଏହି ବ୍ରତ ରଖନ୍ତୁ କି ନରଖନ୍ତୁ କିନ୍ତୁ ଏହି ନିୟମର ପାଳନ କରିବା ଉଚିତ।

ଏହି ମାସରେ ତାମସିକ ଭଜନର ତ୍ୟାଗ କରିବା ଉଚିତ ଅର୍ଥାତ ରସୁଣ ପିଆଜ ମାଛ ମାଂସ ମଦର ସେବନ କରିବା ଠାରୁ ଦୂରେଇ ରହିବା ଉଚିତ।

ଏହି ମାସରେ ମସୁର ଡାଲିର ସେବନ କରିବା ଉଚିତ ନୁହେଁ।

ଏହି ମାସରେ ବାଇଗଣ ଖାଇବା ଉଚିତ ନୁହେଁ।

ବାସୀ ଖାଦ୍ୟ ଏବଂ ଜଳି ଯାଇଥିବା ଭଜନ ବି ସେବନ କରିବା ଉଚିତ ନୁହେଁ।

ସ୍ୱାତିକ ଭଜନ ସେବନ କରିବା ଉଚିତ।

ଏହି ମାସରେ କୌଣସି ବି ଫଳ ସେବନ କରିପାରିବେ।

ଏହି ମାସରେ କ୍ଷୀର ସେବନ କରିବା ଉଚିତ ନୁହେଁ।

ଏହି ମାସରେ କାହା ସହିତ ଲଢେଇ ଝଗଡା କ୍ଳେଶ ଠାରୁ ଦୂରେଇ ରହିବା ଉଚିତ। ନିଜ ପରିବାରରେ ବାଦ ବିବାଦର ସ୍ଥିତି ନହେଉ ସେଥିପ୍ରତି ଧ୍ୟାନ ଦିଅନ୍ତୁ। କ୍ରୋଧ କରିବା ଉଚିତ ନୁହେଁ। ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

ଆସନ୍ତୁ ଜାଣିବା ଭଗବାନ ଶିବଙ୍କର କେଉଁ ପ୍ରକାରର ଆରୋଧନା କରିବା ଉଚିତ।

ଏହି ମାସରେ ବ୍ରତ ରଖନ୍ତୁ କି ନରଖନ୍ତୁ କିନ୍ତୁ ସକାଳେ ଶୀଘ୍ର ଉଠି ସ୍ନାନ ସାରି ଘରର ମନ୍ଦିରରେ ପୂଜା କରିବେ। ଏହାପରେ ଭଗବାନ ଶିବଙ୍କ ମନ୍ଦିର ଯାଇ ତାଙ୍କର ଅଭିଷେକ କରନ୍ତୁ। ଯଦି ଘରେ ଶିବ ଲିଙ୍ଗ ରଖିଛନ୍ତି ତେବେ ଘରେ ଅଭିଷେକ କରିପାରିବେ ଯଦି ଘରେ ଶିବ ଲିଙ୍ଗ ନଥିବ ତେବେ ଶିବ ପରିବାରର ଫୋଟ ରଖି ପୂଜା କରନ୍ତୁ।

ଭଗବାନ ଶିବଙ୍କୁ ବେଲପତ୍ର ଭାଙ୍ଗ ଧୁତୁରା ଜଳ ଗଙ୍ଗା ଜଳ ଏବଂ କଞ୍ଚା କ୍ଷୀର ପଞ୍ଚାମୃତ ନିଜର ସକ୍ଷମ ଅନୁସାରେ ଯେଉଁ ଜିନିଷରେ ଭଗବାନ ଶିବଙ୍କର ଅଭିଷେକ କରିବାକୁ ଚାହୁଁଛନ୍ତି ନିଶ୍ଚୟ କରନ୍ତୁ। ସେମିତିରେ ତ ଭଗବାନ ଶିବ ଏକ ଘଟି ଜଳରେ ବି ପ୍ରସନ୍ନ ହୋଇଯାନ୍ତି।

କ୍ଷୀର ଦହି ଘିଅ ମହୁ ଚିନି ମିଶାଇ ପ୍ରତିଦିନ ପଞ୍ଚାମୃତରେ ଅଭିଷେକ କରନ୍ତୁ। ପଞ୍ଚାମୃତରେ ଅଭିଷେକ କରିବା ପୂର୍ବରୁ ପ୍ରଥମେ ଜଳରେ ଅଭିଷେକ କରନ୍ତୁ ଏବଂ ପଞ୍ଚାମୃତ ପରେ ବି ଜଳରେ ଅଭିଷେକ କରିବେ।

ବେଲପତ୍ର ଭାଙ୍ଗ ଧୁତୁରା ଅକ୍ଷତ ନିଶ୍ଚୟ ଅର୍ପଣ କରନ୍ତୁ।

ଧଳା ଫୁଲ ଅର୍ପଣ କରନ୍ତୁ। ଭଗବାନ ଶିବଙ୍କୁ ଧଳା ଫୁଲ ଅତ୍ୟନ୍ତ ପ୍ରିୟ ଅଟେ। ଧଳା ମିଠା ନିଶ୍ଚୟ ଅର୍ପଣ କରନ୍ତୁ।

କୌଣସି ବି ଫଳ ଭଗବାନ ଶିବଙ୍କୁ ଅର୍ପଣ କରିପାରିବେ।

ଭଗବାନ ଶିବଙ୍କ ପୂଜାରେ କିଛି ଜିନିଷ ଅର୍ପଣ କରିବା ଉଚିତ ନୁହେଁ।

ହଳଦୀର ବ୍ୟବହାର ଭଗବାନ ଶିବଙ୍କ ପୂଜାରେ ଅର୍ପଣ କରିବେ ନାହିଁ।

କୁମକୁମର ବ୍ୟବହାର ଭଗବାନ ଶିବଙ୍କର ପୂଜାରେ ହୁଏନାହିଁ।

କେତକୀ ଫୁଲ ଅର୍ପଣ କରିବେ ନାହିଁ।

ତୁଳସୀର ପତ୍ରକୁ ବି ଭଗବାନ ଶିବଙ୍କର ପୂଜାରେ ବ୍ୟବହାର କରିବେ ନାହିଁ।

ଏହି ମାସରେ ସବୁଜ ରଙ୍ଗର ବସ୍ତ୍ର ଅଧିକରୁ ଅଧିକ ପରିଧାନ କରିବା ଉଚିତ। ସବୁଜ ରଙ୍ଗର ବସ୍ତ୍ର ପରିଧାନ କରି ଭଗବାନ ଶିବଙ୍କର ପୂଜା କରିପାରିବେ।

ଯଦି ପୁରୁଷ ଲୋକ ତେବେ ଧଳା ରଙ୍ଗର ବସ୍ତ୍ର ପରିଧାନ କରି ଭଗବାନ ଶିବଙ୍କର ପୂଜା କରିବେ। ଯଦି ଆପଣ ସୁହାଗିନୀ ମହିଳା ତେବେ ଲାଲ ହଳଦିଆ ସବୁଜ ରଙ୍ଗର ବସ୍ତ୍ର ପରିଧାନ କରିବେ କିନ୍ତୁ ଧଳା ରଙ୍ଗର ବସ୍ତ୍ର ପରିଧାନ କରିବେ ନାହିଁ।

ଏହି ମାସରେ କଳା କିମ୍ବା ନୀଳ ରଙ୍ଗର ବସ୍ତ୍ର କେବେବି ପରିଧାନ କରିବା ଉଚିତ ନୁହେଁ।

ଏହି ମାସରେ ବ୍ରତ କରିବା ସମୟରେ ଯଦି ମାସିକ ଧର୍ମ ହୋଇଯାଏ ତେବେ ବ୍ରତର ପାଳନ କରିବେ କିନ୍ତୁ ମନ୍ଦିରକୁ ଯିବେ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *