Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସରେ ବେଲ ପତ୍ର ଉପରେ ଲେଖିଦିଅନ୍ତୁ ଏହି ୨ ଟି ଶବ୍ଦ। ଶ୍ରାବଣ ମାସ ଶେଷ ହେବା ପୂର୍ବରୁ ପୂରଣ ହେବ ମନସ୍କାମନା।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶ୍ରାବଣ ମାସରେ ବେଲ ପତ୍ର ଉପରେ ଲେଖିଦିଅନ୍ତୁ ଏହି ୨ ଟି ଶବ୍ଦ। ଶ୍ରାବଣ ମାସ ଶେଷ ହେବା ପୂର୍ବରୁ ପୂରଣ ହେବ ମନସ୍କାମନା।

ଭଗବାନ ଶିବଙ୍କୁ ବେଲପତ୍ର ସବୁଠାରୁ ଅଧିକ ପ୍ରିୟ ଅଟେ। ବେଲପତ୍ର ଅର୍ପଣ କଲେ ଭଗବାନ ଶିବଙ୍କ କୃପା ମିଳିଥାଏ। ବେଲ ଅର୍ପଣ କରିବାର କିଛି ନିୟମ ଅଛି ସେହି ନିୟମକୁ ଯଦି ଧ୍ୟାନ ନଦେବେ ତେବେ ବେଲପତ୍ର ଅର୍ପଣ କରିବାର ଫଳ ମିଳିନଥାଏ। ଶ୍ରାବଣ ମାସ ଆରମ୍ଭ ହୋଇସାରିଛି। ଏହି ମାସ ଭଗବାନ ଶିବଙ୍କର ଅତ୍ୟନ୍ତ ପ୍ରିୟ ମାସ ଅଟେ। ଭଗବାନ ଶିବ ତ ଏତେ ଭୋଳା ଅଟନ୍ତି ଯେ ସେ ଏକ ଘଟି ଜଳରେ ବି ପ୍ରସନ୍ନ ହୋଇଯାନ୍ତି କିନ୍ତୁ ବିଭିନ୍ନ ପ୍ରକାରର ମନସ୍କାମନା ପାଇଁ ଭଗବାନ ଶିବଙ୍କୁ ଅଲଗା ଅଲଗା ଜିନିଷ ଅର୍ପଣ କରାଯାଏ। ଆଜି ଆମେ ଆପଣଙ୍କୁ ଜଣେଇବୁ ବେଲପତ୍ରର କିଛି ଉପାୟ ବିଷୟରେ।

ଭଗବାନ ଶିବ ନିଜ ଭକ୍ତଙ୍କ ଉପରକୁ କୌଣସି କଷ୍ଟ ଆସିବାକୁ ଦିଅନ୍ତି ନାହିଁ। ପୁରାଣ ଅନୁସାରେ ଭଗବାନ ଶିବ ଶ୍ରାବଣ ମାସରେ ପୃଥିବୀ ଲୋକକୁ ଭ୍ରମଣ କରିବାକୁ ଆସନ୍ତି। ଏଥିପାଇଁ ଶ୍ରାବଣ ମାସରେ ଭଗବାନ ଶିବଙ୍କର ପୂଜାର ବହୁତ ମହତ୍ୱ ଅଛି। ଭଗବାନ ଶିବଙ୍କ ପୂଜାରେ ବହୁତ ସାରା କଥାର ଧ୍ୟାନ ରଖାଯାଏ ଏବଂ ବେଲପତ୍ର ଅର୍ପଣ କରିଲେ ଭଗବାନ ଶିବଙ୍କର କୃପା ବର୍ଷା ହୋଇଥାଏ।ନ

ବେଲପତ୍ରକୁ ଭଗବାନ ଶିବଙ୍କୁ ଅର୍ପଣ କରିବା ସମୟରେ ସର୍ବଦା ବେଲପତ୍ରକୁ ଚିକଣ ଅଂଶକୁ ଶିବ ଲିଙ୍ଗ ଆଡ଼କୁ ରହିବ ଏବଂ ଯାହା ଖଦଡା ଭାଗ ତାହା ଉପରକୁ ରହିବ।

ବେଲପତ୍ର ଅର୍ପଣ କରିବା ସମୟରେ ଡାହାଣ ହାତର ଅଙ୍ଗୁଠା ଅନାମିକା ଆଙ୍ଗୁଳି ମଧ୍ୟମା ଆଙ୍ଗୁଳି ଅର୍ଥାତ ତର୍ଜନୀ ଆଙ୍ଗୁଳି ଏବଂ କନିଷ୍ଠ ଆଙ୍ଗୁଳିକୁ ଉପରକୁ ରଖନ୍ତୁ ଏବଂ ବାକି ୩ ଟି ଆଙ୍ଗୁଳିରେ ବେଲ ପତ୍ରକୁ ଧରି ଅର୍ପଣ କରନ୍ତୁ ଏବଂ ଏହା ସହିତ ଜଳ ବି ଅର୍ପଣ କରିବେ।

ଭଗବାନ ଶିବଙ୍କୁ ୩ ଟି ପତ୍ର ଥିବା ବେଲପତ୍ର କିମ୍ବା ୩ ଟି ପତ୍ରରୁ ଅଧିକ ଥିବା ବେଲପତ୍ର ବି ଅର୍ପଣ କରିବା ଉଚିତ। ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ବେଲପତ୍ର ଅର୍ପଣ କରିଲେ ବୈବାହିକ ଜୀବନ ସୁଖଦ ହୋଇଥାଏ ସନ୍ତାନ ସୁଖର ପ୍ରାପ୍ତି ହୋଇଥାଏ ବଡ଼ ରୁ ବଡ଼ ରୋଗର କଷ୍ଟରୁ ମୁକ୍ତି ମିଳିଥାଏ ଆଇନ ମାମଲା ଯାହାବି ଥିବ ସମସ୍ୟା ଥିବ ସବୁ ଶେଷ ହୋଇଥାଏ। କଟା ଫଟା ବେଲପତ୍ର କେବେବି ଭଗବାନ ଶିବଙ୍କୁ ଅର୍ପଣ କରିବେ ନାହିଁ। ଯେବେବି ବେଲପତ୍ର ଅର୍ପଣ କରିବେ ପ୍ରଥମେ ଶୁଦ୍ଧ ଜଳରେ ଧୋଇ ଦିଅନ୍ତୁ ଏବଂ ଏହାପରେ ଗଙ୍ଗା ଜଳ ଛିଞ୍ଚି ଭଗବାନ ଶିବଙ୍କ ଉପରେ ଓଁ ନମଃ ଶିବାୟର ଜପ ଉଚାରଣ କରି ଅର୍ପଣ କରିଦିଅନ୍ତୁ। ଏହା ଦ୍ବାରା ଜୀବନରେ ସମସ୍ତ ସଙ୍କଟ ଦୂର ହୋଇଥାଏ।

ଆସନ୍ତୁ ଜାଣିବା ବେଲପତ୍ର ଉପରେ କେଉଁ ୨ଟି ଶବ୍ଦ ଲେଖିବା ଦ୍ୱାରା ଭଗବାନ ଶିବ ଆପଣଙ୍କର ସମସ୍ତ ମନସ୍କାମନା ପୂରଣ କରିବେ।

ଭଗବାନ ଶିବଙ୍କୁ ବେଲପତ୍ର ସହିତ ଜଳ ଅର୍ପଣ କରିଲେ ଭଗବାନ ଶିବ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି ଏହା ବ୍ୟତୀତ ଯଦି କେହି ଅଖଣ୍ଡ ବେଲପତ୍ର ଅର୍ପଣ କରନ୍ତି ତ ତାକୁ ଭଗବାନ ଶିବ ତାଙ୍କ ପାଖରେ ସ୍ଥାନ ଦିଅନ୍ତି।

ଭଗବାନ ଶିବଙ୍କୁ ବେଲ ଗଛ ବେଲଗଛର ଫୁଲ ଫଳ ପତ୍ର ବହୁତ ପ୍ରିୟ ଅଟେ।

ବେଲପତ୍ରରେ ଚନ୍ଦନ ଲଗାଇ ଭଗବାନ ଶିବଙ୍କୁ ଅର୍ପଣ କରିଲେ ସେ ଭଗବାନ ଶିବଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ।

ବେଲ ପତ୍ର ଉପରେ ଧଳା ଚନ୍ଦନରେ ଓଃ ନମଃ ଶିବାୟ ଲେଖି ଅର୍ପଣ କରିଲେ ସବୁ ପାପରୁ ମୁକ୍ତି ମିଳିଥାଏ।

ବେଲପତ୍ର ଉପରେ ବେଲପତ୍ର ଦାଣ୍ଠିରେ ଧଳା ଚନ୍ଦନରେ ରାମ ଲେଖିପାରିବେ ନଚେତ ଓଁ ନମଃ ଶିବାୟ ଲେଖି ଭଗବାନ ଶିବଙ୍କୁ ଅର୍ପଣ କରିଲେ ଜୀବନରେ ସମସ୍ତ ସମସ୍ୟା ଦୂର ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *