Excuse Me Odisha

ଯାହା କହିବୁ ସତ କହିବୁ

ଘରେ ତୁଳସୀ ଗଛ ସହିତ ଏହି ଗଛ ଲଗାନ୍ତୁ, ଦେଖିବେ ଆପଣଙ୍କୁ କୋଟିପତି ହେବାରୁ କେହି ମଧ୍ୟ ରୋକି ପାରିବେ ନାହିଁ।

ସେୟାର୍ କରନ୍ତୁ

ଘରେ ତୁଳସୀ ଗଛ ଲଗାଇବା ଦ୍ୱାରା ବହୁତ ଶୁଭ ହୋଇଥାଏ। ପବିତ୍ର ଶ୍ରାବଣ ମାସ ଭଗବାନ ଶିବଙ୍କୁ ସମର୍ପିତ ଅଟେ। ଏହି ଶ୍ରାବଣ ମାସରେ ଘରେ ତୁଳସୀ ଗଛ ଲଗାଇବା ଶୁଭ ସାବ୍ୟସ୍ତ ହୋଇଥାଏ। ଏହାଦ୍ବାରା ଘରେ ଅପାର ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ତୁଳସୀ ଗଛ ସହିତ କିଛି ଖାସ ଗଛ ଲଗାଇବା ଦ୍ୱାରା ଘରେ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ।ତେବେ ଆସନ୍ତୁ ଜାଣିବା ସେହି ଗଛ ବିଷୟରେ।

ବେଲପତ୍ର :-

ଶ୍ରାବଣ ମାସର ଭଗବାନ ଶିବଙ୍କୁ ବିଶେଷ ରୂପରେ ବେଲପତ୍ର ଅର୍ପଣ କରାଯାଇଥାଏ। ମାନ୍ୟତା ରହିଛି କି ଭଗବାନ ଶିବଙ୍କୁ ବେଲପତ୍ର ଅତ୍ୟନ୍ତ ପ୍ରିୟ ଅଟେ।ବେଲଗଛ ଘରର ଆଖପାଖରେ ରହିବା ଦ୍ଵାରା ଘରର ବାସ୍ତୁ ଦୋଷ ଦୂର ହୋଇ ଯାଇଥାଏ ଓ ସକାରାତ୍ମକ ପ୍ରଭାବ ପଡ଼ିଥାଏ। ଶ୍ରାବଣ ମାସରେ ବେଲଗଛ ଘରେ ଲଗାଇବା ନିହାତି ଆବଶ୍ୟକ ଅଟେ।

ଲାଜକୁଳୀ ଲତା :-

ଲାଜକୁଳୀ ଲତା ଗଛକୁ ବହୁତ ଶୁଭ ମାନା ଯାଇଥାଏ। ଏହି ଗଛ ଘରର ଆଖପାଖରେ ରହିଲେ ଭଗବାନ ଶନିଙ୍କର କୃପା ଦୃଷ୍ଟି ଲାଭ ହୋଇଥାଏ। ଯଦି ତୁଳସୀ ଗଛ ସହିତ ଲାଜକୁଳୀ ଲତା ଗଛ ଲଗା ଯାଇଥାଏ, ତାହା ଘର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ।

ଦୁଦୁରା ଫୁଲ ଗଛ :-

ଦୁଦୁରା ଫୁଲ ଭଗବାନ ଶିବଙ୍କୁ ଅତ୍ୟନ୍ତ ପ୍ରିୟ ଅଟେ। ତେଣୁ ଏହାକୁ ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ଅର୍ପଣ କଲେ ମନସ୍କାମନା ପୂରଣ ହୋଇଥାଏ। ଶ୍ରାବଣ ମାସର ରବିବାର ବା ମଙ୍ଗଳବାର ଦିନ ଦୁଦୁରା ଫୁଲ ଗଛ ଲଗାନ୍ତୁ।ଦେଖିବେ ଆପଣଙ୍କ ଉପରେ ସର୍ବଦା ଭଗବାନ ଶିବଙ୍କର କୃପା ଦୃଷ୍ଟି ରହିବ।

କଦଳୀ ଗଛ :-

ଘରର ବଗିଚାରେ କଦଳୀ ଲଗାଇବା ଦ୍ୱାରା ଭଗବାନ ବିଷ୍ଣୁ ଓ ଗୁରୁ ଗ୍ରହ ପ୍ରସନ୍ନ ହୋଇଥାନ୍ତି। ତୁଳସୀ ଗଛ ପାଖାପାଖି କଦଳୀ ଗଛ ଲଗାଇବା ଦ୍ୱାରା ଘରର ଆର୍ଥିକ ସଙ୍କଟ ଦୂର ହୋଇଥାଏ।

ଚମ୍ପା ଫୁଲ :-

ଶ୍ରାବଣ ମାସରେ ଘରର ଆଖପାଖରେ ଚମ୍ପା ଫୁଲ ଲଗାଇବା ଶୁଭ ହୋଇଥାଏ। ଏହି ଗଛ ସୌଭାଗ୍ୟର ପ୍ରତୀକ ହୋଇଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ଗଛକୁ ଉତ୍ତର ପୂର୍ବ ଦିଗ ଆଡ଼କୁ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହାଦ୍ବାରା ଘରେ ଧନଧାନ୍ୟ ବୃଦ୍ଧି ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *