Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସରେ ପ୍ରତିଦିନ ଭଗବାନ ଶିବଙ୍କୁ ଜଳ ଅର୍ପଣ କରୁଥିବା ଘଟିରେ ପକେଇ ଦିଅନ୍ତୁ ଏହି ୧ ଜିନିଷ। ଭଗବାନ ଶିବ ଦେବେ ବରଦାନ ଧନ ବୈଭବ। ବଡ଼ରୁ ବଡ଼ ସମସ୍ୟା ହେବ ଦୂର।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶ୍ରାବଣ ମାସରେ ପ୍ରତିଦିନ ଭଗବାନ ଶିବଙ୍କୁ ଜଳ ଅର୍ପଣ କରୁଥିବା ଘଟିରେ ପକେଇ ଦିଅନ୍ତୁ ଏହି ୧ ଜିନିଷ। ଭଗବାନ ଶିବ ଦେବେ ବରଦାନ ଧନ ବୈଭବ। ବଡ଼ରୁ ବଡ଼ ସମସ୍ୟା ହେବ ଦୂର।

ଶ୍ରାବଣ ମାସରେ ଭଗବାନ ଶିବଙ୍କ ସହିତ ମା ପାର୍ବତୀଙ୍କର ପୂଜା ଯଦି କରିବେ ତେବେ ପୁରା ଜୀବନର ଖୁସି ଆପଣଙ୍କୁ ମିଳିବ। ଏହି ମାସରେ ଭଗବାନ ଶିବ ପୃଥିବୀ ଲୋକକୁ ଭ୍ରମଣ କରିବା ପାଇଁ ଆସିଥାନ୍ତି ସେଥିପାଇଁ ତାଙ୍କୁ ଏହି ମାସରେ ଶୀଘ୍ର ପ୍ରସନ୍ନ କରିହେବ। ଆସନ୍ତୁ ଜାଣିବା ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଜଳରେ ଏମିତି କେଉଁ ଜିନିଷ ପକେଇବେ ଯାହା ଦ୍ୱାରା ଭଗବାନ ଶିବ ପ୍ରସନ୍ନ ହୋଇ ମନ ପସନ୍ଦର ବର ପ୍ରଦାନ କରିବେ।

ଭଗବାନ ଶିବ ବହୁତ ଭୋଳା ଅଟନ୍ତି ସେ ବହୁତ ଶୀଘ୍ର ପ୍ରସନ୍ନ ହୋଇଯାନ୍ତି। ଏକ ଘଟି ଜଳରେ ବି ତାଙ୍କୁ ପ୍ରସନ୍ନ କରି ମନ ପସନ୍ଦର ବର ପ୍ରାପ୍ତ କରିପାରିବେ। ଯେବେବି ଶିବ ଲିଙ୍ଗରେ ଜଳ ଅର୍ପଣ କରିବେ ତେବେ ଦୁଇ ହାତରେ ଶିବ ଲିଙ୍ଗକୁ ଘଷନ୍ତୁ। ଏହା ଦ୍ବାରା ଆପଣଙ୍କ ଭାଗ୍ୟ ଚମକି ଉଠିଥାଏ।

ହଳଦୀ ଭଗବାନ ଶିବଙ୍କୁ ଅର୍ପଣ କରିବେ ନାହିଁ।

ଦିପ ନିଶ୍ଚୟ ଜଳେଇବେ।

ଅକ୍ଷତ ଭଗବାନ ଶିବ ଲିଙ୍ଗରେ ନିଶ୍ଚୟ ଅର୍ପଣ କରିବେ। ଧ୍ୟାନ ରଖିବେ ଚାଉଳ ଖଣ୍ଡିତ ହେବା ଉଚିତ ନୁହେଁ। ମନସ୍କାମନା ପୂରଣ ହୋଇଥାଏ।

ପାନପତ୍ର ନିଶ୍ଚୟ ଅର୍ପଣ କରନ୍ତୁ। ଏହାକୁ ସବୁଠାରୁ ଶେଷରେ ଅର୍ପଣ କରିବେ।

ଭଗବାନ ଶିବ ବୈରାଗୀ ଅଟନ୍ତି ସେଥିପାଇଁ ସିନ୍ଦୁର ଅର୍ପଣ କରିବେ ନାହିଁ।

ନଡ଼ିଆ ପାଣି ଭଗବାନ ଶିବ ଲିଙ୍ଗରେ ଅର୍ପଣ କରିବେ ନାହିଁ। ନଡ଼ିଆ ଅର୍ପଣ କରିପାରିବେ।

ଗୋଲାପ ଫୁଲ ଭଗବାନ ଶିବଙ୍କୁ ବହୁତ ପସନ୍ଦ ଅଟେ। ଦୁଇ ହାତରେ ଶ୍ରଦ୍ଧାର ସହିତ ଗୋଲାପ ଫୁଲ କିମ୍ବା ଗୋଲାପ ପାଖୁଡା ନେଇ ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ।

ପଦ୍ମ ଫୁଲ ଭଗବାନ ଶିବଙ୍କୁ ଅର୍ପଣ କଲେ ଆପଣଙ୍କ ପୂଜା ସାର୍ଥକ ହୋଇଯିବ।

ମନ୍ଦାର ଫୁଲ ଅର୍ପଣ କଲେ ଶତ୍ରୁ ବାଧା ଦୂର ହୋଇଥାଏ।

ହଳଦିଆ ରଙ୍ଗର କନିୟର ଫୁଲ ଭଗବାନ ଶିବଙ୍କୁ ଅର୍ପଣ କଲେ ଜୀବନରେ ସମସ୍ତ ସମସ୍ୟା ଦୂର ହୋଇଥାଏ।

ଶଙ୍ଖ ଭଗବାନ ଶିବଙ୍କ ପୂଜାରେ ବଜେଇବେ ନାହିଁ। ଡ଼ମ୍ବୁରୁ ବଜାନ୍ତୁ।

ତୁଳସୀ ଭଗବାନ ଶିବଙ୍କ ପୂଜାରେ ଅର୍ପଣ କରିବେ ନାହିଁ।

ସିଙ୍ଗାରହାର ଫୁଲ ଏହା ବାସ୍ତୁଦୋଷ ଦୂର କରିଥାଏ। ଏହାକୁ ଭଗବାନ ଶିବଙ୍କୁ ଦୁଇ ହାତରେ ଅର୍ପଣ କରନ୍ତୁ। ସମସ୍ତ ସମସ୍ୟାରୁ ମୁକ୍ତି ମିଳିଯିବ।

ଆମ୍ବଲା ଭଗବାନ ଶିବଙ୍କର ଅତ୍ୟନ୍ତ ପ୍ରିୟ ଅଟେ। ଏହାକୁ ଅର୍ପଣ କଲେ ଜୀବନରେ ଧନର ଅଭାବ ହେବ ନାହିଁ।

ଧୁତୁରା ଫୁଲ ଅର୍ପଣ କଲେ ସନ୍ତାନ ସମସ୍ୟା ଦୂର ହୋଇଥାଏ।

ଭଗବାନ ଶିବଙ୍କୁ ଏହି ମାସରେ କୌଣସି ସୋମବାର ଦିନ ତ୍ରିଶୂଳ ଅର୍ପଣ କରିଲେ ଜୀବନରେ ଶତ୍ରୁ ବାଧାରୁ ମୁକ୍ତି ମିଳିଥାଏ।

ରକ୍ଷା ସୂତ୍ର ନିଶ୍ଚୟ ଅର୍ପଣ କରନ୍ତୁ।

ମନସ୍କାମନା ପୂରଣ ପାଇଁ ନନ୍ଦି କାନରେ ନିଜର ମନର କଥା ନିଶ୍ଚୟ କୁହନ୍ତୁ ଏବଂ ନମଃ ଶିବାୟ ମନ୍ତ୍ରର ଜପ ନିଶ୍ଚୟ କରନ୍ତୁ।

ପାନପତ୍ର ଉପରେ ୨ ଟି ଲବଙ୍ଗ ୧ ଟି ଗୁଜୁରାତି ଅଳ୍ପ ମିଠା ଜିନିଷ ଯେମିତିକି ଫେଣେଇ ମିଶ୍ରି ଅଳ୍ପ ରକ୍ଷା ସୂତା ଏବଂ ଗୋଟେ କଏନ ରଖିବେ। ପୂଜା ପରେ ଦକ୍ଷିଣା ନିଶ୍ଚୟ ଦେବେ।

୨ ଟି ଯୋଡ଼ା କଦଳୀ ଅର୍ପଣ କରିବେ। ଅନ୍ୟ ଫଳ ସବୁ ଅର୍ପଣ କରିପାରିବେ। ଭଗବାନ ଶିବ ଲିଙ୍ଗରେ ଯେଉଁ ଭୋଗ ଅର୍ପଣ କରିଥିବେ ତାହାକୁ ପ୍ରସାଦ ରୂପରେ ସେବନ କରିବେ ନାହିଁ। ବେଲ ପତ୍ର ନିଶ୍ଚୟ ଅର୍ପଣ କରିବେ।

ଶ୍ରାବଣ ମାସରେ ଏମିତି କିଛି ଜିନିଷ ଅଛି ଯାହା ସେବନ କରିବା ଉଚିତ ନୁହେଁ।

ଏହି ମାସରେ ଶାସ୍ତ୍ରରେ ବାଇଗଣର ସେବନ କରିବାକୁ ବର୍ଜିତ ମାନାଯାଏ।

କ୍ଷୀର ଦହି ପନିରର ସେବନ କରିବେ ନାହିଁ।

ଏହି ମାସରେ ଶାଗର ବି ସେବନ କରିବେ ନାହିଁ।

ମାଛ ମାଂସ ମଦର ବି ସେବନ କରିବେ ନାହିଁ କି ପିଆଜ ରସୁଣର ସେବନ କରିବେ ନାହିଁ।

ଏହି ମାସରେ ଭଗବାନ ଶିବଙ୍କର କୃପା ପାଇବା ପାଇଁ ବଡ଼ ମାନଙ୍କର ସମ୍ମାନ କରନ୍ତୁ। ଛୋଟ ମାନଙ୍କୁ ସ୍ନେହ ଦିଅନ୍ତୁ। ଗରିବ ଲୋକଙ୍କୁ ସାହାର୍ଯ୍ୟ କରନ୍ତୁ ଏବଂ କେବେବି ଗୁରୁଜନ ମାନଙ୍କର ଅପମାନ କରନ୍ତୁ ନାହିଁ।

ଘରକୁ ସର୍ବଦା ସଫା ସୁତରା ରଖନ୍ତୁ। ପୁରୁଣା ଅପରିଷ୍କାର ଜିନିଷ ଘରେ ରଖନ୍ତୁ ନାହିଁ।

ଏହି ମାସରେ ସ୍ୱାମୀ ସ୍ତ୍ରୀ ସମ୍ଭୋଗ କରିବା ଠାରୁ ଦୂରେଇ ରହିବା ଉଚିତ। ଖାସ କରି ସୋମବାର ବ୍ରତ ଦିନ।

ଏହି ମାସରେ ଶୀଘ୍ର ଉଠି ସ୍ନାନ କରି ଭଗବାନ ଶିବଙ୍କୁ ଏକ ଘଟି ଜଳ ନିଶ୍ଚୟ ଅର୍ପଣ କରନ୍ତୁ। ଜଳରେ ୧ ଚାମଚ କ୍ଷୀର ମିଶାଇ ଅର୍ପଣ କରନ୍ତୁ ବଂଶ ବୃଦ୍ଧି ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *