Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସରେ ୧ ଟି ଗଛ ଘର ଲଗାଇଲେ ଗରିବୀ ଦୂର ହୋଇଯିବ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶ୍ରାବଣ ମାସରେ ଶ୍ରାବଣ ମାସକୁ ହିନ୍ଦୁ ଧର୍ମରେ ଅତ୍ୟନ୍ତ ପବିତ୍ର ମାନାଯାଏ କାରଣ ଏହି ମାସରେ ଭଗବାନ ଶିବଙ୍କର ପୂଜା ଆରୋଧନା କରାଯାଏ। କୁହାଯାଏ ଏହି ମାସରେ ଯେଉଁ ବି ଲୋକ ଭଗବାନ ଶିବଙ୍କୁ ନିଷ୍ଠାର ସହିତ ପୂଜା କରିଥାଏ ଏବଂ ବ୍ରତ ରଖିଥାଏ ତା ଉପରେ ଭଗବାନ ଶିବଙ୍କର କୃପା ଅବଶ୍ୟ ରହିଥାଏ। ଶାସ୍ତ୍ରରେ ଏମିତି ଗଛ ବିଷୟରେ କୁହାଯାଇଛି ଯଦି ଶ୍ରାବଣ ମାସରେ ଏହି ଗଛକୁ ନିଜ ଘରେ ଲଗାଇବେ ତେବେ ଭଗବାନ ଶିବଙ୍କର ବିଶେଷ କୃପା ପ୍ରାପ୍ତି ହୋଇଥାଏ।

ଭଗବାନ ଶିବ ମା ପାର୍ବତୀଙ୍କୁ ଏମିତି ଗଛ ବିଷୟରେ କହିଛନ୍ତି ଯଦି କୌଣସି ମନୁଷ୍ୟ ଶ୍ରାବଣ ମାସରେ ନିଜ ଘରେ ଏହି ଗଛକୁ ଲଗାଇବେ ତ ତାର ଦରିଦ୍ରତାର ନାଶ ହୋଇଥାଏ ଏବଂ ସେ ଧନବାନ ବନିଯାଇଥାଏ। ବାସ୍ତୁଶାସ୍ତ୍ରରେ ବି ଏହି ଗଛ ବିଷୟରେ କୁହାଯାଇଛି। ଏହି ଗଛ ବହୁତ ଶୁଭ ଏବଂ ଲାଭଦାୟକ ହୋଇଥାଏ। ଯେଉଁ ଘର ସାମ୍ନାରେ ଏହି ଗଛ ଲଗାଯାଏ ଏମିତି ଘରେ ମା ଲକ୍ଷ୍ମୀ ସର୍ଵଦା ବାସ କରନ୍ତି। ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। ଏଥିପାଇଁ ଶ୍ରାବଣ ମାସରେ ଏହି ୫ ଟି ଗଛକୁ ନିଜ ଘରେ ନିଶ୍ଚୟ ଲଗାନ୍ତୁ। ତେବେ ଆସନ୍ତୁ ଜାଣିବା।

ବେଲ ଗଛ। ବେଲ ପତ୍ର ବିନା ମହାଦେବଙ୍କ ପୂଜା ଅଧୁରା। ଏହା ଶିବଙ୍କର ଅତି ପ୍ରିୟ ବୋଲି ଶାସ୍ତ୍ରରେ କୁହାଯାଇଛି। ବେଲ ଗଛରେ ମା ଲକ୍ଷ୍ମୀ ବାସ କରିଥାନ୍ତି ବୋଲି ବିଶ୍ୱାସ ରହିଛି। ଶ୍ରାବଣ ମାସରେ ଯେଉଁ ବ୍ୟକ୍ତି ବେଲ ଗଛ ଲଗାଇଥାଏ ଓ ଏହାକୁ ପୂଜା କରିଥାଏ ତା ଉପରେ ଭଗବାନ ଶିବଙ୍କ ସହ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ମଧ୍ୟ ରହିଥାଏ। ଏହି ମାସରେ ବେଲ ଗଛ ନିଶ୍ଚୟ ଲଗାନ୍ତୁ। ଆପଣଙ୍କର ଦରିଦ୍ରତାର ନାଶ ହୋଇଯିବ ଏବଂ ଭଗବାନ ଶିବଙ୍କର ବିଶେଷ କୃପା ପ୍ରାପ୍ତ ହେବ।

ତୁଳସୀ ଗଛ। ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ବହୁତ ଅଧିକ ମହତ୍ୱ ଦିଆଯାଏ। ଏହି ଗଛକୁ ଅଧିକ ପବିତ୍ର ଏବଂ ଗୁଣକାରୀ ମାନାଯାଏ। ଏହି ଗଛକୁ ଧାର୍ମିକ ଆଧ୍ୟାତ୍ମିକ ସାଂସ୍କୃତିକ ଏବଂ ଔଷଧ ଦୃଷ୍ଟିକୋଣରୁ ଅତ୍ୟନ୍ତ ଶୁଭ ଓ ପବିତ୍ର ଗଛ ମାନାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସବୁ ହିନ୍ଦୁ ଘରେ ତୁଳସୀ ଗଛ ଲାଗିବା ଉଚିତ। ଏହି ଗଛ ଘରେ ରହିଲେ ଆମର ଘର ଧନ ଧାନ୍ୟ ଏବଂ ଆରୋଗ୍ୟରେ କମି ହୁଏ ନାହିଁ। ତୁଳସୀ ଗଛରୁ ନିରନ୍ତର ବାହାରୁଥିବା ଶୁଦ୍ଧ ଏବଂ ସକାରାତ୍ମକ ଉର୍ଜାରେ ଆମର ଜୀବନ ମଧ୍ୟ ସକାରାତ୍ମକ ହଇଯାଏ। ଘରର ଅଗଣାରେ ରଖାଯାଇଥିବା ତୁଳସୀ ଗଛ ଅଶୁଭ ଶକ୍ତିକୁ ଘର ଭିତରକୁ ପ୍ରବେଶ କରିବାକୁ ଦିଏ ନାହିଁ। ସେଥିପାଇଁ ଏହି ଗଛକୁ ଘରେ ନିଶ୍ଚୟ ଲଗାଇ ତାର ଦେଖାଶୁଣା କରନ୍ତୁ ଏବଂ ସନ୍ଧ୍ୟା ସମୟରେ ନିଶ୍ଚୟ ତୁଳସୀ ଗଛ ମୂଳରେ ଦୀପ ଜଳାନ୍ତୁ।

ସମୀ ଗଛ। ଏହି ଗଛକୁ ଶ୍ରାବଣ ମାସରେ ଲଗାଇଲେ ମନୁଷ୍ୟଙ୍କର ଅଟକି ରହିଥିବା କାର୍ଯ୍ୟ ହେବାକୁ ଲାଗିଥାଏ। ଏହି ଗଛରେ ଶନିଦେବଙ୍କ ବାସ ହୋଇଥାଏ। ଏହି ଗଛ ଯେଉଁ ଘରେ ଥାଏ ସେହି ଘର ଉପରେ ଶନିଙ୍କର କୁଦୃଷ୍ଟି ପଡିନଥାଏ। ଏଥିପାଇଁ ମନୁଷ୍ୟଙ୍କୁ ଏହି ଗଛ ଘରେ ଲଗାଇ ଶନିବାର ଦିନ ସେହି ଗଛର ପୂଜା କରିବା ଉଚିତ ଏବଂ ତାର ତଳେ ଦୀପ ଜଳାଇ ଶନିଦେବଙ୍କୁ ପ୍ରାର୍ଥନା କରିବା ଉଚିତ। ସମସ୍ତ ଅଟକି ରହିଥିବା କାର୍ଯ୍ୟ ହେବାକୁ ଲାଗିଥାଏ।

କଦଳୀ ଗଛ। ବାସ୍ତୁଶାସ୍ତ୍ର ଅନୁସାରେ ଯେଉଁ ଘରେ ଏହି ଗଛ ଟଗାଁ ସେଠାରେ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଏହି ଗଛ ମଧ୍ୟ ଶୁଭ ହୋଇଥାଏ। ଏହା ଘରକୁ ସୁଖ ସମୃଦ୍ଧି ଏବଂ ଖୁସି ଆଣିଥାଏ। କଦଳୀ ଗଛରେ ଭଗବାନ ବିଷ୍ଣୁ ବାସ କରନ୍ତି। ଏଥିପାଇଁ ଘରର ସାମ୍ନାର କଦଳୀ ଗଛ ରହିଲେ ଘରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଏଥିପାଇଁ ଯଦି କଦଳୀ ଗଛକୁ ତୁଳସୀ ଗଛ ପାଖରେ ଲଗାଇବେ ତେବେ ଆପଣଙ୍କୁ ଧନ ସମ୍ପତ୍ତିର ପ୍ରାପ୍ତି ହୋଇଥାଏ। ଯଦି ଘରେ ଶ୍ରାବଣ ମାସରେ କଦଳୀ ଗଛ ଲଗାଇବା ମଧ୍ୟ ଶୁଭ ହୋଇଥାଏ। କଦଳୀ ଗଛ ଲଗାଇଲେ ମହାଦେବ ଖୁସି ହୋଇଥାନ୍ତି।

ଅସ୍ତ ଗଛ। ଶାସ୍ତ୍ର ଅନୁସାରେ ଘର ସାମ୍ନାରେ ଅସ୍ତ ଗଛ ରହିବା ଅଶୁଭ ମାନାଯାଏ। କାରଣ ଘର ଉପରେ ଅସ୍ତ ଗଛର ଛାୟା ପଡିବା ବହୁତ ଅଶୁଭ ହୋଇଥାଏ। ଘରେ ରହୁଥିବା ଲୋକଙ୍କର ଉନ୍ନତିର ବାଧା ଉତ୍ପନ୍ନ କରିଥାଏ। କିନ୍ତୁ ଏହି ଗଛକୁ ଘରେ ଏକ ଗମ୍ବଲାରେ ନିଶ୍ଚୟ ଲଗାଇ ପାରିବେ। ଏହି ଗଛକୁ କିନ୍ତୁ ପୂଜା କରିବେ ନାହିଁ। ଏହି ଗଛକୁ ଯଦି ଶ୍ରାବଣ ମାସରେ ଲଗାଇବେ ତ ଆପଣଙ୍କୁ ଅନେକ ଗୁଣା ଲାଭ ପ୍ରାପ୍ତ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *