Excuse Me Odisha

ଯାହା କହିବୁ ସତ କହିବୁ

ଆଜିଠାରୁ ଏହି ୮ ଗୋଟି ରାଶିର ଲୋକେ କୋଟିପତି ହେବାକୁ ଯାଉଛନ୍ତି। ଦେଖନ୍ତୁ ସେଥିରେ ଆପଣଙ୍କ ରାଶି ନାହିଁ ତ?

ସେୟାର୍ କରନ୍ତୁ

ବନ୍ଧୁଗଣ, ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ୱାଗତ ଜଣାଉଛୁ। ଗ୍ରହ ଓ ନକ୍ଷତ୍ର ମାନଙ୍କର ସ୍ଥିତିକୁ ଆଧାରିତ କରି ମନୁଷ୍ୟର ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ।ଯାହାଫଳରେ ମନୁଷ୍ୟ ଜୀବନରେ କେବେ ସୁଖ ଆସିଥାଏ ତ ଆଉ କେବେ ଦୁଃଖ ଆସିଥାଏ। ଗ୍ରହ ମାନଙ୍କର ସ୍ଥିତିକୁ ନେଇ ଆମେ ପାରିବାରିକ ଜୀବନ , ବୈବାହିକ ଜୀବନ , ଆର୍ଥିକ ସ୍ଥିତି , ଶିକ୍ଷା , ବ୍ୟବସାୟ ଏବଂ ସ୍ଵାସ୍ଥ୍ୟ ବିଷୟରେ ଅନେକ କଥା ଜାଣି ଥାଉ। କହିବାକୁ ଗଲେ ଗ୍ରହ ଓ ନକ୍ଷତ୍ର ଗୁଡ଼ିକର ସ୍ଥିତିରେ ପରିବର୍ତ୍ତନ ଆସିଲେ, ଏହାର ସିଧାସଳଖ ପ୍ରଭାବ ରାଶିଚକ୍ରରେ ଥିବା ୧୨ ଗୋଟି ରାଶିର ଲୋକଙ୍କ ଉପରେ ପଡ଼ିଥାଏ। ତେବେ ଆଜି ଆମେ ଆପଣଙ୍କୁ ଖାସ ୮ଟି ରାଶିର ଲୋକଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ବହୁତ ଭାଗ୍ୟଶାଳୀ ହେବା ସହିତ ଧନବାନ ହେବାକୁ ଯାଉଛନ୍ତି। ତେବେ, ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ମେଷ ରାଶି :-

ଚାକିରି ଖୋଜୁଥିବା ଲୋକଙ୍କୁ ଆଶାନୁରୂପ ଚାକିରି ମିଳିଯିବ। ଆପଣଙ୍କର ସବୁ ମନସ୍କାମନା ପୂରଣ ହୋଇଯିବ। ଚାକିରି କ୍ଷେତ୍ରରେ ପଦୋନ୍ନତୀ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ବ୍ୟବସାୟରେ ଉନ୍ନତି ହେବ ଏବଂ ଆପଣ କଠିନ ପରିଶ୍ରମ କରିବେ। ଆପଣ ମାନସିକ ଓ ଶାରିରୀକ ରୂପରେ ସୁସ୍ଥ ରହିବେ।

ବୃଷ ରାଶି :-

କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ। ବିବାହିତ ଦମ୍ପତିଙ୍କ ମଧ୍ୟରେ କୌଣସି ଭୁଲ ବୁଝାମଣା ସୃଷ୍ଟି ହୋଇପାରେ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ପ୍ରୟାସ କରି ପାରନ୍ତି। ଅଫିସରେ ଆପଣ ମହିଳା କର୍ମଚାରୀ ମାନଙ୍କୁ ସମ୍ମାନ ଦିଅନ୍ତୁ। ଗୁରୁଜନଙ୍କ ଆଶୀର୍ବାଦ ସର୍ବଦା ଆପଣଙ୍କ ଉପରେ ରହିବ।

ମିଥୁନ ରାଶି :-

ଚାକିରି କ୍ଷେତ୍ରରେ ଅଧିକ କାର୍ଯ୍ୟ ଚାପ ବଢିପାରେ। ଏହି ସମୟରେ ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ସବୁଥିରେ ସଫଳତା ହାସଲ କରିବେ। ଖୁଚୁରା ବ୍ୟବସାୟୀ ମାନଙ୍କୁ ଆଶାନୁରୂପ ଲାଭ ପ୍ରାପ୍ତ ହେବ। ଭାଇଭଉଣୀ ଆପଣଙ୍କ ବିପଦ ସମୟରେ ସହଯୋଗର ହାତ ବଢାଇବେ। କୌଣସି ପୁରୁଣା ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହୋଇପାରେ।

କର୍କଟ ରାଶି :-

ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ପ୍ରତି ଯଥେଷ୍ଟ ଧ୍ୟାନ ରଖିବାର ଆବଶ୍ୟକତା ରହିଛି। ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଯିବ। ପିତାମାତା ଆପଣଙ୍କୁ ସହଯୋଗ କରିବେ। ବ୍ୟବସାୟରେ ଆଶାନୁରୂପ ସଫଳତା ହାସଲ କରିବେ। କ୍ୟାରିୟରରେ ଅଗ୍ରଗତି କରିବେ। ଅଚାନକ ଧନଲାଭ ହେବାର ସମ୍ଭାବନା ରହିଛି।

ସିଂହ ରାଶି :-

ଆପଣଙ୍କୁ ନିଜ କର୍ମ ଉପରେ ଧ୍ୟାନ ଦେବା ଆବଶ୍ୟକ। ଘରର ଅଯଥା ଖର୍ଚ୍ଚ ପ୍ରତି ନିୟନ୍ତ୍ରଣ ରଖନ୍ତୁ। ପରିବାର ଲୋକଙ୍କ ମଧ୍ୟରେ ଅଯଥା କଥାରେ ମତଭେଦ ହୋଇପାରେ। ଆପଣଙ୍କୁ ବୈବାହିକ ଜୀବନର ସମ୍ପର୍କକୁ ସୁଦୃଢ କରିବା ପାଇଁ ଅଧିକ ପ୍ରୟାସ କରିବା ଉଚିତ। ବ୍ୟବସାୟରେ ଆଶାନୁରୂପ ଲାଭ ପ୍ରାପ୍ତ କରିବେ।

କନ୍ୟା ରାଶି :-

ଆପଣ ନିଜ ଜୀବନର ସବୁ ସମସ୍ୟାକୁ ଦୂର କରିବାରେ ସଫଳ ହେବେ। ଅଚାନକ ଆପଣଙ୍କୁ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ଆମଦାନୀରେ ବୃଦ୍ଧି ହେବ। ବ୍ୟବସାୟରେ ସମୃଦ୍ଧି ଲାଭ କରିବା ପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। କୌଣସି କଠିନ ନିଷ୍ପତ୍ତି ନେବା ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ଗ୍ରହଣ କରନ୍ତୁ।

ତୁଳା ରାଶି :-

ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ସବୁଥିରେ ସଫଳତା ହାସଲ କରିବେ। ବାସନକୁସନ ବ୍ୟବସାୟ କରିଥିବା ଲୋକେ ଲାଭ ପାଇବେ। ଅବିବାହିତ ଲୋକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ। ସକାଳୁ ଉଠି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ। ଦେଖିବେ ଆପଣଙ୍କର ସବୁ ଶୁଭ ହେବ। ସମାଜ କଲ୍ୟାଣ କାର୍ଯ୍ୟରେ ଆପଣ ଯୋଗଦାନ କରିବେ।

ବିଛା ରାଶି :-

ଏହି ରାଶିର ବ୍ୟବସାୟୀ ମାନେ ନିଜ ବ୍ୟବସାୟକୁ ନେଇ ଅଧିକ ଚିନ୍ତିତ ରହିବେ। ରୋଜଗାର ନଥିବା ଲୋକଙ୍କୁ ଆଶାନୁରୂପ ଚାକିରି ମିଳିଯିବ। ଆପଣଙ୍କର ଖୁସିର ଦିନ ଆରମ୍ଭ ହେବାକୁ ଯାଉଛି। ଅଚାନକ ଆପଣଙ୍କୁ ଧନ ପ୍ରାପ୍ତି ହୋଇପାରେ। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ଆପଣଙ୍କୁ ନିଜ ଅହଙ୍କାର ତ୍ୟାଗ କରିବା ଉଚିତ।

ଧନୁ ରାଶି :-

ଏହି ରାଶିର ଲୋକଙ୍କୁ ଆଶାନୁରୂପ ଚାକିରି ମିଳିବ। ଆପଣଙ୍କୁ ଆପଣଙ୍କର କଠିନ ପରିଶ୍ରମର ଉଚିତ ଫଳ ପ୍ରାପ୍ତ ହେବ। ଗୁରୁଜନଙ୍କ ଆଶୀର୍ବାଦ ସର୍ବଦା ଆପଣଙ୍କ ଉପରେ ରହିବ। ନିଜ ଶରୀର ପ୍ରତି ଯଥେଷ୍ଟ ଧ୍ୟାନ ଦିଅନ୍ତୁ। ମାନସିକ ଓ ଶାରିରୀକ ରୂପରେ ସୁସ୍ଥ ରହିବାକୁ ହେଲେ ଆପଣଙ୍କୁ ସକାରାତ୍ମକ ଚିନ୍ତାଧାରା ରଖିବା ଉଚିତ। କାର୍ଯ୍ୟକ୍ଷେତ୍ରରେ ଅଧିକ ପ୍ରଶଂସିତ ହେବେ।

ମକର ରାଶି :-

ଏହି ରାଶିର ଲୋକେ ନିଜ ଅଭିଳାଷାକୁ ପୂରଣ କରିବା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ରହିଥାନ୍ତି। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ। ଯେଉଁମାନେ ପୋଷାକ କାମ କରନ୍ତି, ସେହି ବ୍ୟବସାୟୀମାନେ ଉତ୍ତମ ଲାଭ ପାଇବେ। ଚାକିରି ଖୋଜୁଥିବା ଲୋକଙ୍କୁ ଆଶାନୁରୂପ ଚାକିରି ମିଳିବ।

କୁମ୍ଭ ରାଶି :-

ଏହି ରାଶି ମଧ୍ୟରୁ ଯେଉଁମାନେ ସରକାରୀ ଚାକିରୀ ପାଇଁ ପ୍ରସ୍ତୁତ ହେଉଛନ୍ତି, ସେମାନେ ନିଜର ଉଦ୍ୟମ ଜାରି ରଖିବା ଉଚିତ। ଏହାଦ୍ବାରା ନିଶ୍ଚିତ ଭାବରେ ସଫଳତା ପାଇବେ। ଖୁଚୁରା ବ୍ୟବସାୟୀମାନେ ସାମଗ୍ରୀ ଯୋଗାଇବାରେ ଅସମର୍ଥ ହୋଇ ଅସୁବିଧାରେ ପଡ଼ି ପାରନ୍ତି। ତେଣୁ ସତର୍କ ରହିବାର ଆବଶ୍ୟକତା ରହିଛି। ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

ମୀନ ରାଶି :-

ଏହି ରାଶିର ଲୋକଙ୍କ ପାଇଁ, ଆର୍ଥିକ ପରିସ୍ଥିତି ଠିକ୍ ରହିବ।ଆପଣଙ୍କ ମନରେ ଶିଖିବାର ଇଚ୍ଛା ରଖନ୍ତୁ। ବ୍ୟବସାୟୀମାନେ ଲାଭ ବିଷୟରେ ସଚେତନ ହେବା ଉଚିତ। ଏହାସହିତ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବରେ ଚିନ୍ତା କରିବା ଉଚିତ। ଯୁବଗୋଷ୍ଠୀଙ୍କ ପାଇଁ ସମୟ ଅତ୍ୟନ୍ତ ସୁଖମୟ ସାବ୍ୟସ୍ତ ହେବ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀଟି କିପରି ଲାଗିଲା ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ତେବେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କ ସହିତ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ପେଜକୁ ଲାଇକ ଏବଂ ଫଲୋ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *