Excuse Me Odisha

ଯାହା କହିବୁ ସତ କହିବୁ

ପବିତ୍ର ଶ୍ରାବଣ ମାସରେ ପ୍ରଭୁ ଭୋଳାବାବାଙ୍କୁ ଅର୍ପଣ କରନ୍ତୁ ଏହି ୮ଟି ଜିନିଷ। ଖୁବ୍ ଶୀଘ୍ର ପୂରଣ ହେବ ଆପଣଙ୍କର ସମସ୍ତ ଅଭିଳାଷା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ୧୨ ଗୋଟି ମାସ ମଧ୍ୟରୁ କିଛି ମାସ ଏଭଳି ରହିଛି, ଯାହାକୁ ଧର୍ମ ମାସ ମଧ୍ୟରେ ଗଣା ଯାଇଥାଏ। ସେଥିମଧ୍ୟରୁ ଶ୍ରାବଣ ମାସ ଅନ୍ୟତମ। କହିବାକୁ ଗଲେ ସୋମବାର ଭଗବାନ ଶିବଙ୍କୁ ଅର୍ପଣ କରାଯାଇଛି। ଏହି ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ଦିନ ଭଗବାନ ଶିବଙ୍କୁ ବିଧି ପୂର୍ବକ ପୂଜାର୍ଚ୍ଚନା କଲେ ସବୁ ପାପ କ୍ଷୟ ହେବା ସହିତ ସବୁ ମନସ୍କାମନା ପୂରଣ ହୋଇଥାଏ। ତେବେ ଏହି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ କି, ଶିବଲିଙ୍ଗ ଉପରେ କେଉଁ ୮ ଗୋଟି ଜିନିଷ ଅର୍ପଣ କଲେ, ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ମାନ୍ୟତା ରହିଛି କି ଭଗବାନ ଶିବଙ୍କୁ ଶ୍ରଦ୍ଧା ପୂର୍ବକ ପୂଜାର୍ଚ୍ଚନା କଲେ, ସେ ତାଙ୍କର ଭକ୍ତ ମାନଙ୍କ ଉପରେ ଖୁବ୍ ଶୀଘ୍ର ପ୍ରସନ୍ନ ହୋଇ ଯାଇଥାନ୍ତି।ଶ୍ରାବଣ ମାସ ଭଗବାନ ଶିବଙ୍କ ମାସ ବୋଲି ମଧ୍ୟ ମାନା ଯାଇଥାଏ।ଏହି ମାସରେ ପଡ଼ୁଥିବା ପ୍ରତ୍ୟେକ ସୋମବାର ଅତ୍ୟନ୍ତ ଶୁଭ ହୋଇଥାଏ। ଯଦି ଶ୍ରାବଣ ମାସ ସୋମବାର ଦିନ ଭଗବାନ ପ୍ରଭୁ ମହାଦେବଙ୍କୁ ଭକ୍ତିର ସହିତ ପୂଜା କରାଯାଏ। ତାହେଲେ ଭଗବାନ ଶିବଙ୍କ କୃପାଲାଭ ହୋଇଥାଏ। ଏହି ଶୁଭ ମାସରେ କିଛି ପାପ କାର୍ଯ୍ୟ ବା ନିଶା ସେବନ, ଆମିଷ ସେବନ କରିବାକୁ ବାରଣ କରାଯାଇଥାଏ। ତେଣୁ ଆଜି ଆମେ ଆପଣମାନଙ୍କୁ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଏପରି କିଛି ଉପାୟ କହିବାକୁ ଯାଉଛୁ, ଯାହାଦ୍ଵାରା ଆପଣ ଖୁବ୍ ଶୀଘ୍ର ପ୍ରଭୁ ଭୋଳାନାଥଙ୍କୁ ପ୍ରସନ୍ନ କରି ପାରିବେ।

୧/ ଜଳ :-

ଯଦି ଆପଣ ଶ୍ରାବଣ ମାସ ସୋମବାର ଦିନ ଓଁ ନମଃ ଶିବାୟଃ ଜପ କରି ଶିବଲିଙ୍ଗ ଉପରେ ୧୦୮ ଥର ଜଳ ଅର୍ପଣ କରନ୍ତି, ଦେଖିବେ, ନିଶ୍ଚିତ ଭାବରେ ଆପଣଙ୍କର ମନସ୍କାମନା ପୂରଣ ହେବ।

୨/ କ୍ଷୀର :-

ଯଦି ଆପଣ ଶ୍ରାବଣ ମାସ ସୋମବାର ଦିନ କ୍ଷୀରରେ ଭଗବାନ ଶିବଙ୍କର ଅଭିଷେକ କରିବେ, ତାହେଲେ ଆପଣଙ୍କୁ ସବୁ କ୍ଷେତ୍ରରେ ଲାଭ ମିଳିବ। ଏହାସହିତ ଆପଣଙ୍କୁ ଶାରୀରିକ ଓ ମାନସିକ ରୂପରେ ଶାନ୍ତି ପ୍ରାପ୍ତ ହେବ।

୩/ ଚିନି :-

ଯଦି ଆପଣ ଶ୍ରାବଣ ମାସ ସୋମବାର ଦିନ ଶିବଲିଙ୍ଗ ଉପରେ ଚିନି ଅର୍ପଣ କରିବେ, ତାହେଲେ ଆପଣଙ୍କ ଘରେ ସୁଖ ସମୃଦ୍ଧି ବଢିବା ସହିତ ଆପଣଙ୍କ ଉପରେ ସର୍ବଦା ଭଗବାନ ଶିବଙ୍କ କୃପା ଦୃଷ୍ଟି ରହିବ। ଏହାସହିତ ଆପଣଙ୍କର ସବୁ ଅଭିଳାଷା ପୂରଣ ହେବ।

୪/ ଘିଅ :-

ଯଦି ଆପଣ ଶ୍ରାବଣ ମାସ ସୋମବାର ଦିନ ଭଗବାନ ଶିବଙ୍କର ଅଭିଷେକ ଘିଅରେ କରିବେ, ତାହେଲେ ଆପଣଙ୍କ ଜୀବନର ସବୁ ଦୁଃଖକଷ୍ଟ ଦୂର ହୋଇଯିବ। ଯେଉଁ ଲୋକମାନେ ସନ୍ତାନ ସୁଖ ପ୍ରାପ୍ତି ହେବାରୁ ବଞ୍ଚିତ ହୋଇଛନ୍ତି, ସେମାନଙ୍କୁ ଖୁବ୍ ଶୀଘ୍ର ସୁଖଦ ସମାଚାର ପ୍ରାପ୍ତ ହେବ।

୫/ ମହୁ :-

ଯଦି ଆପଣ ଭଗବାନ ଶିବଙ୍କର ଅଭିଷେକ ମହୁରେ କରିବେ, ତାହେଲେ ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବା ସହିତ ଆପଣଙ୍କୁ କେବେବି ଆର୍ଥିକ ଅଭାବର ସମ୍ମୁଖୀନ ହେବାକୁ ପଡିବ ନାହିଁ।

୬/ ଭାଙ୍ଗ: –

ଯଦି ଆପଣ ଶ୍ରାବଣ ମାସ ସୋମବାର ଦିନ ଶିବଲିଙ୍ଗ ଉପରେ ଭାଙ୍ଗ ଅର୍ପଣ କରିବେ, ତାହେଲେ ଭଗବାନ ଶିବ ଆପଣଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ହେବେ ଏବଂ ଆପଣ ନିଜ ଜୀବନର ସବୁ ସୁଖ ଭୋଗ କରିବେ।

୭/ ଚନ୍ଦନ :-

ଯଦି ଆପଣ ଶିବଲିଙ୍ଗ ଉପରେ ଚନ୍ଦନ ଲଗାଇବେ, ତାହେଲେ ଆପଣଙ୍କର ଅଭିଳାଷା ଖୁବ୍ ଶୀଘ୍ର ପୂରଣ ହୋଇଯିବ। ଏହାକୁ ଆପଣ ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ଦିନ କରିବେ।

୮/ କେଶର:-

ଯଦି ଆପଣ ଶ୍ରାବଣ ମାସ ସୋମବାର ଦିନ ଶିବଲିଙ୍ଗ ଉପରେ କେଶର ଅର୍ପଣ କରିବେ, ତାହେଲେ ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର ହେବ। ଶ୍ରାବଣ ମାସର ସୋମବାର ଦିନ ଯଦି ଆପଣ ଏହି ସବୁ ଜିନିଷ ଅର୍ପଣ କରିବେ ଆପଣଙ୍କର ସବୁ ମନସ୍କାମନା ଖୁବ୍ ଶୀଘ୍ର ପୂର୍ଣ୍ଣ ହେବା ସହିତ ଧନଲାଭ ହେବାର ଯୋଗ ରହିଛି।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀଟି କିପରି ଲାଗିଲା ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ତେବେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କ ସହିତ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ପେଜକୁ ଲାଇକ ଏବଂ ଫଲୋ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *