Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସ ୧୪ ଜୁଲାଇ ରୁ ୧୨ ଅଗଷ୍ଟ ସାବଧାନ। ମହାଦେବଙ୍କ ପ୍ରିୟ ମାସ। ଭୁଲରେ ବି କରନ୍ତୁ ନାହିଁ ଏହି କାମ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶ୍ରାବଣ ମାସ ୧୪ ଜୁଲାଇ ରୁ ୧୨ ଅଗଷ୍ଟ ସାବଧାନ। ମହାଦେବଙ୍କ ପ୍ରିୟ ମାସ। ଭୁଲରେ ବି କରନ୍ତୁ ନାହିଁ ଏହି କାମ।

ଭଗବାନ ଶିବଙ୍କର ସବୁଠାରୁ ପ୍ରିୟ ମାସ ହେଉଛି ଶ୍ରାବଣ ମାସ। ଏହି ମାସରେ ଭଗବାନ ଶିବଙ୍କୁ ଏମିତି ଜିନିଷ ଅଛି ଯାହା ନିଶ୍ଚୟ ଅର୍ପଣ କରନ୍ତୁ ଏହା ଦ୍ୱାରା ଭଗବାନ ଶିବ ଦେବେ ବରଦାନ କିନ୍ତୁ ଏମିତି କିଛି ଜିନିଷ ଅଛି ଯାହା ଭୁଲରେ ବି ଅର୍ପଣ କରନ୍ତୁ ନାହିଁ।

ଏହି ମାସରେ ଭଗବାନ ଶିବଙ୍କ ସହିତ ମା ଅମ୍ବିକାଙ୍କର ପୂଜା ନିଶ୍ଚୟ କରନ୍ତୁ। ମନସ୍କାମନା ପୂରଣ ହୋଇଥାଏ। ସ୍ୱାସ୍ଥ୍ୟ ଭଲ ରହିଥାଏ ଉନ୍ନତି ମିଳିଥାଏ।

ଯେଉଁମାନଙ୍କ କୁଣ୍ଡଳୀରେ ଚନ୍ଦ୍ରମା ନୀଚରେ ଥିବେ ପାପ ଗ୍ରହ ସହିତ ଥିବ ତାଙ୍କୁ ବି ଲାଭ ମିଳିବ। ଏହି ମାସରେ ୪ ଟି ସୋମବାର ପଡୁଅଛି ତେଣୁ ୪ ଟି ସୋମବାର ଯଦି ନିଷ୍ଠାର ସହିତ ପାଳନ କରିବେ ତେବେ ରୋଗ ଶୋକ କ୍ଳେଶ ସବୁ ଦୂର ହୋଇଯିବ।

ଆସନ୍ତୁ ଜାଣିବା ଶିବ ଲିଙ୍ଗରେ କେଉଁ ଜିନିଷ ଅର୍ପଣ କରି ଭଗବାନ ଶିବଙ୍କୁ ପ୍ରସନ୍ନ କରିହେବ।

ଭଗବାନ ଶିବ ଲିଙ୍ଗ ଉପରେ କ୍ଷୀର ଅର୍ପଣ କଲେ ଆରୋଗ୍ୟର ପ୍ରାପ୍ତି ହୋଇଥାଏ। ସ୍ୱାସ୍ଥ୍ୟ ଭଲ ରହିଥାଏ।

ଦହି ଅର୍ପଣ କରିଲେ ଜୀବନରେ ସୁଖ ଖୁସି ଉଲ୍ଲାସର ପ୍ରାପ୍ତି ହୋଇଥାଏ।

ଘିଅ ଅର୍ପଣ କରିଲେ ଆପଣଙ୍କର ତେଜ ବଢିଥାଏ। ସମାଜରେ ସମ୍ମାନ ମିଳିଥାଏ। ସନ୍ତାନ ପ୍ରାପ୍ତି ହୋଇଥାଏ। ସନ୍ତାନଙ୍କର ଉନ୍ନତି ହୋଇଥାଏ।

ମହୁ ଅର୍ପଣ କରିଲେ ଆପଣଙ୍କ ସୌନ୍ଦର୍ଯ୍ୟ ବଢିଥାଏ। ବାଣୀରେ ମଧୁରତା ବନି ରହିଥାଏ।

ଜୀବନରେ ସୁଖ ସମୃଦ୍ଧି ପାଇଁ ଗୁଡ଼ ଅର୍ପଣ କରନ୍ତୁ। ଏହା ଦ୍ବାରା ଧନର ଅଭାବ ବି ରହିବ ନାହିଁ।

ଏହି ମାସରେ ଭଗବାନ ଶିବଙ୍କ ଉପରେ ଅତର ଅର୍ପଣ କରିଲେ ଧର୍ମ ପ୍ରାପ୍ତି ହୋଇଥାଏ।

ଚନ୍ଦନ ଅର୍ପଣ କଲେ ସମାଜରେ ଆପଣଙ୍କର ଯଶ କୀର୍ତି ବୃଦ୍ଧି ହୋଇଥାଏ।

ଭଗବାନ ଶିବଙ୍କ ପୂଜାରେ କେଉଁ ଜିନିଷ ଅର୍ପଣ କରିବା ଉଚିତ ନୁହେଁ ଆସନ୍ତୁ ଜାଣିବା।

ଶଙ୍ଖର ଜଳ ଭୁଲରେ ବି ଭଗବାନ ଶିବଙ୍କୁ ଅର୍ପଣ କରିବେ ନାହିଁ।

ଭଙ୍ଗା ଚାଉଳ କେବେବି ଅର୍ପଣ କରନ୍ତୁ ନାହିଁ। ଆପଣ ଚାହିଁଲେ ସମ୍ପୂର୍ଣ୍ଣ ଗୋଟା ଚାଉଳ ଅର୍ପଣ କରି ପାରିବେ।

ଭୁଲରେବି ଶିବଲିଙ୍ଗରେ ହଳଦୀ କିମ୍ବା ସିନ୍ଦୁର ଅର୍ପଣ ନାହିଁ। କାରଣ ତାହା ମହାଦେବ ଶିବ ବୈରାଗୀ ଅଟନ୍ତି।

ଶିବଙ୍କ ପ୍ରତିମୂର୍ତ୍ତିରେ ଆପଣ ନାଲି ଫୁଲ ଚଢ଼ାଇ ପାରିବେ ମାତ୍ର ଶିବଲିଙ୍ଗରେ ଆଦୌ ନୁହେଁ କାରଣ ଭଗବାନ ଶିବ ବୈରାଗୀ ଅଟନ୍ତି ଯେଉଁ ଜିନିଷ ସୌଭାଗ୍ୟର ପ୍ରତୀକ ହୋଇଥାଏ ତାହାକୁ ଶିବଲିଙ୍ଗରେ ଭୁଲରେବି ଅର୍ପଣ କରନ୍ତୁ ନାହିଁ।

ଭୁଲରେବି ମହାଦେବନ ଶିବଙ୍କୁ ତୁଳସୀ ଅର୍ପଣ କରିବା ଉଚିତ ନୁହେଁ। ଯଦି ଆପଣ ଏପରି କରନ୍ତି ତେବେ ଏହା ଆଦୌ ଭଲ ହୋଇ ନଥାଏ।

ନଡ଼ିଆ ପାଣି ମଧ୍ୟ ଚଢ଼ାଇବା ଉଚିତ ନୁହେଁ। ଆପଣ ଚାହିଁଲେ ଭଗବାନ ଶିବଙ୍କୁ ଶୁଖିଲା ନଡ଼ିଆ ଅର୍ପଣ କରି ପାରିବେ।

ଆମ ଶାସ୍ତ୍ର ଅନୁଯାୟୀ ଭଗବାନ ଶିବଙ୍କୁ କ୍ଷୀର ଅତ୍ୟନ୍ତ ପ୍ରିୟ ହୋଇଥାଏ । ତେଣୁ ମହାଦେବ ଶିବଙ୍କ ଭକ୍ତ ପୂଜା ସମୟରେ କ୍ଷୀର ଅର୍ପଣ କରିଥାନ୍ତି କିନ୍ତୁ ଏହା ମନେ ରଖନ୍ତୁ ଯେ କେବଳ କଞ୍ଚାକ୍ଷୀର ହିଁ ମହାଦେବଙ୍କୁ ଅର୍ପଣ କରିବା ଉଚିତ ନଚେତ ମହାଦେବ କ୍ରୋଧିତ ହେବେ। ଏହାବ୍ୟତୀତ ତମ୍ବା ପାତ୍ରରେ ଭୁଲରେବି କ୍ଷୀର ଅର୍ପଣ କରନ୍ତୁ ନାହିଁ କାରଣ ତମ୍ବା ପାତ୍ରରେ କ୍ଷୀର ବିଷ ସମାନ ହୋଇଯାଏ। ଯାହାଦ୍ୱାରା ଭଗବାନ ଶିବ ପ୍ରସନ୍ନ ହେବା ପରିବର୍ତ୍ତେ ଆହୁରି କ୍ରୋଧିତ ହୋଇ ଯାଆନ୍ତି। ତେଣୁ କ୍ଷୀର ଚଢ଼ାଇବା ସମୟରେ ଷ୍ଟିଲ ପିତ୍ତମ କିମ୍ବା ଚାନ୍ଦି ପାତ୍ର ହିଁ ବ୍ୟବହାର କରନ୍ତୁ। ଯଦି ଆପଣଙ୍କ ପାଖରେ ପର୍ଯ୍ୟାପ୍ତ କ୍ଷୀର ନାହିଁ ତେବେ ପାଣିରେ ଏତିକି କ୍ଷୀର ମିଶାନ୍ତୁ ଯେ ତାହା ଧଳା ରଙ୍ଗ ରହିବ। କିନ୍ତୁ ଧ୍ୟାନ ରଖିବେ ଯେ କ୍ଷୀର କଞ୍ଚା ହୋଇଥିବା ଆବଶ୍ୟକ।

ଏହା ସମସ୍ତଙ୍କୁ ଜଣା ଯେ ବେଲପତ୍ର ଭଗବାନ ଶିବଙ୍କର ଅତ୍ୟନ୍ତ ପ୍ରିୟ। କିନ୍ତୁ ସବୁ ପ୍ରକାରର ବେଲ ପତ୍ର ଶିବଙ୍କୁ ପସନ୍ଦ ନୁହେଁ। ଏହା ଆପଣଙ୍କୁ ଜଣା ଯେ ଗୋଟିଏ ଡେମ୍ଫରେ ତିନୋଟି ପତ୍ର ଥିଲେ ହିଁ ଭଗବାନ ଶିବଙ୍କୁ ଅର୍ପଣ କରିବା ଉଚିତ କିନ୍ତୁ ଅନେକ ସମୟରେ ଲୋକେ ତିନୋଟି ପତ୍ର ନଥାଇ ଗୋଟିଏ ପତ୍ର ବି ଅର୍ପଣ କରି ଦିଅନ୍ତି। ମାତ୍ର ଏହାଦ୍ବାରା ଭଗବାନ ଶିବ କ୍ରୋଧିତ ହୁଅନ୍ତି। ଏହାବ୍ୟତୀତ ଛିଡ଼ି ଯାଇଥିବା କିମ୍ବା କଟିଯାଇଥିବା ବେଲ ପତ୍ର ଅର୍ପଣ କଲେ ମଧ୍ୟ ମହାଦେବ ଶିବ କ୍ରୋଧିତ ହୁଅନ୍ତି। ତେଣୁ ସବୁବେଳେ ତିନୋଟି ପତ୍ର ଥିବା ଏବଂ ଭଲ ପତ୍ରହିଁ ଶିବଙ୍କୁ ଅର୍ପଣ କରିବା ଉଚିତ।

ବେଲ ପତ୍ର ଅର୍ପଣ କରିବା ସମୟରେ ଉଚିତ ଦିଗ ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ।ବେଲପତ୍ରକୁ ଶିବଲିଙ୍ଗରେ ଅର୍ପଣ କରିବା ସମୟରେ ମସୃଣ ଭାଗକୁ ଶିବ ଲିଙ୍ଗ ଉପରେ ରଖନ୍ତୁ ଏବଂ ଶିର ଭାଗକୁ ଉପରକୁ କରି ରଖନ୍ତୁ। ଭଗବାନ ଶିବଙ୍କୁ ବେଲପତ୍ର ଅର୍ପଣ କରିବା ପୂର୍ବରୁ ତାହାକୁ ଜଳରେ ଶୁଦ୍ଧ କରାଇ ନିଅନ୍ତୁ। ମନେ ରଖନ୍ତୁ କୌଣସି ସୋମବାର କିମ୍ବା ଶିବରାତ୍ରିରେ ବେଲପତ୍ର ଛିଡ଼ାଇବା ଆଦୌ ଶୁଭ ହୋଇ ନଥାଏ। ତେଣୁ ସୋମବାର ପୂର୍ବଦିନ କିମ୍ବା ଶିବରାତ୍ରି ପୂର୍ବଦିନ ହିଁ ବେଲପତ୍ର ଛିଡ଼ାଇ ରଖି ନିଅନ୍ତୁ କାରଣ ବେଲପତ୍ରକୁ କେବେବି ବାସୀ ମାନାଯାଏ ନାହିଁ। ବେଲପତ୍ର ଚଢ଼ାଇବା ସମୟରେ ମଧ୍ୟମା ଏବଂ ତର୍ଜନୀ ଆଙ୍ଗୁଠି ଦ୍ୱାରା ହିଁ ବେଲପତ୍ର ଧରନ୍ତୁ। ଏହାବ୍ୟତୀତ ବେଲପତ୍ର ଚଢ଼ାଇସାରିବା ପୂର୍ବରୁ ଏବଂ ପରେ ଜଳ ଅର୍ପଣ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *