Excuse Me Odisha

ଯାହା କହିବୁ ସତ କହିବୁ

ଲୁଣକୁ ଘରର ଏହି ଜାଗାରେ ରଖନ୍ତୁ ଟଙ୍କାର ଅଭାବ ରହିବ ନାହିଁ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଲୁଣକୁ ଘରର ଏହି ଜାଗାରେ ରଖନ୍ତୁ ଟଙ୍କାର ଅଭାବ ରହିବ ନାହିଁ।

ବନ୍ଧୁଗଣ ମନୁଷ୍ୟ ଜୀବନର ସବୁ କଥାର ସନ୍ତୁଳନ ରହିବା କାହିଁକି ମହତ୍ତ୍ୱପୂର୍ଣ୍ଣ ଅଟେ ଏହା ଆମକୁ ଲୁଣ ଠାରୁ ଶିଖିବା ଉଚିତ। ଲୁଣ ଠାରୁ ଆମେ ସନ୍ତୁଳନ ଜୀବନର ପାଠ ପଢିପାରିବା। ଯେମିତି ଆମର ଖାଦ୍ୟରେ ଲୁଣର କଣ ମହତ୍ୱ ରହିଛି ଏହା ତ ଆମେ ସମସ୍ତେ ଭଲ ଭାବରେ ଜାଣିଛୁ ଏବଂ ଏହା ବି ଜାଣିଛୁ କି ଖାଦ୍ୟରେ ଠିକ ମାତ୍ରାରେ ହିଁ ଲୁଣ ପକାଯାଏ ତେବେ ଯାଇ ଏ ଖାଦ୍ୟରେ ସ୍ୱାଦ ଆସିଥାଏ। ଖାଦ୍ୟରେ ଆବଶ୍ୟକତା ଠାରୁ କମ କିମ୍ବା ଅଧିକ ଲୁଣ ପକେଇ ଦ୍ୱାରା ଖାଦ୍ୟର ସ୍ୱାଦ ଖରାପ ହୋଇଯାଇଥାଏ। ଏହା ସହିତ ବି ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ବି ହାନିକାରକ ହୋଇଥାଏ। ସେହିପରି ଆମର ଜୀବନରେ ବି କିଛି ମହତ୍ତ୍ୱପୂର୍ଣ୍ଣ ବସ୍ତୁର କମି କିମ୍ବା ଅଧିକ ବି କୌଣସି ବି ସୁଖ ଆଣି ପାରିନଥାଏ ବରଂ ହାନିକାରକ ହୋଇଥାଏ।

ଲୁଣ ଆମର ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ ଅଟେ। ଜ୍ୟୋତିଷ ଶାସ୍ତ୍ରରେ ବି ଲୁଣର ସାଧାରଣ ମହତ୍ୱ କୁହାଯାଇଅଛି। ଲୁଣ ଆମର ଖାଦ୍ୟର ସ୍ୱାଦ ବଢ଼ାଇବାର କାମ ତ କରିଥାଏ ତା ସହିତ ଆମ ଜୀବନରେ ବି ସକାରାତ୍ମକତା ଆଣିବାରେ କାମ ବି କରିଥାଏ। ଜ୍ୟୋତିଷ ଶାସ୍ତ୍ରରେ ଲୁଣ ବିଷୟରେ କିଛି ଏମିତି ଉପାୟ କୁହାଯାଇଛି ଯାହା ଦ୍ୱାରା ଆମେ ଆମର ଜୀବନର ଦୋଶା ଏବଂ ଦିଶା ଦୁଇଟିକୁ ହିଁ ବଦଳେଇ ପାରିବା। ମାତ୍ର ଏକ ଚୁଟିକି ଲୁଣରେ ଏତେ କ୍ଷମତା ରହିଥାଏ କି ଆମକୁ ଗରିବରୁ ରାଜା ମଧ୍ୟ ବନେଇ ପାରେ। ବନ୍ଧୁଗଣ ଆଜି ଆମେ ଲୁଣର କିଛି ମହତ୍ତ୍ୱପୂର୍ଣ୍ଣ ଉପାୟ ବିଷୟରେ ଜାଣିବା ଯାହା ପ୍ରାଚୀନ କାଳରୁ ହିଁ କେତେକ ଘରେ ପ୍ରତିଦିନ ପାଳନ କରାଯାଉଛି। ଏହିସବୁ କଥା ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣିତ ଅଛି। ଆପଣ ବି ଲୁଣର ଏହି ଉପାୟକୁ ଅବଶ୍ୟ କରନ୍ତୁ। ତେବେ ଆସନ୍ତୁ ଜାଣିବା।

ଲୁଣ ସକାରାତ୍ମକ ଉର୍ଜାର ଭଣ୍ଡାର ହୋଇଥାଏ ଏହା ସହିତ ଏଥିରେ ଏତେ ଶକ୍ତି ରହିଥାଏ କି ଆପଣଙ୍କର ଆଖପାଖରେ ଥିବା ନକାରାତ୍ମକ ଶକ୍ତିକୁ ମଧ୍ୟ ଦୂର କରିଦେଇଥାଏ। ଏଥିପାଇଁ ଘରର ଚାରି କୋଣରେ ଏକ ପାତ୍ରରେ ଲୁଣ ଭର୍ତି କରି ଅବଶ୍ୟ ରଖନ୍ତୁ। ପୋଛା ପାଣିରେ ଅଳ୍ପ ଲୁଣ ପକେଇ ଘରର ପୋଛା ଲଗାଇବା ଦ୍ୱାରା ପୁରା ଘରେ ସକାରାତ୍ମକ ଉର୍ଜାର ସଂଚାର ହୋଇଥାଏ ଏବଂ ଯଦି ଘରେ ବାରମ୍ବାର କ୍ଳେଶ ହୋଇଥାଏ କିମ୍ବା ପରିବାରର ସଦସ୍ୟଙ୍କ ଭିତରେ ଛୋଟ ଛୋଟ କଥାକୁ ନେଇ ମତ ଭେଦ ହୋଇଥାଏ ତ ଆପଣ ଲୁଣର ଏହି ଉପାୟ ଅବଶ୍ୟ କରନ୍ତୁ।

ବନ୍ଧୁଗଣ ଗାଧୁଆ ଘରେ ଯଦି କୌଣସି ପ୍ରକାରର ବାସ୍ତୁଦୋଷ ଥାଏ ତାହାର ନକରାତ୍ମକ ପ୍ରଭାବ ପୁରା ପରିବାରର ସ୍ୱାସ୍ଥ୍ୟ ଉପରେ ପଡିଥାଏ। ଯେଉଁ କାରଣରୁ ପରିବାରର ସଦସ୍ୟ ଗୋଟେ ପରେ ଗୋଟେ ଅଚାନକ ବିମାରିରେ ପଡ଼ିବାକୁ ଲାଗିଥାନ୍ତି। ଏହା ସହିତ ଘରର ଆର୍ଥିକ ସ୍ଥିତିବି ପ୍ରଭାବିତ ହୋଇଥାଏ। ବାସ୍ତୁ ଶାସ୍ତ୍ରରେ ଏହାର ଉପାୟ କୁହାଯାଇଅଛି। ଏଥିପାଇଁ ଗାଧୁଆ ଘରେ ଏକ କାଚର ପାତ୍ରରେ ଲୁଣ ଭରି କରି ରଖି ଦିଅନ୍ତୁ ଏବଂ ତାକୁ ପ୍ରତି ସପ୍ତାହରେ ବଦଳେଇ ନୂଆ ଲୁଣ ରଖନ୍ତୁ। ଏହା ଦ୍ୱାରା ଘରର ବାସ୍ତୁଦୋଷ ଦୂର ହୋଇଥାଏ ଏବଂ ଘରେ ସକାରାତ୍ମକତା ଆସିଥାଏ ଏବଂ ଆମର ଆର୍ଥିକ ସ୍ଥିତିବି ମଜବୁତ ହୋଇଥାଏ।

ବନ୍ଧୁଗଣ ଘରର ମୁଖ୍ୟ ଦ୍ୱାର ଆମ ଘରର ସବୁଠାରୁ ସମ୍ବେଦନଶୀଳ ସ୍ଥାନ ହୋଇଥାଏ ଏହା ସେହି ଜାଗା ହୋଇଥାଏ ଯେଉଁ ବାଟ ଦେଇ ନକରାତ୍ମକ ଶକ୍ତି ଆମ ଘରକୁ ସବୁଠୁ ପ୍ରଥମେ ପ୍ରବେଶ କରିଥାଏ। ଏଥିପାଇଁ ବନ୍ଧୁଗଣ ମୁଖ୍ୟ ଦ୍ୱାରରେ ଏକ ଲାଲ କପଡ଼ାରେ ଲୁଣକୁ ବାନ୍ଧି କରି ଟାଙ୍ଗି ଦିଅନ୍ତୁ। ଲୁଣର ସକାରାତ୍ମକତାରୁ ଘରକୁ ଆସିଥିବାକୁ ଥିବା ସବୁ ସଙ୍କଟ ଦ୍ୱାର ପାଖରେ ହିଁ ରହିଯିବ ଏବଂ ନକରାତ୍ମକ ଉର୍ଜା ଆପଣଙ୍କର ଘରେ ପ୍ରବେଶ କରିପାରିବ ନାହିଁ। ଏହା ସହିତ ହିଁ କୁଦୃଷ୍ଟିରୁ ଆମ ଘରରରକ୍ଷା ହୋଇଥାଏ।

ଆପଣ ଘରର ବଡ଼ ମହିଳା ମାନଙ୍କୁ ନଜର ଉତାରିବାର ଦେଖିଥିବେ। ସେଥିପାଇଁ ସେ ଲୁଣର ବି ପ୍ରୟୋଗ କରିଥାନ୍ତି। କାହିଁକିନା ଲୁଣ ଦୃଷ୍ଟିଦୋଷ ଦୂର କରିଥାଏ ଏବଂ ଶରୀରରୁ ସବୁ ନକରାତ୍ମକତାକୁ ବାହାରକୁ ବାହାର କରିଦେଇଥାଏ। ପିଲା ମାନଙ୍କୁ ଯଦି ବାରମ୍ବାର ନଜର ଲାଗିଥାଏ ତ ସେମାନଙ୍କର ଗାଧୋଇବା ପାଣିରେ ଲୁଣ ମିଶେଇ କରି ସେମାନଙ୍କୁ ଗାଧୋଇ ଦିଅନ୍ତୁ। ଏହା ଦ୍ୱାରା ଆରାମ ମିଳିଥାଏ।

ବନ୍ଧୁଗଣ ଲୁଣ ରାହୁ ଏବଂ କେତୁର ଦୁପ୍ରଭାବକୁ ବି ଦୂର କରିବାରେ ସାହାର୍ଯ୍ୟ କରିଥାଏ। ରାତିରେ ଶୋଇବା ପୂର୍ବରୁ ପାଣିରେ ଲୁଣ ମିଶାଇ ସେଥିରେ ହାତ ମୁହଁ ଧୋଇ କରି ଶୋଇଲେ ସବୁ ଖରାପ ଶକ୍ତି ଯାହା ରାତିରେ ସକ୍ରିୟ ହୋଇଥାନ୍ତି ସେସବୁ ଆପଣଙ୍କ ଠାରୁ ଦୂରରେ ରହିବ ଏବଂ ଆପଣଙ୍କୁ ସ୍ୱପ୍ନଦୋଷରୁ ବି ମୁକ୍ତି ମିଳିଥାଏ।

ବନ୍ଧୁଗଣ ଯଦି ଆପଣଙ୍କର ପରିବାରରେ ସର୍ବଦା ମତ ଭେଦ ଲାଗି ରହୁଥାଏ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବି ଝଗଡା ଲାଗି ରହୁଥାଏ କିମ୍ବା କୌଣସି ପ୍ରକାରର ମାନସିକ ଅଶାନ୍ତି ଲାଗି ରହୁଥାଏ ତ ବିଟ ଲୁଣ ବା ସନ୍ଧିବ ଲୁଣ ଏହାର ପ୍ରୟୋଗ ବହୁତ ଭଲ କାମ କରିଥାଏ। ସ୍ୱାମୀ ସ୍ତ୍ରୀ ନିଜର ଶୟନ କକ୍ଷରେ ଗୋଟିଏ ପାତ୍ରରେ ସନ୍ଧିବ ଲୁଣ ଭରି କରି ରଖନ୍ତୁ। ଦେଖିବେ ଆପଣଙ୍କର ସବୁ ସମସ୍ୟା ଦୂର ହେବ।

ତ ବନ୍ଧୁଗଣ ଏହିସବୁ ଉପାୟ ଦ୍ୱାରା ଆପଣଙ୍କର ଜୀବନରୁ ସବୁ ନକରାତ୍ମକତାକୁ ଦୂର କରିପାରିବେ ଏବଂ ଘରେ ଖୁସି ଆଣିପାରିବେ କିନ୍ତୁ ଲୁଣର ଉପଯୋଗକୁ ନେଇ କିଛି ମହତ୍ତ୍ୱପୂର୍ଣ୍ଣ କଥା ଧ୍ୟାନ ରଖିବା ବହୁତ ଜରୁରୀ ଅଟେ।

ରାତି ସମୟରେ ଆପଣ କୌଣସି ବି ବାହାର ବ୍ୟକ୍ତିକୁ ଭୁଲ କରିବି ଲୁଣ ଦିଅନ୍ତୁ ନାହିଁ।

ଲୁଣକୁ କେବେବି କାହାର ହାତରେ ସିଧା ଦିଅନ୍ତୁ ନାହିଁ ବରଂ ତାର ଥାଳିରେ ଦେଇଦିଅନ୍ତୁ ନହେଲେ ସେହି ବ୍ୟକ୍ତି ସହିତ ଆମର ବାଦବିବାଦ ହୋଇପାରେ।

ଲୁଣକୁ କେବେବି ଷ୍ଟିଲ କିମ୍ବା ଲୁହା ପାତ୍ରରେ ରଖନ୍ତୁ ନାହିଁ। ଲୁହା ଶନିଙ୍କର ଧାତୁ ଅଟେ ଏବଂ ଲୁଣ ଉପରେ ଶୁକ୍ର ଗ୍ରହର ପ୍ରଭାବ ରହିଥାଏ ଏବଂ ଦୁଇଜଣଙ୍କର ନିୟତି କେବେବି ଶୁଭ ମାନାଯାଏ ନାହିଁ। ଲୁଣକୁ ଲୁହାର ପାତ୍ରରେ ରଖିବା ଦ୍ୱାରା ଘରେ କ୍ଳେଶ ବଢିଥାଏ ଏବଂ ଦୁଃଖ ଦାରିଦ୍ର୍ୟ ଆସିଥାଏ। ଏଥିପାଇଁ ଏମିତି କରନ୍ତୁ ନାହିଁ। ଲୁଣକୁ ସର୍ବଦା କାଚର ପାତ୍ରରେ ହିଁ ରଖନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *