Excuse Me Odisha

ଯାହା କହିବୁ ସତ କହିବୁ

ତୁଳସୀ ଗଛ ପାଖରେ ଏହି ୧ ଗଛ ଲଗାଇଲେ ଦୂର ହୋଇଥାଏ ଗରିବୀ। ଘରକୁ ଆସନ୍ତି ମା ଲକ୍ଷ୍ମୀ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ତୁଳସୀ ଗଛ ପାଖରେ ଏହି ୧ ଗଛ ଲଗାଇଲେ ଦୂର ହୋଇଥାଏ ଗରିବୀ। ଘରକୁ ଆସନ୍ତି ମା ଲକ୍ଷ୍ମୀ।

ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ବହୁତ ଅଧିକ ପବିତ୍ର ମାନାଯାଏ। ଏହି କାରଣରୁ ପ୍ରତ୍ୟକ ହିନ୍ଦୁ ଘରେ ତୁଳସୀ ଗଛ ଅବଶ୍ୟ ଥାଏ। ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଯେଉଁ ସ୍ଥାନରେ ତୁଳସୀ ଗଛ ଥାଏ ସେହି ସ୍ଥାନରେ ନକରାତ୍ମକ ଶକ୍ତି ନିବାସ କରିନଥାଏ। ଯେଉଁ ଘରର ମହିଳାମାନେ ତୁଳସୀ ଗଛକୁ ପ୍ରତିଦିନ ଜଳ ଅର୍ପଣ କରନ୍ତି ତାଙ୍କୁ ସୌଭାଗ୍ୟର ପ୍ରାପ୍ତି ହୋଇଥାଏ। ଆମର ଶାସ୍ତ୍ରରେ ତୁଳସୀ ଗଛର ଯେତେ ଅଧିକ ମହତ୍ୱ କୁହାଯାଇଛି ସେତିକି ମହତ୍ୱ ଅନ୍ୟ କୌଣସି ଗଛରେ ନାହିଁ।

ତୁଳସୀ ଗଛ ଆଧ୍ୟାତ୍ମିକ ଦୃଷ୍ଟିରୁ ବହୁତ ମହତ୍ତ୍ୱପୂର୍ଣ୍ଣ ତ ହୋଇଥାଏ ଏହା ସହିତ ବୈଜ୍ଞାନିକ ଦୃଷ୍ଟିକୋଣରୁ ବି ବହୁତ ଔଷଧୀୟ ଗୁଣ ବିଶିଷ୍ଟ ହୋଇଥାଏ। ଏହା ସହିତ ବାସ୍ତୁଶାସ୍ତ୍ରରେ ତୁଳସୀ ଗଛକୁ ବହୁତ ମହତ୍ୱ ଦିଆଯାଇଛି। ବାସ୍ତୁଶାସ୍ତ୍ର ଅନୁସାରେ ତୁଳସୀ ଗଛ ନକରାତ୍ମକ ଉର୍ଜାକୁ ନାଶ କରିଥାଏ ଏବଂ ଘରେ ସକରାତ୍ମକ ଉର୍ଜାକୁ ବୃଦ୍ଧି କରିଥାଏ। ଯଦି ତୁଳସୀ ଗଛକୁ ଠିକ ଦିଗରେ ଠିକ ସ୍ଥାନରେ ଲଗାଯାଏ ତେବେ ଏହି ଗଛ ବହୁତ ଲାଭକାରୀ ସିଦ୍ଧ ହୋଇଥାଏ। ଆସନ୍ତୁ ଜାଣିନେବା ବାସ୍ତୁଶାସ୍ତ୍ର ଅନୁସାରେ ତୁଳସୀ ଗଛ କେଉଁଠି ଲଗାଇବା ଉଚିତ। ତୁଳସୀ ଗଛ ପାଖରେ କେଉଁ ଜିନିଷ ରଖିବା ଉଚିତ ଏବଂ କେଉଁ ଜିନିଷ ନୁହେଁ ଏହା ସହିତ ଜାଣିବା କେଉଁ ଗଛ ତୁଳସୀ ଗଛ ପାଖରେ ଲଗାଇଲେ ଆମର ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ।

ଘରେ ତୁଳସୀ ଗଛ ଲଗାଇବା ପାଇଁ ଉତ୍ତର ଏବଂ ଉତ୍ତର-ପୂର୍ବ ଦିଗ ଚୟନ କରିବା ଉଚିତ। ଏହି ଦିଗକୁ ଜଳର ଦିଗ ମାନାଯାଏ। ଯେଉଁ କାରଣରୁ ତୁଳସୀ ଗଛ ସର୍ବଦା ହରାଭରା ରହିଥାଏ ଏବଂ ଏହା କେବେବି ଶୁଖି ନଥାଏ। ତୁଳସୀ ଗଛ ଲଗାଇବା ପରେ ତାର ଭଲ ଭାବରେ ଯତ୍ନ ନେବା ଆବଶ୍ୟକ। ଯଦି ଘରେ ତୁଳସୀ ଗଛ ଶୁଖି ଯାଏ କିମ୍ବା କେଉଁ ପ୍ରକାରର କ୍ଷତି ଗ୍ରସ୍ତ ହୋଇଥାଏ ତ ଏହା ପରିବାରର ସଦସ୍ୟଙ୍କ ପାଇଁ ଦୁର୍ଭାଗ୍ୟ ନେଇ ଆସିଥାଏ।

ତୁଳସୀ ଗଛକୁ କେବେବି ଦକ୍ଷିଣ-ପୂର୍ବ ଦିଗରେ ଲଗାଇବା ଉଚିତ ନୁହେଁ। ଏହି ଦିଗ ଅଗ୍ନିଙ୍କ ଦିଗ ହୋଇଥାଏ। ଏହି ଦିଗରେ ତୁଳସୀ ଗଛ ଲଗାଇଲେ ତୁଳସୀ ଗଛ ଶୁଖି ଯିବାର ଅଧିକ ସମ୍ଭାବନା ରହିଛି।

ତୁଳସୀ ଗଛକୁ ସିଧା କେବେବି ଭୂମି ଉପରେ ଲଗାଇବା ଉଚିତ ନୁହେଁ। ଏହି ଗଛକୁ ସର୍ବଦା ଗମ୍ବଲାରେଗାଇବା ଉଚିତ।

ଘରେ ସୁଖ ସମୃଦ୍ଧି ପାଇଁ ପ୍ରତିଦିନ ତୁଳସୀ ଗଛର ପୂଜ କରାଯାଏ। ତୁଳସୀ ଗଛରେ ଜଳ ଅର୍ପଣ କରାଯାଏ। ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଘରେ ତୁଳସୀ ଗଛ ଲଗାଯାଇଥାଏ ତେବେ ପ୍ରତିଦିନ ଜଳ ଅର୍ପଣ କରିବା ଉଚିତ ଏବଂ ପ୍ରତ୍ୟକ ଦିନ ସନ୍ଧ୍ୟା ସମୟରେ ଦୀପ ଅବଶ୍ୟ ଜଳେଇବା ଉଚିତ।

ବାସ୍ତୁଶାସ୍ତ୍ର ଅନୁସାରେ ତୁଳସୀ ଗଛ ପାଖରେ ସର୍ବଦା ସ୍ଵଛତା ରଖିବା ଉଚିତ। ଏହାର ପାଖରେ ଜୂତା ଚପଲ ଅପରିଷ୍କାର ଆବର୍ଜନା ଆଦି ରଖିବା ଉଚିତ ନୁହେଁ। ଏହିସବୁ ଜିନିଷରୁ ବାହାରୁଥିବା ନକରାତ୍ମକ ପ୍ରଭାବ ତୁଳସୀ ଗଛ ଉପରେ ପଡିଥାଏ। ସେଠାରେ ମା ଲକ୍ଷ୍ମୀ କେବେବି ନିବାସ କରନ୍ତି ନାହିଁ।

ଘରେ ଯଦି ତୁଳସୀ ଗଛ ଲଗାଇଥାନ୍ତି ତେବେ ବିଷମ ସଂଖ୍ୟାରେ ଲଗାଇବା ଉଚିତ ଯେମତିକି ୧ ୩ ଏବଂ ୫ ଇତ୍ୟାଦି ସଂଖ୍ୟାରେ ଲଗାଇବା ଉଚିତ।

ବାସ୍ତୁଶାସ୍ତ୍ର ଅନୁସାରେ ତୁଳସୀ ଗଛ ପାଖରେ କଣ୍ଟା ଜାତୀୟ ଗଛ କେବେବି ଲଗାଇବା ଉଚିତ ନୁହେଁ।

ତୁଳସୀ ଗଛ ପାଖରେ ଯଦି କଦଳୀ ଗଛ ଲଗାଇବେ ତେବେ ବହୁତ ଶୁଭ ହୋଇଥାଏ। କଦଳୀ ଗଛରେ ଭଗବାନ ବିଷ୍ଣୁଙ୍କର ବାସ ହୋଇଥାଏ ଏବଂ ତୁଳସୀ ଗଛରେ ମା ଲକ୍ଷ୍ମୀ ବାସ କରନ୍ତି। କଦଳୀ ଗଛ ଏବଂ ତୁଳସୀ ଗଛ ଏକା ସହିତ ଲଗାଇଲେ ବହୁତ ଶୁଭ ଫଳର ପ୍ରାପ୍ତ ହୋଇଥାଏ। ବହୁତ ଅଧିକ ଧନ ସମ୍ପତ୍ତିର ପ୍ରାପ୍ତି ହୋଇଥାଏ। ଆର୍ଥିକ ସମସ୍ୟା ଦୂର ହୋଇଯାଏ। କରଜ ସହିତ ଜଡ଼ିତ ସମସ୍ତ ସମସ୍ୟା ଶେଷ ହୋଇଯାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *