Excuse Me Odisha

ଯାହା କହିବୁ ସତ କହିବୁ

ଜୀବନରେ ସବୁବେଳେ ଖୁସିରେ ରହିବାକୁ ଚାହୁଁଥିଲେ, ବାଜ ପକ୍ଷୀର ଏହି ୫ଟି କଥା ମନେ ରଖନ୍ତୁ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଯଦି ଆପଣ ନିଜ ଜୀବନରେ ସଫଳତା ପାଇବାକୁ ଚାହୁଁଛନ୍ତି, ତାହେଲେ ବାଜ ପକ୍ଷୀ ଭଳି ହୁଅନ୍ତୁ, କିନ୍ତୁ ଶୁଆ ପକ୍ଷୀ ପରି ହୁଅନ୍ତୁ ନାହିଁ। ବାଜ ପକ୍ଷୀ ବହୁତ କମ କଥା କହି ଉପରକୁ ଉଡିଥାଏ। କିନ୍ତୁ ଶୁଆ ବହୁତ ଅଧିକ କଥା କହି କମ ଉପରକୁ ଉଡିଥାଏ। ପକ୍ଷୀ ମାନଙ୍କ ମଧ୍ୟରେ ରାଜା ହୋଇଥାଏ ବାଜ ପକ୍ଷୀ। ଆଜି ଆମେ ଆପଣଙ୍କୁ ୫ଟି ତଥ୍ୟ ବିଷୟରେ କହିବାକୁ ଯାଉଛୁ ଯାହା ମନୁଷ୍ୟକୁ ବାଜ ପକ୍ଷୀ ଠାରୁ ଶିଖିବା ଉଚିତ। ଏହି ୫ଟି ନିୟମ ଜୀବନର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ନିୟମ ଅଟେ, ଏହାକୁ ପାଳନ କରିବା ଦ୍ଵାରା ଜୀବନ ସରଳ ଓ ସୁନ୍ଦର ହୋଇଯିବ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

୧/ ବାଜ ପକ୍ଷୀ ଅନ୍ୟ ପକ୍ଷୀଙ୍କ ତୁଳନାରେ ଉଚ୍ଚରେ ଉଡିଥାଏ। ବାଜ ପକ୍ଷୀ ଏକା ଉଡିଥାଏ, କିନ୍ତୁ ଛୋଟ ପକ୍ଷୀଙ୍କ ସହିତ ଉଡ଼ି ନଥାଏ। ସେ ନିଜ ସାଥୀ ମାନଙ୍କ ସହିତ ଉଡ଼ିଥାଏ। ଏଥିରୁ ଏହି ଶିକ୍ଷା ମିଳିଥାଏ ଯେ, ଖରାପ ଲୋକଙ୍କୁ ଠାରୁ ଦୂରେଇ ରହିବା ଉଚିତ ଏବଂ ଏକା ରହି ନିଜକୁ ଜାଣିବାର ସୁଯୋଗ ମିଳିଥାଏ।

୨/ ବାଜ ପକ୍ଷୀର ଦୃଷ୍ଟି ଶକ୍ତି ବହୁତ ପ୍ରକାର ଓ ଶକ୍ତିଶାଳୀ ହୋଇଥାଏ। ଏହାସହିତ ସେ ନିଜ ଶିକାରକୁ ୫ କିଲୋମିଟର ଦୂରରୁ ଦେଖିପାରେ। ଯେତେବେଳେ ତାର ଲକ୍ଷ୍ୟ ତାକୁ ଦେଖାଯାଏ, ସେ ତାର ରାସ୍ତାରେ ଯେତେ କଠିନ ପରିସ୍ଥିତି ଆସିଲେ ମଧ୍ୟ ନିଜ ଲକ୍ଷ ହାସଲ କରିଥାଏ। ଏଥିରୁ ବଡ ଶିକ୍ଷା ମିଳିଥାଏ କି, ନିଜର ଲକ୍ଷ୍ୟକୁ ଦୃଢ ରଖିବା ସହିତ ଏହାକୁ ହାସଲ କରିବା ପାଇଁ ଜୀବନରେ ଯେତେ କଠିନ ପରିସ୍ଥିତି ଆସିଲେ ମଧ୍ୟ କେବେବି ପଛକୁ ହଟିବା ଉଚିତ ନୁହେଁ।

୩/ ବାଜ ପକ୍ଷୀ କେବେବି ମରିଥିବା ପ୍ରାଣୀଙ୍କୁ ଖାଏ ନାହିଁ। ସେ ସର୍ବଦା ଜୀବିତ ପ୍ରାଣୀକୁ ଶିକାର କରିଥାଏ। ଏଥିରୁ ଆମକୁ ଏହି ଶିକ୍ଷା ମିଳିଥାଏ କି, ଯାହା ଆମର ଅତୀତ ତାହା ସର୍ବଦା ପଛରେ ରହିଥାଏ। ତେଣୁ ନିଜର ଅତୀତ ଉପରେ କେବେବି ଧ୍ୟାନ ଦେବା ଉଚିତ ନୁହେଁ ଏବଂ ସର୍ବଦା ଭବିଷ୍ୟତ ଉପରେ ଅଧିକ ଧ୍ୟାନ ଦେବା ଉଚିତ। ଅତୀତର ଯେଉଁ କଥା ଆପଣଙ୍କୁ ଆଘାତ ଦେଉଛି, ତାକୁ ପଛରେ ପକାଇ ଆଗକୁ ବଢନ୍ତୁ। କାରଣ ଅତୀତ ବର୍ତ୍ତମାନକୁ ନଷ୍ଟ କରି ଦେଇଥାଏ, ଆଉ ବର୍ତ୍ତମାନ ନଷ୍ଟ ହୋଇଗଲେ ଭବିଷ୍ୟତ ନଷ୍ଟ ହୋଇ ଯାଇଥାଏ।

୪/ ଯେତେବେଳେ ଝଡ଼ ଓ ତୋଫାନ ଆସେ, ସେତେବେଳେ ବାଜ ପକ୍ଷୀ ଖୁସି ହୋଇଥାଏ। ଯେବେ ବର୍ଷା ହୁଏ ସବୁ ପକ୍ଷୀ ଲୁଚିଥାନ୍ତି, କିନ୍ତୁ ବାଜ ପକ୍ଷୀର ମନ ଖୁସି ହୋଇଯାଏ। ଏଥିରୁ ଶିକ୍ଷା ମିଳୁଛି ଯେ, କଠିନ ପରିସ୍ଥିତିକୁ ସାହସର ସହିତ ସାମ୍ନା କରିବା ଉଚିତ। ଏହାସହିତ ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରିବା ଉଚିତ।

୫/ ବାଜ ପକ୍ଷୀ ସର୍ବଦା ନିଜ ବସାରେ ଥିବା କୋମଳ ଘାସକୁ କାଢି ଦେଇଥାଏ କାରଣ ସେ ତାର ଛୁଆକୁ ସୁଦୃଢ କରିବାକୁ ଚାହିଁ ଥାଏ।ଏଥିରୁ ଶିକ୍ଷା ମିଳିଥାଏ କି, ମଣିଷ ଆରାମରେ ରହିଲେ କେବେ ମଧ୍ୟ ନିଜ ଜୀବନରେ ଆଗକୁ ବଢିପାରିବ ନାହି। ମଣିଷକୁ ନିଜ ଲକ୍ଷ୍ୟ ହାସଲ କରିବା ପାଇଁ କଠିନ ପରିଶ୍ରମ କରିବା ଉଚିତ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀଟି କିପରି ଲାଗିଲା ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ତେବେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କ ସହିତ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ପେଜକୁ ଲାଇକ ଏବଂ ଫଲୋ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *