Excuse Me Odisha

ଯାହା କହିବୁ ସତ କହିବୁ

ଏପରି ତୁଳସୀ ଗଛ କେବେବି ଘରେ ଲଗାନ୍ତୁ ନାହିଁ। ନଚେତ ପରିବାର ହୋଇଯିବ ବର୍ବାଦ, ଦେବୀ ଲକ୍ଷ୍ମୀ ମଧ୍ୟ କ୍ରୋଧିତ ହୋଇ ଯାଇଥାନ୍ତି।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ବହୁତ ପବିତ୍ର ଓ ଦେବୀଙ୍କ ସ୍ୱରୂପ ବୋଲି ବିବେଚନା କରାଯାଏ। କୁହାଯାଏ କି ତୁଳସୀ ଗଛ ମୂଳରେ ଭଗବାନ ବିଷ୍ଣୁ ନିଜେ ଶାଳଗ୍ରାମ ରୂପରେ ରହିଥାନ୍ତି। ବିଶ୍ୱାସ କରାଯାଏ କି, ଯେଉଁ ଘରେ ତୁଳସୀ ଗଛ ରହିଥାଏ, ସେହି ଘରୁ ନକାରାତ୍ମକ ଶକ୍ତି ଦୂର ହୋଇ ଯାଇଥାଏ। ଏହାସହିତ ଘରେ ସୁଖ ସମୃଦ୍ଧିର ବାସ ହୋଇଥାଏ। ଏହି ପବିତ୍ର ଗଛଟିର ମଞ୍ଜି ଓ ପତ୍ର ପ୍ରତ୍ୟେକ ଘରେ ଏବଂ ପୂଜାରେ ବ୍ୟବହୃତ ହୁଏ। ଯେଉଁ ଘରେ ଦେବୀ ତୁଳସୀଙ୍କର କୃପା ଦୃଷ୍ଟି ରହିଥାଏ, ସେହି ପରିବାରର ଲୋକଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିଥାଏ। ଆସନ୍ତୁ ତୁଳସୀ ଗଛ ସହିତ ଜଡ଼ିତ କିଛି ବିଶେଷ ତଥ୍ୟ ବିଷୟରେ ଜାଣିବା।

ତୁଳସୀ ଶରୀରକୁ ରୋଗ ସହିତ ଲଢିବା ପାଇଁ ମଧ୍ୟ ଶକ୍ତି ପ୍ରଦାନ କରିଥାଏ ଏବଂ ଶରୀରକୁ ସୁସ୍ଥ ରଖେ। ତେବେ ଜାଣନ୍ତୁ ଏହା କିପରି ହୋଇଥାଏ। ତେବେ କୁହାଯାଏ କି ଯେଉଁ ଦମ୍ପତିମାନେ ସନ୍ତାନ ସୁଖ ପାଇଁ ଆଶା ରଖିଛନ୍ତି, ସେମାନଙ୍କୁ ନିଶ୍ଚିତ ଭାବରେ ତୁଳସୀ ଗଛକୁ ପୂଜାର୍ଚ୍ଚନା କରିବା ଉଚିତ। ତୁଳସୀ ଦେବୀ ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କୁ ଅତ୍ୟନ୍ତ ପ୍ରିୟ ଅଟେ। ଶ୍ରୀଜଗନ୍ନାଥଙ୍କୁ ତୁଳସୀ ମାଳ ଅର୍ପଣ କରାଯାଇଥାଏ।

ଯଦି ତୁଳସୀ ଦେବୀ ପ୍ରସନ୍ନ ହୋଇଥାନ୍ତି, ତାହେଲେ ପରିବାରର ସମସ୍ତ ପ୍ରକାରର ଆର୍ଥିକ ସମସ୍ୟା ଦୂର ହୋଇଯାଏ। କିନ୍ତୁ ତୁଳସୀ ଗଛକୁ ପୂଜା କରିବା ସମୟରେ କିଛି ବିଶେଷ କଥା ଉପରେ ଧ୍ୟାନ ରଖିବା ଉଚିତ। ଯେପରି ଶାସ୍ତ୍ର ଅନୁସାରେ କିଛି ଖାସ ଦିନ ଗୁଡ଼ିକରେ ତୁଳସୀ ପତ୍ର ଛିଣ୍ଡାଇବା ଉଚିତ ନୁହେଁ।ରବିବାର, ଏକାଦଶୀ, ସୂର୍ଯ୍ୟପରାଗ ଏବଂ ଚନ୍ଦ୍ରଗ୍ରହଣ ସମୟରେ ତୁଳସୀ ପତ୍ର ଛିଣ୍ଡାଇବା ଉଚିତ ନୁହେଁ। ଏହା ବ୍ୟତୀତ ଅନାବଶ୍ୟକ ତୁଳସୀ ପତ୍ର ଛିଣ୍ତାଇବା ଉଚିତ ନୁହେଁ। ଏଭଳି କରିବା ଦ୍ଵାରା ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି।

ସନ୍ଧ୍ୟା ସମୟରେ ତୁଳସୀ ଗଛ ମୂଳରେ ଦୀପ ଜଳାଇବା ଉଚିତ। ଏହାଦ୍ବାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି।ଦେବୀ ଲକ୍ଷ୍ମୀଙ୍କ କୃପାରୁ ଘରେ ସୁଖ ଏବଂ ସମୃଦ୍ଧି ଲାଗି ରହିଥାଏ। ଘରର ଅଙ୍ଗଣାରେ ତୁଳସୀ ଗଛ ଲଗାଇଲେ ବାସ୍ତୁ ଦୋଷ ଦୂର ହୁଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ତୁଳସୀ ଗଛ ରହିବା ଦ୍ୱାରା, ସମସ୍ତ ନକାରାତ୍ମକ ଶକ୍ତି ଦୂର ହୋଇ ଯାଇଥାଏ।ଏହାସହିତ ଧନସମ୍ପତ୍ତିରେ ବୃଦ୍ଧି ହୋଇଥାଏ। କିନ୍ତୁ ଯଦି ଘରେ ଶୁଖି ଯାଇଥିବା ତୁଳସୀ ଗଛକୁ ଲଗା ଯାଇଥାଏ

ତାହେଲେ ଅଶୁଭ ବୋଲି ମାନା ଯାଇଥାଏ ଏବଂ ଏହାଦ୍ବାରା ଘରର ପରିସ୍ଥିତି ଶୋଚନୀୟ ହୋଇଥାଏ। ରଖିବା ଅଶୁଭ ବୋଲି କୁହାଯାଏ । ଯଦି ଆପଣଙ୍କ ଘରେ ତୁଳସୀ ଗଛ ଶୁଖି ଯାଇଛି, ତାହେଲେ ଏହାକୁ କୌଣସି ନଦୀ ବା ପୋଖରୀ ଜଳରେ ଭସାଇ ଦେବା ଉଚିତ। ଘରେ ତୁଳସୀ ଗଛକୁ ପୂଜାର୍ଚ୍ଚନା କରିବା ଦ୍ଵାରା ମନରେ ସକାରାତ୍ମକ ଓ ଦିବ୍ୟ ଭାବନା ଜାଗ୍ରତ ହୋଇଥାଏ। ଏହାସହିତ ଘରେ ସୁଖଶାନ୍ତି ବିଦ୍ୟମାନ ହୁଏ।

ତୁଳସୀ ଗଛ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବ୍ୟବହାର ହୋଇଥାଏ। କିନ୍ତୁ ଘରେ ତୁଳସୀ ଗଛ ରଖି ମଧ୍ୟ ଆପଣ ଏହାକୁ ଜଳ ଅର୍ପଣ ତଥା ପୂଜାର୍ଚ୍ଚନା କରିବାର ନିୟମ ସଠିକ ଭାବରେ ପାଳନ ନକଲେ ଏହାର ଅଶୁଭ ପରିଣାମ ଭୋଗ କରିବାକୁ ପଡ଼ିଥାଏ । ତେବେ କେବେବି ସ୍ନାନ ନକରି ତୁଳସୀ ଗଛରେ ଜଳ ଅର୍ପଣ କରନ୍ତୁ ନାହିଁ।

ତୁଳସୀ ଗଛ ମୂଳରେ ଜଳ ଅର୍ପଣ କରିବା ପୂର୍ବରୁ କିଛି ଖାଇବା ଉଚିତ୍ ନୁହେଁ। ଆହୁରି ମଧ୍ୟ ମାନ୍ୟତା ରହିଛି କି, ତୁଳସୀ ଗଛ ମୂଳରେ ଜଳ ଅର୍ପଣ କରିବା ସମୟରେ ସିଲେଇ ହୋଇ ନଥିବା ବସ୍ତ୍ର ପିନ୍ଧିବା ଉଚିତ। ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ପୂର୍ବ ଦିଗରେ ତୁଳସୀ ଗଛ ଲଗାଇବା ଉଚିତ। ଉତ୍ତର-ପୂର୍ବ ଦିଗରେ ମଧ୍ୟ ଏହି ତୁଳସୀ ଗଛ ଲଗାଇ ପାରିବେ। ଏହି ଦୁଇଟି ତୁଳସୀ ଗଛ ଲଗାଇବା ଦ୍ୱାରା ଘରର ବାତାବରଣ ସର୍ବଦା ସକରାତ୍ମକ ରହିଥାଏ ଏବଂ ଦେବୀ ଲକ୍ଷ୍ମୀ ସର୍ବଦା ପ୍ରସନ୍ନ ରହିଥାନ୍ତି। ଘର ଧନଧାନ୍ୟରେ ପରିପୂର୍ଣ ହୋଇଯାଏ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀଟି କିପରି ଲାଗିଲା ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ତେବେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କ ସହିତ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ପେଜକୁ ଲାଇକ ଏବଂ ଫଲୋ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *