Excuse Me Odisha

ଯାହା କହିବୁ ସତ କହିବୁ

ଦେବଶୟନି ଏକାଦଶୀ। ତୁଳସୀ ଗଛରେ ଅର୍ପଣ କରିଦିଅନ୍ତୁ ଏହି ୧ ଜିନିଷ ଚମକିଯିବ ଆପଣଙ୍କ ଭାଗ୍ୟ। ବର୍ଷ ବର୍ଷର ଗରିବୀ ହେବ ଦୂର।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଦେବଶୟନି ଏକାଦଶୀ। ତୁଳସୀ ଗଛରେ ଅର୍ପଣ କରିଦିଅନ୍ତୁ ଏହି ୧ ଜିନିଷ ଚମକିଯିବ ଆପଣଙ୍କ ଭାଗ୍ୟ। ବର୍ଷ ବର୍ଷର ଗରିବୀ ହେବ ଦୂର।

ଦେବଶୟନି ଏକାଦଶୀ ଠାରୁ ଭଗବାନ ଶୟନ ମୁଦ୍ରାରେ ଯିବେ ଏବଂ ସମସ୍ତ ଶୁଭ ମାଙ୍ଗଳିକ କାର୍ଯ୍ୟ ବନ୍ଦ ହୋଇଯିବ। ଏହି ଏକାଦଶୀର ଶୁଭ ମୁହୂର୍ତ୍ତ ଯାହା ଭାଗ୍ୟକୁ ଚମକାଇ ଦେଇଥାଏ। ଏହି ସମୟରେ ମହା ଉପାୟ କରିଲେ ବହୁତ ଶୁଭ ହୋଇଥାଏ। ଏକାଦଶୀ ବ୍ରତକୁ ସବୁଠାରୁ ବଡ଼ ଉତ୍ତମ ମାନାଯାଏ। ବର୍ଷର ସମସ୍ତ ଏକାଦଶୀର ଅଲଗା ଅଲଗା ମହତ୍ୱ ରହିଛି। ଦେବଶୟନି ଏକାଦଶୀ ଆଷାଢ଼ ମାସର ଶୁକ୍ଳପକ୍ଷର ପଡୁଥିବା ଏକାଦଶୀକୁ ଦେବଶୟନି ଏକାଦଶୀ କୁହାଯାଏ। ଏହି ଏକାଦଶୀରେ ଭଗବାନ ବିଷ୍ଣୁ ଶୟନ ନିଦ୍ରାରେ ଯିବେ ଏବଂ ୪ ମାସ ପର୍ଯ୍ୟନ୍ତ କୌଣସି ଶୁଭ ମାଙ୍ଗଳିକ କାର୍ଯ୍ୟ ହେବ ନାହିଁ। କିଛି ବିଶେଷ ମନ କାମନାକୁ ପୂରଣ କରିବା ପାଇଁ ଭକ୍ତଙ୍କୁ ଏହି ଏକାଦଶୀର ବ୍ରତ ଅବଶ୍ୟ ରଖିବା ଉଚିତ।

ଏହି ଏକାଦଶୀ ଦିନ ଭଗବାନ ଶ୍ରୀହରୀଙ୍କ ପୂଜା କରାଯାଏ ଯେଉଁ ବି ଭକ୍ତ ଏହି ଏହି ବିଶେଷ ବ୍ରତ ଦିନ ପୂଜା ପାଠ କରିକି ଯଦି ସମ୍ଭବ ତେବେ ଉପବାସ ମଧ୍ୟ ରଖନ୍ତୁ ଏବଂ ନିଜ ସାମର୍ଥ୍ୟ ଅନୁଯାୟୀ ଦାନ ଦକ୍ଷିଣା କରନ୍ତୁ। ପଦ୍ମ ପୁରାଣ ଅନୁସାରେ ଯେଉଁ ଭକ୍ତ ସଚା ମନରେ ଏହି ଏକାଦଶୀର ବ୍ରତ ରଖନ୍ତି ତାଙ୍କୁ ମୋକ୍ଷର ପ୍ରାପ୍ତି ହୋଇଥାଏ। ସବୁ ପାପରୁ ମୁକ୍ତି ମିଳିଯାଏ। ଏହି ଦିନ କିଛି ବିଶେଷ ଉପାୟ କରାଯାଏ। ଏହି ଏକାଦଶୀର ବିଶେଷ ମହତ୍ୱ ରହିଛି। ପୌରାଣିକ କଥା ଅନୁସାରେ ଭଗବାନ ବିଷ୍ଣୁ ଏହି ଦିନ ଠାରୁ ପାତାଳ ଲୋକରେ ବିଶ୍ରାମ କରିବାକୁ ଯାଇଥାନ୍ତି ଏବଂ ଭଗବାନ ବିଷ୍ଣୁଙ୍କର ଶୟନ କାଳ ଦେବଉଠି ଏକାଦଶୀରେ ସମାପ୍ତ ହେବ।

ଏହି ଦେବଶୟନୀ ଏକାଦଶୀ ୧୦ ଜୁଲାଇ ରବିବାର ଦିନ ପାଳନ କରାଯିବ ଏବଂ ଏହାର ବ୍ରତର ପାଳନ ୧୧ ଜୁଲାଇ ସୋମବାର ଅର୍ଥାତ ଦ୍ଵାଦଶୀ ତିଥି ଦିନ କରାଯିବ ଏବଂ ଶୁଭ ମୁହୂର୍ତ୍ତ ସକାଳ ୫:୩୬ ମିନିଟରୁ ସକାଳ ୮:୨୧ ମିନିଟ ପର୍ଯ୍ୟନ୍ତ। ଏହି ଦିନର ବିଶେଷ ମହତ୍ୱ ରହିଛି। ଭଗବାନ ଶିବଙ୍କର ପୂଜା ଆରମ୍ଭ ହେବ। ଏହି ଦିନ ଭଗବାନ ବିଷ୍ଣୁ ଶୟନ କରିବା ପୂର୍ବରୁ ତାଙ୍କୁ ମନେଇବାକୁ ପଡିବ। ମନସ୍କାମନା ପୂରଣ କରିବା ପାଇଁ ବିଧି ବିଧାନର ସହିତ ପୂଜା କରନ୍ତୁ।

ଏହି ଦିନ କରଜରୁ ମୁକ୍ତି ପାଇବା ପାଇଁ ଜୀବନରେ ବଡ଼ରୁ ବଡ଼ ଦରିଦ୍ରତା ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏହି ବ୍ରତ କରିବେ ଏହା ସହିତ ମା ତୁଳସୀଙ୍କୁ ଏହି ଦିନ ୧ଟି ଜିନିଷ ଅର୍ପଣ କରିଲେ ବହୁତ ଭଲ ଲାଭ ମିଳିଥାଏ। ତେବେ ଆସନ୍ତୁ ଜାଣିବା।

କରଜରୁ ମୁକ୍ତି ପାଇବା ପାଇଁ ଏହି ଏକାଦଶୀ ଦିନ ଅସ୍ତ ଗଛ ପାଖରେ ଏକ ଘଟି ଜଳ ନେଇ ସେଥିରେ ଚିନି ମିଶ୍ରି କିମ୍ବା ଗୁଡ଼ ମିଶାଇ ଅର୍ପଣ କରନ୍ତୁ ଏବଂ କୁହନ୍ତୁ ” ଓଁ ନମଃ ଭଗବତେ ବାସୁଦେବାୟ”। ଏହି ମନ୍ତ୍ରକୁ ବହୁତ ଥର ଜପ କରନ୍ତୁ। ଏହା ପରେ ଅସ୍ତ ଗଛକୁ ଛୁଇଁ ନିଜର ମନସ୍କାମନା କୁହନ୍ତୁ ଏବଂ ଅସ୍ତ ଗଛ ପାଖରେ ହଳଦୀ ଦ୍ୱାରା ନିଜର ସମସ୍ୟା ଲେଖିଦିଅନ୍ତୁ ଏବଂ ସେଠାରେ ” ଓଁ ନମଃ ଭଗବତେ ବାସୁଦେବାୟ” ମଧ୍ୟ ଲେଖି ଦେବେ। ଏହାପରେ ଘରକୁ ଫେରି ଆସନ୍ତୁ। ସନ୍ଧ୍ୟା ସମୟରେ ଅସ୍ତ ଗଛ ମୂଳରେ ଏକ ଶୁଦ୍ଧ ଘିଅର ଦୀପ ଜଳାଇବେ। ଏହି ଦିନ ଏହି ଗଛରେ ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କର ବାସ ହୋଇଥାଏ। ଏହି ଦୀପରେ ଏକ ଲବଙ୍ଗ ପକେଇ ଦେବେ। ଏମିତି କରିଲେ ଜୀବନରେ କରଜର ସମସ୍ୟାରୁ ମୁକ୍ତି ମିଳିଯିବ ଏବଂ ଧନର ଆଗମନ ହୋଇଥାଏ।

ଏହି ଦିନ ମା ତୁଳସୀଙ୍କର ଉପରେ ଏହି ଜିନିଷ ଅର୍ପଣ କରିଲେ ସମସ୍ତ ସମସ୍ୟା ଦୂର ହୋଇଥାଏ। ଏହି ଦିନ ତୁଳସୀ ପତ୍ରକୁ ତୋଳିବା ଉଚିତ ନୁହେଁ କି ଛୁଇଁବେ ନାହିଁ। ତୁଳସୀ ଗଛର ମାଟିରେ ଜଳ ଅର୍ପଣ କରିପାରିବେ। ଜଳରେ ଅଳ୍ପ କ୍ଷୀର କୌଣସି ମିଠା ଜିନିଷ ପକେଇବେ ଅଳ୍ପ ଫୁଲର ପାଖୁଡା ପକେଇବେ ଏବଂ ଏକ ଚୁଟକି ହଳଦୀ ପକେଇ ଗଛକୁ ନ ଛୁଇଁ ଅର୍ପଣ କରିଦିଅନ୍ତୁ। ଏହାପରେ ତୁଳସୀ ଗଛ ମୂଳରେ ଥିବା ମାଟିକୁ ନେଇ ନିଜ ମସ୍ତକରେ ଲଗେଇ ଦିଅନ୍ତୁ ଏବଂ ଘରର ସମସ୍ତ ସଦସ୍ୟଙ୍କ ମଥାରେ ଲଗେଇ ଦିଅନ୍ତୁ ଭାଗ୍ୟ ଉଦୟ ହୋଇଯିବ। ଗୁରୁ ମଜବୁତ ହୋଇଯିବ। ନଜର ଦୋଷ ତନ୍ତ୍ର ମନ୍ତ୍ର ବାଧାରୁ ବି ମୁକ୍ତି ମିଳିଯିବ।

ବିଶେଷ ମନସ୍କାମନା ପାଇଁ ତୁଳସୀ ଗଛ ମୂଳରେ ଏକ କଏନ ଏବଂ ଏକ ଲବଙ୍ଗ ନେଇ ନିଜର ମନସ୍କାମନା କହି ପୋତି ଦିଅନ୍ତୁ। ମନସ୍କାମନା ପୂରଣ ହୋଇଗଲେ ଭଗବାନଙ୍କ ସାମ୍ନାରେ ହାତ ଯୋଡି ପ୍ରଣାମ କରି ସେହି କଏନଟିକୁ କାଢି ପାଖ ମନ୍ଦିରରେ ଦାନ କରିଦିଅନ୍ତୁ।

କୌଣସି ବି ଏକାଦଶୀ ଦିନ ଧନିଆର ଉପାୟ କରନ୍ତୁ। ମା ଲକ୍ଷ୍ମୀଙ୍କର ପ୍ରତୀକ ହୋଇଥାଏ ଧନିଆ। ଏହି ଦିନ ଭଗବାନ ବିଷ୍ଣୁଙ୍କୁ ଧନିଆର ଭୋଗ ମଧ୍ୟ ଲଗେଇପାରିବେ।

ଗୋଟେ ମାଟିର ପାତ୍ରରେ ଧନିଆ ଗୋଟେ କଏନ ଏବଂ ଅଳ୍ପ ଜଳ ପକେଇ ରଖି ଦିଅନ୍ତୁ ପୂଜା ସ୍ଥାନରେ। ପର ଦିନ ସକାଳେ ଅର୍ଥାତ ଦ୍ଵାଦଶୀ ତିଥିରେ କଏନଟିକୁ ଭଲ ଜାଗାରେ ରଖିଦିଅନ୍ତୁ ଏବଂ ଧନିଆକୁ ନିଜ ଘରର ମାଟିରେ ବୁଣି ଦିଅନ୍ତୁ ଏହା ଗଛ ଉଠିବା ପରେ ପ୍ରସାଦ ରୂପରେ ଖାଇନେବେ। ଅଳ୍ପ ଧନିଆ କୌଣସି ପାତ୍ରରେ ରଖି ଘରର ପୂର୍ବ ଦିଗରେ ରଖିଦିଅନ୍ତୁ। ଏମିତି କରିଲେ ଘରୁ ନକରାତ୍ମକ ଉର୍ଜା ଧୀରେ ଧୀରେ ଦୂର ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *