Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସ ୨୦୨୨ କେବେ ଆରମ୍ଭ କେବେ ସମାପ୍ତ ହେବ ବ୍ରତ କେମିତି ରଖିବେ ଶ୍ରାବଣ ବ୍ରତ କେମିତି କରିବେ କଣ ଖାଇବେ ପୁରା ମାସ ମନ୍ଦିର ଯିବାର ନିୟମ କେମିତି କରିବେ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶ୍ରାବଣ ମାସ ୨୦୨୨ କେବେ ଆରମ୍ଭ କେବେ ସମାପ୍ତ ହେବ ବ୍ରତ କେମିତି ରଖିବେ ଶ୍ରାବଣ ବ୍ରତ କେମିତି କରିବେ କଣ ଖାଇବେ ପୁରା ମାସ ମନ୍ଦିର ଯିବାର ନିୟମ କେମିତି କରିବେ।

ଶ୍ରାବଣ ମାସ ଭଗବାନ ଶିବଙ୍କୁ ସମର୍ପିତ ଅଟେ। ଶ୍ରାବଣ ମାସରେ ଭଗବାନ ଶିବଙ୍କର ବିଶେଷ ରୂପରେ ପୂଜା କରାଯାଏ। ଏହି ମାସରେ ଭଗବାନ ଶିବଙ୍କୁ ପୂଜା କରିଲେ ଭଗବାନ ଶିବ ନିଜର ଭକ୍ତଙ୍କ ଉପରେ ଅସୀମ କୃପା ବର୍ଷା କରିଥାନ୍ତି ଏବଂ ମନସ୍କାମନା ପୂରଣ କରିଥାନ୍ତି। ଏହି ମାସରେ ଭଗବାନ ଶିବ ମା ପାର୍ବତୀଙ୍କ ସହିତ ପୃଥିବୀ ଭ୍ରମଣ କରିଥାନ୍ତି ଏବଂ ନିଜର ଭକ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରିଥାନ୍ତି। ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଭକ୍ତ ମାନେ ତାଙ୍କର ବିଶେଷ ପୂଜା ଆରୋଧନା କରନ୍ତି। ଧାର୍ମିକ ମାନ୍ୟତା ଅନୁସାରେ ଭଗବାନ ଶିବ ସବୁ ଦେବତାଙ୍କ ଅପେକ୍ଷା ଜଲଦି ପ୍ରସନ୍ନ ହୋଇଯାନ୍ତି।

ଶାସ୍ତ୍ର ଅନୁସାରେ ଭଗବାନ ଶିବଙ୍କର ପ୍ରିୟ ମାସ ଶ୍ରାବଣ ମାସ ଅଟେ। ଭଗବାନ ଶିବ ଏକ ଘଟି ଜଳରେ ବି ଜଲଦି ପ୍ରସନ୍ନ ହୋଇଯାନ୍ତି ଏବଂ ଭଗବାନ ଶିବ ଭକ୍ତଙ୍କର ବଡ଼ରୁ ବଡ଼ ବିପଦ ଦୂର କରିଦିଅନ୍ତି। ଭଗବାନ ଶିବଙ୍କର ଏମିତି କିଛି ଭୁଲ କରିଦେଲେ ଭଗବାନ ଶିବ ବହୁତ ଜଲଦି କ୍ରୋଧିତ ହୋଇଯାନ୍ତି। ଆମର ଶାସ୍ତ୍ର ଅନୁସାରେ ଭଗବାନ ଶିବଙ୍କର ପୂଜାରେ ଏମିତି କିଛି ଜିନିଷ ଅଛି ଯାହା ଭୁଲରେ ବି ବ୍ୟବହାର କରିବା ଉଚିତ ନୁହେଁ।

ବେଲପତ୍ର। ଭଗବାନ ଶିବଙ୍କ ଲିଙ୍ଗରେ ଚଢାଉଥିବା ବେଲ ପତ୍ର ତାଜା ଏବଂ ଅକ୍ଷୁର୍ଣ୍ଣ ହୋଇଥିବା ଦରକାର। ଅର୍ଥାତ ଏଥିରେ କଣା କିମ୍ବା ଫଟା ନଥିବ। ଅନେକ ସମୟରେ ଆମେ ଡେମ୍ଫ ନ ଛିଣ୍ଡାଇ ବେଲ ପତ୍ର ଚଢାଇ ଦେଇଥାଉ। ଏପରି କରିବା ଅନୁଚିତ।

କ୍ଷୀର। ଭଗବାନ ଶିବଙ୍କୁ କଞ୍ଚା କ୍ଷୀରରେ ଅଭିଷେକ କରିବା ଉଚିତ। କେବେବି ଭୁଲରେ ବି ମଧ୍ୟ ଗରମ କ୍ଷୀର ଭଗବାନ ଶିବଙ୍କୁ ଅର୍ପଣ କରିବେ ନାହିଁ। ତମ୍ବା ପାତ୍ରରେ କେବେବି କ୍ଷୀର ନେଇ ଅର୍ପଣ କରିବେ ନାହିଁ। ମାନ୍ୟତା ଅନୁସାରେ ତମ୍ବା ପାତ୍ରରେ କ୍ଷୀର ବିଷ ହୋଇଯାଏ। ଯେବେବି ଭଗବାନ ଶିବଙ୍କୁ କ୍ଷୀର ଅର୍ପଣ କରିବେ ତ ଷ୍ଟିଲ ପିତଲ କିମ୍ବା ଚାନ୍ଦିର ପାତ୍ରର ବ୍ୟବହାର କରିବେ।

ସିନ୍ଦୁର ହଳଦୀ କୁମକୁମ। ଏହିସବୁ ଜିନିଷ ସୌଭାଗ୍ୟର ପ୍ରତିକ। ଶିବ ବୈରାଗୀ ହୋଇଥିବାରୁ ତାଙ୍କ ପାଖରେ ଏହିସବୁ ଜିନିଷ ଚଢାନ୍ତୁ ନାହିଁ।

ଅରୁଆ ଚାଉଳ। ଶାସ୍ତ୍ର ଅନୁସାରେ ଶିବଙ୍କୁ ଅରୁଆ ଚାଉଳ ଅର୍ପଣ କୃଲେ ଶୁଭ ହୋଇଥାଏ କିନ୍ତୁ ଶିବଙ୍କୁ କେବେ ହେଲେ ଭାଙ୍ଗି ଯାଇଥିବା ଅରୁଆ ଚାଉଳ ଅର୍ପଣ କରନ୍ତୁ ନାହିଁ।

ଶଙ୍ଖ। କେବେବି ଭୁଲରେ ବି ଭଗବାନ ଶିବଙ୍କର ପୂଜାରେ ଶଙ୍ଖର ବ୍ୟବହାର କରିବେ ନାହିଁ।

ନଡିଆ। ନିଡିଆ ପାଣିରେ ଶିବଙ୍କ ଅଭିଷେକ କରନ୍ତୁ ନାହିଁ। କାରଣ ନଡିଆକୁ ମା ଲକ୍ଷ୍ମୀଙ୍କ ପ୍ରତିକ ବୋଲି କୁହାଯାଏ।

ତୁଳସୀ। ତୁଳସୀ ପତ୍ରର ହିନ୍ଦୁ ଧର୍ମରେ ବିଶେଷ ମହତ୍ୱ ରହିଛି। ପ୍ରତ୍ୟେକ ପବିତ୍ର କାମରେ ଏହା ବ୍ୟବହାର କରାଯାଇଥାଏ କିନ୍ତୁ ଭୁଲରେ ମଧ୍ୟ ଶିବଙ୍କ ପାଖରେ ତୁଳସୀ ପତ୍ର ଅର୍ପଣ କରନ୍ତୁ ନାହିଁ ଏପରି କରିବା ଦ୍ୱାରା ମନୋସ୍କାମନା ପୂର୍ଣ୍ଣ ହୋଇନଥାଏ।

କେତକୀ ଫୁଲ। ଭଗବାନ ଶିବଙ୍କ ପୂଜାରେ ଭୁଲରେ ବି କେତକୀ ଫୁଲ ଅର୍ପଣ କରନ୍ତୁ ନାହିଁ।

କଳା ରାଶି। ଭଗବାନ ଶିବଙ୍କ ପାଖରେ କଳା ରାଶି ଅର୍ପଣ କରନ୍ତୁ ନାହିଁ କାରଣ କୁହାଯାଏ ଏହା ବଷ୍ଣୁଙ୍କ ମଳିରୁ ଉତ୍ପନ୍ନ ହୋଇଛି।

ଧ୍ୟାନ ରଖନ୍ତୁ ଝିଅ ମହିଳାମାନେ କେବେବି ଭଗବାନ ଶିବ ଲିଙ୍ଗକୁ ସ୍ପର୍ଶ କରନ୍ତୁ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *